ଆମ ଜିଲା ଖବର

ଦୁଇ ଛାତ୍ରୀଙ୍କୁ ଅପହରଣ କରି ନେଉଥିବାବେଳେ ଧରାପଡିଲେ ଅଭିଯୁକ୍ତ

ପଟ୍ଟାମୁଣ୍ଡାଇ,୧୫।୧୦(ସ୍ବ.ପ୍ର.): ଦୁଇ ଛାତ୍ରୀଙ୍କୁ ଅପହରଣ କରି ନେଉଥିବାବେଳେ ଧରାପଡିଛନ୍ତି ଅଭିଯୁକ୍ତ। କେନ୍ଦ୍ରାପଡା ଜିଲା ପଟ୍ଟାମୁଣ୍ଡାଇ ଅଞ୍ଚଳରୁ ମଙ୍ଗଳବାର ସକାଳ ୯ଟାବେଳେ ସ୍ଥାନୀୟ ଚୂନଢିଅ ପ୍ରକଳ୍ପ ପ୍ରାଥମିକ ସ୍କୁଲର ଦୁଇ ଛାତ୍ରୀ ଆସୁଥିବାବେଳେ ରଶ୍ମିରଞ୍ଜନ ବିଶ୍ୱାଳ ନାମକ ଜଣେ ବ୍ୟକ୍ତି ଉଭୟଙ୍କୁ ଅପହରଣ…

ଆରଏସଏସ କର୍ମୀଙ୍କୁ ହତ୍ୟା ଘଟଣା: ମମତାଙ୍କ କୁଶପୁତ୍ତଳିକା ଦାହ, ଜିଲାପାଳଙ୍କୁ ଦାବିପତ୍ର ପ୍ରଦାନ

ବଲାଙ୍ଗୀର ଅଫିସ, ୧୫।୧୦: ପଶ୍ଚିମବଙ୍ଗରେ ବାରମ୍ବାର ହିନ୍ଦୁମାନଙ୍କ ଉପରେ ଆକ୍ରମଣ ଓ ହତ୍ୟା ଅଭିଯୋଗ ଆଣି ବଲାଙ୍ଗୀର ବଜରଙ୍ଗ ଦଳ ତରଫରୁ ମଙ୍ଗଳବାର ସ୍ଥାନୀୟ କଚେରି ଛକଠାରେ ବିକ୍ଷୋଭ ପ୍ରଦର୍ଶନ କରାଯାଇ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କ କୁଶପୁତ୍ତଳିକା ଦାହ କରାଯାଇଛି।…

୮ ଦଫା ଦାବି ନେଇ ଧାରଣାରେ ବସିଲେ ଗ୍ରାମବାସୀ

ବଡବିଲ, ୧୫।୧୦(ସ୍ବ.ପ୍ର.): କେନ୍ଦୁଝର ଜିଲା ବଡବିଲ ଥାନା ଅନ୍ତର୍ଗତ ବଡବିଲ ଶ୍ରୀ ଜଗନ୍ନାଥ ଷ୍ଟିଲ ଏଣ୍ଡ ପାୱାର ଲିମିଟେଡ କମ୍ପାନୀ ବିରୋଧରେ କାରାଖେଣ୍ଡ୍ରା ଗ୍ରାମବାସୀ ମଙ୍ଗଳବାର ସକାଳୁ ଆନ୍ଦୋଳନ ଆରମ୍ଭ କରିଛନ୍ତି। ସ୍ଥାନୀୟ ବେକାରଙ୍କୁ ନିଯୁକ୍ତି, ପ୍ରଦୂଷଣ ନିୟନ୍ତ୍ରଣ, ସ୍ବାସ୍ଥ୍ୟସେବା, ଗମନାଗମନ…

ଭିଜିଲାନ୍ସ ଜାଲରେ ଜିଆରଏସ

ପୁରୀ ଅଫିସ୍‌,୧୫।୧୦: ପିପିଲି କୁଳସେଖର ପାଟଣା ଅଞ୍ଚଳର ଜିଆରଏସ ଲକ୍ଷ୍ମୀ ପ୍ରିୟା ସାହୁ ଭିଜିଲାନ୍ସ ଜାଲରେ ଧରାପଡିଛନ୍ତି। ବରାଗଡ଼ ଗ୍ରାମର ସିପୁ ସାଇଁଙ୍କଠାରୁ ବିଜୁ ପକ୍କାଘର ଯୋଜନାରେ ୨୦ ହାଜର ଟଙ୍କା ବୋନସ କରାଇଦେବା ପାଇଁ ୨ ହଜାର ଟଙ୍କା ଲାଞ୍ଚ…

ମୁଖ୍ୟମନ୍ତ୍ରୀଙ୍କ ଘୋଷଣାକୁ ନେଇ ବିଭିନ୍ନ ମହଲରେ ସ୍ବାଗତ

କୋରାପୁଟ,୧୫।୧୦(ସ୍ବ.ପ୍ର): କୋରାପୁଟ ଜିଲାବାସୀଙ୍କୁ ଉନ୍ନତ ସ୍ବାସ୍ଥ୍ୟ ସେବା ପ୍ରଦାନ ଲକ୍ଷ୍ୟରେ ମୁଖ୍ୟମନ୍ତ୍ରୀଙ୍କ ଦ୍ୱାରା ଭିଡିଓ କନ୍‌ଫରେନସ୍‌ ମାଧ୍ୟମରେ ଘୋଷଣାକୁ ନେଇ ବିଭିନ୍ନ ମହଲରେ ସ୍ବାଗତ କରାଯାଇଛି ା କିନ୍ତୁ ଏପରି ଘୋଷଣା କେବଳ ଲୋକଙ୍କୁ ଭୁଅଁା ବୁଲାଇବା ପାଇଁ କରାଯାଇଛି ବୋଲି…

ବିବାହ ପ୍ରତିଶ୍ରୁତି ଦେଇ ବାରମ୍ବାର ବଳାତ୍କାର: ଯୁବକ ଗିରଫ

କୋରୁକୋଣ୍ଡା ୧୫।୧୦(ଡି.ଏନ.ଏ): ବିବାହର ମିଛ ପ୍ରତିଶ୍ରୁତି ଦେଇ ବାରମ୍ବାର ବଳାତ୍କାର ଅଭିଯୋଗରେ ଜଣେ ଯୁବକ ଗିରଫ ହୋଇଛନ୍ତି। କୋରାପୁଟ ଜିଲାର ଦୋରାଗୁଡା ଗ୍ରାମର ନିରଞ୍ଜନ ଗରଡା(୨୨) ୩ ବର୍ଷ ହେବ ଜଣେ ଝିଅକୁ ପ୍ରେମ କରି ଆସୁଥିଲେ। ବିବାହ ପ୍ରତିଶ୍ରୁତି ଦେଇ…

ଡମ୍ଫିୟାଡରୁ ଯୁବକଙ୍କ ମୃତଦେହ ଉଦ୍ଧାର: ହତ୍ୟା ସନ୍ଦେହ

ବିଜେପୁର, ୧୫।୧୦(ଡି.ଏନ.ଏ.):ବରଗଡ ଜିଲା ବିଜେପୁର ଏନଏସି ଅନ୍ତର୍ଗତ ବାଉଁଶପୋଲା ନିକଟସ୍ଥ ଡମ୍ଫିୟାଡରୁ ମଙ୍ଗଳବାର ଜଣେ ଯୁବକଙ୍କ ମୃତଦେହ ପୋଲିସ ଉଦ୍ଧାର କରିଛି। ମୁଣ୍ଡରେ ଗଭୀର ଆଘାତ ଲାଗିଥିବାରୁ ଯୁବକଙ୍କୁ ହତ୍ୟା କରାଯାଇଥିବା ପୋଲିସ ସନ୍ଦେହ କରି ତଦନ୍ତ ଚଳାଇଛି। ମୃତ ଯୁବକ…

ରେଳଧାରଣାରୁ ଫୁଟବଲ୍‌ ଖେଳାଳିଙ୍କ ମୃତଦେହ ଉଦ୍ଧାର

କେନ୍ଦୁଝର,୧୫।୧୦(ସ୍ବ.ପ୍ର.): କେନ୍ଦୁଝର ସଦର ଥାନାର ଧାତିକା ଗାଁ ନିକଟ ରେଳଧାରଣାରୁ ଜଣେ ଯୁବକଙ୍କ ମୃତଦେହ ଉଦ୍ଧାର କରାଯାଇଛି। ମୃତକ ଜଣଙ୍କ ହେଲେ ଧାତିକା ଗାଁର ତୁଳସୀ ମାଝୀ। ତୁଳସୀଙ୍କ କାନରେ ଇଅର ଫୋନ ଲାଗିଥିବା ସହ ବେକରେ ଓ ମୁଣ୍ଡରେ ଗଭୀର…

ଦୁର୍ଘଟଣାରେ ଭଉଣୀଭାଇଙ୍କ ଜୀବନ ଗଲା

ବଲାଙ୍ଗୀର ଅଫିସ୍‌,୧୫।୧୦ : ବଲାଙ୍ଗୀର ଜିଲା ତୁଷୁରା ଥାନା ଅନ୍ତର୍ଗତ ମହିପୁର ଛକରେ ମଙ୍ଗଳବାର ସକାଳେ ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି। ଦୁର୍ଘଟଣାରେ ୨ ଜଣଙ୍କର ମୃତ୍ୟୁ ଘଟିଛି। ମୃତକ ହେଲେ ମଣ୍ଟୁ ବେନିଆ(୨୧)ଓ ତାଙ୍କ ଭଉଣୀ ସଞ୍ଜୁ ବେନିଆ(୧୫)।…

‘ସାରୀପୂତ’ ନାଟକ ମଞ୍ଚସ୍ଥ

ପାଟଣା,୧୫।୧୦(ସ୍ବ.ପ୍ର.): କେନ୍ଦୁଝର ଜିଲା ପାଟଣା ମୁଖ୍ୟାଳୟରେ କୁମାର ଉତ୍ସବ କମିଟିର ସୁବର୍ଣ୍ଣ ଜୟନ୍ତୀ ମହୋତ୍ସବ ଉଦଘାଟିତ ହୋଇଯାଇଛି। ଆୟୋଜିତ ସମ୍ବର୍ଦ୍ଧନା ଉତ୍ସବ କମିଟିର ସଭାପତି ବିବେକା ନନ୍ଦ ଦାଶଙ୍କ ଅଧକ୍ଷତାରେ ମୁଖ୍ୟଅତିଥି ଭାବେ ଉଚ୍ଚଶିକ୍ଷା ବିଭାଗ ଅବସରପ୍ରାପ୍ତ ନିର୍ଦେଶକ ଅଧ୍ୟାପକ କମଳା…

ବନ୍ଧୁକ ଦେଖାଇ ୧୧ ଲକ୍ଷ, ୩୫ ହଜାରରୁ ଊର୍ଦ୍ଧ୍ୱ ଟଙ୍କା ଲୁଟ୍‌

କୁଆଁରମୁଣ୍ଡା,୧୫।୧୦(ଡି.ଏନ.ଏ): ସୁନ୍ଦରଗଡ ଜିଲା କୁଆଁରମୁଣ୍ଡା ଫାଣ୍ଡି ଅନ୍ତର୍ଗତ କୁଆଁରମୁଣ୍ଡା ପଞ୍ଚାୟତ କାର୍ଯ୍ୟାଳୟ ସମ୍ମୁଖରୁ ମଙ୍ଗଳବାର ସକାଳ ପ୍ରାୟ ୭ଟା୨୦ ମିନିଟରେ ସିକ୍ୟୁରିଟି ଏଜେନ୍ସି କ୍ୟାସ୍‌ ଭ୍ୟାନରୁ ବନ୍ଧୁକ ଦେଖାଇ ୧୧ ଲକ୍ଷ, ୩୫ ହଜାରରୁ ଊର୍ଦ୍ଧ୍ୱ ଟଙ୍କା ଲୁଟ୍‌ ହୋଇଛି। ରାଉରକେଲାସ୍ଥିତ…

ବିବାହିତ ଯୁବକଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର

ପାଟଣା,୧୫।୨୦(ସ୍ବ.ପ୍ର.):କେନ୍ଦୁଝର ଜିଲା ପାଟଣା ବ୍ଲକ ବୁଢ଼ୀକାପୁଡି ପଞ୍ଚାୟତ ବେଲପଶି ଗ୍ରାମ ଜଙ୍ଗଲରେ ମଙ୍ଗଳବାର ଜଣେ ୩୯ ବର୍ଷୀୟ ବିବାହିତ ଯୁବକଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର କରାଯାଇଛି। ମୃତ ଯୁବକ ଜଣକ ହେଉଛନ୍ତି ମୟୁରଭଞ୍ଜ ଜିଲା ରରୁଆଁଥାନା ଆଦିପୁର ଗ୍ରାମର ଉମେଶ ଦାସ।…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?