ଉଦଳା-କରଞ୍ଜିଆରେ ମାତିଲେ ଲୁଟେରା: ୫ଲକ୍ଷରୁ ଊର୍ଦ୍ଧ୍ୱ ଭତ୍ତା ଟଙ୍କା, ଅଧ୍ୟାପିକାଙ୍କ ସୁନାଚେନ୍ ଲୁଟ
ଉଦଳା/ଠାକୁରମଣ୍ଡା,୧୬ା୧୦(ଡି.ଏନ୍.ଏ.)- ମୟୂରଭଞ୍ଜ ଜିଲା ଉଦଳା ଓ କରଞ୍ଜିଆ ଥାନା ପୋଲିସ୍କୁ ମଙ୍ଗଳବାର ଲୁଟେରାମାନେ ଖୋଲା ଚ୍ୟାଲେଞ୍ଜ ଦେଇଛନ୍ତି। ୫ ଲକ୍ଷରୁ ଊର୍ଦ୍ଧ୍ୱ ଭତ୍ତା ଟଙ୍କା ସହ ଜଣେ ଅଧ୍ୟାପିକାଙ୍କ ସୁନା ଚେନ ଲୁଟି ନେଇଛନ୍ତି। ଏହି ଘଟଣା ପୋଲିସ୍ ପାଇଁ ମୁଣ୍ଡବିନ୍ଧାର…
ବସ୍ ଧକ୍କାରେ ୨ ବାଇକ ଆରୋହୀଙ୍କ ମୃତ୍ୟୁ
ଠାକୁରମୁଣ୍ଡା,୧୬ା୧୦(ଡି.ଏନ୍.ଏ.)- ମୟୂରଭଞ୍ଜ ଜିଲା କରଞ୍ଜିଆ- ଖିଚିଂ ରାସ୍ତାର କାଶିଆ ଜଙ୍ଗଲ ନିକଟରେ ମଙ୍ଗଳବାର ଏକ ବସ୍ ଧକ୍କାରେ ୨ ବାଇକ ଅରୋହୀଙ୍କ ମୃତ୍ୟୁ ଘଟିଛି। ମୃତକ ଦ୍ୱୟ ଯାଜପୁର ଜିଲା ବ୍ରାହ୍ମଣୀପାଳ ଥାନା ଅନ୍ତର୍ଗତ ଖସାପୋଡ଼ା ଗ୍ରାମର ଶ୍ୟାମ ତିରିଆ ଓ…
ମଧ୍ୟାହ୍ନଭୋଜନ ପ୍ରସ୍ତୁତ କେନ୍ଦ୍ର ଉଦ୍ଘାଟିତ
ବାଲେଶ୍ୱର ଅଫିସ, ୧୬।୧୦-ବାଲେଶ୍ୱର ସେରଗଡ଼ସ୍ଥିତ ମଧ୍ୟାହ୍ନଭୋଜନ ପ୍ରସ୍ତୁତ କେନ୍ଦ୍ରକୁ ମଙ୍ଗଳବାର ଜିଲାପାଳ କେ. ସୁଦର୍ଶନ ଚକ୍ରବର୍ତ୍ତୀ ଉଦ୍ଘାଟନ କରିଛନ୍ତି। ପୌରାଞ୍ଚଳର ୫୨ଟି ସ୍କୁଲରେ ପଢୁଥିବା ୮,୨୦୦ ଛାତ୍ରୀଛାତ୍ରଙ୍କ ନିମନ୍ତେ ମଧ୍ୟାହ୍ନଭୋଜନ ଉକ୍ତ କେନ୍ଦ୍ରରୁ ପ୍ରସ୍ତୁତ କରାଯାଇ ବିତରଣ କରାଯାଇଛି। ଆସନ୍ତା ୨୪…
ମଦ ଜବତ, ୩ ଗିରଫ
ଆଠମଲ୍ଲିକ,୧୫।୧୦(ଡି.ଏନ.ଏ.)-ଆଠମଲ୍ଲିକ ଅବକାରୀ ବିଭାଗ ଗତ ୨ଦିନ ମଧ୍ୟରେ ୩୧ ଲିଟର ଚୋରା ମହୁଲି ମଦ, ୨୦୦ କେଜି ପୋଚ୍ ଜବତ କରିଛି। ଏଥିରେ ସମ୍ପୃକ୍ତି ଅଭିଯୋଗରେ ୩ ଜଣଙ୍କୁ ଗିରଫ କରାଯାଇଛି। ମଙ୍ଗଳବାର ବିଭାଗ କର୍ମଚାରୀମାନେ ଚଢାଉ କରି ଆଠମଲ୍ଲିକ ଥାନା…
ରାଇନାଳୀ ଗ୍ରାମରେ ହାତୀ ଉପଦ୍ରବ, ବ୍ୟାପକ ଫସଲ ନଷ୍ଟ
ବଇଣ୍ଡା,୧୫।୧୦(ଡି.ଏନ.ଏ.)-ଆଠମଲ୍ଲିକ ବ୍ଲକ ହଣ୍ଡପା ରେଞ୍ଜ ରାଇନାଳୀ ଗ୍ରାମରେ ଗତ କିଛିଦିନ ହେବ ହାତୀ ଉପଦ୍ରବ ଲାଗି ରହିଛି। ଫଳରେ ଗ୍ରାମବାସୀ ଭୟଭୀତ ହୋଇପଡ଼ିଛନ୍ତି। ନିକଟସ୍ଥ ଜଙ୍ଗଲରୁ ହାତୀମାନେ ଗ୍ରାମାଭିମୁଖୀ ହୋଇ ଧାନ, ପନିପରିବା ଫସଲ ନଷ୍ଟ କରୁଛନ୍ତି। ଏଥିଯୋଗୁ ଗ୍ରାମବାସୀ ଭୟଭୀତ…
ଅଟୋ ସହ ଶାଳକାଠ ଜବତ: ୨ ଗିରଫ
ବାଲିଗୁଡା/କ.ନୂଆଗାଁ,୧୫ା୧୦(ଡି.ଏନ୍.ଏ.)- ବାଲିଗୁଡା ବନଖଣ୍ଡ ଅଧୀନ କିରିକୁଟି ପଞ୍ଚାୟତ ୫୯ନଂ. ଜାତୀୟ ରାଜପଥ କ.ନୂଆଗାଁ ବନ ବିଭାଗ ତରଫରୁ ସୋମବାର ରାତ୍ରକାଳୀନ ପାଟ୍ରୋଲିଙ୍ଗ ଚାଲିଥିଲା। କିରିକୁଟି ଗ୍ରାମକୁ ଯାଉଥିବା ଏକ ଅଟୋ (ନଂ.ଓଡ଼ି୧୨ଏ-୨୩୭୪)କୁ ଲକଟି ଛକ ନିକଟରେ ବନ କର୍ମଚାରୀ ଅଟକାଇଥିଲେ। ଯାଞ୍ଚବେଳେ…
ଛୁରାମାଡ଼ରେ ଯୁବକ ମୃତ, ଅଭିଯୁକ୍ତ ଗିରଫ
କୋଦଳା,୧୫ା୧୦(ଡି.ଏନ.ଏ.)-କୋଦଳା ଥାନା ବଡ ଗୁଢ଼ିଆଳି ଗ୍ରାମରେ ଛୁରା ମାଡ଼ରେ ମଙ୍ଗଳବାର ଜଣେ ଯୁବକଙ୍କ ମୃତ୍ୟୁ ଘଟିଛି। ସେ ହେଲେ ଉକ୍ତ ଗ୍ରାମର ମୋଚିୟା ନାୟକଙ୍କ ପୁଅ ପିଣ୍ଟୁ (୨୫)। ମୋଚିୟାଙ୍କ ଏତଲା କ୍ରମେ ସ୍ଥାନୀୟ ପୋଲିସ ନଂ. ୨୮୩/୧୯ରେ ମାମଲା ରୁଜୁ…
‘ଇନ୍ଦ୍ରଧନୁ’ ପାଳିଲା କୁମାର ଉତ୍ସବ
ବାଲେଶ୍ୱର ଅଫିସ, ୧୫।୧୦-ବାଲେଶ୍ୱରର ପୁରାତନ ସାଂସ୍କୃତିକ ଅନୁଷ୍ଠାନ ‘ଇନ୍ଦ୍ରଧନୁ’ ପକ୍ଷରୁ ୬୧ତମ କୁମାର ଉତ୍ସବ ଟାଉନହଲ୍ ପରିସରରେ ଅନୁଷ୍ଠିତ ହୋଇଯାଇଛି। ଛାତ୍ରୀଛାତ୍ରଙ୍କ ଦ୍ୱାରା କୁମାର ପୂର୍ଣ୍ଣମୀ ସଙ୍ଗୀତ ଓ ନୃତ୍ୟ ପରିବେଷଣ ସହିତ ଅନୁଷ୍ଠାନ ପକ୍ଷରୁ ମଞ୍ଚସ୍ଥ କରାଯାଇଥିବା ହାସ୍ୟରସାମତ୍କ ନାଟକ…
ଗରଡ଼ିହି ହାଇସ୍କୁଲର ଶିକ୍ଷକଙ୍କ ବଦଳି ପ୍ରତିବାଦ: ଛାତ୍ରୀଛାତ୍ରଙ୍କ ବିକ୍ଷୋଭ, ଟାୟାର ଜାଳି ଆନ୍ଦୋଳନ
ସଜନାଗଡ଼,୧୫।୧୦(ଡି.ଏନ.ଏ.)-ବାଲେଶ୍ୱର ଜିଲା ନୀଳଗିରି ବ୍ଲକ ଅଧୀନ ଗରଡ଼ିହି ହାଇସ୍କୁଲର ଜଣେ ଶିକ୍ଷକଙ୍କୁ ଅନ୍ୟତ୍ର ବଦଳି ପ୍ରତିବାଦରେ ଛାତ୍ରୀଛାତ୍ରମାନେ ବିଦ୍ୟାଳୟ ଆଗରେ ବିକ୍ଷୋଭ ପ୍ରଦର୍ଶନ କରିଛନ୍ତି। ସେମାନେ ସ୍କୁଲ ଫାଟକରେ ତାଲା ପକାଇ ଟାୟାର ଜାଳି ଆନ୍ଦୋଳନ କରିଛନ୍ତି। ଗରଡ଼ିହି ହାଇସ୍କୁଲର ଗଣିତ…
ପୋଖରୀରେ ବୁଡ଼ି ଶିଶୁକନ୍ୟା ମୃତ
ବାଲେଶ୍ୱର ଅଫିସ,୧୫।୧୦-ବାଲେଶ୍ୱର ସଦର ଥାନା ବଡ଼ଡିହ ଗ୍ରାମର ବୀରେନ୍ଦ୍ର ଦିଣ୍ଡାଙ୍କ ୨ବର୍ଷର ଝିଅ ଶୁଭଲକ୍ଷ୍ମୀ ମଙ୍ଗଳବାର ପୋଖରୀରେ ବୁଡ଼ି ଯାଇ ପ୍ରାଣ ହରାଇଛନ୍ତି। ବୀରେନ୍ଦ୍ର କଲିକତାରେ କାର୍ଯ୍ୟ କରୁଥିବା ବେଳେ ସ୍ତ୍ରୀ ଟିକିଲି ପରିବାର ଲୋକଙ୍କ ସହ ଘରେ ରହୁଥିଲେ। ପୂର୍ବାହ୍ନରେ…
ଜମି ବିବାଦରୁ ହତ୍ୟା: ବଡ଼ଭାଇ ଖଣ୍ଡା ଚୋଟରେ ସାନଭାଇର ଜୀବନ ଗଲା
ସିମୁଳିଆ, ୧୫।୧୦(ଡି.ଏନ.ଏ.)-ଜମିବାଡ଼ି ବିବାଦକୁ କେନ୍ଦ୍ର କରି ମଙ୍ଗଳବାର ବାଲେଶ୍ୱର ଜିଲା ସିମୁଳିଆ ଥାନା ଖଇରା ବ୍ଲକ ବିଷ୍ଣୁପୁର ଗ୍ରାମରେ ଏକ ହତ୍ୟାକାଣ୍ଡ ଘଟିଛି। ବଡ଼ଭାଇ କୈଳାସ ମାଝି(୫୦)ଙ୍କ ଖଣ୍ଡା ଚୋଟରେ ସାନଭାଇ ସୁରେଶ(୩୭)ଙ୍କର ମୃତ୍ୟୁ ଘଟିଛି। ଏ ସମ୍ପର୍କରେ ମୃତ ସୁରେଶଙ୍କ…
ମା’ବାପା ପୋଲିସ ଅଧିକାରୀ, ପୁଅ ନିଶା ବେପାରୀ
ପୁରୀ ଅଫିସ/ନିମାପଡ଼ା, ୧୪ା୧୦(ଡି.ଏନ୍.ଏ.): ମା’, ବାପା ଉଭୟ ପୋଲିସ ଅଧିକାରୀ। ମାତ୍ର ସେମାନଙ୍କର କଲେଜ ପଢୁଆ ପୁଅ ଜଣେ ନିଶା ବେପାରୀ। ବ୍ରାଉନସୁଗାର କାରବାର ଅଭିଯୋଗରେ ସୋମବାର ଅବକାରୀ ବିଭାଗ ହାତରେ ସମ୍ପୃକ୍ତ ଯୁବକ ଧରାପଡ଼ିବା ପରେ ଏହି ଘଟଣା ପଦାକୁ…

