ଧରିତ୍ରୀ ପ୍ରଭାବ: ନିରୀହ ଲୋକଙ୍କୁ ପୋଲିସର ମାଡ଼ ଘଟଣାରେ କ୍ଷତିପୂରଣ ଲାଗି ଏନ୍‌ଏଚ୍‌ଆର୍‌ସିର ନିର୍ଦ୍ଦେଶ

ପୁରୁଷୋତ୍ତମପୁର, ୧୦।୧୧ (ଡି.ଏନ.ଏ.): ଜାତୀୟ ମାନବାଧିକାର କମିଶନ ପୋଲିସ ମାଡରେ ଆହତ ୭ ଜଣଙ୍କୁ ୨୫ହଜାର ଲେଖାଏ କ୍ଷତିପୂରଣ ଦେବାକୁ ନିର୍ଦ୍ଦେଶ ଦେଇଛନ୍ତି। କ୍ଷତିପୂରଣ ପାଇବାକୁ ଥିବା ବ୍ୟକ୍ତିହେଲେ କୁମାରୀର ଅଧିକାରୀ ବେହେରା, ପୁରୁଷୋତ୍ତମପୁର ମେନ୍‌ରୋଡ୍‌ର ଗଣପତି ସାହୁ, ମହେଶ୍ୱର ମହାନ୍ତି, ହନୁମାନ ବଜାରର ବଳରାମ ବେହେରା, ନଦୀତଟ ସାହିର ଶୁକୁଟା ବେହେରା, ଚାଙ୍ଗୁଡିଆପଦର ସାହିର ମୁରଲୀ ଗୌଡ, ବଡଧୋବା ସାହିର ପଞ୍ଚୁ ବେହେରା। ପଞ୍ଚୁଙ୍କ ଗତ କିଛିମାସ ତଳେ ମୃତ୍ୟୁ ଘଟିଛି। ଗଞ୍ଜାମ ଏସ୍‌ପି ଆହତଙ୍କୁ ଟଙ୍କା ପ୍ରଦାନ ପାଇଁ ସେମାନଙ୍କ ବ୍ୟାଙ୍କ ଆକାଉଣ୍ଟ ଓ ଆବଶ୍ୟକ କାଗଜପତ୍ର ଦାଖଲ କରିବାକୁ କହିଛନ୍ତି। କେତେଜଣ ଛତ୍ରପୁର ଯାଇ ଏସ୍‌ପିଙ୍କ କାର୍ଯ୍ୟାଳୟରେ ଦାଖଲ ମଧ୍ୟ କରିଛନ୍ତି। ମହେଶ୍ୱର ଗରିବ ଶ୍ରେଣୀର ହୋଇଥିବାବେଳେ ତାଙ୍କର ବ୍ୟାଙ୍କ ଆକାଉଣ୍ଟ ନ ଥିବାରୁ ସେ ଦାଖଲ କରି ପାରିନାହାନ୍ତି।

ସୂଚନାଯୋଗ୍ୟ ଯେ, ୨୦୧୪ ଅଗଷ୍ଟ ୨୫ରେ ଭୋରରୁ ପୁରୁଷୋତ୍ତମପୁର ସହରର ଲୋକେ ନିତ୍ୟକର୍ମ ପାଇଁ ବାହାରକୁ ଆସିଥିବାବେଳେ ପାଟ୍ରୋଲିଂରେ ଥିବା ପୁରୁଷୋତ୍ତମପୁର ଥାନାର ପୂର୍ବତନ ଏସ୍‌ଆଇ ତଥା ବର୍ତ୍ତମାନ ପୋଲିସ ଚାକିରି ଛାଡ଼ି କନ୍ଧମାଳ ଜିଲା ଚକାପାଦ ବ୍ଲକରେ କାର୍ଯ୍ୟ କରୁଥିବା ମୁକ୍ତିପ୍ରକାଶ କୁଲୁ ଓ କର୍ମଚାରୀ ପ୍ରାୟ ୧୫ ଜଣ ନିରୀହ ଲୋକଙ୍କୁ ମାଡମାରି ଲହୁଲୁହାଣ କରିଥିଲେ। ପ୍ରତିବାଦରେ ଲୋକେ ସହରର ବିଭିନ୍ନ ସ୍ଥାନରେ ରାସ୍ତାରୋକୋ କରିଥିଲେ। ୨୦୧୪ ଅଗଷ୍ଟ ୨୬ରେ ଏନେଇ ଧରିତ୍ରୀରେ ଖବର ପ୍ରକାଶ ପାଇଥିଲା। ଏହି ଖବରକୁ ଭିତ୍ତିକରି ପୁରୀର ସୂଚନା ଅଧିକାର କର୍ମୀ ଜୟନ୍ତ କୁମାର ଦାଶ ଜାତୀୟ ମାନବାଧିକାର କମିଶନରଙ୍କଠାରେ ନଂ.୪୦୯୨/୧୮/୫/୨୦୧୪ ପ୍ରକାରେ ମାମଲା ଦାୟର କରି ମାଡ ଖାଇଥିବା ଲୋକଙ୍କୁ କ୍ଷତିପୂରଣ, ନ୍ୟାୟ ପ୍ରଦାନ ଲାଗି ନିବେଦନ କରିଥିଲେ। ଜାତୀୟ ମାନବାଧିକାର କମିଶନ ଅଧ୍ୟକ୍ଷ ରାଜ୍ୟ ମୁଖ୍ୟ ଶାସନ ସଚିବ, ପୋଲିସ ଡିଜି ଓ ଗଞ୍ଜାମ ଏସ୍‌ପିଙ୍କୁ ରିପୋର୍ଟ ମାଗିଥିଲେ। ତଥ୍ୟକୁ ଭିତ୍ତିକରି ଜାତୀୟ ମାନବାଧିକାର କମିଶନ ଏହି ରାୟ ଶୁଣାଇଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ଜଳ ପ୍ରପାତ

ସାନଘାଗରା ଜଳପ୍ରପାତ କେନ୍ଦୁଝର ସହରଠାରୁ ମାତ୍ର ୬ କି.ମି. ଦୂରରେ ରହିଛି ସାନଘାଘରା ଜଳପ୍ରପାତ। ସାନମାଛ କାନ୍ଦଣା ନଦୀର ଜଳ ଏଠାରେ ତଳକୁ ବିରାଟକାୟ ସ୍ରୋତରେ କଚାଡ଼ି…

ଭୁବନେଶ୍ୱର ଫୁଲ ଦୋକାନ

ଫର୍ନସ ଏନ୍‌ ପେଟାଲ୍‌ସ   ଏହା ରାଜଧାନୀର ଏକ ବଡ଼ ଫୁଲ ଦୋକାନ ଭାବେ ପରିଗଣିତ। ୧୧ବର୍ଷ ତଳେ ପ୍ରଥମ କରି ଶହୀଦନଗରରେ ଆରମ୍ଭ ହୋଇଥିଲା। ବର୍ତ୍ତମାନ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱର ଜିମ

କଳିଙ୍ଗ ଫିଟନେସ୍‌ ଜୟଦେବ ବିହାର ରୋଡ ବିଜୁ ପଟ୍ଟନାୟକ କଲେଜ ନିକଟରେ ରହିଛି କଳିଙ୍ଗ ଫିଟନେସ ଜିମ୍‌। ୪ବର୍ଷ ତଳେ ଖୋଲାଯାଇଥିବା ଏହି ଜିମ୍‌ରେ ସବୁ ପ୍ରକାର…

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ପର୍ଯ୍ୟଟନସ୍ଥଳ

ସପ୍ତଶଯ୍ୟା ଢେଙ୍କାନାଳ ଜିଲାରେ ଅବସ୍ଥିତ ସପ୍ତଶଯ୍ୟା ପର୍ଯ୍ୟଟନ ସ୍ଥଳ ସାତ ପାହାଡ଼, ଝରଣା ଏବଂ ଜଙ୍ଗଲରେ ପରିପୂର୍ଣ୍ଣ। ଏଠାରେ ରହିଛି ଶ୍ରୀରାମଙ୍କ ମନ୍ଦିର। ସପ୍ତଶଯ୍ୟାର ଶୀତଳ ପରିବେଶ…

କଟକ ଦହିବରା ଆଳୁଦମ

ବାରବାଟୀ ଷ୍ଟାଡିୟମର ରମେଶ ଗୋଛି ସକାଳ ୭ଟାରୁ ଆରମ୍ଭ କରି ରାତି ୧୦ଟା ଯାଏ ବାରବାଟୀ ଷ୍ଟାଡିୟମ ନିକଟରେ ରମେଶଙ୍କ ଷ୍ଟଲ ଖୋଲିଥାଏ। ପରିବାରର ସବୁ ସଦସ୍ୟ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱରର ପାର୍କ

ମହାତ୍ମା ଗାନ୍ଧୀ ପାର୍କ ପାର୍କଟି ଜୟଦେବ ବିହାରସ୍ଥିତ ନନ୍ଦନକାନନ ରୋଡ୍‌ର ଜନତା ମଇଦାନ ନିକଟରେ ଅବସ୍ଥିତ। ପାର୍କ ଭିତରେ ମହାତ୍ମା ଗାନ୍ଧୀଙ୍କ ପ୍ରାର୍ଥନା କରୁଥିବା ମୁଦ୍ରାରେ ମୂର୍ତ୍ତି…

ଶ୍ରେଷ୍ଠ ପାଞ୍ଚ ପୁରୀର ମଠ

ହାତୀ ଆଖଡ଼ା ମଠ ପୁରୀ ବଳଗଣ୍ଡି ନିକଟରେ ବଡ଼ଦାଣ୍ଡର ମୁଖ୍ୟ ରାସ୍ତାରେ ହାତୀ ଆଖଡା ମଠ ଅବସ୍ଥିତ। ଶ୍ରୀରାମାନନ୍ଦୀ ସମ୍ପ୍ରଦାୟର ନିର୍ବାଣୀ ଆଖଡା ରୂପେ ଏହା ପରିଚିତ।…

ଶ୍ରେଷ୍ଠ ପାଞ୍ଚ ଓଡ଼ିଶାର ପ୍ରସିଦ୍ଧ ଶୈବପୀଠ

ହରିଶଙ୍କର ବଲାଙ୍ଗୀରଠାରୁ ୮୦ କି.ମି. ଦୂରରେ ଗନ୍ଧମାର୍ଦ୍ଦନ ପର୍ବତ ପାଦଦେଶରେ ଅବସ୍ଥିତ ପ୍ରସିଦ୍ଧ ତୀର୍ଥ ତଥା ଶୈବପୀଠ ହରିଶଙ୍କର। ଏଠାକାର ମନ୍ଦିରର ପରିବେଶ ଏବଂ ଆକର୍ଷଣୀୟ ଝରଣା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?