ମିଳୁନି ପକ୍କାଘର: ଭଙ୍ଗାଘରେ ନିରୁପମାଙ୍କ ପରିବାର

ବାଲିକୁଦା,୧୦ା୧୧(ସ୍ବ.ପ୍ର.): ବାଲିକୁଦା ବ୍ଲକ ଅଧୀନ ସଂଗ୍ରାମପୁର ପଞ୍ଚାୟତ ଗୋଗୋଳ ଗ୍ରାମର ବିଧବା ବୃଦ୍ଧା ନିରୁପମା ମଲ୍ଲିକଙ୍କ ଫାଇଁ ପକ୍କାଘର ସାତସପନ ପାଲଟିଛି। ଫଳରେ ସେ ଭାଗ୍ୟକୁ ଆଦରି ତିନି ପୁଅ ଓ ଭୀନ୍ନକ୍ଷମ ଝିଅକୁ ଧରି ଭଙ୍ଗା ଚାଳଘରେ ରହୁଛନ୍ତି। ହେଲେ ତାଙ୍କ ଦୁଃଖରେ କେହି ଆହା ପଦେ କହୁ ନ ଥିବା ବେଳେ ସରକାରୀ ବ୍ୟବସ୍ଥା ତାଙ୍କୁ ଉପହାସ କରୁଥିବା ଭଳି ଅନୁମାନ ହେଉଛି। ନିରୁପମାଙ୍କ ସ୍ବାମୀ ଗଜେନ୍ଦ୍ର ରୋଗରେ ପଡି ୧୯୯୭ରୁ ଆଖି ବୁଜିଲେଣି। ବଡ ପୁଅ ସତ୍ୟବାନ ଓ ଅନ୍ୟ ଦୁଇ ପୁଅ ସୁଧୀର, ସୌଭାଗ୍ୟ ଦିବ୍ୟାଙ୍ଗ ଝିଅ ରୀନାକୁ ନେଇ ବଡ ଦୁଃଖ କଷ୍ଟରେ ଚଳୁଛନ୍ତି ନିରୁପମା। ଜନ୍ମର ବର୍ଷକ ପରେ ଝିଅ ରୀନାଙ୍କଠାରେ ଦେଖା ଦେଇଥିଲା ଅଷ୍ଟ ମାଲେସିଆ ରୋଗ। ଏଥିରେ ରୀନାଙ୍କ ଗୋଡ ବଙ୍କା ହୋଇଗଲା। ଝିଅର ଏପରି ଅବସ୍ଥା ମଧ୍ୟ ଅନେକ ଦୁଃଖ ଦେଇଛି ଏହି ପରିବାରକୁ। ନିରୁପମାଙ୍କୁ ମିଳୁଥିବା ବିଧବା ଭତ୍ତା ୫୦୦ ଟଙ୍କା ଓ ଦିବ୍ୟାଙ୍ଗ ଝିଅ ରୀନା ପାଉଥିବା ୫୦୦ ଭତ୍ତା ଟଙ୍କାରେ ପରିବାର ଚଳୁଛି। ମା’ ଝିଅଙ୍କ ଏହି ଟଙ୍କା ଓ ଅନ୍ତଦ୍ୱୟ କାର୍ଡର ୩୫ କେଜିର ଚାଉଳ ସିନା ପେଟ ଭୋକକୁ କିଛି ମାତ୍ରାରେ ମେଣ୍ଟାଉଛି। ହେଲେ ମୁଣ୍ଡ ଗୁଞ୍ଜିବାକୁ ଘର ଖଣ୍ଡେ ନ ଥିବାରୁ ହୀନସ୍ତା ହେଉଛନ୍ତି ଏହି ପରିବାର। ଦିନ ସାରା ଯେନତେନ ଚଳି ଯାଉଛନ୍ତି ା ହେଲେ ରାତି ଆସିଲେ ଭଙ୍ଗା ଘରେ ରହିବାକୁ ଡରଲାଗେ ବୋଲି କୋହ ଭରା କଣ୍ଠରେ କହିଛନ୍ତି ନିରୁପମା। ପ୍ରଧାନମନ୍ତ୍ରୀ ଆବାସ ଓ ବିଜୁ ପକ୍କାଘର ଯୋଜନାରେ ଘର ମିଳୁଥିଲେ ମଧ୍ୟ ନିରୂପମା ଏହାର ସୁବିଧା ପାଇ ପାରୁନାହାନ୍ତି। ସେମାନେ ରହୁଥିବା ଘରର ଛପର ବଦଳାଇବା ମଧ୍ୟ ଅର୍ଥର ଅଭାବ। ସେହି ଘରେ ସେମାନେ ରହିଥିବା ବେଳେ ବାତ୍ୟା ଫନୀରେ ଘରଟି ସମ୍ପୂର୍ଣ୍ଣ ଭାଙ୍ଗି ଯାଇଥିଲା। ସେତେବେଳେ ଉକ୍ତ ପରିବାର ଗଁାସ୍କୁଲରେ ଆଶ୍ରୟ ନେଇଥିଲେ। ବାତ୍ୟା ପରେ ପୁଣି ସେହି ଘରକୁ ମରାମତି କରି ରହୁଛନ୍ତି। ତେଣୁ ଏହି ଅସହାୟ ପରିବାକୁ ପକ୍କାଘର ଯୋଗାଇ ଦେବା ନିମନ୍ତେ ଗ୍ରାମବାସୀ ଦାବି କରିଛନ୍ତି। ଏସମ୍ପର୍କରେ ବିଡିଓ କଲ୍ୟାଣୀ ପଟ୍ଟନାୟକଙ୍କୁ ପଚାରିବାରେ ସମସ୍ତ ଯୋଗ୍ୟ ହିତାଧିକାରୀଙ୍କୁ ସରକାରଙ୍କ ପକ୍ଷରୁ ପକ୍କାଘର ଯୋଗାଇ ଦିଆଯାଉଛି। ଯଦି ନିରୁପମା ଏଥିରୁ ବାଦ୍‌ ପଡ଼ିଛନ୍ତି ତାହାର ତଦନ୍ତ କରାଯିବ। ତଦନ୍ତରେ ଯୋଗ୍ୟ ବିବେଚିତ ହେଲେ ଘର ଦିଆଯିବ ବୋଲି କହିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ନାଗାବଳୀ କୂଳରେ ଝଲସୁଛି କାଶତଣ୍ଡି, ଧରାପୃଷ୍ଠକୁ ଆସିବେ ଜଗତଜନନୀ

କଲ୍ୟାଣସିଂହପୁର,୨୩ା୯(ଦୀପକ କୁମାର ପରିଡା ): ​ପ୍ରକୃତିର କୋଳରେ ଏବେ ଉତ୍ସବର ଋତୁ । ରାୟଗଡ଼ା ଜିଲା କଲ୍ୟାଣସିଂହପୁର ବ୍ଲକ ଅନ୍ତର୍ଗତ ବେଲକନା ଗାଁ ନିକଟସ୍ଥ ନାଗାବଳୀ ନଦୀ…

ଗଞ୍ଜାମ ଜିଲାରେ ଲଗାଣ ବର୍ଷା; ମା’ ତାରାତାରିଣୀ ପାହାଡ଼ରୁ ଧସିଲା ମାଟି ଆତଡା-ପଥର ଖଣ୍ଡ

ପୁରୁଷୋତ୍ତମପୁର,୨୩ା୯(ସବିତା ମିଶ୍ର): ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଗଭୀର ଅବପାତ ପ୍ରଭାବରେ ଗଞ୍ଜାମ ଜିଲା ପୁରୁଷୋତ୍ତମପୁର ଅଞ୍ଚଳରେ ଦୁଇଦିନ ହେଲା ବର୍ଷା ଲାଗିରହିଛି । ଏହାର ପ୍ରଭାବରେ ଦକ୍ଷିଣ…

ଫୁଲୁଛି ତାମ୍ପରା ହ୍ରଦ, ତୁରନ୍ତ ଗେଟ୍‌ ଲଗାଇବାକୁ ଚାଷୀଙ୍କ ଦାବି

ଛତ୍ରପୁର,୨୩ା୯(ଦିଲ୍ଲୀପ ସାମଲ/ଦ୍ୱାରିକା ପଟ୍ଟନାୟକ): ବଙ୍ଗୋପସାଗରରେ ସୃଷ୍ଟି ଗଭୀର ଅବପାତ ପ୍ରଭାବରେ ଛତ୍ରପୁର ଏବଂ ଏହାର ଆଖପାଖ ଅଞ୍ଚଳରେ ତୁହାକୁତୁହା ବର୍ଷା ଲାଗିରହିଛି। ଛତ୍ରପୁର ଉପକଣ୍ଠରେ ଥିବା ତାମ୍ପରା…

୧୫ ବର୍ଷୀୟ ବୈଭବ ସୂର୍ଯ୍ୟବଂଶୀଙ୍କ ବିଷୟରେ ବଡ଼ ବୟାନ ଦେଲେ କୋଚ, କହିଲେ,‘ମୁଁ ତାଙ୍କୁ ଅପେକ୍ଷା କରିଛି…’

ନୂଆଦିଲ୍ଲୀ,୨୩।୯: ବୈଭବ ସୂର୍ଯ୍ୟବଂଶୀ ବର୍ତ୍ତମାନ ଭାରତୀୟ କ୍ରିକେଟ ଟିମ ସହିତ ଜାପାନରେ ଅଛନ୍ତି। ସେ ୨୦୨୬ ଏସୀୟ କ୍ରୀଡ଼ାରେ ଭାରତର ପ୍ରତିନିଧିତ୍ୱ କରୁଛନ୍ତି ଏବଂ ସେଠାରେ ତାଙ୍କର…

କଳାହାଣ୍ଡିରେ ପ୍ରବଳ ବର୍ଷା; ଗୁରୁବାର ସବୁ ସ୍କୁଲ ଛୁଟି, NH୨୬ରେ ଗଛ ପଡିବାରୁ ରାସ୍ତା ଜାମ୍

ଭବାନୀପାଟଣା ୨୩।୯(ଉତ୍ତମ କୁମାର ଦାଶ): ବଙ୍ଗୋପସାଗରରେ ସୃଷ୍ଟ ଗଭୀର ଅବପାତ ଯୋଗୁଁ ମଙ୍ଗଳବାର ଠାରୁ କଳାହାଣ୍ଡି ଜିଲାର ବିଭିନ୍ନ ସ୍ଥାନରେ ପ୍ରବଳ ବର୍ଷା ହେଉଛି । ଏହି…

୨୦୨୭ ବିଶ୍ୱକପ ବିଷୟରେ ଉଲ୍ଲେଖ କରି ବିରାଟ-ରୋହିତଙ୍କ ସମ୍ପର୍କରେ ବଡ଼ ବୟାନ ଦେଲେ ରିଙ୍କୁ ସିଂହ, କହିଲେ…

ନୂଆଦିଲ୍ଲୀ,୨୩।୯: ଭାରତୀୟ ଟି-୨୦ ଦଳର ଷ୍ଟାର୍‌ ବ୍ୟାଟର ରିଙ୍କୁ ସିଂହ, ଦଳର ଦୁଇ ପ୍ରମୁଖ ଖେଳାଳି ବିରାଟ କୋହଲି ଏବଂ ରୋହିତ ଶର୍ମାଙ୍କ ସମ୍ପର୍କରେ ଏକ ଗୁରୁତ୍ୱପୂର୍ଣ୍ଣ…

‘ପରାଜୟ ପରେ ECI ଉପରେ ଆକ୍ରମଣ’ SIR-ନିର୍ବାଚନ ଆୟୋଗ ବିବାଦ ଉପରେ ଆସିଲା ଭାଜପାର ପ୍ରଥମ ପ୍ରତିକ୍ରିୟା

ନୂଆଦିଲ୍ଲୀ,୨୩।୯: ନିର୍ବାଚନ ଆୟୋଗଙ୍କୁ ନେଇ ସୃଷ୍ଟି ହୋଇଥିବା ବିବାଦ ଉପରେ ଭାଜପା ନିଜର ପ୍ରଥମ ପ୍ରତିକ୍ରିୟା ରଖିଛି। ବିରୋଧୀଙ୍କ ଅଭିଯୋଗର ଜବାବ ଦେଇ ଭାଜପା ଏମପି ସମ୍ବିତ…

ଲଗାଣ ବର୍ଷା ନେଲା ଜୀବନ: ରେମୁଣାରେ ମାଟି କାନ୍ଥ ଭୁଷୁଡ଼ି ବାପା ମୃତ, ପୁଅ ଗୁରୁତର

ବାଲେଶ୍ୱର,୨୩ା୯(ମୃତ୍ୟୁଞ୍ଜୟ ପଟ୍ଟନାୟକ): ଲଘୁଚାପ ଜନିତ ଲଗାଣ ବର୍ଷା ଫଳରେ ରେମୁଣାରେ ବଡ଼ ଅଘଟଣ ଘଟିଯାଇଛି । ଖରିଦମୁଖୁରା ଗ୍ରାମରେ ମାଟି କାନ୍ଥ ଭୁଶୁଡ଼ି ପଡ଼ି ବାପାଙ୍କ ମୃତ୍ୟୁ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?