ବାଲିଯାତ୍ରା: ଦିନ ବିତୁଛି, ଭିଡ଼ ଜମୁଛି

କଟକ ଅଫିସ,୧୭।୧୧: ଐତିହାସିକ କଟକ ବାଲିଯାତ୍ରା ଶନିବାର ପଞ୍ଚମ ଦିନରେ ପହଞ୍ଚିଛି। ଦିନ ଯେତିକି ବିତିବାରେ ଲାଗିଛି ସେହି ଅନୁସାରେ ଲୋକଙ୍କ ଭିଡ ଜମିବାରେ ଲାଗିଛି। ସନ୍ଧ୍ୟା ହେଲେ ରଙ୍ଗବେରଙ୍ଗର ଆଲୋକମାଳାରେ ମହାନଦୀ ପଠା ଝଲସୁଛି। ଏଥିସହ ବାଲିଯାତ୍ରାର ଉପର ଓ ତଳ ପଡିଆରେ ଥିବା ବିଭିନ୍ନ ଷ୍ଟଲରେ ଖାଦ୍ୟ ସାଙ୍ଗକୁ ଅନ୍ୟ ସାମଗ୍ରୀ ବିକ୍ରି ହେଉଥିବା ଦେଖିବାକୁ ମିଳିଛି।

ପୋଲିସ ପକ୍ଷରୁ ସୁରକ୍ଷା କଡ଼ାକଡ଼ି
ବାଲିଯାତ୍ରାରେ ପ୍ରବଳ ଭିଡକୁ ଦୃଷ୍ଟିରେ ରଖି ପୋଲିସ ପକ୍ଷରୁ ସୁରକ୍ଷା ବ୍ୟବସ୍ଥା କଡାକଡି କରାଯାଇଛି। ଡିସିପି ଅଖିଳେଶ୍ୱର ସିଂ ଯାତ୍ରା ପଡିଆରେ ଉପସ୍ଥିତ ରହି ବିଭିନ୍ନ ସ୍ଥାନରେ ଲାଗିଥିବା ସିସିଟିଭି ସହାୟତାରେ ଚୋରି, ଡକାୟତି ଓ ପାର୍କିଂ ବ୍ୟବସ୍ଥା ଅନୁଧ୍ୟାନ କରିଥିଲେ।

ହଜିବା ବ୍ୟକ୍ତିଙ୍କ ଭରସା ପୋଲିସ ଆଉଟ ପୋଷ୍ଟ
ବାଲିଯାତ୍ରା ବୁଲିବା ପାଇଁ ପରିବାର ସଦସ୍ୟଙ୍କ ସହ ପିଲାମାନେ ବିଭିନ୍ନ ସ୍ଥାନରୁ ଆସିଥାନ୍ତି। ହେଲେ ଭିଡ ଭିତରେ ଅଧିକାଂଶ ଲୋକେ ହଜିଯାଆନ୍ତି। ସେମାନଙ୍କୁ ତାଙ୍କ ପରିବାର ଲୋକଙ୍କ ସହ ମିଶାଇବା ପାଇଁ ସାହାରା ପାଲଟିଥିଲା ଯାତ୍ରା ପଡିଆରେ ଖୋଲିଥିବା ବିଭିନ୍ନ ଆଉଟ ପୋଷ୍ଟ। ହଜି ଯାଉଥିବା ବ୍ୟକ୍ତି ଆଉଟ୍‌ ପୋଷ୍ଟରେ ଆସି ଖବର ଦେବା ପରେ ସେମାନଙ୍କୁ ତଳ ପଡିଆରେ ଥିବା ୧୦ନମ୍ବର ଆଉଟ ପୋଷ୍ଟ ନିକଟକୁ ନିଆଯାଏ। ସେଠାରେ ଆନାଉନ୍‌ସ କରାଯିବା ପରେ ପରିବାର ଲୋକେ ଆସି ତାଙ୍କୁ ସେଠାରୁ ନେଇଥାନ୍ତି। ପ୍ରତିଦିନ ପାଖାପାଖି ୧୦୦ ଜଣ ହଜିଯାଉଥିବା ବ୍ୟକ୍ତି ଏଠାରେ ଅଭିଯୋଗ କରିଥାନ୍ତି। ପରେ ପୋଲିସ ସହାୟତାରେ ସେମାନଙ୍କୁ ସେମାନଙ୍କ ପରିବାର ଲୋକଙ୍କୁ ହସ୍ତାନ୍ତର କରାଯାଇଥାଏ।

ସାମୁକା ତିଆରି ସାମଗ୍ରୀର ବଢୁଛି ଚାହିଦା
ବାଲିଯାତ୍ରା ପଡିଆ ରିଂରୋଡରେ ଦେଖିବାକୁ ମିଳିଛି ସାମୁକା ତିଆରି ସାମଗ୍ରୀର ଚାହିଦା। ଏହାକୁ କିଣିବା ନିମନ୍ତେ ଲୋକଙ୍କ ଭିଡ ଲାଗିଥିଲା। ଦିଘାରୁ ଆସିଥିବା ବ୍ୟବସାୟୀ ଆଶିଷ ସିଂ କହିଛନ୍ତି, ୧୨ ବର୍ଷ ହେବ ବାଲିଯାତ୍ରାରେ ସାମୁକା ତିଆରି ସାମଗ୍ରୀ ବିକ୍ରି କରିବାକୁ ଆସୁଛି। ସାମୁକାରେ ଦେବଦେବୀଙ୍କ ମୂର୍ତ୍ତି, ହାତୀ, ପକ୍ଷୀ, ହରିଣ, ମୟୂର ଆଦି ଉପକରଣ ପ୍ରସ୍ତୁତ ହୋଇଥିବାବେଳେ ଏହାର ଦାମ ୫ ଟଙ୍କାରୁ ଆରମ୍ଭ କରି ୨୦୦ ଟଙ୍କା ପର୍ଯ୍ୟନ୍ତ ରହିଛି।

ଗୁଆଘିଅ ଚା’ ଦୋକାନରେ ଗହଳି
ଯାତ୍ରା ପଡିଆରେ ବିକ୍ରି ହେଉଛି ଗୁଆଘିଅ ଚା’। ମୁନୁ ଭାଇଙ୍କ ଗୁଆଘିଅ ଚା ଦୋକାନ ନାମରେ ପ୍ରସିଦ୍ଧ ଥିବା ଏହି ଦୋକାନରେ ଦିନକୁ ୧୫୦୦ରୁ ଊର୍ଦ୍ଧ୍ୱ କପ୍‌ ଚା ବିକ୍ରି ହୋଇଥାଏ। ମଇଁଷି କ୍ଷୀର, ଓମ୍‌ଫେଡ କ୍ଷୀର, ଖୁଆ, କାଜୁ, ଗୁଆଘିଅକୁ ମିଶ୍ରଣ କରି ଏହି ଭିନ୍ନ ଧରଣର ଚା ପ୍ରସ୍ତୁତ କରାଯାଇଥାଏ। ଏହାକୁ ପିଇବା ପାଇଁ ବ୍ୟବସାୟୀଙ୍କଠାରୁ ଆରମ୍ଭ କରି ଲୋକଙ୍କ ଭିଡ ଲାଗିଥାଏ। ଗୋଟିଏ ଚା’ର ମୂଲ୍ୟ ୧୦ଟଙ୍କା ଥିବାବେଳେ ଯାତ୍ରା ଭିଡକୁ ଦୃଷ୍ଟିରେ ରଖି ୧୫ଜଣ କାରିଗର ଏହି ଚା ପ୍ରସ୍ତୁତ କରିଥାନ୍ତି ବୋଲି ବ୍ରଜକିଶୋର ଦେ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

କାଲିଠୁ ପ୍ରଚାର ଆରମ୍ଭ କରିବେ ନବୀନ

ହିଞ୍ଜିଳିକାଟୁ,୨୩।୪(ଦ୍ବିତୀକୃଷ୍ଣ ପଣ୍ଡା): ମୁଖ୍ୟମନ୍ତ୍ରୀ ତଥା ବିଜେଡ଼ି ସୁପ୍ରିମୋ ନବୀନ ପଟ୍ଟନାୟକ ବୁଧବାର ନିଜ ନିର୍ବାଚନ ମଣ୍ଡଳୀ ହିଞ୍ଜିଳିରୁ ନିର୍ବାଚନ ପ୍ରଚାର ଆରମ୍ଭ କରିବେ। ମୁଖ୍ୟମନ୍ତ୍ରୀ ଏହି...

ଚାପ ଖେଳିବେ ମହାପ୍ରଭୁ, ଚନ୍ଦନଯାତ୍ରା ପାଇଁ ପୁରୀରେ ପ୍ରସ୍ତୁତି ଆରମ୍ଭ

ପୁରୀ,୨୩।୪: ଶ୍ରୀକ୍ଷେତ୍ରରେ ଆରମ୍ଭ ହେବାକୁ ଯାଉଛି ମହାପ୍ରଭୁ ଜଗନ୍ନାଥଙ୍କ ବିଶ୍ବପ୍ରସିଦ୍ଧ ଚନ୍ଦନଯାତ୍ରା। ଅକ୍ଷୟ ତୃତୀୟାରେ ଆରମ୍ଭ ହେବାକୁ ଥିବା ଏହି ଯାତ୍ରାରେ ୨୧ ଦିନବ୍ୟାପୀ ନରେନ୍ଦ୍ର...

ନାମାଙ୍କନ ପତ୍ର ଦାଖଲ କଲେ କୋରାପୁଟ ଲୋକ ସଭା ପ୍ରାର୍ଥୀ କୌଶଲ୍ୟା ହିକକା

କୋରାପୁଟ,୨୩।୪(ଅମିତାଭ ବେହେରା): କୋରାପୁଟ ଲୋକସଭା ବିଜେଡି ପ୍ରାର୍ଥୀ କୌଶଲ୍ୟା ହିକକା ମଙ୍ଗଳବାର ନାମାଙ୍କନ ଦାଖଲ କରିଛନ୍ତି। ଜିଲାପାଳ ଭି କୀର୍ତି ଭାସନଙ୍କ ଠାରେ ସେ ନାମାଙ୍କନ...

ନାମାଙ୍କନ ପତ୍ର ଦାଖଲ କଲେ ରଘୁରାମ ପଡାଲ

କୋରାପୁଟ,୨୩।୪(ଅମିତାଭ ବେହେରା): କୋରାପୁଟ ବିଧାନସଭା ଆସନ ନିମନ୍ତେ ବିଜେଡି ପାର୍ଥି ରଘୁରାମ ପଡାଲ ନାମାଙ୍କନ ପତ୍ର ଦାଖଲ କରିଛନ୍ତି। କୋରାପୁଟ ଉପଜିଲାପାଳ ବେଣୁଧର ଶବରଙ୍କୁ ମଙ୍ଗଳବାର...

କାହିଁକି କଟିଲା ସମୀର ଦାଶଙ୍କ ଟିକେଟ୍‌, ରାଜା ସ୍ବାଇଁଙ୍କ ଭିଡିଓ ଭାଇରାଲ

ପୁରୀ,୨୩।୪: ନିମାପଡାରେ ଦିଲ୍ଲୀପ ନାୟକଙ୍କୁ ବିଜେଡି ଟିକେଟ ଦେବା ପରେ ବିଧାୟକ ସମୀର ଦାଶ ସମର୍ଥକଙ୍କ ଭିତରେ ଅସନ୍ତୋଷ ବଢିବାରେ ଲାଗିଛି । ଏହାରି ଭିତରେ...

ଆତଙ୍କ ଖେଳାଇଛି ଗୋଠଛଡ଼ା ଦନ୍ତା, ୩ ଦିନରେ ଭାଙ୍ଗିଲାଣି ୯ ଘର

ପାଟଣା,୨୩।୪(ବୀର କିଶୋର ଦାଶ): କେନ୍ଦୁଝର ଜିଲା ପାଟଣା ରେଞ୍ଜରେ ୩ ଦିନ ହେବ ଏକ ଗୋଠଛଡ଼ା ଦନ୍ତା ଆତଙ୍କ ଖେଳାଇଛି। ୯ରୁ ଉଦ୍ଧର୍‌ବ ଘର ଭାଙ୍ଗି...

ଆଦିଶକ୍ତି ବେଶରେ ଦର୍ଶନ ଦେଲେ ତାରାତାରିଣୀ

ପୁରୁଷୋତ୍ତମପୁର,୨୩/୪(ସିମାଞ୍ଚଳ ମିଶ୍ର): ଗଞ୍ଜାମ ଜିଲ୍ଲାର ପ୍ରସିଦ୍ଧ ଆରାଧ୍ୟ ଇଷ୍ଟଦେବୀ ମା ତାରାତାରିଣୀଙ୍କ ଚୈତ୍ର ମଙ୍ଗଳବାର ଯାତ୍ରାର ଉଦ୍‌ଯାପନ ହୋଇଛି। ମଙ୍ଗଳବାର ସାଙ୍ଗକୁ ପୂର୍ଣ୍ଣିମା ପଡିଥିବାରୁୁ ମା’ଙ୍କ...

ଆଗାମୀ ନିର୍ବାଚନରେ ଡବଲ ଇଞ୍ଜିନ ସରକାର ହେବ ଗଠନ:ସୀତାଂଶୁ

ଭଦ୍ରକ,୨୩।୪(ସନାତନ ରାଉତ)- ସାଧାରଣ ନିର୍ବାଚନ ପାଖେଇ ଆସୁଥିବା ବେଳେ ଭଦ୍ରକ ନିର୍ବାଚନ ମଣ୍ଡଳୀରେ ଭାଜପା ତାର ସ୍ଥିତି ମଜଭୁତ କରୁଛି। ଯୁବ ଚେହରା ସୀତାଂଶୁ ଭାଜପା...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri