ପୁରୀ ଜିଲା ଚିଠି: ଚାପ ନା ଆନ୍ତରିକତା ଅଭାବ

ସୁପ୍ରିମ୍‌କୋର୍ଟରେ ଚାଲିଛି ଶ୍ରୀମନ୍ଦିର ସଂସ୍କାର ମାମଲା। ମୁଖ୍ୟତଃ ଭକ୍ତଙ୍କ ପାଇଁ ଶୃଙ୍ଖଳିତ ଦର୍ଶନ ଏବଂ ଉତ୍ତମ ବ୍ୟବସ୍ଥା ଏହାର ମୁଖ୍ୟ ଲକ୍ଷ୍ୟ ରହିଛି। ପ୍ରାୟ ଦେଢ ବର୍ଷରୁ ଊର୍ଦ୍ଧ୍ୱ ହେବ ଚାଲିଥିବା ଏହି ମାମଲାରେ ବିଭିନ୍ନ ସମୟରେ ରୋଚକ ସ୍ଥିତି ବି ଆସିଛି। ସୁପ୍ରିମ୍‌କୋର୍ଟ ପ୍ରଥମେ ଗୋପାଳ ସୁବ୍ରମଣ୍ୟମ୍‌ଙ୍କୁ ଆମିକସ୍‌ କ୍ୟୁରି ଭାବେ ନିଯୁକ୍ତି ଦେଇଥିଲେ। ସେ ପୁରୀ ଆସି ବିଭିନ୍ନ ପକ୍ଷଙ୍କଠାରୁ ମତାମତ ସଂଗ୍ରହ କରିବା ସହ ଶ୍ରୀମନ୍ଦିରର ବାସ୍ତବ ସ୍ଥିତି ପରଖିଥିଲେ। ହେଲେ ଅଚାନକ ବ୍ୟକ୍ତିଗତ କାରଣ ଦର୍ଶାଇ ସୁବ୍ରମଣ୍ୟମ୍‌ ତାଙ୍କ ପଦରୁ ଓହରିଯିବା ପରେ ସୁପ୍ରିମ୍‌କୋର୍ଟ ରଞ୍ଜିତ କୁମାରଙ୍କୁ ନୂଆ ଆମିକସ୍‌ କ୍ୟୁରି ଭାବେ ନିଯୁକ୍ତି ଦେଇଛନ୍ତି। ସେ ମଧ୍ୟ ପୁରୀ ଆସି ବିଭିନ୍ନ ପକ୍ଷଙ୍କ ସହ ଆଲୋଚନା କରିଛନ୍ତି। ଜଗଦ୍‌ଗୁରୁ ଶଙ୍କରାଚାର୍ଯ୍ୟ, ଗଜପତି ମହାରାଜା, ଶ୍ରୀମନ୍ଦିର ପ୍ରଶାସକ ଏବଂ ଛତିଶା ନିଯୋଗ ମତ ନେଇଛନ୍ତି। ଏହା ମଧ୍ୟରେ ସର୍ବୋଚ୍ଚ ନ୍ୟାୟାଳୟ ଏକାଧିକ ପ୍ରସ୍ତାବ, ମଧ୍ୟବର୍ତ୍ତିକାଳୀନ ରାୟ ଦେଇଛନ୍ତି। ଏଥିରେ ମହାପ୍ରଭୁଙ୍କ ନୀତିକାନ୍ତି, ଭକ୍ତଙ୍କ ପାଇଁ ସୁବିଧା ସୁଯୋଗ, ବାଧାମୁକ୍ତ ଦର୍ଶନ କ୍ଷେତ୍ରରେ ବହୁ ଗୁରୁତ୍ୱପୂର୍ଣ୍ଣ ନିର୍ଦ୍ଦେଶ ଦେଇଛନ୍ତି। ଏହାକୁ କାର୍ଯ୍ୟକାରୀ କରିବା ଲାଗି ରାଜ୍ୟ ସରକାର ଏବଂ ଶ୍ରୀମନ୍ଦିର ପ୍ରଶାସନକୁ କହିଛନ୍ତି। କିନ୍ତୁ କୌଣସି ଗୋଟିଏ ପ୍ରସ୍ତାବ ବା ନିର୍ଦ୍ଦେଶ ଏ ପର୍ଯ୍ୟନ୍ତ ଠିକ୍‌ ଭାବେ କାର୍ଯ୍ୟକାରୀ ହୋଇପାରି ନାହିଁ। ଗତବର୍ଷ ସୁପ୍ରିମ୍‌କୋର୍ଟ ମଧ୍ୟବର୍ତ୍ତିକାଳୀନ ରାୟରେ ୧୨ଟି ପ୍ରସ୍ତାବ ଦେଇଥିଲେ। ଏଥିମଧ୍ୟରୁ ଧାଡ଼ି ଦର୍ଶନ ଥିଲା ଅନ୍ୟତମ। ଏହାକୁ କାର୍ଯ୍ୟକାରୀ କରିବା ଲାଗି ପ୍ରଶାସନ ଉଦ୍ୟମ କରିଥିଲା। ହେଲେ ଏହାକୁ ନେଇ ପୁରୀରେ ଘଟିଲା ଲଙ୍କାକାଣ୍ଡ। ଭଙ୍ଗାରୁଜା, ପୋଡାଜଳାରେ ଥରିଲା ଶ୍ରୀକ୍ଷେତ୍ର। ଶହ ଶହ ସଂଖ୍ୟାରେ ଆନ୍ଦୋଳନକାରୀ ଗିରଫ ହେଲେ। ଏଥିରେ ପ୍ରଶାସନ ଅସଫଳ ହୋଇଥିବାବେଳେ ଅନ୍ୟ ପ୍ରସ୍ତାବଗୁଡ଼ିକ ମଧ୍ୟ ବାଟବଣା ହୋଇଯାଇଛି। କେତେକ ପ୍ରସ୍ତାବ ଅଧାପନ୍ତରିଆ ରହିଥିବାବେଳେ ବଂଶାନୁକ୍ରମିକ ସେବକ ନିଯୁକ୍ତି ପ୍ରଥା ଉଚ୍ଛେଦକୁ ନେଇ ସୁପ୍ରିମ୍‌କୋର୍ଟଙ୍କ ଦ୍ୱାରସ୍ଥ ହୋଇଛନ୍ତି ସେବାୟତ। ସେବକ, କର୍ମଚାରୀଙ୍କୁ ପରିଚୟପତ୍ର ବଣ୍ଟନ ସମ୍ପୂର୍ଣ୍ଣ ହୋଇପାରି ନାହିଁ। ସଂସ୍କାର ମାମଲାର ଚୂଡ଼ାନ୍ତ ରୂପରେଖ କ’ଣ ରହିବ ତାହାକୁ ନେଇ ଭକ୍ତ, ସେବାୟତ ଏବଂ ପ୍ରଶାସନ ଦ୍ୱନ୍ଦ୍ୱରେ ଥିବାବେଳେ ଗତ ୪ ତାରିଖରେ ସର୍ବୋଚ୍ଚ ନ୍ୟାୟାଳୟ ପୁଣି ମଧ୍ୟବର୍ତ୍ତିକାଳୀନ ରାୟ ଦେଇଛନ୍ତି। ଏଥିରେ ୨୨ଟି ନିର୍ଦ୍ଦେଶାବଳୀ ରହିଛି। ତେବେ ପୂର୍ବର ୧୨ଟି ପ୍ରସ୍ତାବ ମଧ୍ୟରୁ ଗୋଟିଏ ବି ଠିକ୍‌ ଭାବେ କାର୍ଯ୍ୟକାରୀ ହୋଇପାରି ନ ଥିବାବେଳେ ଆଉ ୨୨ଟି ନିର୍ଦ୍ଦେଶର ଭାଗ୍ୟ କ’ଣ ହେବ ତାକୁ ନେଇ ଚାଲିଛି ଚର୍ଚ୍ଚା। ସବୁଠୁ ଗୁରୁତ୍ୱପୂର୍ଣ୍ଣ ହେଉଛି ଶ୍ରୀମନ୍ଦିରରେ ସଂସ୍କାର ଆଣିବା ଲାଗି ଏହି ମାମଲା କରାଯାଇଛି। ତେବେ ସୁପ୍ରିମ୍‌କୋର୍ଟଙ୍କ ପ୍ରତିଟି ନିର୍ଦ୍ଦେଶ କାର୍ଯ୍ୟକାରୀ କରିବାକୁ ଅଗ୍ରାଧିକାର ଦିଆଯିବା ଦରକାର। କିନ୍ତୁ ଶ୍ରୀମନ୍ଦିର କ୍ଷେତ୍ରରେ ଏହାର ବ୍ୟତିକ୍ରମ ଦେଖିବାକୁ ମିଳୁଛି। ଦେଢବର୍ଷରୁ ଊର୍ଦ୍ଧ୍ୱ ହେବ ମାମଲା ଚାଲିଛି, କିନ୍ତୁ ଏ ପର୍ଯ୍ୟନ୍ତ ବ୍ୟବସ୍ଥାରେ ସେମିତି କୌଣସି ବଡ଼ଧରଣର ପରିବର୍ତ୍ତନ ଆସିପାରିଲା ନାହିଁ। ତେବେ କ’ଣ ପାଇଁ ସୁପ୍ରିମ୍‌କୋର୍ଟଙ୍କ ନିର୍ଦ୍ଦେଶ କାର୍ଯ୍ୟକାରୀ ହୋଇପାରୁ ନାହିଁ ତାକୁ ନେଇ ଭକ୍ତଙ୍କ ମହଲରେ ଅସନ୍ତୋଷ ବି ରହିଛି। ସଂସ୍କାର ଆସିଲେ ଶ୍ରୀମନ୍ଦିର ନୀତିକାନ୍ତିଠାରୁ ଦର୍ଶନ ସବୁକିଛି ବ୍ୟବସ୍ଥିତ ହୋଇପାରିବ। ଦୂରଦୂରାନ୍ତରୁ ଆସୁଥିବା ଶ୍ରଦ୍ଧାଳୁ ସୁଖଦ ଅନୁଭୂତି ସାଉଣ୍ଟି ଫେରିବେ। ତେବେ ନିର୍ଦ୍ଦେଶ କାର୍ଯ୍ୟକାରୀ ନ ହେବା ପଛରେ ଚାପ ନା ଆନ୍ତରିକତାର ଅଭାବ, ତାକୁ ନେଇ ସନ୍ଦେହରେ ରହିଛନ୍ତି ଭକ୍ତ।

 

– ହେମନ୍ତ ନାୟକ


Enter your email to get our daily news in your inbox.

All Right Reserved By Dharitri.Com

କେନ୍ଦୁଝର ବଳଦେବଜୀଉ ମନ୍ଦିର ହୁଣ୍ଡି ଟେକିନେଲେ ଦୁର୍ବୃତ୍ତ

କେନ୍ଦୁଝର,୨୯ା୩: କେନ୍ଦୁଝରର ଆରାଧ୍ୟ ଦେବତା ପ୍ରଭୁ ବଳଦେବଜୀଉଙ୍କ ମନ୍ଦିର ହୁଣ୍ଡିରୁ ଚୋରି ଅଭିଯୋଗ ଆସିଛି। ଗୁରୁବାର ମଧ୍ୟରାତ୍ରରେ ହୁଣ୍ଡି ଭାଙ୍ଗି ସେଥିରେ ଥିବା ଟଙ୍କା ଏବଂ...

ଭାଜପାରେ ଯୋଗ ଦେଲେ ଭର୍ତ୍ତୃହରି, ଇସ୍ତଫା ଦେଲେ ଜିଲା ସଭାପତି ପ୍ରକାଶ ବେହେରା

କଟକ,୨୯।୩: ସାଧାରଣ ନିର୍ବାଚନ ଆଗରୁ କଟକ ରାଜନୀତିରେ ଜାରି ରହିଛି ଦଳ ବଦଳ ପର୍ବ। ଅରିନ୍ଦମ ରାୟଙ୍କ ପଛେ ପଛେ ଏମପି ଭର୍ତ୍ତୃହରି ମହତାବ ଗୁରୁବାର...

ବିଧାନସଭା ନିର୍ବାଚନକୁ ଫେରିପାରନ୍ତି ମହେଶ

ଅନୁଗୋଳ,୨୯ା୩ (ଅମିତ କୁମାର ସାମଲ): ଢେଙ୍କାନାଳ ସଂସଦୀୟ କ୍ଷେତ୍ର ପାଇଁ ବିଜେଡି ଡା. ଅବିନାଶ ସାମଲଙ୍କ ନାମ ଘୋଷଣା କରିବା ପରେ ଅନୁଗୋଳ ଜିଲାର ପୁରୁଖା...

ପ୍ରାର୍ଥୀ ଘୋଷଣା ନେଇ ବିଜେଡିରେ ହୋଇପାରୁନି ନିଷ୍ପତ୍ତି

ଢେଙ୍କାନାଳ,୨୯ା୩(ରତନ ନାୟାର): ଢେଙ୍କାନାଳ ଲୋକ ସଭା କ୍ଷେତ୍ର ଅଧୀନରେ ଆସୁଥିବା ଢେଙ୍କାନାଳ ଓ ଅନୁଗୋଳ ଜିଲାର ୭ ବିଧାନସଭା ନିର୍ବାଚନମଣ୍ଡଳୀରୁ ଢେଙ୍କାନାଳ ଜିଲାରେ ରହିଛି ୪ଟି...

ବିଧାୟକ ପ୍ରତାପ ଜେନାଙ୍କ ଅନ୍ତରୀଣ ସୁରକ୍ଷା ବଳବତ୍ତର

କଟକ,୨୯ା୩ (କାର୍ତ୍ତିକ ସାହୁ):ମାହାଙ୍ଗା ଡବଲ ମର୍ଡର ମାମଲାରେ ବିଧାୟକ ପ୍ରତାପ ଜେନାଙ୍କ ଅନ୍ତରୀଣ ସୁରକ୍ଷାକୁ ହାଇକୋର୍ଟ ବଳବତ୍ତର ରଖିଛନ୍ତି। ନିମ୍ନକୋର୍ଟଙ୍କ ନିର୍ଦ୍ଦେଶ ବିରୋଧରେ ବିଧାୟକ ଜେନା...

ସବୁଜ ବନାନୀ ନଷ୍ଟ କରୁଛି ପୋଡୁଚାଷ

କେନ୍ଦୁଝର,୨୯ା୩ (ନରେଶ ଚନ୍ଦ୍ର ପଟ୍ଟନାୟକ): କେନ୍ଦୁଝର ବନଖଣ୍ଡ ଭୂୟାଁ ଜୁଆଙ୍ଗ ପିଢ଼, ତେଲକୋଇ ରେଞ୍ଜ ଅଧୀନ ବିଭିନ୍ନ ସ୍ଥାନରେ ପୋଡୁଚାଷ ପାଇଁ ବ୍ୟାପକ ଜଙ୍ଗଲ ନଷ୍ଟ...

ପୋଲିସକୁ ଦେଖି ପଳାଉଥିବା ବାଇକ୍‌ ଚାଳକଙ୍କ ମୃତ୍ୟୁ

ଦାରିଙ୍ଗବାଡି, ୨୯ା୩ (ଅରୁଣ ସାହୁ ):କନ୍ଧମାଳ ଜିଲା କ. ନୂଆଗାଁ ପୋଲିସ ଏକ ଗଞ୍ଜେଇ ବୋଝେଇ କାର (ନଂ. ଓଡି ୩୩ଏଇ ୩୪୪୩ )କୁ ଧରିବା...

କଳାପାଟ-ବଡ଼ମୂଳ ରାସ୍ତା କାମ ଅଧାପନ୍ତରିଆ

ଗଣିଆ,୨୯ା୩(ସନ୍ତୋଷ କୁମାର ପ୍ରଧାନ): ନୟାଗଡ଼ ଜିଲା ଗଣିଆ-କୁତୁରୀ ପୂର୍ତ୍ତ ବିଭାଗ ରାସ୍ତାକୁ ଅକ୍ତିଆର କରିଛି ଗ୍ରାମ୍ୟ ଉନ୍ନୟନ ବିଭାଗ। ଏହି ରାସ୍ତାର ଗଣିଆଠାରୁ ବଡ଼ମୂଳ ପର୍ଯ୍ୟନ୍ତ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri