ଆମ ଜିଲା ଖବର

ବାଘୁଆ ଜଳଭଣ୍ଡାରର ୪ ଗେଟ୍‌ ଖୋଲିଲା

ବୁଗୁଡ଼ା,୨୫ା୧୦(ଡି.ଏନ୍‌.ଏ.)- ବୁଗୁଡା ବ୍ଲକ ଅନ୍ତର୍ଗତ ମତାଝରି ନିକଟସ୍ଥ ବାଘୁଆ ଜଳଭଣ୍ଡାରରୁ ବନ୍ୟାଜଳ ନିଷ୍କାସନ ପାଇଁ ଗୁରୁବାର ସକାଳୁ ୪ ଗେଟ ଖୋଲାଯାଇଛି। ଜଳପତ୍ତନ ବଢୁଥିବାରୁ ଜଳଭଣ୍ଡାରର ସୁରକ୍ଷା ପାଇଁ ଏପରି ପଦକ୍ଷେପ ନିଆଯାଇଛି ବୋଲି ସହ ନିର୍ବାହୀ ଯନ୍ତ୍ରୀ ବିଷ୍ଣୁଚରଣ ସାହୁ…

ବିପଦ ସଙ୍କେତ ନିକଟତର ୩ ନଦୀ

ଛତ୍ରପୁର,୨୫ା୧୦(ଡି.ଏନ.ଏ)- ଲଘୁଚାପ ପ୍ରଭାବରେ ଗଞ୍ଜାମ ଜିଲାରେ ଗତ ୩ ଦିନ ହେଲା ବର୍ଷା ଲାଗିରହିଛି। ବିଭିନ୍ନ ସ୍ଥାନରେ ପାଣି ଜମିଛି। ୨୪ ଘଣ୍ଟା ମଧ୍ୟରେ ଜିଲାରେ ୧୨୫.୧୯ ମିଲିମିଟର ବର୍ଷା ହୋଇଥିବା ରେକର୍ଡ କରାଯାଇଛି। ବିଭନ୍ନ ନଦୀର ଜଳସ୍ତର ବିପଦସଙ୍କେତ ନିକଟତର…

ଭାଙ୍ଗିଦେଇ ଭୁଲିଗଲା ବିଏମ୍‌ସି

ବ୍ରହ୍ମପୁର ଅଫିସ୍‌,୨୫ା୧୦- ବ୍ରହ୍ମପୁର ମହାନଗର ନିଗମର ତ୍ରୁଟିପୂର୍ଣ୍ଣ କାର୍ଯ୍ୟ ଯୋଗୁ ସହରବାସୀ କେମିତି ହନ୍ତସନ୍ତ ହେଉଛନ୍ତି, ତାର ଏକ ଉଦାହରଣ ଗୁରୁବାର ଦେଖିବାକୁ ମିଳିଛି। ଜଗବନ୍ଧୁ ସାହିରେ ରାସ୍ତା କଡ଼ରୁ ଜବରଦଖଲ ହଟିଲା। ହେଲେ ଆବର୍ଜନା ସଫା କରାଗଲା ନାହିଁ। ଦୁଇ…

ବର୍ଷା ବିତ୍ପାତ: ବ୍ରହ୍ମପୁର ଜଳମଗ୍ନ

ବ୍ରହ୍ମପୁର ଅଫିସ,୨୫ା୧୦- ପଶ୍ଚିମ-କେନ୍ଦ୍ରୀୟ ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଲଘୁଚାପ ପ୍ରଭାବରେ ବୁଧବାରରୁ ଗଞ୍ଜାମ ଜିଲାରେ ବର୍ଷା ଜାରି ରହିଛି ା ଗୋପାଳପୁର ପାଣିପାଗ କେନ୍ଦ୍ର ପକ୍ଷରୁ ମିଳିଥିବା ସୂଚନା ପ୍ରକାରେ ଗୁରୁବାର ସକାଳ ୮.୩୦ ସୁଦ୍ଧା ଗଞ୍ଜାମ ଜିଲାରେ ୧୦୪.୨ ମିଲିମିଟର…

ନଦୀ ନ ବଢି ପୋଲ ଉପରେ ପାଣି: ଯାତାୟାତରେ ଲୋକେ ହଇରାଣ

ଯୋଡ଼ା, ୨୫।୧୦(ଡି.ଏନ.ଏ.)-କେନ୍ଦୁଝର ଜିଲା ଯୋଡା ସହରକୁ ଦୁଇ ପାର୍ଶ୍ୱରେ ବିଭକ୍ତ କରୁଥିବା ତଥା ରାଜ୍ୟ ରାଜପଥ ନଂ ୨ରେ ଥିବା ସୁନା ନଦୀ ପୋଲ ଉପରେ କୃତ୍ରିମ ବନ୍ୟା ସୃଷ୍ଟି ହୋଇ ପୋଲ ଉପରେ ପାଣି ଜମା ହୋଇ ରହିଛି ା…

ଲଗାଣ ବର୍ଷାରେ ଘର କାନ୍ଥ ଭୁଶୁଡ଼ିଲା: ସ୍ବାମୀ ମୃତ; ସ୍ତ୍ରୀ,ଜ୍ୱାଇଁ ଗୁରୁତର

କେନ୍ଦୁଝର/ଢେଙ୍କିକୋଟ, ୨୫ା୧୦(ଡି.ଏନ.ଏ./ସ୍ବ.ପ୍ର.)-କେନ୍ଦୁଝର ଜିଲା ହରିଚନ୍ଦନପୁର ବ୍ଲକ ମିଶ୍ରମାଳରେ ଲଗାଣବର୍ଷା ଯୋଗୁ ଘରର କାନ୍ଥ ଭୁଶୁଡ଼ି ପଡିବାରୁ ସେଥିରେ ଚାପି ହୋଇ ଜଣଙ୍କ ମୃତ୍ୟୁ ଘଟିଛି ା ମୃତକଙ୍କ ସ୍ତ୍ରୀ ଓ ଜ୍ୱାଇଁ ଆହତ ହୋଇଛନ୍ତି ା ଉଭୟଙ୍କୁ କେନ୍ଦୁଝର ଜିଲା ମୁଖ୍ୟ…

ଲଗାଣ ବର୍ଷାରେ ସ୍ଥିତି ବେହାଲ: ଖାଲୁଆ ଅଞ୍ଚଳ ଜଳମଗ୍ନ

ଭଦ୍ରକ ଅଫିସ, ୨୫।୧୦ – ଦୀପାବଳି ପୂର୍ବରୁ ଲଘୁଚାପଜନିତ ବର୍ଷାରେ ଭଦ୍ରକ ସହର ଅବସ୍ଥା ବେହାଲ ହୋଇଛି। ସହରର ଖାଲୁଆ ଅଞ୍ଚଳରେ ପାଣି ଜମିରହି ସ୍ଥିତି ସଙ୍ଗିନ କରିଛି। ବର୍ଷା ବୁଧବାରଠାରୁ ଆରମ୍ଭ ହୋଇ ଗୁରୁବାର ଦିନତମାମ ଲାଗିରହିଥିଲା। ଦୁଇଦିନର ଏହି…

ବଢ଼ୁଛି ଫ୍ୟାନ୍‌ସି ଦୀପର ଚାହିଦା: ସଙ୍କଟରେ କୁମ୍ଭକାରଙ୍କ ବେଉସା

ଭଦ୍ରକ ଅଫିସ, ୨୫ା୧୦- ଦୀପାବଳିିରେ ମାଟି ଦୀପର ଚାହିଦା ନିଆରା। ଲୋକେ ବିଭିନ୍ନ ରଙ୍ଗବେରଙ୍ଗ ଦୀପ କିଣି ଘର ଆଗରେ ଏହାକୁ ଜଳାଇ ଉତ୍ସବ ମନାଇଥାନ୍ତି। ବର୍ତ୍ତମାନ ଗ୍ରାହକଙ୍କୁ ଆକୃଷ୍ଟ କରିବା ଲାଗି ହାଟବଜାରରେ ବିଭିନ୍ନ ଡିଜାଇନ ଓ ରଙ୍ଗର ଫ୍ୟାନ୍‌ସି…

କର୍ମଚାରୀଙ୍କୁ ଦରମା ନ ଦେବା ଅଭିଯୋଗ: ସଫେଇ ସଂସ୍ଥା ମୁଖ୍ୟ ଗିରଫ

ବାରିପଦା ଅଫିସ, ୨୫ା୧୦- ମୟୂରଭଞ୍ଜ ଜିଲା ବାରିପଦାସ୍ଥିତ ପଣ୍ଡିିତ ରଘୁନାଥ ମୁର୍ମୁ ମେଡିକାଲ କଲେଜରେ ଦୀର୍ଘ ଦିନ ହେବ ସଫେଇ କର୍ମଚାରୀଙ୍କୁ ଦରମା ପ୍ରଦାନ କରାଯାଉ ନ ଥିବା ଅଭିଯୋଗ ହୋଇଆସୁଛି। ଏଥିନେଇ ବିଭିନ୍ନ ସମୟରେ ସଫେଇ କର୍ମଚାରୀମାନେ କାର୍ଯ୍ୟବନ୍ଦ ଆନ୍ଦୋଳନ…

ଅବିଶ୍ରାନ୍ତ ବର୍ଷା, ଅଶାନ୍ତ ସମୁଦ୍ର

ଭୋଗରାଇ, ୨୫।୧୦(ଡି.ଏନ.ଏ.)-ଲଘୁଚାପ ପ୍ରଭାବରେ ଭୋଗରାଇ ସମେତ ଆଖପାଖ ଅଞ୍ଚଳରେ ବୁଧବାରଠାରୁ ଅବିଶ୍ରାନ୍ତ ବର୍ଷା ଲାଗିରହିଛି। ତୁହାକୁ ତୁହା ବର୍ଷା ହେବା ଯୋଗୁ ଜନଜୀବନ ଅସ୍ତବ୍ୟସ୍ତ ହୋଇପଡ଼ିଛି। ଗୁରୁବାର ସାରାଦିନ ବର୍ଷା ପ୍ରକୋପରେ ଦୂରଦୂରାନ୍ତକୁ ଯାଉଥିବା ଯାତ୍ରୀବାହୀ ବସ୍‌, ଅଟୋଗୁଡ଼ିକରେ ଯାତ୍ରୀ ସଂଖ୍ୟା…

ଶିକ୍ଷକ ଅଭାବ ନେଇ ତାଲା ପକାଇଲେ ଗ୍ରାମବାସୀ: ବର୍ଷାରେ ଭିଜି ପ୍ରତିବାଦ କଲେ

ବାହାନଗା, ୨୫ା୧୦(ଡି.ଏନ.ଏ.)-ବାଲେଶ୍ୱର ଜିଲା ବାହାନଗା ପଞ୍ଚାୟତ ଇଚ୍ଛାପୁର ଗ୍ରାମରେ ଥିବା ୟୁଜିୟୁପି ବିଦ୍ୟାଳୟରେ ଶିକ୍ଷକ ଅଭାବ ନେଇ ଗ୍ରାମବାସୀ ଓ ପରିଚାଳନା କମିଟି ସଦସ୍ୟାସଦସ୍ୟମାନେ ଗୁରୁବାର ଫାଟକରେ ତାଲା ପକାଇ ପ୍ରତିବାଦ କରିଛନ୍ତି। ଲଘୁଚାପଜନିତ ବର୍ଷା ଲାଗି ରହିଥିଲେ ମଧ୍ୟ ପରିଚାଳନା…

ନିଶା ନିବାରଣ ଲାଗି ଅଣ୍ଟା ଭିଡିଲେ ଛାତ୍ରୀଛାତ୍ର

ଖଇରା, ୨୫।୧୦(ଡି.ଏନ.ଏ.)-ବାଲେଶ୍ୱର ଜିଲା ଅଧୀନ ଖଇରା ଥାନା ଅଞ୍ଚଳରେ ବିଭିନ୍ନ ସମୟରେ ଦୁର୍ଘଟଣାମାନ ଘଟି ଚାଲିଛି। କେଉଁଠି ବହୁ ମୂଲ୍ୟ ଜୀବନ ଚାଲି ଯାଉଛି ତ ଆଉ କେଉଁଠି ଲୁଟ୍‌, ଛିନ୍‌ତାଇ ଯୋଗୁ ମହିଳାମାନେ ନିଜକୁ ଅସୁରକ୍ଷିତ ମଣୁଛନ୍ତି। ଏହାବ୍ୟତୀତ ନାବାଳିକାଙ୍କୁ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?