ବିନା ଟୋକନରେ ହେଲା ଧାନକିଣା

ସମ୍ବଲପୁର(ବ୍ୟୁରୋ)/ବରଗଡ଼ ଅଫିସ,୨୨-୧୧:ବରଗଡ଼ ଓ ସମ୍ବଲପୁର ଜିଲାରେ ଚାଷୀ ଆନ୍ଦୋଳନ ପରେ ବଦଳିଛି ନିୟମ। ସମ୍ବଲପୁରରେ ବିନା ଟୋକନରେ ଆରମ୍ଭ ହୋଇଛି ଧାନ କିଣା। ବରଗଡ଼ରେ ବି ଖୋଦ୍‌ ଜିଲାପାଳ ଏ ନେଇ ପ୍ରତିଶ୍ରୁତି ଦେବା ପରେ ଚାଷୀ ଆନ୍ଦୋଳନ ପ୍ରତ୍ୟାହୃତ ହୋଇଛି। ଗୁରୁବାର ଅପରାହ୍ନରେ ସମ୍ବଲପୁରରେ ଚଳିତ ବର୍ଷର ପ୍ରଥମ ଧାନ ସଂଗ୍ରହ ଆରମ୍ଭ ହୋଇଛି।
ସମ୍ବଲପୁରର ଚାଷୀମାନେ ୪ ଘଣ୍ଟା ଧରି ଜାତୀୟ ରାଜପଥ ଅବରୋଧ କରିଥିଲେ। ଧାନ କିଣାକୁ ନେଇ ରାଜ୍ୟ ସରକାର ଆରମ୍ଭ କରିଥିବା ଟୋକନ ବ୍ୟବସ୍ଥାକୁ ସେମାନେ ଉଚ୍ଛେଦ କରିବାକୁ ଦାବି କରିଥିଲେ। ଶେଷରେ ସମାଧାନ ବାଟ ଫିିଟିଛି। ଗ୍ରାମ୍ୟ ଉନ୍ନୟନ ମନ୍ତ୍ରୀ ସୁଶାନ୍ତ ସିଂ, ସରକାରଙ୍କ ଉପ ମୁଖ୍ୟସଚେତକ ବିଧାୟକ ରୋହିତ ପୂଜାରୀ ଚାଷୀଙ୍କ ସହ ଏ ନେଇ ତୁହାକୁ ତୁହା ଆଲୋଚନା କରିଥିଲେ। ଚାଷୀମାନଙ୍କ ସମସ୍ତ ଦାବି ପୂରଣ ହେବ ବୋଲି ପ୍ରତିଶ୍ରୁତି ଦେଇଥିଲେ। ହେଲେ ଚାଷୀମାନେ ବିନା ଟୋକନରେ ଧାନ ବିକିଲା ପରେ ଯାଇ ରାସ୍ତା ଅବରୋଧ ହଟିବ ବୋଲି ଜିଦ୍‌ ଧରିଥିଲେ। ପରେ ବରେଇପାଲି ମାର୍କେଟରେ ୭ ଜଣ ଚାଷୀଙ୍କ ୧୫୦୪ ପକେଟ ଧାନ ଯୋଗାଣ ବିଭାଗ ପକ୍ଷରୁ କିଣା ଯାଇଥିଲା। ସେମାନଙ୍କ ମଧ୍ୟରୁ ୩ ଜଣ ଚାଷୀଙ୍କ ପାଖରେ ଟୋକନ ନ ଥିଲା। ତୁରନ୍ତ ସେମାନଙ୍କୁ ଟୋକନ ଦିଆଯାଇଥିଲା। ପରେ ଚାଷୀମାନେ ରାସ୍ତା ଅବରୋଧର ହଟିଥିଲା।
ସେହିପରି ପୂର୍ବାହ୍ନ ପ୍ରାୟ ସାଢ଼େ ୮ଟାରୁ ବରଗଡ଼ ଜିଲାର ଚାଷୀମାନେ ଅତାବିରା ବ୍ଲକ ଅନ୍ତର୍ଗତ ଗୋଡ଼ଭଗା ସମଲେଶ୍ୱରୀ ମନ୍ଦିର ସମ୍ମୁଖ ୫୩ ନମ୍ବର ଜାତୀୟ ରାଜପଥକୁ ଧାନବସ୍ତା ରଖି ଅବରୋଧ କରିଥିଲେ। ଫଳରେ ରାଜପଥର ଉଭୟ ପାର୍ଶ୍ୱରେ ବହୁସଂଖ୍ୟକ ଯାନବାହନ ଅଟକି  ରହିଥିବାବେଳେ ବରଗଡ଼-ସମ୍ବଲପୁର ରାସ୍ତାରେ ଯାତାୟାତ ବନ୍ଦ ହୋଇଯାଇଥିଲା।
ଜିଲାପାଳ ଜ୍ୟୋତିରଞ୍ଜନ ପ୍ରଧାନ, ଜିଲା ଯୋଜନା କମିଟି ଅଧ୍ୟକ୍ଷ ତଥା ବରଗଡ଼ ବିଧାୟକ ଦେବେଶ ଆଚାର୍ଯ୍ୟ, ଗ୍ରାମ୍ୟ ଉନ୍ନୟନ ମନ୍ତ୍ରୀ ସୁଶାନ୍ତ ସିଂ ପ୍ରମୁଖ ଚାଷୀଙ୍କ ସହିତ ଆଲୋଚନା କରିଥିଲେ। ବିନା ଟୋକନରେ ମଣ୍ଡିକୁ ଯେତେ ପରିମାଣରେ ଧାନ ଆସିଲେ ମଧ୍ୟ ତାକୁ କିଣାଯିବ ବୋଲି ଜିଲାପାଳ ପ୍ରଧାନ କହିଥିଲେ। ହେଲେ ଟୋକନ ବ୍ୟବସ୍ଥା ସମ୍ପୂର୍ଣ୍ଣ ଉଚ୍ଛେଦ ନେଇ ଲିଖିତ ପ୍ରତିଶ୍ରୁତି ଦେବାକୁ ଚାଷୀମାନେ ଅଡ଼ି ବସିଥିଲେ। ପରେ ମନ୍ତ୍ରୀ ସିଂ, ଜିଲା ଯୋଜନା କମିଟି ଅଧ୍ୟକ୍ଷ ଆଚାର୍ଯ୍ୟ, ଜିଲାପାଳ ପ୍ରଧାନ ସେଠାକୁ ପହଞ୍ଚି ପୁଣି ଚାଷୀଙ୍କ ସହିତ ଆଲୋଚନା କରିଥିଲେ। ବିନା ଟୋକନରେ ଧାନ କିଣାବିକା ହେବ ଏବଂ ମଣ୍ଡିରେ ପଡ଼ିଥିବା ଧାନକୁ ଅଗ୍ରାଧିକାର ଭିତ୍ତିରେ କିଣାଯିବ ବୋଲି ସେମାନେ ମୌଖିକ ପ୍ରତିଶ୍ରୁତି ଦେଇଥିଲେ। ସେହିପରି ରାଜପଥ ଉପରେ ପଡ଼ିଥିବା ଧାନ ଉଠାଣ ହେବ ବୋଲି ସେମାନେ କହିଥିଲେ। ଏହାପରେ ଆନ୍ଦୋଳନରତ ଚାଷୀମାନେ ରାତି ପ୍ରାୟ ସାଢ଼େ ୭ଟାରେ ଆନ୍ଦୋଳନରୁ ଓହରିଥିଲେ ଏବଂ ରାଜପଥ ଉପରେ ପଡ଼ିଥିବା ଧାନ ଉଠାଣ ହୋଇଥିଲା।


Enter your email to get our daily news in your inbox.

All Right Reserved By Dharitri.Com

ନୋଟାରୀ ପବ୍ଲିକ ନିଯୁକ୍ତ ହେଲେ ଦିଗପହଣ୍ଡିର ଓକିଲ ମନୋରଞ୍ଜନ: ଛୁଟୁଛି ଶୁଭେଚ୍ଛାର ସୁଅ

ଦିଗପହଣ୍ଡି,୨।୧୧(ଅଶେଷ ନାଥ ମିଶ୍ର): ଭାରତ ସରକାରଙ୍କ ଆଇନ ଓ ନ୍ୟାୟ ମନ୍ତ୍ରାଳୟ ପକ୍ଷରୁ ଦିଗପହଣ୍ଡି ଖେମୁଣ୍ଡି ଓକିଲ ସଂଘର ସଦସ୍ୟ ମନୋରଞ୍ଜନ ପଣ୍ଡାଙ୍କୁ କେନ୍ଦ୍ରୀୟ ନୋଟାରୀ ପବ୍ଲିକ…

୧୦ ଦଫା ଦାବି ନେଇ ସିପିଆଇ ପକ୍ଷରୁ ସ୍ମାରକପତ୍ର ପ୍ରଦାନ

ଦିଗପହଣ୍ଡି,୨।୧୧(ଅଶେଷ ନାଥ ମିଶ୍ର) ବାତ୍ୟା ଅର୍ଣ୍ଣବ ଏବଂ ପରବର୍ତ୍ତୀ ବନ୍ୟାରେ ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକର ପ୍ରାୟ ସମସ୍ତ ଗ୍ରାମରେ ବ୍ୟାପକ ଫସଲ ନଷ୍ଟ ହୋଇଥିବା ନେଇ…

ଗଞ୍ଜାମ ପୋଲିସର ମାନବିକତା: ବନ୍ୟା ବିପନ୍ନ ୨ ହଜାର ଲୋକଙ୍କୁ ରନ୍ଧା ଖାଦ୍ୟ ବଣ୍ଟନ

ଗଞ୍ଜାମ, ୨।୧୧ (ବିଦ୍ୟାଧର ସାହୁ):ବାତ୍ୟା ‘ଅର୍ଣ୍ଣବ’ର ପ୍ରଭାବରେ ଗଞ୍ଜାମ ଜିଲାରେ ବ୍ୟାପକ କ୍ଷୟକ୍ଷତି ଘଟିଥିବା ବେଳେ ଜନଜୀବନ ଅସ୍ତବ୍ୟସ୍ତ ହୋଇପଡ଼ିଛି। ବିଶେଷ କରି ଗଞ୍ଜାମ ବ୍ଲକ ଅନ୍ତର୍ଗତ…

ପ୍ରଦୂଷଣରେ ଅଣନିଃଶ୍ୱାସୀ ଦିଲ୍ଲୀ, GRAP-2 କଟକଣା ଲାଗୁ; ଜାଣନ୍ତୁ କ’ଣ ରହିବ ବନ୍ଦ

ନୂଆଦିଲ୍ଲୀ, ୨।୧୧: ଦିଲ୍ଲୀ-NCRରେ ଲଗାତାର ବଢ଼ୁଥିବା ବାୟୁ ପ୍ରଦୂଷଣକୁ ଦୃଷ୍ଟିରେ ରଖି ବାୟୁ ଗୁଣବତ୍ତା ପରିଚାଳନା ଆୟୋଗ (CAQM) ପକ୍ଷରୁ ବଡ଼ ପଦକ୍ଷେପ ନିଆଯାଇଛି। ୨ ନଭେମ୍ବର…

‘ଅର୍ଣ୍ଣବ’ ଉଜାଡ଼ିଥିଲା ଫସଲ, ଏବେ ‘ମୁରାସୁ’କୁ ନେଇ ଚିନ୍ତାରେ ଉଦ୍ୟାନ କୃଷକ

ଦାରିଙ୍ଗବାଡ଼ି, ୨।୧୧ (ଅରୁଣ ସାହୁ): ବାତ୍ୟା ‘ଅର୍ଣ୍ଣବ’ ଆଣିଥିଲା ଦୁଃଖ। ଏବେ ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ବାତ୍ୟା ‘ମୁରାସୁ’କୁ ନେଇ ଆତଙ୍କିତ ହୋଇପଡ଼ିଛନ୍ତି ଦାରିଙ୍ଗବାଡ଼ି ଅଞ୍ଚଳର ଉଦ୍ୟାନ…

ଭାରତ ବିପକ୍ଷ ସିରିଜ ପୂର୍ବରୁ ନ୍ୟୁଜିଲାଣ୍ଡ ଟିମ୍‌ରେ ବଡ଼ ହଲଚଲ: ଦଳରୁ ବାଦ୍‌ ପଡ଼ିଲେ ଦୁଇ ଷ୍ଟାର୍‌ ଖେଳାଳି

ନୂଆଦିଲ୍ଲୀ, ୨।୧୧: ଭାରତ ବିପକ୍ଷ ୫ ମ୍ୟାଚ ବିଶିଷ୍ଟ ଦିନିକିଆ ସିରିଜ ଆରମ୍ଭ ହେବା ପୂର୍ବରୁ ନ୍ୟୁଜିଲାଣ୍ଡକୁ ଲାଗିଛି ଦୁଇଟି ବଡ଼ ଝଟ୍‌କା। ଦଳର ଷ୍ଟାର ବ୍ୟାଟର୍‌…

ବଡ଼ଟୁବି ନଦୀ ଉପରେ ସେତୁ ନିର୍ମାଣ ଦାବି: ରାଷ୍ଟ୍ରପତିଙ୍କ ହସ୍ତକ୍ଷେପ ଲୋଡ଼ିଲେ ଗ୍ରାମବାସୀ

ମହାକାଳପଡ଼ା,୨।୧୧(ପ୍ରତାପ ଚନ୍ଦ୍ର ସ୍ବାଇଁ):କେନ୍ଦ୍ରାପଡ଼ା ଜିଲା ମହାକାଳପଡ଼ା ବ୍ଲକ୍‌ର ନଦୀନାଳ ଘେରା ବତୀଘର ଦ୍ୱୀପାଞ୍ଚଳକୁ ସେତୁ ନିର୍ମାଣ ଦାବି ନେଇ ଦୀର୍ଘ ବର୍ଷ ଧରି ଅପେକ୍ଷା କରି ରହିଛନ୍ତି…

କଲେଜ ଛାତ୍ରୀ ହତ୍ୟା ମାମଲା: ସିନ ରିକ୍ରିଏସନବେଳେ ପୋଲିସ ଗାଡ଼ି ଉପରେ ଆକ୍ରମଣ

ମାର୍ଶାଘାଇ,୨।୧୧ (ଶୁଭେନ୍ଦୁ ପ୍ରସାଦ ଚୌଧୁରୀ): କେନ୍ଦ୍ରାପଡ଼ା ଜିଲା ମାର୍ଶାଘାଇ ଥାନା ଅନ୍ତର୍ଗତ ଯଦୁପୁର (ବନ୍ଧସାହି) ଗ୍ରାମରେ ଗତ ୩୧ ତାରିଖ ରାତିରେ ଜଣେ କଲେଜ ଛାତ୍ରୀଙ୍କୁ ଗଳାକାଟି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?