ବ୍ରହ୍ମପୁର ଅଫିସ୍,୨୨|୧୧- ଗଞ୍ଜାମ ଜିଲରେ ଶିକ୍ଷକ ନିଯୁକ୍ତି ସମୟରେ ଜାଲ ସାର୍ଟିଫିକେଟ୍ ଦେଇ ଚାକିରି କରିଥିବାରୁ ବର୍ତ୍ତମାନ ଅଡ଼ୁଆ ବଢ଼ିବାରେ ଲାଗିଛି। ପ୍ରତିଦିନ କେହି ନା କେହି ଧରାପଡ଼ୁଛନ୍ତି। ଅନ୍ୟପଟେ ଶିକ୍ଷା ବିଭାଗ ନିକଟରେ ଜାଲ୍ ସାର୍ଟିଫିକେଟ୍ଧାରୀ ଶିକ୍ଷକଙ୍କ ବିରୋଧରେ ଅଭିଯୋଗ ମଧ୍ୟ ବଢ଼ିବାରେ ଲାଗିଛି। ଏଯାଏ ୭୦ରୁ ଅଧିକ ଶିକ୍ଷୟିତ୍ରୀ ଶିକ୍ଷକଙ୍କ ବିରୋଧରେ ଅଭିଯୋଗ ହୋଇସାରିଲାଣି। ତେବେ କାର୍ଯ୍ୟାନୁଷ୍ଠାନ ଭୟରେ ନିୟମିତ ଇସ୍ତଫା ଦେଉଥିବା ଶିକ୍ଷୟିତ୍ରୀ ଶିକ୍ଷକଙ୍କ ସଂଖ୍ୟା ମଧ୍ୟ ବଢ଼ୁଛି। କିନ୍ତୁ ଚାକିରି ଛାଡ଼ିଲେ ମଧ୍ୟ ସେମାନ ବିରୋଧରେ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ଜିଲାପାଳ ବିଜୟ ଅମୃତା କୁଲାଙ୍ଗେ ଚେତାବନୀ ଦେଇଛନ୍ତି।
ଶିକ୍ଷା ବିଭାଗ ନିକଟରେ ବିଭିନ୍ନ ସଂଗଠନ ପକ୍ଷରୁ ଜାଲ ସାର୍ଟିଫିକେଟ୍ଧାରୀ ଶିକ୍ଷକଙ୍କ ତାଲିକା ଦାଖଲ ହୋଇଛି। ନାଗରିକ ସୁରକ୍ଷା ଓ ଅଧିକାର ମଞ୍ଚ ଏବଂ ଅଲ୍ ଇଣ୍ଡିଆ ଫରୱାର୍ଡ଼ ବ୍ଲକ ପକ୍ଷରୁ ପ୍ରାୟ ୭୦ ଶିକ୍ଷକଙ୍କ ତାଲିକା ପ୍ରଦାନ କରାଯାଇଛି। ସେଥିରେ ବେଗୁନିଆପଡ଼ା, ଧରାକୋଟ, ଶେରଗଡ଼ ଏବଂ କବିସୂର୍ଯ୍ୟନଗର ବ୍ଲକରୁ ସର୍ବାଧିକ ରହିଛନ୍ତି। ଏଥି ମଧ୍ୟରେ ଧରାକୋଟ ବ୍ଲକରୁ ଦୁଇ ଦଫାରେ ୭ ଶିକ୍ଷୟିତ୍ରୀ ଶିକ୍ଷକ ନିଯୁକ୍ତି ସମୟରେ ଜାଲ୍ ସାର୍ଟିଫିକେଟ୍ ଦାଖଲ କରିଥିବା ଯାଞ୍ଚ ବେଳେ ଦୃଷ୍ଟିକୁ ଆସିଥିଲା। ସେମାନଙ୍କ ବିରୋଧରେ ସମ୍ପୃକ୍ତ ଥାନାଗୁଡ଼ିକରେ ଏତଲା ଦିଆଯାଇଛି। ଅନ୍ୟ ବ୍ଲକରେ କଡ଼ାକଡ଼ି ଯାଞ୍ଚ ଚାଲିଛି। ଯେଉଁ ସବୁ ଶିକ୍ଷକଙ୍କ ବିରୋଧରେ ପୂର୍ବରୁ ଜାଲ୍ ସାର୍ଟିଫିକେଟ୍ ନେଇ ଅଭିଯୋଗ ହୋଇଥିଲା, କିମ୍ବା ଯେଉଁମାନଙ୍କ ଶିକ୍ଷାଗତ ଯୋଗ୍ୟତା ସମ୍ପର୍କରେ ପୂର୍ବରୁ ସୂଚନା ଅଧିକାର ଆଇନ୍ ବଳରେ ତଥ୍ୟ ମଗାଯାଇଥିଲା, ସେମାନଙ୍କ ସାର୍ଟିଫିକେଟ୍ ପ୍ରଥମେ ଯାଞ୍ଚ କରାଯାଉଛି। କାର୍ଯ୍ୟାନୁଷ୍ଠାନ ଏବଂ ଆପରାଧିକ ମାମଲା ରୁଜୁ ଭୟରେ ସେମାନେ ଚାକିରି ଛାଡ଼ୁଛନ୍ତି। ପ୍ରାୟ ୭ଜଣ ଏପର୍ଯ୍ୟନ୍ତ ଇସ୍ତଫା ଦେଇଛନ୍ତି। ଚାକିରି ଛାଡ଼ୁଥିବା ଶିକ୍ଷୟିତ୍ରୀ ଶିକ୍ଷକଙ୍କ ମଧ୍ୟରୁ ଅଧିକାଂଶ ଜିଲାର ଏକ ନିର୍ଦ୍ଦିଷ୍ଟ ଶିକ୍ଷାନୁଷ୍ଠାନର ସାର୍ଟିଫିକେଟ୍ ଦାଖଲ କରିଛନ୍ତି। ସମ୍ପୃକ୍ତ ଶିକ୍ଷାନୁଷ୍ଠାନ ମଧ୍ୟ ଯାଞ୍ଚ ତାଲିକାରେ ରହିଛି। ତେବେ ଯାଞ୍ଚ ବେଳେ ଅନ୍ୟ କେତେକ ସମସ୍ୟା ମୁଣ୍ଡ ଟେକୁଛି। ଯେପରିକି ବର୍ତ୍ତମାନ ପର୍ଯ୍ୟନ୍ତ ମାଟ୍ରିକ୍ ସାର୍ଟିଫିକେଟ୍ ଯାଞ୍ଚ ହୋଇପାରୁଛି। କିନ୍ତୁ ତଦୁର୍ଦ୍ଧ ଶିକ୍ଷାଗତ ଯୋଗ୍ୟତା ସାର୍ଟିଫିକେଟ୍ ଯାଞ୍ଚରେ ସମସ୍ୟା ମୁଣ୍ଡ ଟେକୁଛି। ଅନେକ ଶିକ୍ଷକ ନିଜର ନିଯୁକ୍ତି ସମୟରେ ରାଜ୍ୟ ବାହାରର ବିଇଡି ପ୍ରମାଣପତ୍ର ଦାଖଲ କରିଛନ୍ତି। ଏଣୁ କୌଣସି ଜଣେ ନିର୍ଦ୍ଦିଷ୍ଟ ଶିକ୍ଷକଙ୍କ ଶିକ୍ଷାଗତ ଯୋଗ୍ୟତା ଯାଞ୍ଚ ପାଇଁ ଅଧିକାରୀମାନେ ବାହାର ରାଜ୍ୟକୁ ଯିବା ସମ୍ଭବ ହେଉନାହିଁ। ସେହିଭଳି ନିଯୁକ୍ତି ସମୟରେ ଶିକ୍ଷୟିତ୍ରୀ ଶିକ୍ଷକମାନେ ଏକାଧିକ ଶିକ୍ଷାନୁଷ୍ଠାନର ପ୍ରମାଣପତ୍ର ଦାଖଲ କରିଥାନ୍ତି। ସେଥିରେ ପୁଣି ଭିନ୍ନକ୍ଷମ, ଜାତିଗତ ଏବଂ ଆର୍ଥିକ ସ୍ଥିତି ସମ୍ପର୍କିତ ପ୍ରମାଣପତ୍ର ମଧ୍ୟ ରହୁଛି। ଏତେଗୁଡ଼ିକ ସାର୍ଟିଫିକେଟ୍କୁ ଯାଞ୍ଚ କରିବାରେ ସମସ୍ୟା ଦେଖାଦେଉଛି। ଜିଲାପାଳ ବିଜୟ ଅମୃତା କୁଲାଙ୍ଗେଙ୍କ କହିବାନୁଯାୟୀ, ଜାଲ୍ ସାର୍ଟିଫିକେଟ୍ରେ ନିଯୁକ୍ତି ପାଇଥିବା ଶିକ୍ଷୟିତ୍ରୀ ଶିକ୍ଷକଙ୍କ ବିରୋଧରେ କଡ଼ା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ। ବର୍ତ୍ତମାନ ସେମାନଙ୍କ ସାର୍ଟିଫିକେଟ୍ ଯାଞ୍ଚ କରାଯାଉଛି। ଭୟରେ ଅନେକ ଚାକିରି ଛାଡ଼ୁଥିବା ଦୃଷ୍ଟିକୁ ଆସିଛି। ତେବେ ସେମାନେ ଚାକିରି ଛାଡ଼ିଲେ ମଧ୍ୟ କାର୍ଯ୍ୟାନୁଷ୍ଠାନ ନିଆଯିବ, ଥାନାରେ ଏତଲା ଦିଆଯିବ। ଅନ୍ୟମାନଙ୍କ ସାର୍ଟିଫିକେଟ୍ ଯାଞ୍ଚ ଚାଲିଛ, ପର୍ଯ୍ୟାୟକ୍ରମେ ଏହା ଚାଲିବ। ଯେଉଁମାନଙ୍କ ବିରୋଧରେ ଏତଲା ଦିଆଯାଇଛି, ସେମାନଙ୍କୁ ତୁରନ୍ତ ଗିରଫ କରିବା ଦିଗରେ ପଦକ୍ଷେପ ନେବା ପାଇଁ ପୋଲିସ ସହ ଆଲୋଚନା କରାଯିବ ବୋଲି ସେ ପ୍ରକାଶ କରିଛନ୍ତି।
Posted inଆମ ଜିଲା ଖବର, ଗଞ୍ଜାମ View All
ମିଠା ଦୋକାନରେ ଭୟଙ୍କର ଅଗ୍ନିକାଣ୍ଡ
ଛତ୍ରପୁର,୧।୧୦,(ଦିଲ୍ଲୀପ ସାମଲ/ଦ୍ୱାରିକା ପଟ୍ଟନାୟକ): ଗୁରୁବାର ରାତି ପ୍ରାୟ ସାଢ଼େ ୧୦ଟାରେ ଛତ୍ରପୁର ମେନ୍ ରୋଡ଼ସ୍ଥିତ ଏକ ରାଜସ୍ଥାନ ମିଠା ଦୋକାନରେ ଭୟଙ୍କର ଅଗ୍ନିକାଣ୍ଡ ଘଟିଛି। ଫ୍ରିଜ୍ରରେ ସର୍ଟସର୍କିଟ…
ଦେଢ଼ମାସ ହେଲା ପିଇବା ପାଣିରୁ ବଞ୍ଚିତ ଗ୍ରାମବାସୀ, ପଞ୍ଚାୟତରେ ତାଲା ପକାଇଲେ ଗ୍ରାମବାସୀ
ନିରାକାରପୁର,୧ା୧୦(ମାନସ ଚନ୍ଦ୍ର ପଟ୍ଟନାୟକ): ଖୋର୍ଦ୍ଧା ବ୍ଲକ ଓରବରସିଂହ ପଞ୍ଚାୟତ ଅନ୍ତର୍ଗତ କୃଷ୍ଣପୁରରେ ଥିବା ପାନୀୟଜଳ ପ୍ରକଳ୍ପର ପାଇପ୍ ଅନେକ ସ୍ଥାନରେ ଫାଟି ଯାଇଥିବାରୁ ଦୀର୍ଘ ଦେଢ଼ମାସ ଧରି…
ବନ୍ୟା ପାଣିଘେରରେ ୧୫ପରିବାର, ପ୍ରଶାସନ ନୀରବ…
ମାର୍ଶାଘାଇ, ୧ା୧୦(ଶୁଭେନ୍ଦୁ ପ୍ରସାଦ ଚୌଧୁରୀ): ଲୁଣାନଦୀରେ ବନ୍ୟା ଆସି ମାର୍ଶଘାଇ ବ୍ଲକ ମଣିକୁଣ୍ଡା ପଞ୍ଚାୟତ ବାଲିକଷୋଟି ଘୋଲ ଅଞ୍ଚଳର ୧୫ପରିବାର ଗତ ୫ଦିନ ହେବ ପାଣିଘେରରେ ରହିଛନ୍ତି।…
ବନ୍ୟା ପ୍ରଭାବିତ ଅଞ୍ଚଳ ପରିଦର୍ଶନ କଲେ ମନ୍ତ୍ରୀ
ବରଗଡ଼,୧।୧୦(ପ୍ରେମାନନ୍ଦ ଖମାରୀ): ବରଗଡ଼ ଜିଲା ଅମ୍ବାଭୋନା ବ୍ଲକ ଅନ୍ତର୍ଗତ ଚିଖିଲି ସମେତ ବିଭିନ୍ନ ଗ୍ରାମରେ ଗତ ୨୭ ତାରିଖରୁ ବନ୍ୟା ପରିସ୍ଥିତି ସୃଷ୍ଟି ହୋଇଥିଲା। ଉପରମୁଣ୍ଡରେ ପ୍ରବଳ…
ନବୀନଙ୍କୁ ଭେଟିଲେ ହିଞ୍ଜିଳିର ବରିଷ୍ଠ ନେତା, କର୍ମୀ
ହିଞ୍ଜିଳିକାଟୁ,୧।୧୦ (ଦ୍ବିତୀକୃଷ୍ଣ ପଣ୍ଡା): ଗଞ୍ଜାମ ଜିଲା ହିଞ୍ଜିଳି ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ଶେରଗଡ଼ ବ୍ଲକ, ହିଞ୍ଜିଳି ବ୍ଲକ ଓ ହିଞ୍ଜିଳିକାଟୁ ପୌରାଞ୍ଚଳର ବିଜୁ ଜନତା ଦଳ (ବିଜେଡି)ର…
ଓଡ଼ିଶା କୃଷକ ସଭା ପକ୍ଷରୁ ସାଙ୍ଗଠନିକ ବୈଠକ; କର୍ମକର୍ତ୍ତା ଚୟନ, ଏ. ହରି ସଭାପତି , କୁରେଶୁ ସମ୍ପାଦକ
ଦିଗପହଣ୍ଡି,୧।୧୦(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ସ୍ଥିତ ଶ୍ରୀ ଚନ୍ଦ୍ର ଚୁଡେଶ୍ୱର ଶୈବପୀଠ ସଭା ମଣ୍ଡପରେ ଓଡ଼ିଶା କୃଷକ ସଭା ଦିଗପହଣ୍ଡି ଶାଖା ପକ୍ଷରୁ ଗୁରୁବାର…
ଘରୋଇ କଲେଜ ସିଲ୍ କଲା ପ୍ରଶାସନ, ତଦନ୍ତ ଆରମ୍ଭ
ବଲାଙ୍ଗୀର,୧।୧୦(ସୁନିଲ କୁମାର ମହାନ୍ତି): ବଲାଙ୍ଗୀର ସହରର ଶାନ୍ତିପଡ଼ାରେ ଥିବା ଏକ ଘରୋଇ କଲେଜରେ ଗୁରୁବାର ପ୍ରଶାସନିକ ଟିମ ଚଢ଼ାଉ କରିଥିଲା। ଡିସିପିଓ, cwc, ପୋଲିସ ଓ ଶିକ୍ଷା…
ଯୁବକଙ୍କୁ ଆକ୍ରମଣ ପରେ ଛିନ ତାଇ ଘଟଣା: ଜଣେ ଅଭିଯୁକ୍ତ ଗଲେ ଜେଲ, ସମ୍ପୃକ୍ତ ୩ ନାବାଳକ ଗଲେ ବାଳ ସୁଧାର ଗୃହ
ଦିଗପହଣ୍ଡି,୧।୧୦(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ଚୁଡୁଙ୍ଗପୁର ଗ୍ରାମ ଶ୍ରୀ ଗଣେଶ ମନ୍ଦିର ସମ୍ମୁଖ ୩୨୬ ନଂ ଜାତୀୟ ରାଜପଥରେ ବାଇକ ଅଟକାଇ ବୁଗୁଡ଼ା…

