ଚାଉଳ ଦୁର୍ନୀତି

ରାଉରକେଲାସ୍ଥିତ ଏଫ୍‌ସିଆଇ ଚାଉଳ ଗୋଦାମରେ ଦୁର୍ନୀତି ହୋଇଥିବା ଅଭିଯୋଗ ହୋଇଥିଲା। ଯୋଗାଣ ବିଭାଗ ଓ ଏଫ୍‌ସିଆଇର କେତେଜଣ ଅସାଧୁ କର୍ମଚାରୀଙ୍କ ଭିତିରି ସମ୍ପର୍କ ଯୋଗୁ ଏହାର ଚେର ବଢ଼ିଥିଲା । ଏ କଥା ପଦାକୁ ଆସିବା ପରେ ନାନା ଚର୍ଚ୍ଚା ସାମନାକୁ ଆସିଥିଲା। ଆର୍‌ଏମ୍‌ସି ଅଧୀନ ସହରାଞ୍ଚଳ ସହ ଫର୍ଟିଲାଇଜର ଟାଉନଶିପ ଅଞ୍ଚଳରେ ପ୍ରାୟ ୬୩ ହଜାରରୁ ଊର୍ଦ୍ଧ୍ୱ ରାଶନକାର୍ଡଧାରୀ ଅଛନ୍ତି। କାର୍ଡଧାରୀଙ୍କୁ ପରିବାର ସଦସ୍ୟ ପିଛା ୫ କିଲୋ ହିସାବରେ ଚାଉଳ ଓ ଗହମ ଯୋଗାଇ ଦିଆଯାଇଥାଏ। ଏହିସବୁ ଚାଉଳ ଓ ଗହମ ଏଫ୍‌ସିଆଇ ଗୋଦାମରୁ ଲାଇସେନ୍ସପ୍ରାପ୍ତ ଠିକାଦାର ଗାଡ଼ିରେ ନେଇ ବିକ୍ରୟ କେନ୍ଦ୍ରରେ ଥିବା ଡିଲରମାନଙ୍କୁ ଦିଅନ୍ତି। ଗହମ ଓ ଚାଉଳ ଦେବା ସମୟରେ ୱେବ୍ରିଜରେ ଠିକ୍‌ ଭାବେ ଓଜନ ହୁଏନାହିଁ। ଏପରିକି କାର୍ଡଧାରୀମାନଙ୍କୁ ଚାଉଳ ଓ ଗହମ ଦେବା ସମୟରେ ମଧ୍ୟ ଓଜନରେ ଡିଲରମାନେ ହରିଲୁଟ କରିଥାନ୍ତି ବୋଲି ଅଭିଯୋଗ ହୁଏ। ଏପରି କି ଡିଲରମାନେ ଆଧାରକାର୍ଡରେ ଭୁଲ ଥିବା ଏବଂ ଫିଙ୍ଗରପ୍ରିଣ୍ଟ ଆସୁ ନ ଥିବା ବାହାନା ଦେଖାଇ କାର୍ଡଧାରୀଙ୍କୁ ଉପଯୁକ୍ତ ପରିମାଣରେ ଚାଉଳ ଓ ଗହମ ପ୍ରଦାନ କରୁ ନ ଥିବା କହିଥାନ୍ତି । ଫଳରେ ନିରୀହ କାର୍ଡଧାରୀମାନେ ଖାଦ୍ୟ ସାମଗ୍ରୀ ଠିକ୍‌ଭାବେ ପାଇ ପାରୁନାହାନ୍ତି। ଅନ୍ୟପକ୍ଷରେ ମାସ ଶେଷରେ ବଳକା ରହୁଥିବା ଚାଉଳକୁ ଅନ୍ୟତ୍ର ବିକ୍ରି କରି ଏଫ୍‌ସିଆଇ ଓ ଯୋଗାଣ ବିଭାଗ ଅଧିକାରୀ ମାଲାମାଲ ହେଉଛନ୍ତି ବୋଲି ଚର୍ଚ୍ଚା ହୋଇଛି । ଆଉ ଏଥିରେ ହାତ ମିଳାଉଛନ୍ତି ଚାଉଳ ଯୋଗାଣ କରୁଥିବା ଲାଇସେନ୍ସ ପ୍ରାପ୍ତ ଠିକାଦାରମାନେ । ଯାହାର ସଦ୍ୟତମ ଉଦାହରଣ ଦେଖିବାକୁ ମିଳିଥିଲା ଅକ୍ଟୋବର ୩୦ ତାରିଖରେ। ଏଫ୍‌ସିଆଇ ଗୋଦାମରୁ ବିନା କାଗଜପତ୍ରରେ ଯୋଗାଣ ବିଭାଗର ୧୦୦ କୁଇଣ୍ଟାଲ ଚାଉଳ ବେଆଇନ ଭାବେ ଚାଲାଣ ହେଉଥିବା ବେଳେ ଧରାପଡ଼ିଥିଲା। ଧରାପଡ଼ିବା ପରେ ଯୋଗାଣ ବିଭାଗ ଅଧିକାରୀଙ୍କୁ ବିଭିନ୍ନ କ୍ଷେତ୍ରରୁ ଚାପ ପଡ଼ିବା ପରେ ସେ ଚାଉଳ ଟ୍ରକକୁ ଜବତ କରିବା ସହ ଟ୍ରକକୁ ଥାନା ଜିମା ଦେଇଥିଲେ। ଅପରପକ୍ଷରେ ବିଭାଗ ପକ୍ଷରୁ ଏହି ଚାଉଳ ଲୁଟ ଘଟଣାର ଜଡ଼ିତ ଥିବା ବ୍ୟକ୍ତିମାନଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ପରିବର୍ତ୍ତେ ଗୋଦାମ ଦାୟିତ୍ୱରେ ଥିବା ଯୋଗାଣ ନିରୀକ୍ଷକଙ୍କୁ ଅନ୍ୟତ୍ର ବଦଳି କରି ଦିଆଯାଇଥିଲା। ଯାହାକୁ ନେଇ ସାଧାରଣରେ ତୀବ୍ର ଅସନ୍ତୋଷ ପ୍ରକାଶ ପାଇଥିଲା। ଏପରି କି ଚାଉଳ ଦୁର୍ନୀତି ଘୋଡାଇବାକୁ ବିଭାଗ ପକ୍ଷରୁ ଏକ ପ୍ରକାର ଉଦ୍ୟମ କରାଯାଉଥିବା ନେଇ ଚର୍ଚ୍ଚା ହୋଇଥିଲା। କଂଗ୍ରେସ ପକ୍ଷରୁ ଏହି ଦୁର୍ନୀତିକୁ ନେଇ ଭିଜିଲାନ୍ସ ବିଭାଗରେ ଏତାଲା ଦାଏର କରାଯାଇଥିଲା। ଫଳରେ ଏହି ଘଟଣା ବର୍ତ୍ତମାନ ରୋଚକ ମୋଡ ନେଇଛି।


Enter your email to get our daily news in your inbox.

All Right Reserved By Dharitri.Com

ଅମରେନ୍ଦ୍ରଙ୍କୁ ଖୋଲା ଚ୍ୟାଲେଞ୍ଜ କଲେ ଚିରଞ୍ଜୀବ

ଜଗତ୍‌ସିଂହପୁର, ୨୫ା୪(ପ୍ରମୋଦ କୁମାର ନାୟକ)ବରିଷ୍ଠ କଂଗ୍ରେସ ନେତା ଚିରଞ୍ଜୀବ ବିଶ୍ୱାଳ ଦଳ ଛାଡ଼ି ବିଜେଡିରେ ମିଶିଥିଲେ ସୁଦ୍ଧା ୨୦୨୪ ସାଧାରଣ ନିର୍ବାଚନରେ ପ୍ରାର୍ଥୀ ହୋଇନାହାନ୍ତି। କିନ୍ତୁ...

ସୁରକ୍ଷାକର୍ମୀଙ୍କ ଏନ୍‌କାଉଣ୍ଟରେ ଟଳିପଡିଲେ ୨ ମାଓବାଦୀ

ଘଣ୍ଟାପଡ଼ା, ୨୫।୪: (ପ୍ରଭାତ କୁମାର ସାହୁ): କଣ୍ଟାମାଳ ଥାନା ଅନ୍ତର୍ଗତ ବରଗାଁ ପଞ୍ଚାୟତର ପାଢ଼େଲ ଡ୍ୟାମ ନିକଟ ଜଙ୍ଗଲରେ ଗୁରୁବାର ଏସଓଜିଓ ଡିଭିଏଫ ମିଳିତ କମ୍ବିଂ...

‘କେନ୍ଦ୍ର ପାଇଁ ଓଡ଼ିଶା କେବଳ ଏକ ବିନ୍ଦୁ’

ଛେଣ୍ଡିପଦା, ୨୫।୪ (ଅଜିତ ଧଳ)/ ଅନୁଗୋଳ, (ଅମିତ କୁମାର ସାମଲ)ସମ୍ବଲପୁର ବିଜେଡି ଏମ୍‌ପି ପ୍ରାର୍ଥୀ ତଥା ବିଜେଡି ରାଜ୍ୟ ସାଙ୍ଗଠନିକ ସମ୍ପାଦକ ପ୍ରଣବ ପ୍ରକାଶ ଦାସ...

ବାରବାଟୀ-କଟକ ନଚେତ ସାଲେପୁରରୁ ପ୍ରାର୍ଥୀ ହୋଇପାରନ୍ତି ଅରିନ୍ଦମ

କଟକ, ୨୫ା୪(ଶିଳ୍ପା ପ୍ରିୟଦର୍ଶିନୀ)ଆସନ୍ତା ନିର୍ବାଚନ ପାଇଁ ଭାଜପା ପକ୍ଷରୁ ଷ୍ଟାର୍‌ ପ୍ରଚାରକ ତାଲିକା ପ୍ରକାଶ ପାଇବା ପରେ ଏବେ ରୋଚକ ମୋଡ ନେବାରେ ଲାଗିଛି କଟକ...

ରୋଚକ ସ୍ଥିତିରେ ତ୍ରିମୁଖୀ ଲଢ଼େଇ

ନୟାଗଡ଼,୨୫।୪(ଲୋକନାଥ ମିଶ୍ର)ନୟାଗଡ଼ ବିଧାନସଭା କ୍ଷେତ୍ରରେ ବିଧାୟକ ଅରୁଣ କୁମାର ସାହୁଙ୍କ ଅପରାଜେୟ ରେକର୍ଡ ଭାଙ୍ଗିବାକୁ ଭାଜପା ଓ କଂଗ୍ରେସ ପକ୍ଷରୁ ଉଦ୍ୟମ ଆରମ୍ଭ ହୋଇଛି। ଅରୁଣ...

ଭାଜପାରୁ ପ୍ରାର୍ଥୀ ହେବେ ସୌମ୍ୟରଞ୍ଜନ!

ଘସିପୁରା(ନିରଞ୍ଜନ ସାହୁ)/ରାମଚନ୍ଦ୍ରପୁର (ଗଣେଶ୍ୱର ସା),୨୫।୪: କେନ୍ଦୁଝର ଜିଲା ଘଷିପୁରା ବିଧାନସଭା ନିର୍ବାଚନମଣ୍ଡଳୀରେ ବିଜେଡି ପୂର୍ବତନ ମନ୍ତ୍ରୀ ତଥା ବିଧାୟକ ବଦ୍ରି ନାରାୟଣ ପାତ୍ରଙ୍କୁ ପ୍ରାର୍ଥୀ କରିଥିବା...

ଖେଳିବା ବୟସରେ ହାତରେ ଭିକ୍ଷାଥାଳ

ରାଉରକେଲା,୨୫ା୪(ବିପ୍ଲବ ରଞ୍ଜନ ଦାଶ)ରାଉରକେଲାର ପ୍ରସିଦ୍ଧ ବେଦବ୍ୟାସ ପୀଠରେ କୋମଳମତି ପିଲାମାନେ ଭିକ୍ଷାଥାଳ ଧରି ଭିକ୍ଷାବୃତ୍ତି କରୁଛନ୍ତି। ଚିନ୍ତାର ବିଷୟ, ଯେଉଁ କୋମଳମତି ଶିଶୁମାନେ ଭିକ୍ଷାବୃତ୍ତି କରୁଛନ୍ତି...

ମେ ୧୦ରୁ ରବିଧାନ ସଂଗ୍ରହ

ସମ୍ବଲପୁର,୨୫ା୪(ପ୍ରମୋଦ ବହିଦାର)ଆସନ୍ତା ମେ ୧୦ରୁ ସମ୍ବଲପୁର ଜିଲାରେ ଚଳିତବର୍ଷ ରବିଧାନ ସଂଗ୍ରହ ପ୍ରକ୍ରିୟା ଆରମ୍ଭ ହେବ। ଜିଲାପାଳଙ୍କ ସମ୍ମିଳନୀ କକ୍ଷରେ ବୁଧବାର ଅନୁଷ୍ଠିତ ଧାନ ସଂଗ୍ରହ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri