ଆମ ଜିଲା ଖବର

ସେବାଶ୍ରମ ପ୍ରଧାନଶିକ୍ଷୟିତ୍ରୀଙ୍କୁ ନିଲମ୍ବନ ନିର୍ଦ୍ଦେଶ

ଫୁଲବାଣୀ ଅଫିସ, ୮ା୧୧-ରାଜ୍ୟ ଅନୁସୂଚିତ ଜାତି ଓ ଜନଜାତି ମନ୍ତ୍ରୀ ଜଗନ୍ନାଥ ସାରକା ଗୁୁରୁବାର ଦିନିକିଆ କନ୍ଧମାଳ ଜିଲା ଗସ୍ତରେ ଆସି ବିଭାଗ ପକ୍ଷରୁ ଚାଲିଥିବା ବିଭିନ୍ନ ଉନ୍ନୟନ କାର୍ଯ୍ୟ ବୁଲି ଦେଖିବା ସହ ସମୀକ୍ଷା କରିଛନ୍ତି। ମନ୍ତ୍ରୀ କେତେକ କାର୍ଯ୍ୟରେ…

ବିଦ୍ୟାଳୟରେ ଶୋଇବା ଭିଡିଓ ଭାଇରାଲ: ନିଲମ୍ବିତ ହେଲେ ଶିକ୍ଷକ

ଶେରଗଡ,୮ା୧୧(ଡି.ଏନ୍‌.ଏ.)-ଶେରଗଡ଼ ବ୍ଲକ ଲକ୍ଷ୍ମୀପୁର ଗ୍ରାମ ଇନ୍ଦିରା ଆବାସ କଲୋନୀ ପ୍ରାଥମିକ ବିଦ୍ୟାଳୟର ଶିକ୍ଷକ ବାବୁ ଜେନାଙ୍କୁ ଗୁରୁବାର ନିଲମ୍ବିତ କରିଛି ଶେରଗଡ଼ ଶିକ୍ଷା ବିଭାଗ। କାମରେ ଅବହେଳା ଓ ନିଶାସକ୍ତ ଅବସ୍ଥାରେ ବିଦ୍ୟାଳୟରେ ଶୋଇବା ଅଭିଯୋଗରେ ବ୍ଲକ ଶିକ୍ଷା ବିଭାଗର ପତ୍ର…

ଟ୍ରେନ୍‌ ସମ୍ପ୍ରସାରଣ ପାଇଁ ଦାବିପତ୍ର

ବ୍ରହ୍ମପୁର ଅଫିସ୍‌,୮ା୧୧-ଗଞ୍ଜାମ ଜିଲା ବରିଷ୍ଠ ନାଗରିକ ସୁରକ୍ଷା ମଞ୍ଚର ଏକ ବୈଠକ ସ୍ଥାନୀୟ ପାତାଳେଶ୍ୱର ଜଗନ୍ନାଥ ମନ୍ଦିର ପ୍ରାଙ୍ଗଣରେ ଅନୁଷ୍ଠିତ ହେ।ଇଥିଲା। ଏହି ଅବସରରେ ବରିଷ୍ଠ ନାଗରିକମାନଙ୍କ ବିଭିନ୍ନ ସମସ୍ୟା ସମ୍ପର୍କରେ ଆଲୋଚନା କରାଯାଇଥିଲା। ଅନୁଷ୍ଠାନ ସଭାପତି ପ୍ରଫେସର ଡ.ରବିନାରାୟଣ ମିଶ୍ର…

ଓକିଲଙ୍କ ଆକ୍ରମଣକୁ ନିନ୍ଦା

ବ୍ରହ୍ମପୁର ଅଫିସ୍‌,୮ା୧୧-ଦିଲ୍ଲୀର ତିସ୍‌ହଜାରୀ କୋର୍ଟ ପରିସରରେ ଜଣେ କାର୍ଯ୍ୟରତ ଓକିଲଙ୍କ ଉପରକୁ ଦିଲ୍ଲୀ ପୋଲିସର ଗୁଳିଚାଳନାକୁ ନେଇ ଗଞ୍ଜାମ ଓକିଲ ସଂଘ ବରିଷ୍ଠ ସଦସ୍ୟମାନେ ନିନ୍ଦା କରିଛନ୍ତି। ସାମାନ୍ୟ ପାର୍କିଂକୁ ନେଇ ପୋଲିସ ସଞ୍ଜମତା ଆଚରଣ କରିବା ପରିବର୍ତ୍ତେ କାର୍ଯ୍ୟରତ ଓକିଲଙ୍କ…

ମୟ ହତ୍ୟା ମାମଲା:୧୮ ଅଭିଯୁକ୍ତଙ୍କୁ ମିଳିଲା ଜାମିନ

ବ୍ରହ୍ମପୁର ଅଫିସ,୮ା୧୧-ସଦର ଥାନା ଅନ୍ତର୍ଗତ ଫୁଲଟା ଗ୍ରାମର ମୟ ଓରଫ ମହେଶ୍ୱର ସାସମାଲ ହତ୍ୟା ମାମଲାର ମୁଖ୍ୟ ଅଭିଯୁକ୍ତ ସନ୍ତୋଷ ସାହୁଙ୍କ ସମେତ ୧୮ ଅଭିଯୁକ୍ତଙ୍କୁ ଜୁନ ୧୯ରେ ଗଞ୍ଜାମ ଜିଲା ଅତିରିକ୍ତ ଜଜ (ଏଡିଜେ)-୧ ଆଜୀବନ କାରାଦଣ୍ଡରେ ଦଣ୍ଡିତ କରିଥିଲେ।…

ଲାଞ୍ଚ ନେଇ ଜିଲା ଶ୍ରମ ଅଧିକାରୀ ଗିରଫ: ଟଙ୍କା ନଷ୍ଟ କରି ନ ପାରି ଭିଜିଲାନ୍ସ ଅଧିକାରୀଙ୍କୁ କାମୁଡ଼ିଲେ

ଫୁଲବାଣୀ ଅଫିସ, ୮ା୧୧-କନ୍ଧମାଳ ଜିଲା ଶ୍ରମ ଅଧିକାରୀ ଗୁରୁବାର ୧୫ ହଜାର ଟଙ୍କା ଲାଞ୍ଚ ନେବା ବେଳେ ଭିଜିଲାନ୍ସ ହାତରେ ଧରାପଡ଼ିଛନ୍ତି। ଗିରଫରୁ ବର୍ତ୍ତିବା ପାଇଁ ଜିଲା ଶ୍ରମ ଅଧିକାରୀ ରଞ୍ଜନ କିଶୋର ବେହେରା ଲାଞ୍ଚ ଟଙ୍କାକୁ ପାଟିରେ ପୂରାଇ ନଷ୍ଟ…

୨ମାସ ବିତିଲା, ହେଲାନି ମରାମତି: ଭଙ୍ଗା କଲଭର୍ଟରେ ବିପଦପୂର୍ଣ୍ଣ ଯାତାୟାତ

ଘସିପୁରା, ୮।୧୧(ଡି.ଏନ.ଏ.)-ଆଦିବାସୀ ଅପହଞ୍ଚ ଇଲାକା ଗୁଡ଼ିକରେ ଗମନାଗମନ ସୁବିଧା ପାଇଁ ସରକାର ବିଭିନ୍ନ ଯୋଜନା ମାଧ୍ୟମରେ କୋଟି କୋଟି ଟଙ୍କା ଖର୍ଚ୍ଚ କରୁଛନ୍ତି। ମାତ୍ର ଆଜି ବି ଅନେକ ଅଞ୍ଚଳରେ ଏହାର ସୁଫଳ ଲୋକଙ୍କ ପାଖରେ ପହଞ୍ଚି ପାରୁନି। ଘସିପୁରା ବ୍ଲକ…

ଖଣି ଅଞ୍ଚଳରେ ପରିବା ଦର ଆକାଶ ଛୁଆଁ

ଯୋଡ଼ା, ୮।୧୧(ଡି.ଏନ.ଏ.)-କେନ୍ଦୁଝର ଜିଲାର ଖଣିଖାଦାନ ଭରା ଯୋଡା ଅଞ୍ଚଳରେ ପରିବା ଦର ଆକାଶ ଛୁଆଁ ହୋଇଥିବା ବେଳେ ଗ୍ରାହକ ହଇରାଣ ହେଉଛନ୍ତି। ଯୋଡା ସହରରେ ଥିବା ପରିବା ବଜାରକୁ ପରିବା ଝାଡ଼ଖଣ୍ଡ ରାଜ୍ୟର ମନୋହରପୁର, ଟାଟା, ପଶ୍ଚିମବଙ୍ଗ ରାଜ୍ୟର ମେଦିନୀପୁର, ଝାଡଗା୍ରମ୍‌…

ଜଜାଙ୍ଗ ଖଣି ଶ୍ରମିକଙ୍କ କାର୍ଯ୍ୟବନ୍ଦ ଆନ୍ଦୋଳନ

ଯୋଡ଼ା, ୮।୧୧(ଡି.ଏନ.ଏ.)-କେନ୍ଦୁଝର ଜିଲା ଯୋଡ଼ା ଖଣି ମଣ୍ଡଳ ଅଧୀନ ଜଜାଙ୍ଗ ଖଣି ଶ୍ରମିକମାନେ ଗୁରୁବାର କାର୍ଯ୍ୟବନ୍ଦ ଆନ୍ଦୋଳନ ଚଳାଇଛନ୍ତି ା ବିଭିନ୍ନ ଦାବି ନେଇ ସେମାନେ ସକାଳ ୬ ଟାରୁ ଏହି ଆନ୍ଦୋଳନ ଚାଲିଛି ା ଏହି ରିପୋର୍ଟ ଲେଖା ହେବା…

ଦୃଢ଼ ଇଚ୍ଛାଶକ୍ତି ଦେଇଛି ପରିଚୟ

ବାସୁଦେବପୁର, ୮।୧୧ (ଡି.ଏନ.ଏ.)- ଭଦ୍ରକ ଜିଲା ବାସୁଦେବପୁର ସହରରେ ଏବେ ଐତିହାସିକ କାଳୀପୂଜାର ମାହୋଲ ଚାଲିଛି। ଜିଲାରେ ପଥର ମୂର୍ତ୍ତି ଏବଂ ପଥରରେ ନିର୍ର୍ମିତ ସାମଗ୍ରୀର ଚାହିଦା ରହିଛି। ଏହି ଶିଳ୍ପ କାରୁକାର୍ଯ୍ୟ ଲାଗି ପଥରଶିଳ୍ପୀ ମୁକ୍ତିକାନ୍ତ ନାୟକ(୩୨) ବେଶ୍‌ ଜଣାଶୁଣା।…

ଯନ୍ତ୍ରୀଙ୍କଠାରୁ ୫୦ ହଜାର ଲୁଟ

ଠାକୁରମୁଣ୍ଡା,୮ା୧୧(ଡି.ଏନ୍‌.ଏ.): କରଞ୍ଜିଆ ଷ୍ଟେଟ ବ୍ୟାଙ୍କରୁ ଟଙ୍କା ଉଠାଇ ଏକ ଦୋକାନରେ ଜୋତା ପଲିସ କରୁଥିବା ବେଳେ ଗୁରବାର ଜଣେ ଯନ୍ତ୍ରୀଙ୍କ ୫୦ ହଜାର ଟଙ୍କା ଥିବା ବ୍ୟାଗ ଲୁଟ ହୋଇଥିବା ଅଭିଯୋଗ ହୋଇଛି। କରଞ୍ଜିଆ ଥାନା ପୋଲିସ ଏହି ଘଟଣାରେ ସନ୍ଦେହରେ…

ଉତ୍ତର ଓଡ଼ିିଶା ବିଶ୍ୱବିଦ୍ୟାଳୟରେ ଛାତ୍ର ଅଶାନ୍ତି: ଧାରଣାରେ ବସିଲେ ଛାତ୍ରୀଛାତ୍ର

ବାରିପଦା ଅଫିସ,୮ା୧୧- ମୟୂରଭଞ୍ଜ ଜିଲା ବାରିପଦାର ତକତପୁରସ୍ଥିତ ଉତ୍ତର ଓଡ଼ିଶା ବିଶ୍ୱବିଦ୍ୟାଳୟ କର୍ତ୍ତୃପକ୍ଷଙ୍କ ପରିଚାଳନାଗତ ତ୍ରୁଟି ଯୋଗୁ କିଛିଦିନ ହେବ ଛାତ୍ର ଅଶାନ୍ତି ଲାଗି ରହିଛି। ବୁଧବାର ବିଶ୍ୱବିଦ୍ୟାଳୟର ବିଏଡ଼ ଓ ଏମଏଡ଼ ବିଭାଗର ସମସ୍ତ ପ୍ରଥମ ବର୍ଷର ଛାତ୍ରୀଛାତ୍ରମାନେ ପରୀକ୍ଷା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?