ହାଣ୍ଡିଶାଳରୁ ହୋଟେଲ:ପିଆଜ ଉଭାନ

କଟକ ଅଫିସ,୬।୧୨:ଆକାଶଛୁଅଁା ପିଆଜର ଦର। ଖୁଚୁରା ବଜାରରେ କେଜି ପିଛା ପିଆଜ ୧୪୦ଟଙ୍କାରେ ବିକ୍ରି ହେଉଛି। ଆଉ କିଛିଦିନ ଗଲେ ଏହି ଦର ଦେଢଶହ ଟପିବ ବୋଲି ଆଶା କରାଯାଉଛି। ଅତ୍ୟଧିକ ଦରବୃଦ୍ଧି ଯୋଗୁ ହାଣ୍ଡିଶାଳରୁ ହୋଟେଲ ପର୍ଯ୍ୟନ୍ତ ପିଆଜ ଉଭାନ ହୋଇଯାଇଛି। ବଜାରରେ ବିକ୍ରି ହେଉଥିବା ଫାଷ୍ଟଫୁଡ ଖାଦ୍ୟରେ ବି ପିଆଜର ବ୍ୟବହାର ପୂର୍ବଭଳି ହେଉନାହିଁ। ରାଜ୍ୟର ପ୍ରମୁଖ ପରିବା ହାଟ ଛତ୍ରବଜାରରେ ପିଆଜ ସଙ୍କଟ ଦେଖାଦେଇଛି। ଆମଦାନୀ ପୂର୍ବଭଳି ହେଉନାହିଁ। ମହାରାଷ୍ଟ୍ରର ନାସିକ୍‌ ଓ ଆନ୍ଧ୍ରପ୍ରଦେଶରୁ ଆସୁଥିବା ପିଆଜ ଏବେ ବନ୍ଦ ହେବାକୁ ବସିଲାଣି। ଏହି ଦୁଇଟି ସ୍ଥାନରେ ପିଆଜ ଉତ୍ପାଦନରେ ପ୍ରଭାବ ପଡ଼ିବା ଯୋଗୁ ଏଭଳି ଅଭାବନୀୟ ପରିସ୍ଥିତି ରାଜ୍ୟରେ ଦେଖାଦେଇଛି। ଏହାଛଡ଼ା ଛତ୍ରବଜାରର ପିଆଜ ଗୋଦାମଗୁଡ଼ିକରେ ମଧ୍ୟ ଅଧିକ ପିଆଜ ମହଜୁଦ ନାହିଁ ବୋଲି ବ୍ୟବସାୟୀମାନେ କହିଛନ୍ତି।

ଜାନୁୟାରୀରେ କମିବ ପିଆଜ ଦର
ଜାନୁୟାରୀ ୧୦ପରେ ପିଆଜ ଦର ହ୍ରାସ ପାଇବ ବୋଲି ଛତ୍ରବଜାରର ବ୍ୟବସାୟୀମାନେ ଦୃଢୋକ୍ତିର ସହ କହିଛନ୍ତି। ଛତ୍ରବଜାରରେ ପିଆଜ କେଜି ୧୨୦ଟଙ୍କା ଓ ଖୁଚୁରା ବ୍ୟବସାୟୀମାନେ ୧୪୦ ଟଙ୍କାରେ ବିକ୍ରି କରୁଛନ୍ତି। ଏବେ ଆମଦାନୀ ହ୍ରାସ ପାଇଥିବାରୁ ପିଆଜ ଦର କ୍ରମଶଃ ବୃଦ୍ଧି ପାଇପାରେ। ହେଲେ ନାସିକ୍‌ ଓ ଆନ୍ଧ୍ରପ୍ରଦେଶର ବଡ଼ ବ୍ୟବସାୟୀଙ୍କ ସହ କଥାବାର୍ତ୍ତା ଶେଷ ହୋଇଛି। ଅମଳ ହେବାକୁ ଥିବା ନୂଆ ପିଆଜ ଆସିଲେ ବର୍ତ୍ତମାନର ଦରଠାରୁ ଢେର କମ୍‌ ରହିବ ବୋଲି ଛତ୍ରବଜାରର ଜଣେ ପିଆଜ ଗୋଦାମ ମାଲିକ କହିଛନ୍ତି।
୪ଟନ୍‌ ମେଣ୍ଟାଉଛି ୧୫୦ଟନ୍‌ର ଆବଶ୍ୟକତା
ଛତ୍ରବଜାରରେ ଏଭଳି ପରିସ୍ଥିତି ପୂର୍ବରୁ କେବେ ଦେଖିବାକୁ ମିଳିନି ବୋଲି ବ୍ୟବସାୟୀ କହିଛନ୍ତି। ପ୍ରତିଦିନ ଛତ୍ରବଜାରରେ ୧୫୦ଟନ୍‌ ପିଆଜ ପହଞ୍ଚେ। କଟକ ଜିଲା ସମେତ ଆଖପାଖ ପ୍ରାୟ ୧୦ଟି ଜିଲାର ବ୍ୟବସାୟୀ ଏଠାରୁ ପିଆଜ କିଣନ୍ତି। ଏଣୁ ନିୟମିତ ଆବଶ୍ୟକତା ୧୫୦ଟନ୍‌ ବୋଲି କୁହାଯାଇପାରିବ। ହେଲେ ଏବେ ଅତିବେଶିରେ ୪ଟନ ପିଆଜ ଛତ୍ରବଜାରକୁ ଆସୁଛି। ୧୫୦ଟନ୍‌ର ଆବଶ୍ୟକତା ୪ଟନ୍‌ରେ ପୂରଣ ହେଉଛି ବୋଲି ବ୍ୟବସାୟୀମାନେ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଏକହୋଇ ଲଢ଼ିବାକୁ ପ୍ରଣବଙ୍କ ପରାମର୍ଶ

ଚଣ୍ଡିଖୋଲ,୨୦ା୪(ପ୍ରଦୀପ୍ତ କୁମାର ପୃଷ୍ଟି): ଯାଜପୁର ଜିଲାର ବଡ଼ଚଣା ଏକ ପ୍ରମୁଖ ବିଧାନସଭା ନିର୍ବାଚନମଣ୍ଡଳୀ। ହେଲେ ଏ ପର୍ଯ୍ୟନ୍ତ ବିଜେଡି ଏଠାରେ ପ୍ରାର୍ଥୀ ଘୋଷଣା କରିନାହିଁ। ଶୁକ୍ରବାର...

ଟିକେଟ ଆଶା କରିଥିଲି, ମତେ ବି ଦୁଃଖ ଲାଗୁଛି

ଜଗତ୍‌ସିଂହପୁର, ୨୦ା୪(ପ୍ରମୋଦ କୁମାର ନାୟକ): ଜଗତ୍‌ସିଂହପୁରର ପୂର୍ବତନ ବିଧାୟକ ଚିରଞ୍ଜୀବ ବିଶ୍ୱାଳ କଂଗ୍ରେସ ଛାଡ଼ି ବିଜେଡିରେ ମିଶିଲା ପରେ ଟିକେଟ ନ ପାଇ ସବୁଠାରୁ ଦୁଃଖରେ...

ଡଙ୍ଗାବୁଡ଼ି ୨ ମୃତ, ୭ ନିଖୋଜ

ଝାରସୁଗୁଡ଼ା, (ସଞ୍ଜୟ ମାଲି) / ଭୁବନେଶ୍ୱର,(ଅନିଲ ଦାସ) ୨୦ା୪: ଝାରସୁଗୁଡ଼ା ଜିଲା ଲଖନପୁର ଦେଇ ପ୍ରବାହିତ ମହାନଦୀରେ ଶୁକ୍ରବାର ଅପରାହ୍ନରେ ଏକ ଡଙ୍ଗା ବୁଡ଼ିଯାଇଛି। ଏହି...

ମୁଖ୍ୟମନ୍ତ୍ରୀ ପୁନର୍ବିଚାର କରିବେ ବୋଲି ବିଶ୍ୱାସ: ସମୀର

ଗୋପ, ୧୯ା୪(ଭାରତୀ ଭୂଷଣ ଉପାଧ୍ୟାୟ): ନିମାପଡ଼ା ବିଧାୟକ ସମୀର ରଞ୍ଜନ ଦାଶଙ୍କୁ ବିଜେଡି ପକ୍ଷରୁ ଟିକେଟ ନ ମିଳିବା ନେଇ ଏବେ ତାଙ୍କ ସମର୍ଥକଙ୍କ ମଧ୍ୟରେ...

ନିମାପଡ଼ା ଆସନରେ ମାଷ୍ଟରଷ୍ଟ୍ରୋକ୍‌ ଖେଳିପାରେ କଂଗ୍ରେସ

ନିମାପଡ଼ା,୧୯ା୪(ରଞ୍ଜନ ପଟ୍ଟନାୟକ): ନିମାପଡ଼ା ବିଧାନସଭା ନିର୍ବାଚନମଣ୍ଡଳୀ ପାଇଁ ଭାଜପା ଏବଂ ବିଜେଡି ପ୍ରାର୍ଥୀ ଘୋଷଣା କରିସାରିଥିବା କଂଗ୍ରେସ ପଡ଼ିଛି ପଛରେ। ୨୦୧୯ ନିର୍ବାଚନରେ ଦିଲ୍ଲୀପ ନାୟକକଂଗ୍ରେସରୁ...

ଚିଟ୍‌ଫଣ୍ଡ ଅଭିଯୁକ୍ତଙ୍କ ପାସ୍‌ପୋର୍ଟ ଫେରାଅ: ହାଇକୋର୍ଟ

କଟକ,୧୯ା୪ (କାର୍ତ୍ତିକ ସାହୁ) ଜଣେ ଚିଟ୍‌ଫଣ୍ଡ ଅଭିଯୁକ୍ତଙ୍କ ପାସ୍‌ପୋର୍ଟ ଫେରାଇବାକୁ ହାଇକୋର୍ଟ ସିବିଆଇକୁ ଆଦେଶ ଦେଇଛନ୍ତି। ଏଥିସହ ସମ୍ପୃକ୍ତ ଅଭିଯୁକ୍ତଙ୍କ ପାସ୍‌ପୋର୍ଟ ଫେରାଇବା ବିରୋଧରେ ସିବିଆଇ...

କୋରାପୁଟରେ ଶକ୍ତି ପ୍ରଦର୍ଶନ କଲେ ମାମୁଁ ଭଣଜା

କୋରାପୁଟ,୧୯।୪(ଅମିତାଭ ବେହେରା) କୋରାପୁଟ ସଂସଦୀୟ କ୍ଷେତ୍ରରେ ଆସନ୍ତା ମେ ୧୩ରେ ପ୍ରଥମ ପର୍ଯ୍ୟାୟ ମତଦାନ ହେବ। ଗତକାଲି ଅର୍ଥାତ ୧୮ରୁ ପାର୍ଥୀପତ୍ର ଦାଖଲ ଆରମ୍ଭ ହୋଇଥିବାବେକେ...

ଟ୍ରେନ୍‌ ଚଳାଚଳରେ ପରିବର୍ତ୍ତନ

ସମ୍ବଲପୁର,୧୯ା୪(ପ୍ରମୋଦ ବହିଦାର): ରେଳବାଇ ସୁରକ୍ଷା ଜନିତ ରକ୍ଷଣାବେକ୍ଷଣ କାର୍ଯ୍ୟ ପାଇଁ ସମ୍ବଲପୁର ରେଳମଣ୍ଡଳ ଅଧୀନସ୍ଥ କେତେକ ଟ୍ରେନ୍‌ ଚଳାଚଳରେ ପରିବର୍ତ୍ତନ କରାଯାଇଥିବା ନେଇ ସମ୍ବଲପୁର ରେଳ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri