‘ବୁଲ୍ବୁଲ୍’କୁ ନେଇ କେନ୍ଦ୍ରାପଡ଼ା ଜିଲା ପ୍ରଶାସନର ତତ୍ପରତା : ସମୁଦ୍ରକୂଳିଆ ଅଞ୍ଚଳ ଲୋକଙ୍କୁ ବାତ୍ୟା ଆଶ୍ରୟସ୍ଥଳୀକୁ ନିଆଗଲା
ରାଜନଗର,୮।୧୧(ଡି.ଏନ୍.ଏ.): ଦକ୍ଷିଣ ପଶ୍ଚିମ ବଙ୍ଗୋପସାଗର ଓ ଉତ୍ତର ଆଣ୍ଡାମାନ ନିକଟରେ ସୃଷ୍ଟି ହୋଇଥିବା ଲଘୁଚାପ ବାତ୍ୟା ‘ବୁଲ୍ବୁଲ୍’ର ରୂପନେଇ ସ୍ଥଳଭାଗ ଆଡ଼କୁ ମୁହାଁଇଛି। ଏହାର ପ୍ରଭାବରେ ଶୁକ୍ରବାର ସକାଳୁ କେନ୍ଦ୍ରାପଡ଼ା ଜିଲାରେ ବର୍ଷା ଲାଗିରହିଛି। ତେବେ ଏହାକୁ ସାମ୍ନାକରିବା ଲାଗି ସମୁଦ୍ରକୂଳିଆ…
ପୋଖରୀରୁ ମହିଳାଙ୍କ କ୍ଷତବିକ୍ଷତ ମୃତଦେହ ଉଦ୍ଧାର: ହତ୍ୟା ସନ୍ଦେହ
ପାଟଣା,୮।୧୧(ସ୍ବ.ପ୍ର.): କେନ୍ଦୁଝର ଜିଲା ପାଟଣା ଥାନା ସରସକୋଲା ପଞ୍ଚାୟତ ଝିଞ୍ଜିରିନାଳି ଗ୍ରାମର ଏକ ପୋଖରୀରୁ ଶୁକ୍ରବାର ସକାଳୁ ଜଣେ ମହିଳାଙ୍କ ମୃତଦେହ ଉଦ୍ଧାର ହୋଇଛି। ସେ ହେଲେ ବଡ଼ପାଟଣା ପଞ୍ଚାୟତ ସଅଁରାପଶି ଗ୍ରାମର ମଲ୍ଲି ମୁଣ୍ଡା। ସୂଚନା ଅନୁଯାୟୀ, ମଲ୍ଲି ଜଣେ…
ବାତ୍ୟା ‘ବୁଲ୍ବୁଲ୍’: ଯାଜପୁର ବିଦ୍ୟୁତ୍ ବିଭାଗର ପ୍ରସ୍ତୁତି
ଯାଜପୁର,୮।୧୧(ନି.ପ୍ର.): ସମ୍ଭାବ୍ୟ ବାତ୍ୟା ‘ବୁଲ୍ବୁଲ୍’କୁ ନେଇ ଯାଜପୁର ଜିଲା ବିଦ୍ୟୁତ୍ ବିଭାଗ ଅଧୀକ୍ଷଣ ଯନ୍ତ୍ରୀଙ୍କ କାର୍ଯ୍ୟାଳୟରେ ଏକ ଜରୁରିକାଳୀନ ବୈଠକ ଗୁରୁବାର ଅନୁଷ୍ଠିତ ହୋଇଯାଇଛି। ଏଥିରେ ସମସ୍ତ ନିର୍ବାହୀ ଯନ୍ତ୍ରୀ, ସହକାରୀ ଯନ୍ତ୍ରୀ, କନିଷ୍ଠ ଯନ୍ତ୍ରୀ ପ୍ରମୁଖ ଉପସ୍ଥିତ ରହି ବାତ୍ୟା…
ଆଜିଠୁ ପଞ୍ଚୁକ: ମହାପ୍ରଭୁଙ୍କ ଲକ୍ଷ୍ମୀନାରାୟଣ ବେଶ ଦର୍ଶନ ପାଇଁ ଶ୍ରଦ୍ଧାଳୁଙ୍କ ଭିଡ଼
ପୁରୀ ଅଫିସ, ୮।୧୧: ଆରମ୍ଭ ହୋଇଛି ମହାକାର୍ତ୍ତିକର ପଞ୍ଚୁକ ବ୍ରତ । ସେଥିପାଇଁ ଶ୍ରୀକ୍ଷେତ୍ର ପୁରୀରେ ମହାପ୍ରଭୁଙ୍କ ଦର୍ଶନ ପାଇଁ ଶ୍ରଦ୍ଧାଳୁଙ୍କ ଭିଡ଼ ଲାଗିଛି । ପଞ୍ଚୁକ ୫ ଦିନ ପାଞ୍ଚଟି ସ୍ବତନ୍ତ୍ର ବେଶରେ ଦର୍ଶନ ଦେବେ ମହାପ୍ରଭୁ। ପଞ୍ଚୁକର ପ୍ରଥମ…
ଗୁହାଳରେ ଅଗ୍ନିକାଣ୍ଡ: ଦୁଇ ବାଛୁରୀ ଜୀବନ୍ତ ଦଗ୍ଧ
ଆଳି,୮।୧୧(ଡି.ଏନ୍.ଏ.): କେନ୍ଦ୍ରାପଡ଼ା ଜିଲା ଆଳି ଥାନା ଅନ୍ତର୍ଗତ ମାହାରକୁଳ ଗ୍ରାମରେ ଗୁରୁବାର ବିଳମ୍ବିତ ରାତିରେ ଅଗ୍ନିକାଣ୍ଡ ଘଟିଛି। ବାଙ୍କ ବିହାରୀ ଦାସଙ୍କ ଗୁହାଳ ଘରେ ନିଆଁ ଲାଗି ୨ବାଛୁରୀ ଜୀବନ୍ତ ଦଗ୍ଧ ହୋଇଥିବା ବେଳେ ୨ ଗାଈ ଆହତ ହୋଇଥିବା ଜଣାପଡିଛି…
କିରାଣିଙ୍କ ଗ୍ରେଡ୍ ପେ ପ୍ରଦାନ ମାମଲା : ହାଇକୋର୍ଟରେ ସ୍ୟାଟ୍ ରାୟ କାଏମ
କଟକ ଅଫିସ,୮।୧୧ : ସୂଚନା ଓ ଲୋକସମ୍ପର୍କ ବିଭାଗରେ କାର୍ଯ୍ୟରତ ସ୍ନାତକ ଡିଗ୍ରୀଧାରୀ କିରାଣି-ଲାଇବ୍ରେରିଆନ୍ମାନଙ୍କୁ ଆରଏସିପି ଗ୍ରେଡ ପେ ପ୍ରଦାନ ସମ୍ପର୍କିତ ମାମଲାରେ ରାଜ୍ୟ ପ୍ରଶାସନିକ ଟ୍ରିବ୍ୟୁନାଲ(ସ୍ୟାଟ୍) ଦେଇଥିବା ରାୟକୁ ହାଇକୋର୍ଟ ଗୁରୁବାର କାଏମ ରଖିଛନ୍ତି। ସ୍ୟାଟ୍ଙ୍କ ରାୟକୁ ଚ୍ୟାଲେଞ୍ଜ କରି…
କାଜୁଆଲ୍ଟିରେ ପ୍ରସବ କଲେ ଅସହାୟ ମହିଳା
କଟକ ଅଫିସ, ୮।୧୧ : ଏସ୍ସିବି ମେଡିକାଲର କାଜୁଆଲ୍ଟିରେ ଗୁରୁବାର ଏକ ଅଭାବନୀୟ ଘଟଣା ଘଟିଛି। ଅନ୍ତଃସତ୍ତ୍ବା ଜଣେ ଅସହାୟ ମହିଳା କଟକ-ଭୁବନେଶ୍ୱର ରାସ୍ତା କଡ଼ରେ ବୁଲୁଥିଲେ। ପ୍ରସବ ଯନ୍ତ୍ରଣା ହେବାରୁ କେତେଜଣ ସାମାଜିକ କର୍ମୀ ତାଙ୍କୁ ୧୦୮ ଆମ୍ବୁଲାନ୍ସରେ ଏସ୍ସିବି…
ନଗଡ଼ାରେ ପ୍ରଶାସନୀକ ଅଧିକାରୀଙ୍କ ଭିଡ : ବିକାଶ ପରଖିଲେ ପଞ୍ଚାୟତିରାଜ ପ୍ରକଳ୍ପ ନିର୍ଦ୍ଦେଶକ
କାଳିଆପାଣି,୮ା୧୧(ଡି.ଏନ୍.ଏ.): ଯାଜପୁର ଜିଲା ସୁକିନ୍ଦା ବ୍ଲକ ଅନ୍ତର୍ଗତ ନଗଡ଼ାରେ ଏବେ ବହୁ ପ୍ରଶାସନୀକ ଅଧିକାରୀଙ୍କ ଗସ୍ତ ଦେଖିବାକୁ ମିଳିଛି। ୨୦୧୬ରେ ଅପପୁଷ୍ଟିରେ ଶିଶୁମୃତ୍ୟୁ ଘଟଣା ପରେ ନଗଡ଼ାର ଉନ୍ନତି ପାଇଁ ସରକାର ପାଣି ଭଳି ଅର୍ଥ ଖର୍ଚ୍ଚ କରିଛନ୍ତି। ହେଲେ ୩…
ବିଦ୍ୟାଳୟ ବନ୍ଦକୁ ନେଇ ପ୍ରତିବାଦ : ଜିଲାପାଳଙ୍କ ଦ୍ୱାରସ୍ଥ ହେଲେ ଗ୍ରାମବାସୀ
ନୟାଗଡ଼ ଅଫିସ, ୮।୧୧: ଗ୍ରାମରେ ଥିବା ବିଦ୍ୟାଳୟକୁ ବନ୍ଦ ନ କରିବା ପାଇଁ ନୟାଗଡ଼ ଜିଲା ଭାପୁର ବ୍ଲକ ଭଗବାନପୁର ପଞ୍ଚାୟତର ବେତଖୋଲି ଗ୍ରାମବାସୀ ଗୁରୁବାର ଜିଲାପାଳଙ୍କ ଦ୍ୱାରସ୍ଥ ହୋଇଛନ୍ତି। ପିଲାମାନଙ୍କ ଷାଣ୍ମାସିକ ପରୀକ୍ଷା ଚାଲିଥିବାରୁ ଏଥିରେ ବାଧା ସୃଷ୍ଟି ହେବାର…
ପୂର୍ବ ଶତ୍ରୁତା: ଯୁବକଙ୍କୁ ଗୋଡ଼ାଇ ହାଣିଲେ
ରଣପୁର,୮ା୧୧(ସ୍ବ.ପ୍ର.): ପୂର୍ବ ଶତ୍ରୁତାକୁ ନେଇ ରଣପୁର ଥାନା ରାମଚନ୍ଦ୍ରପୁର ଗାଁର ଅଶୋକ କୁମାର ସେଠୀ(୩୨)ଙ୍କୁ ବୁଧବାର ରାତିରେ ମରଣାନ୍ତକ ଆକ୍ରମଣ ହୋଇଛି। ଗ୍ରାମର ୩ ଯୁବକ ମୁହଁରେ ଗାମୁଛା ବାନ୍ଧି ଅଶୋକଙ୍କୁ ରଣପୁର-ଗୋପାଳପୁର ମୁଖ୍ୟ ରାସ୍ତାରେ ଖଣ୍ଡା ଓ ଭୁଜାଲି ସାହାଯ୍ୟରେ…
ଲୋକଲଜ୍ଜା ସହି ନ ପାରି ଯୁବତୀଙ୍କ ଆତ୍ମହତ୍ୟା
ନାଉଗାଁ,୮ା୧୧(ସ୍ବ.ପ୍ର.): ଜଗତସିଂହପୁର ଜିଲା ନାଉଗାଁ ଥାନା ଅଞ୍ଚଳର ଜଣେ ଯୁବତୀ ଲୋକଲଜ୍ଜା ସହି ନ ପାରି ଗୁରୁବାର ରଶିଲଗାଇ ଆତ୍ମହତ୍ୟା କରିଛନ୍ତି। ଏନେଇ ଯୁବତୀଙ୍କ ମା’ ତାଙ୍କ ଝିଅକୁ ହଇରାଣ କରୁଥିବା ଯୁବକଙ୍କ ବିରୋଧରେ ଥାନାରେ ଲିଖିତ ଅଭିଯୋଗ କରିଛନ୍ତି। ପୋଲିସ…
ବ୍ଲକସ୍ତରୀୟ ଭୀମଭୋଇ ଭିନ୍ନକ୍ଷମ ସାମର୍ଥ୍ୟ ଶିବିରରେ ଅବ୍ୟବସ୍ଥା : ଶ୍ୱାସରୁଦ୍ଧ ହୋଇ ମେଡିକାଲ ଗଲେ ବୃଦ୍ଧା
ନାଉଗାଁ,୮ା୧୧(ସ୍ବ.ପ୍ର.): ନାଉଗାଁ ବ୍ଲକ କାର୍ଯ୍ୟାଳୟ ପରିସରରେ ଗୁରୁବାର ବ୍ଲକସ୍ତରୀୟ ଭୀମଭୋଇ ଭିନ୍ନକ୍ଷମ ସାମର୍ଥ୍ୟ ଶିବିର ଅନୁଷ୍ଠିତ ହୋଇଯାଇଛି। ମାତ୍ର ଏହି ଶିବିରରେ ନାନା ଅବ୍ୟବସ୍ଥା ଦେଖିବାକୁ ମିଳିଛି। ଫଳରେ ଏହାକୁ ନେଇ ଅନେକ ଭିନ୍ନକ୍ଷମ ଅସନ୍ତୋଷ ବ୍ୟକ୍ତ କରିଛନ୍ତି। ବିଶେଷକରି ଯେଉଁଠି…

