ଷ୍ଟାଣ୍ଡିଂ କମିଟିର ଯୋଡ଼ା ଗସ୍ତ: ଟ୍ରାଫିକ ଜାମ୍ରେ ଆମ୍ବୁଲାନ୍ସ ଫସିବା ଦେଖିଲେ
ଯୋଡ଼ା, ୯।୧୧(ଡି.ଏନ.ଏ.)- କେନ୍ଦୁଝର ଜିଲା ଗସ୍ତରେ ଆସିଥିବା ବିଧାନସଭା ଷ୍ଟାଣ୍ଡିଂ କମିଟି ସଦସ୍ୟାସଦସ୍ୟ ଶୁକ୍ରବାର ଯୋଡା ବ୍ଲକ ବାସୁଦେବପୁରସ୍ଥିତ ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ର ଗସ୍ତ କରିଥିଲେ। ସେମାନେ କେନ୍ଦୁଝରରୁ ବାସୁଦେବପୁର ଆସିବା ବେଳେ ଟ୍ରାଫିକ ଜାମ୍ ଯୋଗୁ ରାସ୍ତାରେ ୩ଟି ଆମ୍ବୁଲାନ୍ସ ଫସିଥିବା…
ଡାକ୍ତରଖାନା ପରିସରରୁ ସଶସ୍ତ୍ର ଡକାୟତି
କେନ୍ଦୁଝର ,୯।୧୧( ସ୍ବ.ପ୍ର.)- ସ୍ଥାନୀୟ ଟାଉନ ଥାନା ଅନ୍ତର୍ଗତ ଜିଲା ମୁଖ୍ୟ ଡାକ୍ତରଖାନା ପରିସରରେ ଜଣେ ଷ୍ଟାଫ ନର୍ସଙ୍କ ଘରେ ଶୁକ୍ରବାର ସାରେ ସଶସ୍ତ୍ର ଡକାୟତି ଘଟଛି। ଡକାୟତ ଦଳ ଘରୁ ଟଙ୍କା ଓ ସୁନା ଅଳଙ୍କାର ଲୁଟ କରିଥିବା ନେଇ…
ଶୁଦ୍ଧପୂତ ଜୀବନଚର୍ଯ୍ୟା କାର୍ତ୍ତିକ ବ୍ରତର ପ୍ରେରଣା
ଖଣ୍ଡପଡ଼ା,୯ା୧୧(ସ୍ବ.ପ୍ର.): ପବିତ୍ର କାର୍ତ୍ତିକ ବ୍ରତ ତଥା ମାସର ମାହାମତ୍ୟ ଅବର୍ଣ୍ଣନୀୟ । ହିନ୍ଦୁ ଶାସ୍ତ୍ରରେ ଏହାର ଯଥେଷ୍ଟ ପ୍ରମାଣ ରହିଛି । ବର୍ଷକର ପୁଣ୍ୟ ଏହି ଗୋଟିଏ ମାସରେ ମିଳେ ବୋଲି ବିଶ୍ୱାସ ରହିଛି । ଶୁଦ୍ଧପୂତ ଜୀବନଚର୍ଯ୍ୟା ପାଇଁ କାର୍ତ୍ତିକ…
ବାତ୍ୟା ମୁକାବିଲା ଲାଗି ପ୍ରସ୍ତୁତି: ପହଞ୍ଚିଲେ ଏନ୍ଡିଆର୍ଏଫ୍ ଟିମ୍
ଭଦ୍ରକ ଅଫିସ, ୯।୧୧- ସମ୍ଭାବ୍ୟ ବାତ୍ୟା ‘ବୁଲ୍ବୁଲ୍’ର ମୁକାବିଲା ଲାଗି ଭଦ୍ରକ ଜିଲା ପ୍ରଶାସନ ସଜାଗ ଥିଲେ ମଧ୍ୟ ସମୂଦ୍ର କୂଳିଆ ଲୋକେ ନାନା ଆଶା ଆଶଙ୍କାରେ ସମୟ ବିତାଉଛନ୍ତି। ଜିଲା ପ୍ରଶାସନ ପକ୍ଷରୁ ସମସ୍ତ ବ୍ଲକ ପ୍ରଶାସନ ମାଧ୍ୟମରେ ଡାକବାଜି…
କୁଳପତିଙ୍କ ପ୍ରତିଶ୍ରୁତି ପରେ ଛାତ୍ରଙ୍କ ଅନଶନ ପ୍ରତ୍ୟାହୃତ
ବାରିପଦା ଅଫିସ,୯ା୧୧- ମୟୂରଭଞ୍ଜ ଜିଲା ବାରିପଦା ତକତପୁରସ୍ଥିତ ଉତ୍ତର ଓଡ଼ିିଶା ବିଶ୍ୱବିଦ୍ୟାଳୟରେ ଛାତ୍ରୀଛାତ୍ରଙ୍କ ଆମରଣ ଅନଶନ ଶୁକ୍ରବାର ପ୍ରତ୍ୟାହୃତ ହୋଇଛି। ବିଶ୍ୱବିଦ୍ୟାଳୟର କୁଳପତି ପ୍ରଦୀପ କୁମାର ଚାନ୍ଦଙ୍କ ଲିଖିତ ପ୍ରତିଶ୍ରୁତି ପରେ ଛାତ୍ରଛାତ୍ରୀମାନେ ଅନଶନରୁ ଉଠିଛନ୍ତି। ଉଲ୍ଲେଖଯୋଗ୍ୟ ଯେ, ବୁଧବାର ବିଶ୍ୱବିଦ୍ୟାଳୟର…
ବୁଲ୍ବୁଲ୍ ପ୍ରଭାବ: ପାଣିରେ ବୁଡିଲା ଧାନଗଛ
ବାହାନଗା, ୯ା୧୧(ଡି.ଏନ.ଏ.)-ବଙ୍ଗୋପସାଗରରେ ସୃଷ୍ଟ ଲଘୁଚାପ ପ୍ରଭାବରେ ବାଲେଶ୍ୱର ଜିଲା ବାହାନଗା ବ୍ଲକ ଅଞ୍ଚଳରେ ଝିପିଝିପି ବର୍ଷା ଦିନତମାମ ଲାଗିରହିଛି। ପବନ ବହିବାରୁ ଧାନଗଛର ଥୋଡ ସବୁ ପାଣିରେ ମିଶିଯାଇଛି। ଫଳରେ ଚାଷୀମାନେ ହତାଶ ହୋଇପଡିଛନ୍ତି। ବ୍ଲକର ୧୮ହଜାର ୭ଶହ ହେକ୍ଟର ଚାଷଜମି…
ଡିଜିଟାଲ ଶ୍ରେଣୀଗୃହ ଓ ବିଜ୍ଞାନଗାର ଉଦ୍ଘାଟିତ
ନୟାଗଡ଼ ଅଫିସ,୯।୧୧: ନୟାଗଡ଼ ଜିଲା ନୂଆଗାଁ ବ୍ଳକ ଜନଶକ୍ତି ନୋଡ଼ାଲ ଉଚ୍ଚ ବିଦ୍ୟାଳୟ ପରିସରରେ ମୋ ସ୍କୁଲ ଅଭିଯାନ ଆନୁକୂଲ୍ୟରେ ହୋଇଥିବା ବିଜ୍ଞାନାଗାର ଓ ଡିଜିଟାଲ ଶ୍ରେଣୀଗୃହକୁ ଶୁକ୍ରବାର ଜିଲାପାଳ ଡ. ପୋମା ଟୁଡୁ ଉଦ୍ଘାଟନ କରିଥିଲେ। ଏହି ଅବସରରେ ସେ…
ଡକାୟତି ଅଭିଯୋଗରେ ୪ ଗିରଫ
ଦଶପଲ୍ଲା,୮।୧୧(ଡି.ଏନ.ଏ.): ଦଶପଲ୍ଲା ସହ ନୟାଗଡ଼ ଜିଲାର ବିଭିନ୍ନ ସ୍ଥାନରୁ ଡକାୟତି ଅଭିଯୋଗରେ ସମ୍ପୃକ୍ତ ଥିବା ୩ଜଣ ଏବଂ ଚୋରି ସାମଗ୍ରୀ ରଖିବା ଅଭିଯୋଗରେ ଜଣେ ଏପରି ମୋଟ ୪ ଅଭିଯୁକ୍ତଙ୍କୁ ଦଶପଲ୍ଲା ପୋଲିସ ଶୁକ୍ରବାର ଗିରଫ କରିଛି। ଗିରଫ ଅଭିଯୁକ୍ତମାନେ ହେଲେ…
ବିଭିନ୍ନ ଦ୍ରବ୍ୟର ନକଲି କାରବାର
ନୟାଗଡ଼ ଅଫିସ,୯।୧୧: ନୟାଗଡ଼ ସହରରେ ଦୁଇଜଣ ବ୍ୟବସାୟୀ ନକଲି ଜର୍ଦ୍ଦା ବିକ୍ରି କରୁଥିବା ଅଭିଯୋଗରେ ଟାଉନ ପୋଲିସ ଗୁରୁବାର ସେମାନଙ୍କୁ ଗିରଫ କରିଥିଲା। ସେମାନେ ହେଲେ ପୁରୁଣା ସହର ଦଣ୍ଡାସାହିର ସନ୍ତୋଷ କୁମାର ସାହୁ ଓ ଦଶପଲ୍ଲା ଥାନା ବାଘୁଆଫାସି ଗ୍ରାମର…
୯୭ ଖଣିରେ ୧୪୪ ଧାରା ଜାରି କଲା ପ୍ରଶାସନ
ଖଇରା, ୯।୧୧(ଡି.ଏନ.ଏ.)-ଜାତୀୟ ଗ୍ରୀନ ଟ୍ରିବ୍ୟୁନାଲର ନାଲି ଆଖି ପରେ ବାଲେଶ୍ୱର ଜିଲା ଖଇରା ତହସିଲ ଅଧୀନ ଶରୀଶୁଆ ପାହାଡରେ ଶୁକ୍ରବାର ପ୍ରଶାସନ ପକ୍ଷରୁ ୯୭ଟି ଖଣି ବ୍ୟବହାର ଉପରେ ଅଙ୍କୁଶ ଲଗାଇବାକୁ ୧୪୪ ଧାରା ଜାରି କରାଯାଇଛି । ବାଲେଶ୍ୱର ଉପଜିଲାପାଳଙ୍କ…
୧୧ ତାରିଖରୁ ପ୍ରଦାନ କରାଯିବ ଜେଇ ଟିକା
ନୟାଗଡ଼ ଅଫିସ,୯।୧୧: ଆସନ୍ତା ୧୧ ତାରିଖରେ ଜିଲାରେ ପ୍ରଥମ ଥର ପାଇଁ ୧ରୁ ୧୫ ବର୍ଷର ସମସ୍ତ ପିଲାଙ୍କୁ ଜାପାନିଜ ଏନସେଫାଲାଇଟିସ (ଜେଇ) ଟିକା ପ୍ରଦାନ କରାଯିବ। ଶୁକ୍ରବାର ଜିଲା ମୁଖ୍ୟ ଚିକିତ୍ସା ଅଧିକାରୀ(ସିଡିଏମଓ) ଡା. ଶ୍ୱେତ କୁମାର ମହାପାତ୍ର ଆୟୋଜିତ…
ରାଇବଣିଆରେ ହାତୀ ଉପଦ୍ରବ, ଭାଙ୍ଗିଲେ ବହୁ ଘର
ବାଲେଶ୍ୱର ଅଫିସ, ୯।୧୧-ଜଳେଶ୍ୱର ବ୍ଲକ ରାଇବଣିଆ ଅଞ୍ଚଳରେ ଚଳିତବର୍ଷ ବାରମ୍ବାର ହାତୀ ପ୍ରବେଶ କରି ବହୁ ଧନଜୀବନ ନଷ୍ଟ ହୋଇଛି। ସ୍ଥାନୀୟ ବାସିନ୍ଦା ଏକପ୍ରକାର ଭୟ ଓ ଆତଙ୍କ ମଧ୍ୟରେ କାଳାତିପାତ କରୁଛନ୍ତି। ଜଙ୍ଗଲ କର୍ମଚାରୀମାନେ ହାତୀ ଘଉଡ଼ାଇ ନାକେଦମ୍ ହେଉଥିବା…

