ଆମ ଜିଲା ଖବର

‘ବୁଲ୍‌ବୁଲ୍‌’ କ୍ଷତିଗ୍ରସ୍ତଙ୍କୁ ସହାୟତା ଦାବି ତେଜିଲା: ଆର୍‌ଆଇ ଅଫିସ୍‌ ସମ୍ମୁଖରେ ଭାଜପାର ଆନ୍ଦୋଳନ

ରୂପ୍‌ସା, ୧୯।୧୧(ଡି.ଏନ.ଏ.)- ବାଲେଶ୍ୱର ସଦର ବ୍ଲକ ରୂପ୍‌ସା ଆର୍‌ଆଇ ଅଫିସ ସମ୍ମୁଖରେ ଭାଜପା ପକ୍ଷରୁ ମଙ୍ଗଳବାର ଆନ୍ଦୋଳନ କରାଯାଇଛି। କସିପଦା, ରୂପ୍‌ସା, ଆଙ୍କୋ ପଞ୍ଚାୟତରେ ‘ବୁଲ୍‌ବୁଲ୍‌’ ବାତ୍ୟା ଓ ବର୍ଷାରେ କ୍ଷତିଗ୍ରସ୍ତ ଚାଷୀଙ୍କୁ ସରକାରୀ ସହାୟତା ଯୋଗାଇ ଦେବାକୁ ଦାବି ହୋଇଛି।…

ସ୍କୁଲରୁ ଘରକୁ ଫେରୁଥିବା ବେଳେ ଧକ୍କା ଦେଲା ଟ୍ରକ: ଛାତ୍ରୀ ମୃତ, ୪୯ନଂ ଜାତୀୟ ରାଜପଥ ଅବରୋଧ କଲେ ଉତ୍ତ୍ୟକ୍ତ ଲୋକେ

ଝାରସୁଗୁଡ଼ା ଅଫିସ/ଲଖନପୁର,୧୯।୧୧(ଡି.ଏନ୍‌.ଏ.): ଝାରସୁଗୁଡ଼ା ବିଟିଏମ୍‌ ବାଇପାସ୍‌ ୪୯ନଂ ଜାତୀୟ ରାଜପଥରେ ମଙ୍ଗଳବାର ଅପରାହ୍ନରେ ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିିଛି। ଜଣେ ଛାତ୍ରୀ ସାଇକେଲ ଯୋଗେ ସ୍କୁଲରୁ ଘରକୁ ଫେରୁଥିବା ବେଳେ ଏକ ଟ୍ରକ ତାଙ୍କୁ ଧକ୍କା ଦେଇଥିଲା। ଫଳରେ ଘଟଣାସ୍ଥଳରେ…

ଗଛରେ ପିଟିହେଲା ସ୍କର୍ପିଓ, ଜଣଙ୍କ ଜୀବନଗଲା

କୁଆଁରମୁଣ୍ଡା,୧୯।୧୧: ସୁନ୍ଦରଗଡ ଜିଲା କୁଆଁରମୁଣ୍ଡା ଫାଣ୍ଡି ଅନ୍ତର୍ଗତ କାଲସେରିଆ ନିକଟରେ ଏକ ସ୍କର୍ପିଓ ଗଛରେ ପିଟି ହେବାରୁ ଡ୍ରାଇଭରଙ୍କ ମୃତ୍ୟୁ ଘଟିଥିବାବେଳେ ଜଣେ ଆହତ ହୋଇଛନ୍ତି। ମୃତକଙ୍କ ନାଁ ଦୀପ କୁମାର ଖେସ(୨୬)। ସ୍କର୍ପିଓରେ ମୋଟ ୧୦ ଜଣ ଯାତ୍ରୀ ଥିଲେ।…

ଟ୍ରେନ୍‌ରୁ ଖସି କଟିଥିଲା ଦୁଇ ଗୋଡ଼, ଚିକିତ୍ସାଧିନ ଅବସ୍ଥାରେ ଯୁବକ ମୃତ

ଝାରସୁଗୁଡ଼ା ଅଫିସ/ଲଖନପୁର,୧୯।୧୧(ଡି.ଏନ୍‌.ଏ.): ଝାରସୁଗୁଡ଼ା ରୋଡ୍‌ ଷ୍ଟେଶନରେ ମଙ୍ଗଳବାର ଏକ ପାସେଞ୍ଜର ଟ୍ରେନ୍‌ରେ ଚଢ଼ୁଥିବା ବେଳେ ଜଣେ ଯାତ୍ରୀ ଅସାବଧାନତାବଶତଃ ଖସି ପଡ଼ିଥିଲେ। ସେ ଟ୍ରେନ୍‌ ଲାଇନ୍‌ରେ ପଶି ଯିବା ଯୋଗୁ ତାଙ୍କର ଦୁଇଟି ଯାକ ଗୋଡ଼ କଟି ଯାଇଥିଲା। ସ୍ଥାନୀୟ ଲୋକେ…

ଅତାବିରାରେ ଯୋଗାଣ ମନ୍ତ୍ରୀଙ୍କ କୁଶପୁତ୍ତଳିକା ଦାହ

ସରଣ୍ଡା,୧୯।୧୧(ଡି.ଏନ.ଏ.):ବରଗଡ ଜିଲାର ଅତାବିରାରେ ଚାଷୀ ଆନ୍ଦୋଳନ ମଙ୍ଗଳବାର ଦିତୀୟ ଦିନରେ ପହଞ୍ଚିଛି। ଆନ୍ଦୋଳନ ପାଇଁ ଜନସମର୍ଥନ ମିଳୁଛି। ଚାଷୀମାନେ ରାଜ୍ୟ ସରକାରଙ୍କ ଯୋଗାଣ ମନ୍ତ୍ରୀ ରଣେନ୍ଦ୍ର ପ୍ରତାପ ସ୍ବାଇଁ ଓ ବରଗଡ ଡିଆରଙ୍କ କୁଶପୁତ୍ତଳିକା ଦାହ କରିଥିଲେ। ଚାଷୀମାନେ ସରକାର କରିଥିବା…

ଜିଲାପାଳ ଅଫିସରେ ତାଲା ପକାଇଲେ ଚାଷୀ

ବରଗଡ଼ ଅଫିସ,୧୯।୧୧: ଖରିଫ ଧାନ କିଣାବିକାରେ ଟୋକନ ବ୍ୟବସ୍ଥାକୁ ବିରୋଧକରି ମଙ୍ଗଳବାର ଚାଷୀମାନେ ବରଗଡ଼ ଜିଲାପାଳଙ୍କ ଅଫିସରେ ତାଲା ପକାଇଛନ୍ତି। ଓଡ଼ିଶା ରାଜ୍ୟ କୃଷକ ସଂଗଠନର ସଭାପତି ଗୌରଚନ୍ଦ୍ର ଖମାରୀଙ୍କ ନେତୃତ୍ୱରେ ଶତାଧିକ ଚାଷୀ ଜିଲାପାଳ ଅଫିସକୁ ଯାଇଥିଲେ। ତେବେ ସେମାନେ…

ଭିଜିଲାନ୍ସ ଜାଲରେ ଶିକ୍ଷା ଅଧିକାରୀଙ୍କ କାର୍ଯ୍ୟାଳୟର ବରିଷ୍ଠ କିରାଣି

କେନ୍ଦୁଝର,୧୯।୧୧(ସ୍ବ.ପ୍ର.): କେନ୍ଦୁଝର ଜିଲା ଘଷିପୁରା ବ୍ଲକ ଶିକ୍ଷା ଅଧିକାରୀଙ୍କ କାର୍ଯ୍ୟାଳୟର ଜଣେ ବରିଷ୍ଠ କିରାଣି ଲାଞ୍ଚ ନେଉଥିବାବେଳେ ମଙ୍ଗଳବାର ଭିଜିଲାନ୍ସ ହାତରେ ଧରାପଡିଛନ୍ତି। ଇନକ୍ରିମେଣ୍ଟ କରାଇଦେବା ପାଇଁ କହି ଉକ୍ତ ବ୍ଲକ ଅଧୀନ ଭଗାନଇ ୟୁପି ସ୍କୁଲର ପ୍ରଧାନଶିକ୍ଷକ ମୁକୁନ୍ଦ ସାହୁଙ୍କୁ…

ଶିଶୁ ଦିବସରେ ପିଲାଙ୍କୁ ଚକୋଲେଟ୍‌ ଦେଇ ଅଡୁଆରେ ପ୍ରଧାନ ଶିକ୍ଷକ

ଆରଡି,୧୯।୧୧,(ଡି.ଏନ୍‌.ଏ.): ଭଦ୍ରକ ଜିଲା ତିହିଡ଼ି ବ୍ଲକ ଶ୍ୟାମସୁନ୍ଦରପୁର ପଞ୍ଚାୟତସ୍ଥିତ ତଳଦୁମୁକା ପ୍ରୋଜେକ୍ଟ ପ୍ରାଇମେରୀ ସ୍କୁଲରେ ଗତ ଗୁରୁବାର ଶିଶୁ ଦିବସ ପାଳିତ ହୋଇଥିଲା। ସେହିଦିନ ବିଦ୍ୟାଳୟରେ ମଧ୍ୟାହ୍ନ ଭୋଜନ ଲାଗି ରୋଷେଇ ହୋଇ ନ ଥିଲା। ପ୍ରଧାନ ଶିକ୍ଷକ ପିଲାମାନଙ୍କୁ ୪ଟି…

ଟୋକନ ବିବାଦ: ସିଏସଓ ଅଫିସରେ ତାଲା ପକାଇଲେ ଚାଷୀ

ବରଗଡ ଅଫିସ,୧୯।୧୧: ଚଳିତ ଖରିଫ ଧାନ ସଂଗ୍ରହ ପ୍ରକ୍ରିୟାରେ ରାଜ୍ୟ ସରକାରଙ୍କ ଟୋକନ ବ୍ୟବସ୍ଥାକୁ ନେଇ ବିରୋଧ ବଢିବାରେ ଲାଗିଛି। ଏହିକ୍ରମରେ ମଙ୍ଗଳବାର ବରଗଡ ଜିଲା ଯୋଗାଶ ଅଧିକାରୀ(ସିଏସଓ)ଙ୍କ କାର୍ଯାଳୟରେ ଚାଷୀମାନେ ତାଲା ପକାଇଛନ୍ତି। ଅଫିସ ଭିତରକୁ ଧସେଇ ପଶି ଚାଷୀମାନେ…

ଟୋକନ ବ୍ୟବସ୍ଥାକୁ ବିରୋଧ: ୩ ବିଧାୟକଙ୍କ ଘର ଆଗରେ ଧାନ ଗାଡ଼ି ରଖି ଚାଷୀଙ୍କ ବିକ୍ଷୋଭ

ସମ୍ବଲପୁର,୧୯ା୧୧(ବ୍ୟୁରେ): ଧାନ ସଂଗ୍ରହରେ ଟୋକନ ବ୍ୟବସ୍ଥାକୁ ବିରୋଧ କରି ସମ୍ବଲପୁର ଜିଲାର ଚାଷୀମାନେ ଆନ୍ଦୋଳନ ଜାରି ରଖିଛନ୍ତି। ଆନ୍ଦୋଳନର ଦ୍ୱିତୀୟ ଦିନରେ ଅର୍ଥାତ୍‌ ମଙ୍ଗଳବାର ସକାଳୁ ଜିଲାର ୩ ବିଧାୟକ ନାଉରୀ ନାୟକ(ରେଙ୍ଗାଲି), ରୋହିତ ପୂଜାରୀ(ରେଢ଼ାଖୋଲ) ଓ ଜୟ ମିଶ୍ର(ସମ୍ବଲପୁର)ଙ୍କ ଘର…

ସରପାଳ ଗ୍ରାମରେ ଅଗ୍ନିକାଣ୍ଡ: ଜଳିଗଲା ୫୦ ହଜାରରୁ ଊର୍ଦ୍ଧ୍ୱ ଟଙ୍କାର ସମ୍ପତ୍ତି

ଛେଣ୍ଡିପଦା,୧୯।୧୧(ସ୍ବ.ପ୍ର.): ଅନୁଗୋଳ ଜିଲା ଛେଣ୍ଡିପଦା ବ୍ଲକ ସରପାଳ ଗ୍ରାମରେ ସୋମବାର ବିଳିମ୍ବିତ ରାତିରେ ଅଗ୍ନିକାଣ୍ଡ ଘଟିଛି। ଏଥିରେ ଗ୍ରାମ ପ୍ରଦୀପ କୁମାର ସାହୁଙ୍କର ଦୁଇ ବଖରା ଚାଳଘର ସମ୍ପୂର୍ଣ୍ଣ ପୋଡିଯାଇଛି। ଏହା ସହ ଘରର ଆସବାବପତ୍ର ପୋଡି ୫୦ହଜାରରୁ ଊର୍ଦ୍ଧ୍ୱ ଟଙ୍କାର…

ବରଗଡରେ କ୍ୟାନସର୍‌ ହସ୍ପିଟାଲ୍‌ ସ୍ଥାପନ ଦାବି ତେଜିଲା

ବରଗଡ ଅଫିସ, ୧୯।୧୧: ବରଗଡରେ କ୍ୟାନସର ହସପିଟାଲ ସ୍ଥାପନ ଦାବି ପୁଣି ଜୋର୍‌ ଧରିଛି। ଏହି କ୍ରମରେ ମଙ୍ଗଳବାର ଦିନ ୧୦ଟାରୁ ସ୍ଥାନୀୟ ଗାନ୍ଧୀଛକରେ ୟୁନାଇଟେଡ ଫୋରମ ଫରକ୍ୟାନସର ହସ୍ପିଟାଲ ଇନ ବରଗଡ ପକ୍ଷରୁ ଧାରଣା ଦିଆଯାଇଛି। ଦିନ ୧ଟା ପର୍ଯ୍ୟନ୍ତ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?