ହତ୍ୟା ମାମଲାରେ ଆଜୀବନ କାରାଦଣ୍ଡ
ଭଦ୍ରକ ଅଫିସ, ୨୦ା୧୧- ଭଦ୍ରକ ଅତିରିକ୍ତ ଜିଲା ତଥା ଦୌରା ଜଜ୍ ପ୍ରଣତି ସାହା ଏକ ହତ୍ୟା ମାମଲାର ବିଚାର କରି ଅଭିଯୁକ୍ତ ଶରତ ମଳିକଙ୍କୁ ଆଜୀବନ କାରାଦଣ୍ଡାଦେଶ ଦେବା ସହିତ ୧୦ ହଜାର ଟଙ୍କା ଜରିମାନା କରିଛନ୍ତି। ମକଦ୍ଦମା ବିବରଣୀ…
ମଦ ବିରୋଧୀ ଶୋଭାଯାତ୍ରା
କପ୍ତିପଦା,୨୦ା୧୧(ଡି.ଏନ୍.ଏ.)- ଆସନ୍ତା ୨୭ ତାରିଖରେ ଭୂବନେଶ୍ୱର ପିଏମଜି ଛକ ଠାରେ ଏଆଇଡିୟୁଓ ସଂଗଠନ ପକ୍ଷରୁ ଏକ ପ୍ରତିବାଦ ସଭା ଅନୁଷ୍ଠିତ ହେବ। ନୂତନ ମୋଟର ଯାନ ଆଇନରେ ବର୍ଦ୍ଧିତ ଜରିମାନା ରାଶି ପ୍ରତ୍ୟାହାର ଓ ରାଜ୍ୟରେ ମଦକୁ ସମ୍ପୂର୍ଣ୍ଣ ନିଷିଦ୍ଧ କରିବା…
ବୃଦ୍ଧାଙ୍କ ସନ୍ଦେହଜନକ ମୃତ୍ୟୁ
ବଡ଼ସାହି,୨୦ା୧୧(ସ୍ବ.ପ୍ର)- ମୟୂରଭଞ୍ଜ ଜିଲା ବଡ଼ସାହି ଥାନା ଅଧୀନ ଧନାସାହି ଗ୍ରାମର ଜନୈକା ବୃଦ୍ଧାଙ୍କ ସନ୍ଦେହଜନକ ମୃତ୍ୟୁ ଘଟିଛି ା ମୃତା ମହିଳା ଜଣକ ହେଲେ ସେହି ଗ୍ରାମର ବାସନ୍ତୀ ସିଂ(୬୨)। ପୋଲିସ ସୂଚନା ଅନୁଯାୟୀ, ଦୁଇ ଦିନ ପୂର୍ବେ ମୁଣ୍ଡରେ ଗଭୀର…
କୃଷକ ବଜାରରୁ ମୃତଦେହ ଉଦ୍ଧାର
ଉଦଳା,୨୦ା୧୧(ଡି.ଏନ୍.ଏ.)- ମୟୂରଭଞ୍ଜ ଜିଲା ଉଦଳା କୃଷକ ବଜାର ମଧ୍ୟରେ ଥିବା ମୁଖ୍ୟ ରାସ୍ତାରୁ ଜଣେ ବ୍ୟକ୍ତିଙ୍କ ମୃତଦେହ ମଙ୍ଗଳବାର ପୋଲିସ ଉଦ୍ଧାର କରିଛି। ସକାଳେ ସ୍ଥାନୀୟ ବ୍ୟବସାୟୀମାନେ ଦୋକାନ ଖୋଲିବାକୁ ଆସିଥିବା ବେଳେ ମୃତଦେହ ପଡିଥିବା ଦେଖି ପୋଲିସକୁ ଖବର ଦେଇଥିଲେ।…
ଛାତ୍ରୀଙ୍କୁ ଯୌନ ନିର୍ଯାତନା: ଶିକ୍ଷକ ଅଟକ
ସୋର, ୨୦ା୧୧(ଡି.ଏନ.ଏ.)-ବାଲେଶ୍ୱର ଜିଲା ସୋର ବ୍ଲକ ନଦୀଗାଁ ପଞ୍ଚାୟତ ଅଞ୍ଚଳରେ ଥିବା ଏକ ଆବାସିକ ବିଦ୍ୟାଳୟର ଜଣେ ଛାତ୍ରୀ ଯୌନ ନିର୍ଯାତନାର ଶିକାର ହୋଇଥିବା ଅଭିଯୋଗ ହୋଇଛି। ତାଙ୍କ ଗୁରୁତର ଅବସ୍ଥାରେ କଟକ ବଡ଼ ଡାକ୍ତରଖାନା ଆଇସିୟୁରେ ଭର୍ତ୍ତି କରାଯାଇଛି। ସୋର…
ମହାପ୍ରଭୁଙ୍କ ପାଇଁ ଆସିଲା ପୋଢୁଆଁ ଭାର
ପୁରୀ ଅଫିସ, ୧୯ା୧୧: ବୁଧବାର ପ୍ରଥମାଷ୍ଟମୀ। ପୋଢୁଆଁ ହେବେ ମହାପ୍ରଭୁ। ଏଥିପାଇଁ ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ସମସ୍ତ ପ୍ରସ୍ତୁତି କରାଯାଇଛି। ଅନ୍ୟପକ୍ଷେ ମଙ୍ଗଳବାର ସନ୍ଧ୍ୟାରେ ନିଆଳି ମାଧବ ମନ୍ଦିରରୁ ଆସିଛି ପୋଢୁଆଁ ଭାର। ତେବେ ଏହାକୁ ନେଇ ଏବେ ଦ୍ୱିମତ ପ୍ରକାଶ…
ନିଖୋଜ ଛାତ୍ରର ମୃତଦେହ ଉଦ୍ଧାର
ବାଲିଆପାଳ, ୧୯।୧୧(ସ୍ବ.ପ୍ର.)-ବାଲେଶ୍ୱର ଜିଲା ବାଲିଆପାଳ ଥାନା ଡଗରା ବେଳାଭୂମିରେ ସମୁଦ୍ରକୁ ଗାଧୋଇବାକୁ ଯାଇ ଭାସିଯାଇଥିବା ୫ଜଣ କଲେଜ ଛାତ୍ରଙ୍କ ମଧ୍ୟରୁ ସୋମବାର ୪ ଜଣଙ୍କୁ ଉଦ୍ଧାର କରାଯାଇଥିଲା। ତେବେ ପରେ ନିଖୋଜ ଥିବା ଲକ୍ଷ୍ମୀନାରାୟଣ କଲେଜର ଛାତ୍ର ତଥା ସାନଅସ୍ତି ଗ୍ରାମର…
୨୦ହଜାର ଲୁଟ୍ ଘଟଣା: ଜେଲ୍ ଗଲେ ୨ ଅଭିଯୁକ୍ତ
ରୂପ୍ସା, ୧୯।୧୧(ଡି.ଏନ.ଏ.)-ବାଲେଶ୍ୱର ଜିଲା ରୂପ୍ସା ଥାନା ଆଙ୍କୋ ମାର୍କେଟ୍ ଛକରୁ ଧରାପଡ଼ିଥିବା ୨ଲୁଟେରାଙ୍କୁ ମଙ୍ଗଳବାର କୋର୍ଟଚାଲାଣ କରାଯାଇଛି। ଜାମିନ ନାମଞ୍ଜୁର ହେବାରୁ ସେମାନଙ୍କୁ ଜେଲ ହାଜତକୁ ପଠାଇ ଦିଆଯାଇଛି। ଗତ ୧୬ତାରିଖ ଅପରାହ୍ନରେ ଆଙ୍କୋ ଗ୍ରାମର ରନତ୍ାକର ବେହେରା ସ୍ଥାନୀୟ ୟୁନାଇଟେଡ଼…
ଅବ୍ୟବସ୍ଥା ଦେଇ ଗତି କରୁଛି ବାରିପଦା ଜଗନ୍ନାଥ ମନ୍ଦିର: ଡିସେମ୍ବର ପହିଲାରୁ ସମୂହ ଇସ୍ତଫା ଦେବେ ସେବାୟତ
ବାରିପଦା ଅଫିସ,୧୯ା୧୧- ବାରିପଦା ସ୍ଥିତ ଜଗନ୍ନାଥ ମନ୍ଦିରର ସ୍ବାତନ୍ତ୍ର୍ୟ ରହିଛି। ଦେବୋତ୍ତର ବିଭାଗ ଦ୍ୱାରା ଏହା ପରିଚାଳିତ ହେଉଥିବା ବେଳେ ସବୁବେଳେ ବିଭିନ୍ନ ଅବ୍ୟବସ୍ଥା ଦେଇ ଗତି କରୁଛି। ଏ ନେଇ ସେବାୟତମାନେ ଅନେକ ଥର ଆନ୍ଦୋଳନ କରିଥିଲେ ମଧ୍ୟ ସରକାର…
‘ବୁଲ୍ବୁଲ୍’ କ୍ଷତିଗ୍ରସ୍ତଙ୍କୁ ସହାୟତା ଦାବି ତେଜିଲା: ଆର୍ଆଇ ଅଫିସ୍ ସମ୍ମୁଖରେ ଭାଜପାର ଆନ୍ଦୋଳନ
ରୂପ୍ସା, ୧୯।୧୧(ଡି.ଏନ.ଏ.)- ବାଲେଶ୍ୱର ସଦର ବ୍ଲକ ରୂପ୍ସା ଆର୍ଆଇ ଅଫିସ ସମ୍ମୁଖରେ ଭାଜପା ପକ୍ଷରୁ ମଙ୍ଗଳବାର ଆନ୍ଦୋଳନ କରାଯାଇଛି। କସିପଦା, ରୂପ୍ସା, ଆଙ୍କୋ ପଞ୍ଚାୟତରେ ‘ବୁଲ୍ବୁଲ୍’ ବାତ୍ୟା ଓ ବର୍ଷାରେ କ୍ଷତିଗ୍ରସ୍ତ ଚାଷୀଙ୍କୁ ସରକାରୀ ସହାୟତା ଯୋଗାଇ ଦେବାକୁ ଦାବି ହୋଇଛି।…
ସ୍କୁଲରୁ ଘରକୁ ଫେରୁଥିବା ବେଳେ ଧକ୍କା ଦେଲା ଟ୍ରକ: ଛାତ୍ରୀ ମୃତ, ୪୯ନଂ ଜାତୀୟ ରାଜପଥ ଅବରୋଧ କଲେ ଉତ୍ତ୍ୟକ୍ତ ଲୋକେ
ଝାରସୁଗୁଡ଼ା ଅଫିସ/ଲଖନପୁର,୧୯।୧୧(ଡି.ଏନ୍.ଏ.): ଝାରସୁଗୁଡ଼ା ବିଟିଏମ୍ ବାଇପାସ୍ ୪୯ନଂ ଜାତୀୟ ରାଜପଥରେ ମଙ୍ଗଳବାର ଅପରାହ୍ନରେ ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିିଛି। ଜଣେ ଛାତ୍ରୀ ସାଇକେଲ ଯୋଗେ ସ୍କୁଲରୁ ଘରକୁ ଫେରୁଥିବା ବେଳେ ଏକ ଟ୍ରକ ତାଙ୍କୁ ଧକ୍କା ଦେଇଥିଲା। ଫଳରେ ଘଟଣାସ୍ଥଳରେ…
ଗଛରେ ପିଟିହେଲା ସ୍କର୍ପିଓ, ଜଣଙ୍କ ଜୀବନଗଲା
କୁଆଁରମୁଣ୍ଡା,୧୯।୧୧: ସୁନ୍ଦରଗଡ ଜିଲା କୁଆଁରମୁଣ୍ଡା ଫାଣ୍ଡି ଅନ୍ତର୍ଗତ କାଲସେରିଆ ନିକଟରେ ଏକ ସ୍କର୍ପିଓ ଗଛରେ ପିଟି ହେବାରୁ ଡ୍ରାଇଭରଙ୍କ ମୃତ୍ୟୁ ଘଟିଥିବାବେଳେ ଜଣେ ଆହତ ହୋଇଛନ୍ତି। ମୃତକଙ୍କ ନାଁ ଦୀପ କୁମାର ଖେସ(୨୬)। ସ୍କର୍ପିଓରେ ମୋଟ ୧୦ ଜଣ ଯାତ୍ରୀ ଥିଲେ।…

