ବେଆଇନ ବାଲି ଚାଲାଣ ଅଭିଯୋଗ, ୭ ଗିରଫ: ୬ ଗାଡି, ମ୍ୟାଜିକ୍‌ ପେନ୍‌ ସହ ରସିଦ ବହି ଜବତ

ଆସିକା,୧୬ା୧୨ (ଡି.ଏନ୍‌.ଏ.)-ଆସିକା ଏନ୍‌ଏସି ସୁନାମ୍ବ ସାହି ଋଷିକୂଲ୍ୟା ନଦୀ ବାଲିଘାଟରୁ ବେଆଇନଭାବେ ବାଲି ଚୋରା ଚାଲାଣ କରୁଥିବା ଅଭିଯୋଗରେ ଶନିବାର ରାତିରେ ପୋଲିସ ୭ ଜଣଙ୍କୁ ଗିରଫ କରିଛି। ଗିରଫ ଅଭିଯୁକ୍ତମାନେ ହେଲେ ଆସିକା ପାକଲାପଲ୍ଲୀର କୈଳାସ ପ୍ରଧାନ, ବରଗାଁର ଜୟ କୁମାର ଦାସ, ବୁଗୁଡା ଅନ୍ତରପଡାର ରଙ୍କନିଧି ଗୌଡ, ବୁଢାମ୍ବ ଗ୍ରାମର ଧ୍ରୁବ ମହାରଣା, ଆସିକା ଗଣ୍ଡପଲ୍ଲୀର ସୟ ଦାସ, ଭୋଗଡା ଖଦାଳ ସାହିର ଧ୍ରୁବ ନାଇକ ଓ ନନ୍ଦିଘର ଗ୍ରାମର ଜନାର୍ଦ୍ଦନ ପ୍ରଧାନ। ଅଭିଯୁକ୍ତଙ୍କ ନିକଟରୁ ପୋଲିସ ୨ଟି ହାଇୱା, ୨ଟି ଟ୍ରାକ୍ଟର, ଗୋଟିଏ ମିନିଟ୍ରକ୍‌, ଗୋଟିଏ ଜେସିବି ଏଭଳି ମୋଟି ୬ଟି ଗାଡି ସହ ସରକାରଙ୍କ ଦ୍ୱାରା ଯୋଗାଇ ଦିଆଯାଇଥିବା ୩ଟି ଟ୍ରାଞ୍ଜିଟ୍‌ ପାସ୍‌ ବହି, ୩ଟି ଡ୍ରାଇଭିଂ ଲାଇସେନ୍ସ ଓ ଦୁଇଟି ମ୍ୟାଜିକ୍‌ ପେନ୍‌ ଜବତ କରିଛି। ରବିବାର ମଧ୍ୟାହ୍ନରେ ଆସିକା ଥାନାରେ ଆୟୋଜିତ ଏକ ଖବରଦାତା ସମ୍ମିଳନୀରେ ଆସିକା ଏସ୍‌ଡିପିଓ ସୂର୍ଯ୍ୟମଣି ପ୍ରଧାନ ଏହି ସୂଚନା ଦେଇଛନ୍ତି। ତେବେ ଏହି ବାଲି ଘାଟର ପ୍ରକୃତ ଗୁତାଦାର ଫେରାର ଥିବାରୁ ତାଙ୍କୁ ଗିରଫ ଲାଗି ପୋଲିସ ଉଦ୍ୟମ ଚଳାଇଥିବା ଥାନା ଅଧିକାରୀ ପ୍ରଶାନ୍ତ କୁମାର ସାହୁ ସୂଚନା ଦେଇଛନ୍ତି। ସରକାରଙ୍କ ଦ୍ୱାରା ବାଲିଘାଟ ଗୁତାଦାରଙ୍କୁ ଯୋଗାଇ ଦିଆଯାଇଥିବା ୱାଇ ଫର୍ମକୁ ଅଭିଯୁକ୍ତମାନେ ମ୍ୟାଜିକ୍‌ ପେନ ଦ୍ୱାରା ଲେଖୁଥିଲେ ଏବଂ ଏହି ପେନର ଲେଖା ସବୁ ସାମାନ୍ୟ ଗରମରେ ଲିଭିଯାଇଥିବାରୁ ସେହି ପୁରୁଣା ରସିଦରେ ପୁଣି ନୂତନ ତାରିଖରେ ନୂତନ ନାମ ଦେଇ ଜାଲିଆତି କରି ରସିଦ ବ୍ୟବହାର କରାଯାଉଥିବା ପୋଲିସ ତଦନ୍ତରୁ ଜାଣିପାରିଛି। ଏହାଛଡା ନଦୀର ଏକ ନିର୍ଦ୍ଧାରିତ ସ୍ଥାନରୁ ବାଲି ଉଠାଣ ଲାଗି ରାଜସ୍ବ ବିଭାଗ ପକ୍ଷରୁ ଅନୁମତି ଦିଆଯାଇଥିବାବେଳେ ଗୁତାଦାର ଅଧିକ ଜାଗାର ବାଲି ଉଠାଇ ଚାଲାଣ କରୁଥିବା ତଦନ୍ତବେଳେ ପୋଲିସ ଜାଣିପାରିଛି। ଏ ସମ୍ପର୍କରେ ସ୍ଥାନୀୟ ତହସିଲଦାରଙ୍କ ସହ ଯୋଗାଯୋଗ କରି ପରବର୍ତ୍ତି ପଦକ୍ଷେପ ନିଆଯିବ ବୋଲି ଥାନା ଅଧିକାରୀ ସାହୁ ସୂଚନା ଦେଇଛନ୍ତି। ଏନେଇ ଆସିକା ଥାନାରେ ନଂ.୪୮୦/୧୯ରେ ଏକ ମାମଲା ରୁଜୁ କରାଯାଇ ଗିରଫ ଅଭିଯୁକ୍ତଙ୍କୁ ରବିବାର ଅପରାହ୍ନରେ କୋର୍ଟ ଚାଲାଣ କରାଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ମେଡିକାଲ ଶୌଚାଳୟରେ କର୍କଟ ରୋଗୀଙ୍କ ଆତ୍ମହତ୍ୟା

କଟକ,୧୬ା୪ (କାର୍ତ୍ତିକ ସାହୁ) ଆଚାର୍ଯ୍ୟ ହରିହରି ସ୍ନାତକୋତ୍ତର କର୍କଟ ରୋଗ ପ୍ରତିଷ୍ଠାନକୁ ଚିକିତ୍ସା ପାଇଁ ଆସିଥିବା ଜଣେ ମହିଳା କର୍କଟ ରୋଗର ଯନ୍ତ୍ରଣା ସହି ନ...

ୟୁପିଏସ୍‌ସିରେ ୨୪ ନଂ ର଼୍ୟାଙ୍କ ରଖିଲେ ବରଗଡ଼ ଡେପୁଟି କଲେକ୍ଟର ପ୍ରଜ୍ଞାନନ୍ଦନ ଗିରି, ୪ର୍ଥ ପ୍ରୟାସରେ ସଫଳ

ବରଗଡ଼,୧୬।୪(ପ୍ରେମାନନ୍ଦ ଖମାରୀ)- ବରଗଡ଼ ଜିଲାପାଳଙ୍କ କାର୍ଯ୍ୟାଳୟରେ ଡେପୁଟୀ କଲେକ୍ଟର ଭାବେ କାର୍ଯ୍ୟରତ ପ୍ରଜ୍ଞାନନ୍ଦନ ଗିରି ମଙ୍ଗଳବାର ପ୍ରକାଶ ପାଇଥିବା ସର୍ବଭାରତୀୟ ପ୍ରଶାସନିକ ସେବା (ୟୁପିଏସ୍‌ସି)ରେ ୨୪...

ବିଜେଡିରେ ମିଶିଲେ ଦେବଗଡ଼ର ରାଣୀ ଅରୁନ୍ଧତୀ

ଭୁବନେଶ୍ୱର,୧୬।୪: ବିଜେଡିରେ ମିଶିଲେ ସମ୍ବଲପୁରର ଭାଜପା ଏମପି ନିତେଶ ଗଙ୍ଗଦେବଙ୍କ ପତ୍ନୀ ଅରୁନ୍ଧତୀ କୁମାରୀ ଦେବୀ। ଆଜି ସେ ବିଜେଡିରେ ସାମିଲ ହୋଇଛନ୍ତି । ସେ...

ଓଭରବ୍ରିଜ୍‌ରୁ ବସ୍‌ ଖସି ଦୁର୍ଘଟଣା: ମୃତକଙ୍କୁ ୩୦ ଲକ୍ଷ କ୍ଷତିପୂରଣ ପ୍ରଦାନ ଦାବି

କଟକ,୧୬ା୪ (କାର୍ତ୍ତିକ ସାହୁ) ଯାଜପୁର ଜିଲା ବାରବାଟୀ ନିକଟରେ ସୋମବାର ରାତିରେ ଓଭରବ୍ରିଜରୁ ପ୍ରାୟ ୩୦ ଫୁଟ ତଳକୁ ଯାତ୍ରୀବାହୀ ବସ୍‌ ଖସି ଦୁର୍ଘଟଣା ଘଟିବାକୁ...

ଫୁଲ ଧରିଲେ ବିଜେଡିର ପୂର୍ବତନ ବିଧାୟକ ବେଦବ୍ୟାସ ନାୟକ

କେନ୍ଦୁଝର,୧୬।୪(ନରେଶ ଚନ୍ଦ୍ର ପଟ୍ଟନାୟକ) ପୂର୍ବତନ ବିଜେଡି ବିଧାୟକ ବେଦବ୍ୟାସ ନାୟକ ଆଜି ଶଙ୍ଖ ଛାଡ଼ି ଫୁଲ ଧରିଛନ୍ତି। ଭୁବନେଶ୍ୱରରେ ଏକ ମିଶ୍ରଣ କାର୍ଯ୍ୟକ୍ରମରେ ସେ ତାଙ୍କ...

ବଜ୍ରପାତରେ ୩ ମୃତ

କେନ୍ଦ୍ରାପଡ଼ା,୧୬।୪: କେନ୍ଦ୍ରାପଡ଼ାରେ କାଳବୈଶାଖୀ ବର୍ଷା ସାଙ୍ଗକୁ ଜୋରରେ ପବନ ହୋଇଛି। ତେବେ ବଜ୍ରପାତରେ ୩ଜଣଙ୍କ ମୃତ୍ୟୁ ହୋଇଥିବା ଜଣାପଡିଛି। ପାଟକୁରା କୁଦାନଗରୀ ବଙ୍ଗାରିରେ ଜଣେ, କୁଣ୍ଡିଲୋରେ...

ମା’ ଧାମୁରାଇଙ୍କୁ ପୂଜା କରି ପ୍ରଚାର ଆରମ୍ଭ କଲେ କଂଗ୍ରେସ ପ୍ରାର୍ଥୀ

ଚାନ୍ଦବାଲି,୧୬।୪(କିଷାନ ପାତ୍ର)- ଭଦ୍ରକ ଜିଲା ଚାନ୍ଦବାଲି ନିର୍ବାଚନୀ ମଣ୍ଡଳୀ କଂଗ୍ରେସ କଂଗ୍ରେସ ପ୍ରାର୍ଥୀ ଅମୀୟ ମହାପାତ୍ର ମଙ୍ଗଳବାର ଧାମରାଠାରେ ମା’ଧାମୁରାଇଙ୍କ ଦର୍ଶନ କରି ପ୍ରଚାର ଆରମ୍ଭ...

ଶୁଣାଣି ଚାଲିଥିବା ବେଳେ କୋର୍ଟ ଛାତରୁ ଡେଇଁ ପଡ଼ିଲେ ଅଭିଯୁକ୍ତ

ଝାରସୁଗୁଡ଼ା,୧୬।୪: ଝାରସୁଗୁଡ଼ା ଜିଲା ଦୌରାଜଜଙ୍କ ଅଦାଲତର ଦ୍ୱିତୀୟ ମହଲାରୁ ମଙ୍ଗଳବାର ଜଣେ ଅଭିଯୁକ୍ତ ଡେଇଁ ଆତ୍ମହତ୍ୟା ଉଦ୍ୟମ କରିଛନ୍ତି। ଅଭିଯୁକ୍ତ ଜଣକ ହେଲେ ବେଲପାହାଡ଼ ଥାନା...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri