ଛତ୍ରପୁର ହସ୍ପିଟାଲରେ ଟ୍ୟୁମର ଅପରେଶନ ହେଲାନି: ନିରାଶରେ ଘରକୁ ଫେରିଲେ ସୀତାମ୍ମା
ଛତ୍ରପୁର,୨୧ା୧୧(ଡି.ଏନ୍.ଏ.)-ଛତ୍ରପୁର ହସ୍ପିଟାଲରେ ଟ୍ୟୁମର ଅପରେଶନ ନ ହେବାରୁ ଜଣେ ମହିଳା ଗୁରୁବାର ନିରାଶରେ ଘରକୁ ଫେରିବାକୁ ବାଧ୍ୟ ହୋଇଛନ୍ତି। ଆନାସ୍ଥେସିଆ ବିଶେଷଜ୍ଞ ନ ଥିବାରୁ ତାଙ୍କୁ ଫେରାଇ ଦିଆଯାଇଛି। ଆନାସ୍ଥେସିଆ ଡାକ୍ତର ନ ଥିଲେ ଅନ୍ କଲ୍ରେ ଆଣି ଅପରେଶନ କରାଇବା…
ନାବାଳିକାଙ୍କୁ ବଳାତ୍କାର, ଅଭିଯୁକ୍ତ ଗିରଫ: ନିରପେକ୍ଷ ତଦନ୍ତ ଦାବି କଲା ଭାଜପା ମହିଳା ମୋର୍ଚ୍ଚା
ହିଞ୍ଜିଳିକାଟୁ,୨୧ା୧୧(ଡି.ଏନ୍.ଏ): ହିଞ୍ଜିଳି ଥାନା ଅଞ୍ଚଳରେ ଗତ ଶନିବାର ଜଣେ ୧୦ବର୍ଷୀୟ ନାବାଳିକାଙ୍କୁ ନିଜ ଦୋକାନରେ ବଳାତ୍କାର କରିଥିବା ଅଭିଯୁକ୍ତଙ୍କୁ ପୋଲିସ ଗୁରୁବାର ଗିରଫ କରିଛି। ସେ ହେଲେ ଦେବରାଜ ପାଣିଗ୍ରାହୀ(୬୫)। ହିଞ୍ଜିଳିକାଟୁ ଡାକ୍ତରଖାନାରେ ଅଭିଯୁକ୍ତଙ୍କ ଡାକ୍ତରୀମାଇନା କରାଯାଇଥିବା ବେଳେ ପୋଲିସ ହେପାଜତରେ…
ଶିଶୁଙ୍କ ସାମଗ୍ରିକ ବିକାଶ ଉପରେ ଗୁରୁତ୍ୱ
ପୁରୀ ଅଫିସ, ୨୦ା୧୧ : ବିଶ୍ୱମ୍ବର ବିଦ୍ୟାପୀଠ ପରିସରରେ ଗୁରୁବାର ଶିଶୁ ସମାଚାର ପକ୍ଷରୁ ବିଶ୍ୱ ଶିଶୁ ଅଧିକାର ଦିବସ ପାଳିତ ହୋଇଯାଇଛି। ଆଇନଜୀବୀ ଶରତ ରାୟଗୁରୁଙ୍କ ଅଧ୍ୟକ୍ଷତାରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ଜିଲା ଆଇନସେବା ପ୍ରାଧିକରଣ ସଚିବ ଅମରେଶ ମହାପାତ୍ର…
ଋଣ ଦେବା ନାଁରେ ଅର୍ଥ ହଡ଼ପ ଅଭିଯୋଗ
ରୂପ୍ସା, ୨୧।୧୧(ଡି.ଏନ.ଏ.)-ବାଲେଶ୍ୱର ସଦର ବ୍ଲକ ରୂପ୍ସା ଥାନା ହାତିଆଡ଼ିହା ଗ୍ରାମବାସୀଙ୍କୁ ଋଣ ଯୋଗାଇ ଦେବା ନାଁରେ ‘ଅନ୍ନପୂର୍ଣ୍ଣା ଫାଇନାନ୍ସ ପ୍ରାଇଭେଟ୍ ଲିମିଟେଡ୍’ ସଂସ୍ଥା ଅର୍ଥ ହଡପ କରିଥିବା ଅଭିଯୋଗ ହୋଇଛି। ସଂସ୍ଥାର ଶାଖା ପରିଚାଳକ ବିଜୟ କୁମାର ନାୟକ ଓ ଡେଭେଲପମେଣ୍ଟ…
ନିମ୍ନମାନର ଓପିଡ଼ି ଗୃହ ନିର୍ମାଣ ଘଟଣା: ଅଭିଯୋଗ ପରେ ମରାମତି ଆରମ୍ଭ
ରୂପ୍ସା, ୨୧।୧୧(ଡି.ଏନ.ଏ.)-ବାଲେଶ୍ୱର ସଦର ବ୍ଲକ ରୂପ୍ସା ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରର ନୂତନ ଓପିଡ଼ି (ଆଉଟ୍ଡୋର ପେସେଣ୍ଟ ଡିପାର୍ଟମେଣ୍ଟ) ଗୃହର ମରାମତି କାର୍ଯ୍ୟ ଗୁରୁବାର ଆରମ୍ଭ ହୋଇଛି। ସ୍ଥାନୀୟ ସଚେତନ ନାଗରିକ ଏହି ଗୃହ ନିର୍ମାଣ କାର୍ଯ୍ୟ ନିମ୍ନମାନର ହୋଇଥିବା ଅଭିଯୋଗ କରିବା ପରେ…
ଭଣ୍ଡାରିପୋଖରୀ ସ୍ବାସ୍ଥ୍ୟକେନ୍ଦ୍ରରେ କାୟାକଳ୍ପ ଟିମ୍
ଭଣ୍ଡାରିପୋଖରୀ, ୨୧।୧୧ (ଡି.ଏନ.ଏ.)- ଭଣ୍ଡାରିପୋଖରୀ ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରକୁ ଗୁରୁବାର ଅପରାହ୍ନରେ କାୟାକଳ୍ପ ଟିମ୍ ଗସ୍ତ କରି ସ୍ବାସ୍ଥ୍ୟକେନ୍ଦ୍ରର ସମସ୍ତ କାର୍ଯ୍ୟ ତଦାରଖ କରିଛନ୍ତି। ଭୁବନେଶ୍ୱର ଟିମ୍ ସଦସ୍ୟ ଡ. ଅଞ୍ଜନା ପଣ୍ଡା, ତୃପ୍ତି ମିଶ୍ର, ଭଦ୍ରକରୁ ଡିପିଏମ୍ ସରିତା ମହାପାତ୍ର, ଡିଏମ୍ଆର୍ସିଏଚ୍…
ସରିଛି ବାଲିଯାତ୍ରା, ହେଲେ ଭରିନି ମନ
କଟକ ଅଫିସ, ୨୧।୧୧: ସରିଛି ବାଲିଯାତ୍ରା, ହେଲେ ଭରିନି ମନ। ଐତିହାସିକ କଟକ ବାଲିଯାତ୍ରା ବୁଧବାର ଶେଷ ହୋଇଥିଲେ ହେଁ ମହାନଦୀ ପଠା ଚଳଚଞ୍ଚଳ ରହିଛି। ଗୁରୁବାର ବାଲିଯାତ୍ରା ତଳ ପଡ଼ିଆରେ ଗୃହ ଉପକରଣ, ସାଜସଜ୍ଜା ସାମଗ୍ରୀ ଆଦି କିଣିବା ଲାଗି…
ଡିସେମ୍ବରରୁ କଡ଼ାକଡ଼ି ହେବ ଟ୍ରାଫିକ୍ ନିୟମ : କର୍ଲାମୁଣ୍ଡାରେ ଡ୍ରାଇଭିଂ ଲାଇସେନ୍ସ କ୍ୟାମ୍ପ ଦାବି କଲେ ବାସିନ୍ଦା
କର୍ଲାମୁଣ୍ଡା,୨୧।୧୧(ଡି.ଏନ୍.ଏ.): ଆସନ୍ତା ଡିସେମ୍ବରରୁ କଡ଼ାକଡ଼ି ହେବ ଟ୍ରାଫିକ୍ ନିୟମ। ମାତ୍ର କଳାହାଣ୍ଡି ଜିଲା ସଦରମହକୁମାଠାରୁ ପ୍ରାୟ ୯୦କିମି ଦୂରରେ ଥିବା କର୍ଲାମୁଣ୍ଡା ବ୍ଲକ ପାଇଁ ବର୍ତ୍ତମାନ ସୁଦ୍ଧା କୌଣସି ପଦକ୍ଷେପ ନିଆଯାଇ ନ ଥିବାରୁ ଏହି ବ୍ଲକରେ ସ୍ବତନ୍ତ୍ର କ୍ୟାମ୍ପ୍ କରାଯିବାକୁ…
ବନ୍ୟାକୁ ୩ ମାସ ବିତିଲା: ରାସ୍ତା ମରାମତି ହେଲାନି
କର୍ଲାମୁଣ୍ଡା,୨୧।୧୧(ଡି.ଏନ୍.ଏ.): କଳାହାଣ୍ଡି ଜିଲା କର୍ଲାମୁଣ୍ଡା ବ୍ଲକ ଗତ ଅଗଷ୍ଟ ମାସରେ ପ୍ରବଳ ବର୍ଷା ଯୋଗୁ ବନ୍ୟା ଆସି ଅଞ୍ଚଳରେ ବ୍ୟାପକ କ୍ଷୟକ୍ଷତି ଘଟାଇଥିଲା। ଏପରିକି ବିଭିନ୍ନ ରାସ୍ତା ଓ ପୋଲ ଭାଙ୍ଗିଯାଇଥିଲା। ତେବେ ଗ୍ରାମ୍ୟ ଉନ୍ନୟନ ବିଭାଗ ପକ୍ଷରୁ କିଛି ଜାଗାରେ…
ଛାତ୍ରଙ୍କୁ ମାଡ଼ମାରି ରାସ୍ତାରେ ଆଣ୍ଠେଇ ଆଣ୍ଠେଇ ଚଲାଇବା ଘଟଣା : ୨ ଅଭିଯୁକ୍ତ ଗିରଫ
ଖଲିକୋଟ,୨୧।୧୧(ଡି.ଏନ୍.ଏ.): ଗଞ୍ଜାମ ଜିଲା ଖଲିକୋଟସ୍ଥିତ ରାମଚନ୍ଦ୍ର ବିଜ୍ଞାନ ମହାବିଦ୍ୟାଳୟ ଯୁକ୍ତ ଦୁଇ ଦ୍ୱିତୀୟ ବର୍ଷ ଛାତ୍ର ପ୍ରମୋଦ କୁମାର ଶବରଙ୍କୁ ବୁଧବାର ଅପରାହ୍ନରେ ଖଲିକୋଟ ବଜାର ମଝିରେ ମାଡ଼ ମାରିବା ସହ କାନଧରି ଆଣ୍ଠେଇ ଆଣ୍ଠେଇ ଚଲାଇଥିଲେ। ଏହି ଘଟଣାର ଭିଡିଓ…
୫ଟି ଅଭିଯାନରେ ଯୋଗଦେଲେ ଜିଲାପାଳ: କନ୍ୟାସନ୍ତାନଙ୍କ ସୁରକ୍ଷା ପ୍ରତି ଦେଲେ ଗୁରୁତ୍ୱ
ବ୍ରହ୍ମପୁର ଅଫିସ,୨୧।୧୧: କନ୍ୟାସନ୍ତାନଙ୍କ ସଂଖ୍ୟାବୃଦ୍ଧି, ସେମାନଙ୍କ ସୁରକ୍ଷା, ଗୁଣିଗାରେଡ଼ି ବିରୋଧରେ ସଚେତନତା ଏବଂ ଚିକିତ୍ସାଳୟଗୁଡ଼ିକର ଉନ୍ନତି ପାଇଁ କାର୍ଯ୍ୟକାରୀ ହେଉଥିବା ବିଭିନ୍ନ ଅଭିଯାନରେ ଗୁରୁବାର ସାମିଲ ହୋଇଛନ୍ତି ଗଞ୍ଜାମ ଜିଲାପାଳ ବିଜୟ ଅମୃତା କୁଲାଙ୍ଗେ। କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଯୋଗଦେଇ…
ବିପର୍ଯ୍ୟସ୍ତ ସ୍ବାସ୍ଥ୍ୟସେବାର ପ୍ରତିବାଦ : ପ୍ରତିଶ୍ରୁତି ପରେ ଆନ୍ଦୋଳନ ସ୍ଥଗିତ ରଖିଲେ ୫ଟି ପଞ୍ଚାୟତର ଲୋକେ
କୋରାପୁଟ/ଅନକାଡେଲି,୨୧।୧୧(ସ୍ବ.ପ୍ର.): କୋରାପୁଟ ଜିଲା ଅନ୍ତର୍ଗତ ଲମତାପୁଟ ବ୍ଲକର ମାଛକୁଣ୍ଡ ଜଳବିଦ୍ୟୁତ ପ୍ରକଳ୍ପର ପେରିଫେରି ଅଞ୍ଚଳରେ ବିପର୍ଯ୍ୟସ୍ତ ସ୍ବାସ୍ଥ୍ୟାବସ୍ଥା ନେଇ ସଂପୃକ୍ତ ୫ଟି ପଞ୍ଚାୟତର ଲୋକେ ବୁଧବାର ଠାରୁ ଚଳାଇଥିବା ଆନ୍ଦୋଳନ ଗୁରବାର ସ୍ଥଗିତ ରଖିଛନ୍ତି। ମାଛକୁଣ୍ଡ ଜଳବିଦ୍ୟୁତ କର୍ତ୍ତୃପକ୍ଷଙ୍କ ଦ୍ୱାରା କର୍ମଚାରୀଙ୍କ…

