୩୦ରେ ପୂରିବ ସଂଶୋଧିତ ମୋଟରଯାନ ଆଇନ କୋହଳ ଅବଧି: ଡ୍ରାଇଭିଂ ଲାଇସେନ୍ସଧାରୀଙ୍କ ସଂଖ୍ୟା ୭ ଗୁଣ ବୃଦ୍ଧି
କଟକ ଅଫିସ, ୨୧।୧୧: ସଂଶୋଧିତ ମୋଟରଯାନ ଆଇନର କୋହଳ ଅବଧି ନଭେମ୍ବର ୩୦ରେ ପୂରିଯିବ। ଡିସେମ୍ବର ପହିଲାରୁ ରାଜ୍ୟରେ ପୁଣି ଏହି ଆଇନକୁ କଡ଼ାକଡ଼ି ଭାବେ ଲାଗୁ କରାଯିବ। ଏହି କୋହଳ ଅବଧି ମଧ୍ୟରେ ଏକ ବଡ଼ ତଥ୍ୟ ସାମ୍ନାକୁ ଆସିଛି।…
ବାରଙ୍ଗ କାଚ କାରଖାନା ପ୍ରତିଷ୍ଠାତାଙ୍କ ପରଲୋକ
ନରାଜ, ୨୧।୧୧(ଡି.ଏନ୍.ଏ.): ବାରଙ୍ଗ କାଚ କାରଖାନାର ପ୍ରତିଷ୍ଠାତା ଯୁଗଳ କିଶୋର ଝୁନଝୁନୱାଲାଙ୍କ ୮୯ ବର୍ଷରେ ପରଲୋକ ଘଟିଛି। ଭୁବନେଶ୍ୱରସ୍ଥିତ ଏକ ଘରୋଇ ହସ୍ପିଟାଲରେ ଅପରାହ୍ନରେ ତାଙ୍କ ମୃତ୍ୟୁ ଘଟିଛି। କିଛି ଦିନ ହେବ ବାର୍ଦ୍ଧକ୍ୟଜନିତ ରୋଗରେ ପୀଡ଼ିତ ଥିଲେ। ଶିଳ୍ପପତି ଭାବେ…
ଧାନ କିଣାବିକାରେ ଟୋକନ ବ୍ୟବସ୍ଥାକୁ ବିରୋଧ: ରାଜପଥ ଉପରେ ଧାନ ଗଦା କଲେ ଚାଷୀ
ବରଗଡ ଅଫିସ,୨୧।୧୧: ଚଳିତ ଖରିଫ ଧାନ ସଂଗ୍ରହ ପ୍ରକ୍ରିୟାରେ ରାଜ୍ୟ ସରକାରଙ୍କ ପକ୍ଷରୁ ଟୋକନ ବ୍ୟବସ୍ଥାକୁ ବାଧ୍ୟତାମୂଳକ କରାଯାଇଛି। ଏହାକୁ ନେଇ ଚାଷୀ ମହଲରେ ଅସନ୍ତୋଷ ପ୍ରକାଶ ପାଇଛି। ସରକାରଙ୍କ ଟୋକନ ବ୍ୟବସ୍ଥାକୁ ବିରୋଧ କରି ବରଗଡ଼ ଜିଲାରେ ଚାଷୀ ଆନ୍ଦୋଳନ…
ମନ ମୋହିଲା ରଙ୍ଗାରଙ୍ଗ କାର୍ଯ୍ୟକ୍ରମ
କଟକ ଅଫିସ, ୨୧।୧୧: ବାଲିଯାତ୍ରାର ଅନ୍ତିମ ସନ୍ଧ୍ୟାରେ ଗଣକବି ବୈଷ୍ଣବ ପାଣି ମଞ୍ଚ ଓ ମହାନଦୀ ମଞ୍ଚରେ ଓଡ଼ିିଶାର ସଂସ୍କୃତି, ପରମ୍ପରା ଓ ଐତିହ୍ୟକୁ ନେଇ ବିଭିନ୍ନ ନୃତ୍ୟ ଓ ଗୀତ ପରିବେଷଣ କରାଯାଇଥିଲା। ଲୋକେ ଏହି କାର୍ଯ୍ୟକ୍ରମର ମଜା ଉଠାଇଥିଲେ।…
ସରିଲା ବାଲିଯାତ୍ରା: ପୁଣି ଆସନ୍ତା ବର୍ଷକୁ ଅପେକ୍ଷା
କଟକ ଅଫିସ, ୨୧।୧୧: ୯ ଦିନ ଧରି ଚାଲିଥିବା ଐତିହାସିକ କଟକ ବାଲିଯାତ୍ରା ବୁଧବାର ଶେଷ ହୋଇଛି। ଏଥିରେ ୫ ଲକ୍ଷ ଲୋକଙ୍କ ସମାଗମ ହୋଇଥିବାବେଳେ ୯ ଦିନରେ ୫୦ କୋଟିରୁ ଊର୍ଦ୍ଧ୍ୱ ଟଙ୍କାର କାରବାର ହୋଇଥିବା ପ୍ରାରମ୍ଭିକ ଆକଳନ କରାଯାଇଛି।…
ଟଙ୍କା ଆତ୍ମସାତ ଅଭିଯୋଗ: ଜେଲ ଗଲେ ଫାଇନାନ୍ସ କମ୍ପାନୀ ନିର୍ବାହୀ ଅଧିକାରୀ
ନିମାପଡ଼ା,୨୧।୧୧(ଡି.ଏନ୍.ଏ.): ଅର୍ଥ ଆତ୍ମସାତ୍ ଅଭିଯୋଗରେ ଏକ ଘରୋଇ ଫାଇନାନ୍ସ କମ୍ପାନୀ ନିମାପଡ଼ା ଶାଖାର ନିର୍ବାହୀ ଅଧିକାରୀଙ୍କୁ ବୁଧବାର ପୋଲିସ ଗିରଫ କରି କୋର୍ଟ ଚାଲାଣ କରିଛି। ସେ ହେଲେ ଭୁବନେଶ୍ୱର ଡୁମୁଡୁମା ଅଞ୍ଚଳର ସ୍ମୃତି ରଞ୍ଜନ ବଳିୟାର ସିଂ। ଜାମିନ ନାମଞ୍ଜୁର…
ମେରାଇନ ଡ୍ରାଇଭ ଇକୋ ରିଟ୍ରିଟ୍ର ସମୀକ୍ଷା କଲେ ମନ୍ତ୍ରୀ: ସଫଳତା ପାଇଁ ସହଯୋଗର ଆହ୍ବାନ
ପୁରୀ ଅଫିସ/କୋଣାର୍କ(ଡି.ଏନ୍.ଏ.) ୨୧।୧୧: କୋଣାର୍କକୁ ପର୍ଯ୍ୟଟକଙ୍କ ସଂଖ୍ୟା ବୃଦ୍ଧି ପାଇଁ ରାଜ୍ୟ ପର୍ଯ୍ୟଟନ ବିଭାଗ ପକ୍ଷରୁ ଯୋଜନା ପ୍ରସ୍ତୁତ ହୋଇଛି। ବିଶେଷକରି ଦେଶ ବିଦେଶର ପର୍ଯ୍ୟଟକଙ୍କୁ ଅଧିକ ଆକୃଷ୍ଟ କରାଯିବା ଲକ୍ଷ୍ୟ ନେଇ ମେରାଇନ ଡ୍ରାଇଭ୍ ଇକୋ ରିଟ୍ରିଟ୍ର ପରିକଳ୍ପନା କରାଯାଇଛି।…
ସମସିଆ ଘେରରେ ଯୋଗୀସର୍ଡ଼ା ଅଙ୍ଗନଓ୍ବାଡି କେନ୍ଦ୍ର
ଲୋଇସିଂହା,୨୧।୧୧(ଡି.ଏନ୍.ଏ.)- ବଲାଙ୍ଗୀର ଜିଲା ଲୋଇସିଂହା ବ୍ଲକ ଅଧୀନ ଯୋଗୀସର୍ଡ଼ା ଗାଁର ଅଙ୍ଗନଓ୍ବାଡି କେନ୍ଦ୍ର-୨ ଏହେଦେ ଅସାମାଜିକ ଲୁକ୍କର ପାଏନ୍ଘାଟ ପାଲଟିଛେ। ଇ ଦିଗେ ବିଭାଗୀୟ ଅଧ୍କାରୀ ଆର ଥାନୀଅ ପଁଚେତ୍ କତୁରପକ୍ଷ ପଦକ୍ଷେପ ନାଇଁ ନେବାର। ଏନ୍ତାଥି ଅଭିଭାବକ ଆର ବୁଧିଜୀବୀ…
ଝି’ର ଭବିଷତ୍ ଚିନ୍ତାରେ ଦେବକୀ
ଗଣ୍ଡତୁରୁମ, ୨୧।୧୧(ଡି.ଏନ୍.ଏ.)- ବରଗଡ଼ ଜିଲା ଭେଡ଼େନ ବ୍ଲକ ଅଧୀନ ମହୁଲପାଲି ଗାଁର ବିଧବା ମହିଲା ଦେବକୀ ମୁଦୁଲି। ଆପ୍ନେ ଆରପାରକେ ଚାଲିଯିବାର ୩ ବଛର ବିତିଯାଇଥିଲେ ବି ବିଧବା ଭତା ପାଏବାରୁ ବଁଚିତ୍ ହେଇ ରହିଛନ୍। ସେ ଭତାର ଲାଗି ୨…
ବାମୁର ରେଞ୍ଜ୍ରେ ୨୨ ହାତୀ: ଘର ଭାଙ୍ଗିଲେ, ଫସଲ ଉଜାଡ଼ିଲେ
ବଇଣ୍ଡା, ୨୧।୧୧(ଡି.ଏନ.ଏ.) – ରେଢାଖୋଲ ବନଖଣ୍ଡରୁ ଅନୁଗୋଳ ଜିଲା କିଶୋରନଗର ବ୍ଲକ ବାମୁର ରେଞ୍ଜକୁ ବୁଧବାର ସକାଳେ ଚାଲି ଆସିଥିବା ୨୨ଟି ହାତୀ ବ୍ୟାପକ ଉପଦ୍ରବ ସୃଷ୍ଟି କରିଛନ୍ତି। ବଣିଆଦୋହଲି, କଦଳୀମୁଣ୍ଡା, ବଡ଼ରୋହିଲା, କସୁଣି, ଭୀମପୁର ଗ୍ରାମରେ ହାତୀପଲ ଘରଦ୍ୱାରା ଭାଙ୍ଗିଦେବା…
ଆର୍ଟିଓ କାର୍ଯ୍ୟାଳୟରେ ଅବ୍ୟବସ୍ଥା: ଡିଏଲ ଟେଷ୍ଟ ପାଇଁ ଆସି ହନ୍ତସନ୍ତ
ଅନୁଗୋଳ ଅଫିସ, ୨୧।୧୧ – ଅନୁଗୋଳ ପଞ୍ଚମହଲାସ୍ଥିତ ଆଞ୍ଚଳିକ ପରିବହନ କାର୍ଯ୍ୟାଳୟ(ଆରଟିଓ)ରେ ବୁଧବାର ବ୍ୟାପକ ଅବ୍ୟବସ୍ଥା ଦେଖାଦେଇଛି। ଫାଇନାଲ ଡ୍ରାଇଭିଂ ପରୀକ୍ଷା ପାଇଁ ୫୦ରୁ ଊର୍ଦ୍ଧ୍ୱ ଆବେଦନକାରୀ ଆସିଥିବାବେଳେ ଅଫିସ ଛୁଟି ଥିବାରୁ ସେମାନେ ହନ୍ତସନ୍ତ ହୋଇଥିଲେ। ପ୍ରତିବାଦ ସ୍ବରୂପ ସେମାନେ…
ହାତରୁ ବନ୍ଧୁକ ଛଡ଼ାଇଲା ପ୍ରେମ
ବନ୍ତଳା, ୨୧।୧୧ – ଏକଦା ଲାଲ୍ଗଡ଼ରେ ଥିଲା ସେମାନଙ୍କ ରାଜୁତି। ଦୁର୍ନୀତି ବିରୋଧରେ ଉଠାଇଥିଲେ ବନ୍ଧୁକ। ମାଓବାଦୀ ସଙ୍ଗଠନ ବିଷୟରେ ମତାଉଥିଲେ ଲୋକଙ୍କୁ। ହେଲେ ହିଂସା ଯେ ସମସ୍ୟା ସମାଧାନର ବାଟ ନୁହେଁ, ତାହା ଅନୁଭବ ହେଲା ଯେତେବେଳେ ସେମାନଙ୍କ ଭିତରେ…

