ଢେଙ୍କିକୋଟ ଲ୍ୟାମ୍ପରେ ଧାନକିଣା ଆରମ୍ଭ

ଢେଙ୍କିକୋଟ, ୧୮ା୧୨(ଡି.ଏନ୍‌.ଏ.)- ଘଟଗାଁ ବ୍ଲକର ଅଗ୍ରଣୀ ଢେଙ୍କିକୋଟ ଲ୍ୟାମ୍ପରେ ମଙ୍ଗଳବାର ପୂର୍ବାହ୍ନ ୧୧ଟାବେଳେ ଚାଷୀମାନଙ୍କଠାରୁ ଧାନ କିଣା ଆରମ୍ଭ ହୋଇଛଇ। ଲ୍ୟାମ୍ପର ସଭାପତି ଈଶ୍ୱର ଚନ୍ଦ୍ର ନାୟକ, ଧାନକଣ୍ଟାକୁ ଧୂପଦୀପ ଜାଳିବା ସହ ନଡ଼ିଆ ବାଡ଼େଇ ଧାନକିଣା ଆରମ୍ଭ କରିଛନ୍ତି। ଏହି ଅବସରରେ ଲ୍ୟାମ୍ପର ପରିଚାଳନା ନିର୍ଦ୍ଦେଶକ ଅକ୍ଷୟ କୁମାର ମହାନ୍ତ, ଲ୍ୟାମ୍ପ କର୍ମଚାରୀ ଚିନ୍ମୟ ନାୟକ, ସୁରେନ୍ଦ୍ର ନାୟକ, ଦଶରଥ ମହାନ୍ତ ପ୍ରମୁଖ ଉପସ୍ଥିତ ରହିଥିବାବେଳେ ପ୍ରଥମ କିସ୍ତି ଟୋକନ ୨୯ ଜଣ ଚାଷୀ ପାଇଥିବା ପରିଚାଳନା ନିର୍ଦ୍ଦେଶକ ଅକ୍ଷୟ ମହାନ୍ତ ପ୍ରକାଶ କରିଛନ୍ତି। ଧାନର ମାନ ମେଶିିନ ଦ୍ୱାରା ଯାଞ୍ଚ କରାଯାଇ ଧାନ କିଣାଯାଉଛି। ରାଜ୍ୟ ସରକାରଙ୍କ ଧାର୍ଯ୍ୟ ମୂଲ୍ୟ ଚାଷୀମାନେ ପାଉଥିବା ପ୍ରକାଶ କରିଛନ୍ତି। ମଣ୍ଡିକୁ ଚାଷୀମାନେ ଟ୍ରାକ୍ଟର ସାହାଯ୍ୟରେ ଧାନ ଆଣି ଜମା ରଖିଛନ୍ତି। ପ୍ରଥମ ଦିନରେ କେନ୍ଦୁଝର ଜିଲା ପାଟଣା ବ୍ଲକରେ ଥିବା ବୈତରଣୀ ରାଇସ୍‌ମିଲ୍‌ ଢେଙ୍କିକୋଟ ଲ୍ୟାମ୍ପରୁ ଧାନ କିଣିଛନ୍ତି। ଢେଙ୍କିକୋଟ ଲ୍ୟାମ୍ପରେ ସପ୍ତାହର ପ୍ରତ୍ୟେକ ମଙ୍ଗଳବାର ଏବଂ ଶୁକ୍ରବାର ଚାଷୀମାନଙ୍କ ନିର୍ଦ୍ଧାରିତ ଟୋକନଧାରୀଙ୍କଠାରୁ ଧାନ କିଣାଯିବାର ସ୍ଥିର କରାଯାଇଥିବାବେଳେ ଲ୍ୟାମ୍ପ ଅଧୀନରେ ଥିବା ଶାଖା, ପିପିଳିଆ ଲ୍ୟାମ୍ପରେ ବୁଧବାର, ସୋମବାର, ପଣ୍ଡାପଡ଼ା ଲ୍ୟାମ୍ପରେ ସୋମବାର ଓ ଶୁକ୍ରବାର ଏବଂ ଘଟଗାଁ ଲ୍ୟାମ୍ପରେ ବୁଧବାର, ଶନିବାର ଧାନକିଣା ଯିବା ପାଇଁ ଦିନ ଧାର୍ଯ୍ୟ କରାଯାଇଛି। ଘଟଗାଁ ବ୍ଲକରେ ଥିବା ୨୭ ପଞ୍ଚାୟତର ଚାଷୀ ନିଜ ନିଜ ପାଖ ଶାଖା ଲ୍ୟାମ୍ପମାନଙ୍କରେ ଟୋକନ ପାଇ ଧାନ ବିକ୍ରି କରିବାକୁ ଆସିଥିଲେ। ରାଜ୍ୟ ସରକାରଙ୍କ ନିର୍ଦ୍ଦେଶାବଳୀ ଅନୁଯାୟୀ ଚାଷୀମାନେ ଅନ୍‌ଲାଇନ୍‌ରେ ନିଜର ନାମ ପଞ୍ଜୀକରଣ କରାଇ ଆସୁଛନ୍ତି। ବିନା ଟୋକନରେ ଧାନ କିଣିବା ପାଇଁ କୌଣସି ନିର୍ଦ୍ଦେଶ ରାଜ୍ୟ ସରକାରଙ୍କଠାରୁ ଆସି ନ ଥିବା କଥା ଲ୍ୟାମ୍ପ ପରିଚାଳନା ନିର୍ଦ୍ଦେଶକ କହିଛନ୍ତି।
ଫଟୋ


Enter your email to get our daily news in your inbox.

All Right Reserved By Dharitri.Com

୫୫ନଂ. ରାଜପଥ କାର୍ଯ୍ୟ ସମ୍ପୂର୍ଣ୍ଣ ନେଇ ଅନିଶ୍ଚିତତା

ଢେଙ୍କାନାଳ,୨୬ା୪(ରତନ ନାୟାର): କଟକର ମଙ୍ଗୁଳି ଛକରୁ ଢେଙ୍କାନାଳ ଓ ଅନୁଗୋଳ ଜିଲା ଦେଇ ସମ୍ବଲପୁରକୁ ଯାଇଥିବା ୫୫ନଂ. ଜାତୀୟ ରାଜପଥର ଉନ୍ନତୀକରଣ କାର୍ଯ୍ୟ ସମ୍ପୂର୍ଣ୍ଣ ହେବା...

ଗ୍ରୀଷ୍ମଛୁଟି ସତ୍ତ୍ୱେ ଚାଲିଲା ସ୍କୁଲ

ମଙ୍ଗୁଳି-ଜଗତପୁର,୨୬।୪(ମାନସ ସାମଲ): ପ୍ରଚଣ୍ଡ ଗ୍ରୀଷ୍ମ ପ୍ରବାହ ଯୋଗୁ ରାଜ୍ୟ ସରକାର ଏପ୍ରିଲ ୨୫ରୁ ସମସ୍ତ ସରକାରୀ ଓ ବେସରକାରୀ ବିଦ୍ୟାଳୟଗୁଡ଼ିକୁ ଗ୍ରୀଷ୍ମଛୁଟି ଘୋଷଣା କରିଛନ୍ତି। ତେବେ...

ବିଜେଡିରୁ ପ୍ରାର୍ଥୀ ଦୌଡ଼ରେ ୪ ମହିଳା

ଖୋର୍ଦ୍ଧା,୨୬ା୪(ପ୍ରଭାତ ପାଣିଗ୍ରାହୀ): ରାଜ୍ୟରେ ପ୍ରଥମ ପର୍ଯ୍ୟାୟ ନିର୍ବାଚନ ପାଇଁ ପ୍ରକ୍ରିୟା ଆରମ୍ଭ ହୋଇସାରିଛି। ଆସନ୍ତା ମେ’୨୫ତାରିଖରେ ଭୁବନେଶ୍ୱର ଲୋକ ସଭା ସଂସଦୀୟ କ୍ଷେତ୍ରରେ ନିର୍ବାଚନ ହେବ।...

୮ ବର୍ଷ ହେଲା ସରୁନି ବିଦ୍ୟୁତ୍‌ ସବ୍‌ଷ୍ଟେଶନ କାର୍ଯ୍ୟ

କୋଣାର୍କ,୨୬।୪(ଜ୍ୟୋତିରାଜ ମହାନ୍ତି): କୋଣାର୍କ ନିକଟସ୍ଥ ସୁତନ ପଞ୍ଚାୟତର ୬ଟି ଗ୍ରାମକୁ ନିରବଛିନ୍ନ ବିଦ୍ୟୁତ୍‌ ଯୋଗାଣ ନିମନ୍ତେ ୨୦୧୬ରେ ଓପିଟିସିଏଲ୍‌ ମାଧ୍ୟମରେ ଆରମ୍ଭ ହୋଇଥିବା ସୁତନ ୩୩...

ଭାଜପା ରାଜ୍ୟ ସମ୍ପାଦକ ଦଳ ଛାଡ଼ିଲେ, ଆଜି ବିଜେଡିରେ ମିଶିବେ

ଭଞ୍ଜନଗର/ସୋରଡ଼ା,୨୬।୪(ବାବୁଲା ପ୍ରଧାନ/ଲମ୍ବୋଦର ପାଣିଗ୍ରାହୀ): ଗଞ୍ଜାମ ଜିଲା ସୋରଡ଼ା ନିର୍ବାଚନ ମଣ୍ଡଳୀର ପୂର୍ବତନ ଭାଜପା ବିଧାୟକ ପ୍ରାର୍ଥୀ ତଥା ବର୍ତ୍ତମାନର ଭାଜପା ରାଜ୍ୟ କୃଷକ ମୋର୍ଚ୍ଚା ସମ୍ପାଦକ...

୩ ଜଣଙ୍କୁ ଚାପିଦେଲା ଟ୍ରକ୍‌

ସୁନ୍ଦରଗଡ଼,୨୬ା୪: ସୁନ୍ଦରଗଡ଼ ଜିଲା ଭସ୍ମା ଥାନା ଅନ୍ତର୍ଗତ ଦର୍ଲିପାଲି ଏନ୍‌ଟିପିସି ପାଓ୍ବାର ପ୍ଲାଣ୍ଟ ନିକଟରେ ଏକ ଟ୍ରକ୍‌ ୩ ବାଇକ୍‌ ଆରୋହୀଙ୍କ ଉପରେ ମାଡ଼ିଯିବାରୁ ଘଟଣାସ୍ଥଳରେ...

ଚାଷୀ ଦେଉଛନ୍ତି ଜଳକର, ଜମିରେ ମାଡୁନି ପାଣି

ନୂଆଗାଁ,୨୬।୪( ଧନେଶ୍ୱର ସାହୁ): ଚାଷ ଜମିକୁ ଜଳସେଚନର ସୁବିଧା ଯୋଗାଇ ଦେବା ପାଇଁ ସରକାର ଅନେକ କୋଟି ଟଙ୍କା ବ୍ୟୟ କରୁଛନ୍ତି। ଜଳସେଚନ ପ୍ରକଳ୍ପ ନିର୍ମାଣ...

ପ୍ରଶାସନିକ ଅବହେଳା, ଆଇନଶୃଙ୍ଖଳା ବିପର୍ଯ୍ୟସ୍ତ

ପଟ୍ଟାମୁଣ୍ଡାଇ, ୨୬ା୪ (କଳ୍ପତରୁ ନାୟକ): କେନ୍ଦ୍ରାପଡ଼ା ଜିଲାର ପଟ୍ଟାମୁଣ୍ଡାଇ ଅଞ୍ଚଳରେ କାର୍ଯ୍ୟରତ ସରକାରୀ କର୍ମଚାରୀ, ଜନପ୍ରତିନିଧିମାନେ ସାମ୍ବିଧାନିକ ବିଧି ବ୍ୟବସ୍ଥାର ନୀତିନିୟମ ଓ ଆଇନକୁ ଉଲ୍ଲଂଘନ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri