ଢେଙ୍କିକୋଟ ଲ୍ୟାମ୍ପରେ ଧାନକିଣା ଆରମ୍ଭ

ଢେଙ୍କିକୋଟ, ୧୮ା୧୨(ଡି.ଏନ୍‌.ଏ.)- ଘଟଗାଁ ବ୍ଲକର ଅଗ୍ରଣୀ ଢେଙ୍କିକୋଟ ଲ୍ୟାମ୍ପରେ ମଙ୍ଗଳବାର ପୂର୍ବାହ୍ନ ୧୧ଟାବେଳେ ଚାଷୀମାନଙ୍କଠାରୁ ଧାନ କିଣା ଆରମ୍ଭ ହୋଇଛଇ। ଲ୍ୟାମ୍ପର ସଭାପତି ଈଶ୍ୱର ଚନ୍ଦ୍ର ନାୟକ, ଧାନକଣ୍ଟାକୁ ଧୂପଦୀପ ଜାଳିବା ସହ ନଡ଼ିଆ ବାଡ଼େଇ ଧାନକିଣା ଆରମ୍ଭ କରିଛନ୍ତି। ଏହି ଅବସରରେ ଲ୍ୟାମ୍ପର ପରିଚାଳନା ନିର୍ଦ୍ଦେଶକ ଅକ୍ଷୟ କୁମାର ମହାନ୍ତ, ଲ୍ୟାମ୍ପ କର୍ମଚାରୀ ଚିନ୍ମୟ ନାୟକ, ସୁରେନ୍ଦ୍ର ନାୟକ, ଦଶରଥ ମହାନ୍ତ ପ୍ରମୁଖ ଉପସ୍ଥିତ ରହିଥିବାବେଳେ ପ୍ରଥମ କିସ୍ତି ଟୋକନ ୨୯ ଜଣ ଚାଷୀ ପାଇଥିବା ପରିଚାଳନା ନିର୍ଦ୍ଦେଶକ ଅକ୍ଷୟ ମହାନ୍ତ ପ୍ରକାଶ କରିଛନ୍ତି। ଧାନର ମାନ ମେଶିିନ ଦ୍ୱାରା ଯାଞ୍ଚ କରାଯାଇ ଧାନ କିଣାଯାଉଛି। ରାଜ୍ୟ ସରକାରଙ୍କ ଧାର୍ଯ୍ୟ ମୂଲ୍ୟ ଚାଷୀମାନେ ପାଉଥିବା ପ୍ରକାଶ କରିଛନ୍ତି। ମଣ୍ଡିକୁ ଚାଷୀମାନେ ଟ୍ରାକ୍ଟର ସାହାଯ୍ୟରେ ଧାନ ଆଣି ଜମା ରଖିଛନ୍ତି। ପ୍ରଥମ ଦିନରେ କେନ୍ଦୁଝର ଜିଲା ପାଟଣା ବ୍ଲକରେ ଥିବା ବୈତରଣୀ ରାଇସ୍‌ମିଲ୍‌ ଢେଙ୍କିକୋଟ ଲ୍ୟାମ୍ପରୁ ଧାନ କିଣିଛନ୍ତି। ଢେଙ୍କିକୋଟ ଲ୍ୟାମ୍ପରେ ସପ୍ତାହର ପ୍ରତ୍ୟେକ ମଙ୍ଗଳବାର ଏବଂ ଶୁକ୍ରବାର ଚାଷୀମାନଙ୍କ ନିର୍ଦ୍ଧାରିତ ଟୋକନଧାରୀଙ୍କଠାରୁ ଧାନ କିଣାଯିବାର ସ୍ଥିର କରାଯାଇଥିବାବେଳେ ଲ୍ୟାମ୍ପ ଅଧୀନରେ ଥିବା ଶାଖା, ପିପିଳିଆ ଲ୍ୟାମ୍ପରେ ବୁଧବାର, ସୋମବାର, ପଣ୍ଡାପଡ଼ା ଲ୍ୟାମ୍ପରେ ସୋମବାର ଓ ଶୁକ୍ରବାର ଏବଂ ଘଟଗାଁ ଲ୍ୟାମ୍ପରେ ବୁଧବାର, ଶନିବାର ଧାନକିଣା ଯିବା ପାଇଁ ଦିନ ଧାର୍ଯ୍ୟ କରାଯାଇଛି। ଘଟଗାଁ ବ୍ଲକରେ ଥିବା ୨୭ ପଞ୍ଚାୟତର ଚାଷୀ ନିଜ ନିଜ ପାଖ ଶାଖା ଲ୍ୟାମ୍ପମାନଙ୍କରେ ଟୋକନ ପାଇ ଧାନ ବିକ୍ରି କରିବାକୁ ଆସିଥିଲେ। ରାଜ୍ୟ ସରକାରଙ୍କ ନିର୍ଦ୍ଦେଶାବଳୀ ଅନୁଯାୟୀ ଚାଷୀମାନେ ଅନ୍‌ଲାଇନ୍‌ରେ ନିଜର ନାମ ପଞ୍ଜୀକରଣ କରାଇ ଆସୁଛନ୍ତି। ବିନା ଟୋକନରେ ଧାନ କିଣିବା ପାଇଁ କୌଣସି ନିର୍ଦ୍ଦେଶ ରାଜ୍ୟ ସରକାରଙ୍କଠାରୁ ଆସି ନ ଥିବା କଥା ଲ୍ୟାମ୍ପ ପରିଚାଳନା ନିର୍ଦ୍ଦେଶକ କହିଛନ୍ତି।
ଫଟୋ


Enter your email to get our daily news in your inbox.

All Right Reserved By Dharitri.Com

ମର୍ମନ୍ତୁଦ ସଡ଼କ ଦୁର୍ଘଟଣା; ଛୁଇବନ୍ଧରେ ଟ୍ରକକୁ ପିଟିଲା ପିକଅପ୍, ଦୁଇ ମୃତ

ବଲାଙ୍ଗୀର,୬।୧୦( ସୁନିଲ କୁମାର ମହାନ୍ତି): ବଲାଙ୍ଗୀର-ସମ୍ବଲପୁର ଏନ୍‌ଏଚ୍‌-୨୬ର ଛୁଇଁବନ୍ଧ ନିକଟରେ ମଙ୍ଗଳବାର ସକାଳୁ ଭୟଙ୍କର ଦୁର୍ଘଟଣା ହୋଇଛି । ପିକଅପ୍ ଗାଡ଼ି ଟ୍ରକକୁ ପଛରୁ ଧକ୍କା ଦେବା…

ଦଶହରା ପୂର୍ବରୁ କଫ ସିରପ୍‌ କାରବାର ଠାବ: ୩୧୫୬ ବୋତଲ କଫ୍‌ ସିରପ ସହ ଜଣଙ୍କୁ ମାଡ଼ିବସିଲା ପୋଲିସ

ବରଗଡ଼,୬।୧୦(ପ୍ରେମାନନ୍ଦ ଖମାରୀ):ବରଗଡ଼ ଗ୍ରାମାଞ୍ଚଳ ଥାନା ପୋଲିସ ସୋମବାର ସହର ଉପକଣ୍ଠ ତୋରା-ନାଗେନପାଲି ରାସ୍ତାରେ ବିପୁଳ ପରିମାଣରେ କଫ୍‌ ସିରପ୍‌ ଜବତ କରିଛି। କଫ୍‌ ସିରପ୍‌ ବୋଝେଇ ଏକ…

ଖୋଲିଲା ମା’ ତାରାତାରିଣୀଙ୍କ ଦାନହୁଣ୍ଡି; ସୁନା-ରୁପା ଅଳଙ୍କାର ସହ ମିଳିଲା…

ପୁରୁଷୋତ୍ତମପୁର,୬।୧୦(ସବିତା ମିଶ୍ର): ଗଞ୍ଜାମ ଜିଲାର ପ୍ରସିଦ୍ଧ ଇଷ୍ଟଦେବୀ ମା’ ତାରାତାରିଣୀଙ୍କ ମନ୍ଦିର ଦାନହୁଣ୍ଡି ସୋମବାର ଖୋଲାଯାଇଛି । ମନ୍ଦିର ନିର୍ବାହୀ ଅଧିକାରୀ ତଥା ପୁରୁଷୋତ୍ତମପୁର ତହସିଲଦାର ବିନୋଦ…

SCB ମେଡିକାଲ୍‌ କ୍ୟାମ୍ପସ୍‌ରେ ଯୁବକଙ୍କ ହାଇଡ୍ରାମା, ୫୦ ଫୁଟ ପାଣିଟାଙ୍କି ଉପରୁ ଡେଇଁ…

କଟକ,୬।୧୦(ପ୍ରଭୁକଲ୍ୟାଣ ପାଲ୍): କଟକ ବଡ ମେଡିକାଲରେ ଅଘଟଣ। ପାଣି ଟାଙ୍କି ଉପରୁ ଡେଇଁ ଆତ୍ମହତ୍ୟା ଉଦ୍ୟମ କଲେ ଯୁବକ। ଦୀର୍ଘ ସମୟଧରି ହାଇଡ୍ରାମା ପରେ ସେ ଟାଙ୍କି…

୫୩ ବର୍ଷ ପରେ ଏକାଠି ହେଲେ ୫ ଶିକ୍ଷକ ବନ୍ଧୁ: ମିଶିକି କଲେ ଏମିତି କାମ

ତାଳଚେର,୬ା୧୦(ମନୋଜ ନନ୍ଦ): ଶିକ୍ଷକତା ଜୀବନର ପ୍ରାରମ୍ଭରେ ପରସ୍ପର ସଂସ୍ପର୍ଶରେ ଆସିଥିଲେ। ତାଲିମ କେନ୍ଦ୍ରରେ ଚିହ୍ନା ପରିଚୟ ପରେ ସେମାନଙ୍କ ଭିତରେ ଗଢ଼ି ଉଠିଥିଲା ବନ୍ଧୁତା। ହେଲେ ସ୍କୁଲକୁ…

ହାଇଜମ୍ପରେ ସ୍ବର୍ଣ୍ଣପଦକ ଜିତିଲେ ରୁକ୍ମିଣୀ: ଛୁଟୁଛି ଶୁଭେଚ୍ଛାର ସୁଅ

ଭଞ୍ଜନଗର,୬।୧୦ (ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର ବ୍ଲକ ଅନ୍ତର୍ଗତ ବାହାଡ଼ାପଦର ଉଚ୍ଚ ବିଦ୍ୟାଳୟର ନବମ ଶ୍ରେଣୀ ଛାତ୍ରୀ ରୁକ୍ମିଣୀ ବିଷୋୟୀ ରାଜ୍ୟସ୍ତରୀୟ ହାଇଜମ୍ପ ପ୍ରତିଯୋଗିତାରେ ସ୍ବର୍ଣ୍ଣପଦକ…

ହୋଟେଲରୁ ଫିଲ୍ମ ନିର୍ଦ୍ଦେଶକଙ୍କ ମୃତଦେହ ଜବତ, ପୋଲିସର ତଦନ୍ତ ଜାରି

ଭୁବନେଶ୍ୱର,୫।୧୦(ତ୍ରିନାଥ ମହାନ୍ତି): ଭରତପୁର ଥାନା ଅଧୀନ କଳିଙ୍ଗ ବିହାର ଅଞ୍ଚଳରେ ଥିବା ଏକ ହୋଟେଲ୍‌ରୁ ଫିଲ୍ମ ନିର୍ଦ୍ଦେଶକ ଏସ୍‌.କେ. ମୂରଲୀଧରନଙ୍କ ସନ୍ଦେହଜନକ ଅବସ୍ଥାରେ ମୃତ୍ୟୁ ଘଟିଛି। ଖବର…

ଛାତ୍ର ସଂସଦ ନିର୍ବାଚନ ଘୋଷଣା: ମା’ ମାଣିକେଶ୍ୱରୀ ବିଶ୍ୱବିଦ୍ୟାଳୟରେ ଉତ୍ସବର ମାହୋଲ

ଭବାନୀପାଟଣା, ୫।୧୦ (ଉତ୍ତମ କୁମାର ଦାଶ): ଦୀର୍ଘ ୮ ବର୍ଷର ଅପେକ୍ଷାର ଅନ୍ତ ଘଟାଇ ରାଜ୍ୟରେ ଛାତ୍ର ସଂସଦ ନିର୍ବାଚନ ପାଇଁ ଆନୁଷ୍ଠାନିକ ଘୋଷଣା ହେବା ପରେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?