ବଡ଼ପଣ୍ଡୁସର ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ ଅବ୍ୟବସ୍ଥା: ତାଲା ପକାଇ ଧାରଣା ଦେଲେ ଲୋକେ

ନୟାଗଡ଼ ଅଫିସ,୨୨ା୧୨: ନୟାଗଡ଼ ଜିଲା ସଦର ବ୍ଲକ ବଡ଼ପଣ୍ଡୁସର ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରର ଅବ୍ୟବସ୍ଥାକୁ ନେଇ ଲୋକଙ୍କ ମଧ୍ୟରେ ସୃଷ୍ଟି ହୋଇଥିବା ଅସନ୍ତୋଷ ଶନିବାର ଉଗ୍ରରୂପ ଧାରଣ କରିଥିଲା। ସେମାନେ ସ୍ବାସ୍ଥ୍ୟକେନ୍ଦ୍ର ଫାଟକରେ ତାଲା ପକାଇ ପୂର୍ବାହ୍ନ ୧୦ଟାରୁ ଧାରଣାରେ ବସିଥିଲେ।

ଆନ୍ଦୋଳନକାରୀଙ୍କ କହିବା ଅନୁଯାୟୀ, ସ୍ବାସ୍ଥ୍ୟସେବା ପାଇଁ ଏହି ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ର ଉପରେ ଆଖପାଖ ୧୦ ପଞ୍ଚାୟତର ଲୋକ ନିର୍ଭର କରନ୍ତି। ମେଡ଼ିକାଲ ପାଇଁ ୫ ଜଣ ଡାକ୍ତର ନିଯୁକ୍ତି ପାଇଥିବା ବେଳେ ୨ଜଣଙ୍କୁ ବାଦ୍‌ଦେଲେ ଅନ୍ୟମାନଙ୍କର ଦେଖା ମିଳେ ନାହିଁ। ଯେଉଁ ଦୁଇଜଣ ଡାକ୍ତର ଆସନ୍ତି ସେମାନେ ଠିକ୍‌ ଭାବେ ରହନ୍ତି ନାହିଁ। ଫଳରେ ରୋଗୀଟିଏ ବିଭିନ୍ନ ସମୟରେ ହଇରାଣ ହୁଏ। ଏପରି କି ସାମାନ୍ୟ ଆହତ ରୋଗୀଟିଏ ମେଡ଼ିକାଲକୁ ଗଲେ ଡାକ୍ତର ସେମାନଙ୍କୁ ନ ଦେଖି ଜିଲା ମୁଖ୍ୟ ଚିକିତ୍ସାଳୟକୁ ସ୍ଥାନାନ୍ତର କରି ଦିଅନ୍ତି। ସେହିଭଳି କିଛି ଡାକ୍ତର ପ୍ରତିଦିନ ଡାକ୍ତରଖାନା ନ ଯାଇ ମଧ୍ୟ ଉପସ୍ଥାନ ଖାତାରେ ଦସ୍ତଖତ କରନ୍ତି। ଏହିଭଳି ବିଭିନ୍ନ ଅବ୍ୟବସ୍ଥା ଦେଇ ଏହି ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ର ଗତି କରୁଛି। ଏହାର ସମାଧାନ ପାଇଁ ଅଞ୍ଚଳବାସୀ ବିଭିନ୍ନ ସ୍ଥାନରେ ଅଭିଯୋଗ କରିଥିଲେ ମଧ୍ୟ ସୁଫଳ ମିଳୁନି। ଫଳରେ ଶନିବାର ବଡପଣ୍ଡୁସର ପଞ୍ଚାୟତର ପୂର୍ବତନ ସରପଞ୍ଚ ଅଶୋକ କୁମାର ପରିଡ଼ାଙ୍କ ନେତୃତ୍ୱରେ ମହିଳାପୁରୁଷ ମେଡିକାଲ ଆଗରେ ଧାରଣା ଦେଇଥିଲେ। ଏ ନେଇ ସେମାନେ ଶୁକ୍ରବାର ମେଡିକାଲ କର୍ତ୍ତୃପକ୍ଷଙ୍କୁ ଅବଗତ କରାଇଥିବା ପ୍ରକାଶ କରିଛନ୍ତି। ଅପରାହ୍ନ ୨ଟାରେ ଏଡିଏମଓ ସୁରେଶ ମିଶ୍ର ଧାରଣାସ୍ଥଳରେ ପହଞ୍ଚତ୍ ୭ ଦିନ ଭିତରେ ସମସ୍ୟା ସମାଧାନ ପାଇଁ ପ୍ରତିଶ୍ରୁତି ଦେବା ପରେ ଲୋକମାନେ ଧାରଣାରୁ ଉଠିଥିଲେ। ଏହି ସମୟ ମଧ୍ୟରେ ଦାବି ପୂରଣ ନ ହେଲେ ଆଗକୁ ଆନ୍ଦୋଳନ ଜୋରଦାର କରାଯିବ ବୋଲି ଧାରଣାକାରୀ ଚେତାବନୀ ଦେଇଛନ୍ତି। ଅନ୍ୟପକ୍ଷେ ଆନ୍ଦୋଳନ ଚାଲୁଥିବାବେଳେ କାଳେ କୌଣସି ଅଧିକାରୀ ଆସି ଯାଞ୍ଚ କରିବେ ସେହି ଭୟରେ ମେଡିକାଲ ପରିସରରେ ଗଦା ଗଦା ନିରାମୟ ମେଡ଼ିସିନ ପୋଡ଼ି ଦିଆଯାଇଥିଲା। ଏପରି କି ଏକ୍ସପାରି ହୋଇ ନ ଥିବା ମେଡିସିନ ପୋଡିଦିଆ ଯାଇଥିବାରୁ ଏହାକୁ ନେଇ ସାଧାରଣରେ ସନ୍ଦେହ ସୃଷ୍ଟି ହୋଇଛି। ସରକାର ରୋଗୀମାନଙ୍କୁ ମାଗଣାରେ ନିରାମୟ ଔଷଧ ପ୍ରଦାନ କରୁଥିବା ବେଳେ ଲକ୍ଷାଧିକ ଟଙ୍କାର ଔଷଧ କାହିଁକି ପୋଡ଼ାଗଲା ତାହାକୁ ନେଇ ବୁଦ୍ଧିଜୀବୀମାନେ ପ୍ରଶ୍ନ କରିଛନ୍ତି। ଏ ନେଇ ବଡ଼ପଣ୍ଡୁସର ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରର ମେଡ଼ିକାଲ ଅଧିକାରୀ ଡା. ଆଶୁତୋଷ ପଟ୍ଟନାୟକଙ୍କୁ ପଚାରିବାରୁ ସେ କହିଲେ, ସମସ୍ତ ଡାକ୍ତର ଠିକ୍‌ ସମୟରେ ମେଡ଼ିକାଲକୁ ଆସନ୍ତି। ସେହିଭଳି ମେଡ଼ିସିନ୍‌ ପୋଡ଼ା ହୋଇଥିବା ବିଷୟରେ ସେ କିଛି ଜାଣି ନ ଥିବା ପ୍ରକାଶ କରିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ଜଳ ପ୍ରପାତ

ସାନଘାଗରା ଜଳପ୍ରପାତ କେନ୍ଦୁଝର ସହରଠାରୁ ମାତ୍ର ୬ କି.ମି. ଦୂରରେ ରହିଛି ସାନଘାଘରା ଜଳପ୍ରପାତ। ସାନମାଛ କାନ୍ଦଣା ନଦୀର ଜଳ ଏଠାରେ ତଳକୁ ବିରାଟକାୟ ସ୍ରୋତରେ କଚାଡ଼ି…

ଭୁବନେଶ୍ୱର ଫୁଲ ଦୋକାନ

ଫର୍ନସ ଏନ୍‌ ପେଟାଲ୍‌ସ   ଏହା ରାଜଧାନୀର ଏକ ବଡ଼ ଫୁଲ ଦୋକାନ ଭାବେ ପରିଗଣିତ। ୧୧ବର୍ଷ ତଳେ ପ୍ରଥମ କରି ଶହୀଦନଗରରେ ଆରମ୍ଭ ହୋଇଥିଲା। ବର୍ତ୍ତମାନ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱର ଜିମ

କଳିଙ୍ଗ ଫିଟନେସ୍‌ ଜୟଦେବ ବିହାର ରୋଡ ବିଜୁ ପଟ୍ଟନାୟକ କଲେଜ ନିକଟରେ ରହିଛି କଳିଙ୍ଗ ଫିଟନେସ ଜିମ୍‌। ୪ବର୍ଷ ତଳେ ଖୋଲାଯାଇଥିବା ଏହି ଜିମ୍‌ରେ ସବୁ ପ୍ରକାର…

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ପର୍ଯ୍ୟଟନସ୍ଥଳ

ସପ୍ତଶଯ୍ୟା ଢେଙ୍କାନାଳ ଜିଲାରେ ଅବସ୍ଥିତ ସପ୍ତଶଯ୍ୟା ପର୍ଯ୍ୟଟନ ସ୍ଥଳ ସାତ ପାହାଡ଼, ଝରଣା ଏବଂ ଜଙ୍ଗଲରେ ପରିପୂର୍ଣ୍ଣ। ଏଠାରେ ରହିଛି ଶ୍ରୀରାମଙ୍କ ମନ୍ଦିର। ସପ୍ତଶଯ୍ୟାର ଶୀତଳ ପରିବେଶ…

କଟକ ଦହିବରା ଆଳୁଦମ

ବାରବାଟୀ ଷ୍ଟାଡିୟମର ରମେଶ ଗୋଛି ସକାଳ ୭ଟାରୁ ଆରମ୍ଭ କରି ରାତି ୧୦ଟା ଯାଏ ବାରବାଟୀ ଷ୍ଟାଡିୟମ ନିକଟରେ ରମେଶଙ୍କ ଷ୍ଟଲ ଖୋଲିଥାଏ। ପରିବାରର ସବୁ ସଦସ୍ୟ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱରର ପାର୍କ

ମହାତ୍ମା ଗାନ୍ଧୀ ପାର୍କ ପାର୍କଟି ଜୟଦେବ ବିହାରସ୍ଥିତ ନନ୍ଦନକାନନ ରୋଡ୍‌ର ଜନତା ମଇଦାନ ନିକଟରେ ଅବସ୍ଥିତ। ପାର୍କ ଭିତରେ ମହାତ୍ମା ଗାନ୍ଧୀଙ୍କ ପ୍ରାର୍ଥନା କରୁଥିବା ମୁଦ୍ରାରେ ମୂର୍ତ୍ତି…

ଶ୍ରେଷ୍ଠ ପାଞ୍ଚ ପୁରୀର ମଠ

ହାତୀ ଆଖଡ଼ା ମଠ ପୁରୀ ବଳଗଣ୍ଡି ନିକଟରେ ବଡ଼ଦାଣ୍ଡର ମୁଖ୍ୟ ରାସ୍ତାରେ ହାତୀ ଆଖଡା ମଠ ଅବସ୍ଥିତ। ଶ୍ରୀରାମାନନ୍ଦୀ ସମ୍ପ୍ରଦାୟର ନିର୍ବାଣୀ ଆଖଡା ରୂପେ ଏହା ପରିଚିତ।…

ଶ୍ରେଷ୍ଠ ପାଞ୍ଚ ଓଡ଼ିଶାର ପ୍ରସିଦ୍ଧ ଶୈବପୀଠ

ହରିଶଙ୍କର ବଲାଙ୍ଗୀରଠାରୁ ୮୦ କି.ମି. ଦୂରରେ ଗନ୍ଧମାର୍ଦ୍ଦନ ପର୍ବତ ପାଦଦେଶରେ ଅବସ୍ଥିତ ପ୍ରସିଦ୍ଧ ତୀର୍ଥ ତଥା ଶୈବପୀଠ ହରିଶଙ୍କର। ଏଠାକାର ମନ୍ଦିରର ପରିବେଶ ଏବଂ ଆକର୍ଷଣୀୟ ଝରଣା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?