ପୁରୀଘାଟ ଥାନା ଅଧିକାରୀଙ୍କ ଅନୁଭୂତି: ହୋଟେଲ ମାଲିକଙ୍କ ସୂଚନାରୁ ଫିଟିଥିଲା ହତ୍ୟା ରହସ୍ୟ

କେବଳ ଦେଶର ଆଭ୍ୟନ୍ତରୀଣ ସୁରକ୍ଷା ନୁହେଁ, ଅପରାଧ ରୋକିବା ଏବଂ ଠିକ ଢଙ୍ଗରେ ତଦନ୍ତ ଚଳାଇ ଅପରାଧୀଙ୍କୁ ଧରିବା ପୋଲିସର ପ୍ରମୁଖ ଦାୟିତ୍ୱ। ଏହି ଗୁରୁଦାୟିତ୍ୱ ସମ୍ପାଦନ ବେଳର ଅନୁଭୂତି ଅନେକ ପୋଲିସ ଅଧିକାରୀଙ୍କ ପାଇଁ ଅପାସୋରା ହୋଇ ରହିଥାଏ। ଏଭଳି ଏକ ଅନୁଭୂତି ସମ୍ପର୍କରେ କଟକ ପୁରୀଘାଟ ଥାନା ଆଇଆଇସି ରଶ୍ମିରଞ୍ଜନ ସାହୁ ଯାହା କୁହନ୍ତି…

୨୦୧୫ ମସିହା କଥା। ସେତେବେଳେ ମୁଁ ଭୁବନେଶ୍ୱର ଏୟାରଫିଲ୍ଡ ଥାନାରେ ଥାଏ। ଭୋର ପ୍ରାୟ ୫ଟାରେ ଗୋଟେ ଫୋନ କଲ୍‌ ଆସିଲା ଯେ, ଥାନା ଅଧୀନ କାର୍‌ଗିଲ ବସ୍ତି ନିକଟରେ ଜଣେ ନାବାଳକଙ୍କ ମୃତଦେହ ପଡ଼ିଛି। ମୁଁ ଘଟଣାସ୍ଥଳରେ ପହଞ୍ଚି ଦେଖିଲି, ଜଣେ ନାବାଳକ ବିଦ୍ୟୁତ୍‌ ଖୁଣ୍ଟକୁ ଡେରେଇ ହୋଇ ବସିିଥିଲେ। ତାଙ୍କ ବୟସ ପ୍ରାୟ ୧୪ ବର୍ଷ ହେବ। ମୃତଦେହ ଉଦ୍ଧାର କରି ବ୍ୟବଚ୍ଛେଦ ପାଇଁ କ୍ୟାପିଟାଲ ହସ୍ପିଟାଲ ପଠାଯାଇଥିଲା। ଏନେଇ ଏକ ଅପମୃତ୍ୟୁ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କଲି। ସ୍ଥାନୀୟ ଅଞ୍ଚଳରେ ଅନେକ ପଚରାପଚରି ପରେ ବି ନାବାଳକଙ୍କ କୌଣସି ପରିଚୟ ପାଇ ନ ଥିଲୁ। ଗଣମାଧ୍ୟମରେ ଘଟଣା ସମ୍ବନ୍ଧରେ ଖବର ପ୍ରକାଶ ପାଇବା ପରେ ଅନେକ ଚର୍ଚ୍ଚା ହୋଇଥିଲା। ଏୟାରଫିଲ୍ଡ ଭଳି ଭିଆଇପି ଅଞ୍ଚଳରେ ଏମିତି ଏକ ଘଟଣା ଘଟିଥିବାରୁ ଆମେ ଅନେକ ଚାପରେ ଥାଉ। ୩ଦିନ ହୋଇଯାଇଥାଏ, ତଥାପି ଆମ ହାତରେ କିଛି ତଥ୍ୟ ନ ଥାଏ। ୩ଦିନ ପରେ ଜଣେ ବ୍ୟକ୍ତି ଏହି ଘଟଣା ସମ୍ପର୍କରେ ଖବରକାଗଜରୁ ପଢ଼ି ଥାନାକୁ ଆସିଲେ। ନାବାଳକ ଜଣକ ତାଙ୍କ ପୁଅ ବୋଲି ସେ ଚିହ୍ନଟ କରିଥିଲେ। ଏହାପରେ ନାବାଳକଙ୍କ ପରିଚୟ ମିଳିଥିଲା। ଦୁର୍ଭାଗ୍ୟ ଯେ, କ୍ୟାପିଟାଲ ହସ୍ପିଟାଲରେ ଯେଉଁଠି ତାଙ୍କ ମୃତଦେହ ବ୍ୟବଚ୍ଛେଦ ପାଇଁ ରଖାଯାଇଥିଲା, ଠିକ୍‌ ତା’ ପଛପଟରେ ହିଁ ତାଙ୍କ ଘର। ଅପମୃତ୍ୟୁ ମାମଲା ହତ୍ୟା ମାମଲାରେ ପରିବର୍ତ୍ତନ ହୋଇଯାଇଥିଲା। ତେବେ କିଛି ତଥ୍ୟ ନ ଥିବାରୁ ଏହି ଘଟଣାରେ ଅଭିଯୁକ୍ତଙ୍କୁ ଧରିବା ଆମ ପାଇଁ ଚ୍ୟାଲେଞ୍ଜ ଥିଲା। ନାବାଳକ ରହୁଥିବା ସୁଇପର କଲୋନୀ ଓ ମୃତଦେହ ଜବତ ହୋଇଥିବା ଅଞ୍ଚଳରେ ଲୋକଙ୍କୁ ପଚରାଉଚରା କରିଥିଲି। ଦୀର୍ଘ ସମୟ ପରିଶ୍ରମ ପରେ ଜଣେ ହୋଟେଲ ମାଲିକ ନାବାଳକଙ୍କ ସମ୍ବନ୍ଧରେ କିଛି ତଥ୍ୟ ଦେଇଥିଲେ। ହତ୍ୟା ଘଟଣାର ପୂର୍ବଦିନ ସେ ଉକ୍ତ ନାବାଳକଙ୍କୁ ତାଙ୍କର କିଛି ସାଙ୍ଗଙ୍କ ସହ ଦେଖିଥିଲେ। ଉକ୍ତ ବ୍ୟକ୍ତିଙ୍କ କଥା ଅନୁସାରେ ନାବାଳକଙ୍କର ଜଣେ ସାଙ୍ଗଙ୍କୁ ଆଣି ପଚରାଉଚରା କରିଥିଲି। ପ୍ରଥମେ ସେ କିଛି କହି ନ ଥିଲେ। ଅଧିକ ପଚରାଉଚରା କରିବାରୁ ଉକ୍ତ ହତ୍ୟା ଘଟଣାର ରହସ୍ୟ ଖୋଲିଯାଇଥିଲା। ନାବାଳକଙ୍କ ସାଙ୍ଗ ସବୁ ସତ କଥା ମାନି ଯାଇଥିଲେ। ହତ୍ୟା ଘଟଣାର ପୂର୍ବଦିନ ମୃତ ନାବାଳକ ଓ ତାଙ୍କର ଅନ୍ୟ ୪ଜଣ ସାଙ୍ଗ ସାଇକେଲ ଧରି ନିକଟରେ ଥିବା ଏକ କାଜୁ ବଗିଚାକୁ ବୁଲିବାକୁ ଯାଇଥିଲେ। ତେବେ ସେଠାରେ ୪ଜଣ ସାଙ୍ଗ ମିଶି ଉକ୍ତ ନାବାଳକଙ୍କ ସହ ଅପ୍ରାକୃତିକ ଯୌନସମ୍ପର୍କ ରଖିବାକୁ ଚେଷ୍ଟା କରିଥିଲେ। ନାବାଳକ ଜଣକ ସେଠାରୁ ପଳାଇଯିବାକୁ ଚେଷ୍ଟା କରିବାରୁ ସମ୍ପୃକ୍ତ ୪ ଜଣ ସାଙ୍ଗ ତାଙ୍କ ବେକକୁ ଗାମୁଛାରେ ଚାପି ଦେଇଥିଲେ। ଏଥିରେ ନାବାଳକଙ୍କ ଶ୍ୱାସରୁଦ୍ଧ ହୋଇ ମୃତ୍ୟୁ ଘଟିଥିଲା। ହେଲେ ୪ଜଣ ଯାକ ନାବାଳକ ହୋଇଥିବାରୁ ସେମାନଙ୍କୁ ସୁଧାର ଗୃହକୁ ପଠାଯାଇଥିଲା।

-ଓଁକାର ମିଶ୍ର, କଟକ ଅଫିସ


Enter your email to get our daily news in your inbox.

All Right Reserved By Dharitri.Com

ମୋଦିଙ୍କୁ ଚିଠି ଲେଖିଲେ ଖାର୍ଗେ, କହିଲେ ପୁଣି ସେମିତି କରିବାକୁ ଯାଉଛନ୍ତି ସରକାର…

ନୂଆଦିଲ୍ଲୀ,୧୬।୭: ସଂସଦର ମୌସୁମୀ ଅଧିବେଶନ ଜୁଲାଇ ୨୦ରେ ଆରମ୍ଭ ହେବାକୁ ଯାଉଛି। ଏହି ଅଧିବେଶନ ସମୟରେ, କେନ୍ଦ୍ରର ମୋଦି ସରକାର ପୁଣି ଥରେ ସୀମା ନିର୍ଦ୍ଧାରଣ ବିଲ…

ଡାକ୍ତର ସ୍ବାମୀଙ୍କୁ ହତ୍ୟା, ପୁଅକୁ ଛୁରାମାଡ଼; ପାଖରେ ବସି ଫୋନ୍‌ ଦେଖୁଥିଲେ ସ୍ତ୍ରୀ

ବେଙ୍ଗାଲୁରୁ,୧୬ା୭: କର୍ନାଟକର ହୁବାଲିରୁ ଏକ ଆଶ୍ଚର୍ଯ୍ୟଜନକ ତଥା ଦୁଃଖଦ ଘଟଣା ସାମ୍ନାକୁ ଆସିଛି। ଯେଉଁଠାରେ ଜଣେ ଡାକ୍ତରଙ୍କ ମୃତଦେହ ତାଙ୍କ ଆପାର୍ଟମେଣ୍ଟ ଭିତରୁ ମିଳିଛି। ତାଙ୍କ ଆଠ…

ଜୁଲାଇ ୧୯ରୁ ଏହି ୪ ରାଶିଙ୍କ ପାଇଁ ଆରମ୍ଭ ହେବ ସୁବର୍ଣ୍ଣ ସମୟ: ଶନି-ମଙ୍ଗଳ ଆଣିବେ ବମ୍ପର ରୋଜଗାର

ଜୁଲାଇ ମାସର ଅବଶିଷ୍ଟ ଦିନଗୁଡ଼ିକ ଗ୍ରହ ପରିବର୍ତ୍ତନ ଦୃଷ୍ଟିରୁ ବିଶେଷ ଗୁରୁତ୍ୱପୂର୍ଣ୍ଣ ହେବାକୁ ଯାଉଛି। ୧୯ ଜୁଲାଇରେ ଏକ ଶୁଭ ଯୋଗ ସୃଷ୍ଟି ହେଉଛି। ପ୍ରାୟ ରାତି…

ଶ୍ରୀକ୍ଷେତ୍ରରେ ବଡ଼ ଅଘଟଣ, ଅଣନିଶ୍ବାସୀ ହୋଇ ଚାଲିଗଲା ଭକ୍ତଙ୍କ ପ୍ରାଣ!

ପୁରୀ,୧୬।୭: ଶ୍ରୀକ୍ଷେତ୍ର ପୁରୀରେ ବଡ଼ ଅଘଟଣ ଘଟିଯାଇଛି । ଅଣନିଃଶ୍ବାସୀ ହୋଇ ଜଣେ ଭକ୍ତଙ୍କର ମୃତ୍ୟୁ ଘଟିଛି । ପୁରୀ ମେଡିକାଲରେ ଡାକ୍ତର ମୃତ ଘୋଷଣା କରିଛନ୍ତି…

ସି ଜିନପିଙ୍ଗଙ୍କ ଶୟନ କକ୍ଷକୁ କରାଗଲା ଟାର୍ଗେଟ, ୮୦ ବର୍ଷ ପର୍ଯ୍ୟନ୍ତ ଅନୁତାପ କଲା ଜାପାନ, ଏବେ ସେହି କାମ କରିବାକୁ ଯାଉଛି…

ନୂଆଦିଲ୍ଲୀ/ବେଜିଂ,୧୬।୭: ଦ୍ୱିତୀୟ ବିଶ୍ୱଯୁଦ୍ଧ ପରେ, ଜାପାନ ଏକ ନିଷ୍ପତ୍ତି ନେଇଥିଲା: ଏହା ବିଶ୍ୱର ଏକ ପ୍ରମୁଖ ସାମରିକ ଶକ୍ତି ହେବ ନାହିଁ, ଆକ୍ରମଣାତ୍ମକ ଗୁପ୍ତଚର କାର୍ଯ୍ୟ କରିବ…

ରଥଯାତ୍ରାରେ ଅଘଟଣ, ଖେଳୁଥିବା ବେଳେ ଗାଡିଆରେ ବୁଡ଼ି ୩ବର୍ଷ ଶିଶୁର ମୃତ୍ୟୁ

ବୈଶିଙ୍ଗା,୧୬।୭(ରତନ ଦାଶ): ମୟୂରଭଞ୍ଜ ଜିଲ୍ଲା ବୈଶିଙ୍ଗା ଉପକଣ୍ଠ ମହୁରୀ ଗ୍ରାମରେ ଗୁରୁବାର ପବିତ୍ର ରଥଯାତ୍ରା ଉପଲକ୍ଷେ ସମଗ୍ର ଅଞ୍ଚଳରେ ଆଧ୍ୟାତ୍ମିକ ଓ ସାଂସ୍କୃତିକ କାର୍ଯ୍ୟକ୍ରମ ଲାଗି ରହିଥିବା…

ଛେରାପହଁରା କରିବାକୁ ଆସିଥିଲେ ଉପଜିଲାପାଳ, ରଥ ଆଗରେ ଶୋଇ ପ୍ରତିବାଦ କଲେ ଭକ୍ତ

ନୟାଗଡ଼,୧୬ା୭(ଲୋକନାଥ ମିଶ୍ର): ରଥଯାତ୍ରାରେ ଛେରାପହଁରା ପରି ସେବାକୁ ଉପଜିଲାପାଳ କର୍ଣଦେବ ସମାଦାର କରିବା ପାଇଁ ଯିବାବେଳେ ବିରୋଧର ସମ୍ମୁଖୀନ ହୋଇଛନ୍ତି। ପ୍ରତିବାଦରେ ରଥ ସମ୍ମୁଖରେ ଭକ୍ତ ଶାନ୍ତିପୂର୍ଣ୍ଣ…

ଇସ୍ରୋରେ ଚହଳ! ୧୦୦ ବୈଜ୍ଞାନିକଙ୍କ ଇସ୍ତଫା, ଚାକିରି ଛାଡ଼ିବା ନିୟମ ବଦଳାଇଲେ ସରକାର

ନୂଆଦିଲ୍ଲୀ,୧୬।୭: ଇସ୍ରୋର ୧୦୦ ବୈଜ୍ଞାନିକ ଇସ୍ତଫା ଦେବା ପରେ ଆକ୍ସନ ମୋଡକୁ ଆସିଛନ୍ତି ଭାରତ ସରକାର । ଇସ୍ତଫା ଏବଂ ଅବସର ସମ୍ପର୍କିତ ନିୟମକୁ କଡ଼ାକଡ଼ି କରିଛନ୍ତି।…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri