ପୁରୀଘାଟ ଥାନା ଅଧିକାରୀଙ୍କ ଅନୁଭୂତି: ହୋଟେଲ ମାଲିକଙ୍କ ସୂଚନାରୁ ଫିଟିଥିଲା ହତ୍ୟା ରହସ୍ୟ

କେବଳ ଦେଶର ଆଭ୍ୟନ୍ତରୀଣ ସୁରକ୍ଷା ନୁହେଁ, ଅପରାଧ ରୋକିବା ଏବଂ ଠିକ ଢଙ୍ଗରେ ତଦନ୍ତ ଚଳାଇ ଅପରାଧୀଙ୍କୁ ଧରିବା ପୋଲିସର ପ୍ରମୁଖ ଦାୟିତ୍ୱ। ଏହି ଗୁରୁଦାୟିତ୍ୱ ସମ୍ପାଦନ ବେଳର ଅନୁଭୂତି ଅନେକ ପୋଲିସ ଅଧିକାରୀଙ୍କ ପାଇଁ ଅପାସୋରା ହୋଇ ରହିଥାଏ। ଏଭଳି ଏକ ଅନୁଭୂତି ସମ୍ପର୍କରେ କଟକ ପୁରୀଘାଟ ଥାନା ଆଇଆଇସି ରଶ୍ମିରଞ୍ଜନ ସାହୁ ଯାହା କୁହନ୍ତି…

୨୦୧୫ ମସିହା କଥା। ସେତେବେଳେ ମୁଁ ଭୁବନେଶ୍ୱର ଏୟାରଫିଲ୍ଡ ଥାନାରେ ଥାଏ। ଭୋର ପ୍ରାୟ ୫ଟାରେ ଗୋଟେ ଫୋନ କଲ୍‌ ଆସିଲା ଯେ, ଥାନା ଅଧୀନ କାର୍‌ଗିଲ ବସ୍ତି ନିକଟରେ ଜଣେ ନାବାଳକଙ୍କ ମୃତଦେହ ପଡ଼ିଛି। ମୁଁ ଘଟଣାସ୍ଥଳରେ ପହଞ୍ଚି ଦେଖିଲି, ଜଣେ ନାବାଳକ ବିଦ୍ୟୁତ୍‌ ଖୁଣ୍ଟକୁ ଡେରେଇ ହୋଇ ବସିିଥିଲେ। ତାଙ୍କ ବୟସ ପ୍ରାୟ ୧୪ ବର୍ଷ ହେବ। ମୃତଦେହ ଉଦ୍ଧାର କରି ବ୍ୟବଚ୍ଛେଦ ପାଇଁ କ୍ୟାପିଟାଲ ହସ୍ପିଟାଲ ପଠାଯାଇଥିଲା। ଏନେଇ ଏକ ଅପମୃତ୍ୟୁ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କଲି। ସ୍ଥାନୀୟ ଅଞ୍ଚଳରେ ଅନେକ ପଚରାପଚରି ପରେ ବି ନାବାଳକଙ୍କ କୌଣସି ପରିଚୟ ପାଇ ନ ଥିଲୁ। ଗଣମାଧ୍ୟମରେ ଘଟଣା ସମ୍ବନ୍ଧରେ ଖବର ପ୍ରକାଶ ପାଇବା ପରେ ଅନେକ ଚର୍ଚ୍ଚା ହୋଇଥିଲା। ଏୟାରଫିଲ୍ଡ ଭଳି ଭିଆଇପି ଅଞ୍ଚଳରେ ଏମିତି ଏକ ଘଟଣା ଘଟିଥିବାରୁ ଆମେ ଅନେକ ଚାପରେ ଥାଉ। ୩ଦିନ ହୋଇଯାଇଥାଏ, ତଥାପି ଆମ ହାତରେ କିଛି ତଥ୍ୟ ନ ଥାଏ। ୩ଦିନ ପରେ ଜଣେ ବ୍ୟକ୍ତି ଏହି ଘଟଣା ସମ୍ପର୍କରେ ଖବରକାଗଜରୁ ପଢ଼ି ଥାନାକୁ ଆସିଲେ। ନାବାଳକ ଜଣକ ତାଙ୍କ ପୁଅ ବୋଲି ସେ ଚିହ୍ନଟ କରିଥିଲେ। ଏହାପରେ ନାବାଳକଙ୍କ ପରିଚୟ ମିଳିଥିଲା। ଦୁର୍ଭାଗ୍ୟ ଯେ, କ୍ୟାପିଟାଲ ହସ୍ପିଟାଲରେ ଯେଉଁଠି ତାଙ୍କ ମୃତଦେହ ବ୍ୟବଚ୍ଛେଦ ପାଇଁ ରଖାଯାଇଥିଲା, ଠିକ୍‌ ତା’ ପଛପଟରେ ହିଁ ତାଙ୍କ ଘର। ଅପମୃତ୍ୟୁ ମାମଲା ହତ୍ୟା ମାମଲାରେ ପରିବର୍ତ୍ତନ ହୋଇଯାଇଥିଲା। ତେବେ କିଛି ତଥ୍ୟ ନ ଥିବାରୁ ଏହି ଘଟଣାରେ ଅଭିଯୁକ୍ତଙ୍କୁ ଧରିବା ଆମ ପାଇଁ ଚ୍ୟାଲେଞ୍ଜ ଥିଲା। ନାବାଳକ ରହୁଥିବା ସୁଇପର କଲୋନୀ ଓ ମୃତଦେହ ଜବତ ହୋଇଥିବା ଅଞ୍ଚଳରେ ଲୋକଙ୍କୁ ପଚରାଉଚରା କରିଥିଲି। ଦୀର୍ଘ ସମୟ ପରିଶ୍ରମ ପରେ ଜଣେ ହୋଟେଲ ମାଲିକ ନାବାଳକଙ୍କ ସମ୍ବନ୍ଧରେ କିଛି ତଥ୍ୟ ଦେଇଥିଲେ। ହତ୍ୟା ଘଟଣାର ପୂର୍ବଦିନ ସେ ଉକ୍ତ ନାବାଳକଙ୍କୁ ତାଙ୍କର କିଛି ସାଙ୍ଗଙ୍କ ସହ ଦେଖିଥିଲେ। ଉକ୍ତ ବ୍ୟକ୍ତିଙ୍କ କଥା ଅନୁସାରେ ନାବାଳକଙ୍କର ଜଣେ ସାଙ୍ଗଙ୍କୁ ଆଣି ପଚରାଉଚରା କରିଥିଲି। ପ୍ରଥମେ ସେ କିଛି କହି ନ ଥିଲେ। ଅଧିକ ପଚରାଉଚରା କରିବାରୁ ଉକ୍ତ ହତ୍ୟା ଘଟଣାର ରହସ୍ୟ ଖୋଲିଯାଇଥିଲା। ନାବାଳକଙ୍କ ସାଙ୍ଗ ସବୁ ସତ କଥା ମାନି ଯାଇଥିଲେ। ହତ୍ୟା ଘଟଣାର ପୂର୍ବଦିନ ମୃତ ନାବାଳକ ଓ ତାଙ୍କର ଅନ୍ୟ ୪ଜଣ ସାଙ୍ଗ ସାଇକେଲ ଧରି ନିକଟରେ ଥିବା ଏକ କାଜୁ ବଗିଚାକୁ ବୁଲିବାକୁ ଯାଇଥିଲେ। ତେବେ ସେଠାରେ ୪ଜଣ ସାଙ୍ଗ ମିଶି ଉକ୍ତ ନାବାଳକଙ୍କ ସହ ଅପ୍ରାକୃତିକ ଯୌନସମ୍ପର୍କ ରଖିବାକୁ ଚେଷ୍ଟା କରିଥିଲେ। ନାବାଳକ ଜଣକ ସେଠାରୁ ପଳାଇଯିବାକୁ ଚେଷ୍ଟା କରିବାରୁ ସମ୍ପୃକ୍ତ ୪ ଜଣ ସାଙ୍ଗ ତାଙ୍କ ବେକକୁ ଗାମୁଛାରେ ଚାପି ଦେଇଥିଲେ। ଏଥିରେ ନାବାଳକଙ୍କ ଶ୍ୱାସରୁଦ୍ଧ ହୋଇ ମୃତ୍ୟୁ ଘଟିଥିଲା। ହେଲେ ୪ଜଣ ଯାକ ନାବାଳକ ହୋଇଥିବାରୁ ସେମାନଙ୍କୁ ସୁଧାର ଗୃହକୁ ପଠାଯାଇଥିଲା।

-ଓଁକାର ମିଶ୍ର, କଟକ ଅଫିସ


Enter your email to get our daily news in your inbox.

All Right Reserved By Dharitri.Com

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ଜଳ ପ୍ରପାତ

ସାନଘାଗରା ଜଳପ୍ରପାତ କେନ୍ଦୁଝର ସହରଠାରୁ ମାତ୍ର ୬ କି.ମି. ଦୂରରେ ରହିଛି ସାନଘାଘରା ଜଳପ୍ରପାତ। ସାନମାଛ କାନ୍ଦଣା ନଦୀର ଜଳ ଏଠାରେ ତଳକୁ ବିରାଟକାୟ ସ୍ରୋତରେ କଚାଡ଼ି…

ଭୁବନେଶ୍ୱର ଫୁଲ ଦୋକାନ

ଫର୍ନସ ଏନ୍‌ ପେଟାଲ୍‌ସ   ଏହା ରାଜଧାନୀର ଏକ ବଡ଼ ଫୁଲ ଦୋକାନ ଭାବେ ପରିଗଣିତ। ୧୧ବର୍ଷ ତଳେ ପ୍ରଥମ କରି ଶହୀଦନଗରରେ ଆରମ୍ଭ ହୋଇଥିଲା। ବର୍ତ୍ତମାନ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱର ଜିମ

କଳିଙ୍ଗ ଫିଟନେସ୍‌ ଜୟଦେବ ବିହାର ରୋଡ ବିଜୁ ପଟ୍ଟନାୟକ କଲେଜ ନିକଟରେ ରହିଛି କଳିଙ୍ଗ ଫିଟନେସ ଜିମ୍‌। ୪ବର୍ଷ ତଳେ ଖୋଲାଯାଇଥିବା ଏହି ଜିମ୍‌ରେ ସବୁ ପ୍ରକାର…

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ପର୍ଯ୍ୟଟନସ୍ଥଳ

ସପ୍ତଶଯ୍ୟା ଢେଙ୍କାନାଳ ଜିଲାରେ ଅବସ୍ଥିତ ସପ୍ତଶଯ୍ୟା ପର୍ଯ୍ୟଟନ ସ୍ଥଳ ସାତ ପାହାଡ଼, ଝରଣା ଏବଂ ଜଙ୍ଗଲରେ ପରିପୂର୍ଣ୍ଣ। ଏଠାରେ ରହିଛି ଶ୍ରୀରାମଙ୍କ ମନ୍ଦିର। ସପ୍ତଶଯ୍ୟାର ଶୀତଳ ପରିବେଶ…

କଟକ ଦହିବରା ଆଳୁଦମ

ବାରବାଟୀ ଷ୍ଟାଡିୟମର ରମେଶ ଗୋଛି ସକାଳ ୭ଟାରୁ ଆରମ୍ଭ କରି ରାତି ୧୦ଟା ଯାଏ ବାରବାଟୀ ଷ୍ଟାଡିୟମ ନିକଟରେ ରମେଶଙ୍କ ଷ୍ଟଲ ଖୋଲିଥାଏ। ପରିବାରର ସବୁ ସଦସ୍ୟ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱରର ପାର୍କ

ମହାତ୍ମା ଗାନ୍ଧୀ ପାର୍କ ପାର୍କଟି ଜୟଦେବ ବିହାରସ୍ଥିତ ନନ୍ଦନକାନନ ରୋଡ୍‌ର ଜନତା ମଇଦାନ ନିକଟରେ ଅବସ୍ଥିତ। ପାର୍କ ଭିତରେ ମହାତ୍ମା ଗାନ୍ଧୀଙ୍କ ପ୍ରାର୍ଥନା କରୁଥିବା ମୁଦ୍ରାରେ ମୂର୍ତ୍ତି…

ଶ୍ରେଷ୍ଠ ପାଞ୍ଚ ପୁରୀର ମଠ

ହାତୀ ଆଖଡ଼ା ମଠ ପୁରୀ ବଳଗଣ୍ଡି ନିକଟରେ ବଡ଼ଦାଣ୍ଡର ମୁଖ୍ୟ ରାସ୍ତାରେ ହାତୀ ଆଖଡା ମଠ ଅବସ୍ଥିତ। ଶ୍ରୀରାମାନନ୍ଦୀ ସମ୍ପ୍ରଦାୟର ନିର୍ବାଣୀ ଆଖଡା ରୂପେ ଏହା ପରିଚିତ।…

ଶ୍ରେଷ୍ଠ ପାଞ୍ଚ ଓଡ଼ିଶାର ପ୍ରସିଦ୍ଧ ଶୈବପୀଠ

ହରିଶଙ୍କର ବଲାଙ୍ଗୀରଠାରୁ ୮୦ କି.ମି. ଦୂରରେ ଗନ୍ଧମାର୍ଦ୍ଦନ ପର୍ବତ ପାଦଦେଶରେ ଅବସ୍ଥିତ ପ୍ରସିଦ୍ଧ ତୀର୍ଥ ତଥା ଶୈବପୀଠ ହରିଶଙ୍କର। ଏଠାକାର ମନ୍ଦିରର ପରିବେଶ ଏବଂ ଆକର୍ଷଣୀୟ ଝରଣା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?