ଆମ ଜିଲା ଖବର

ଆନ୍ନାକୋଣ୍ଡାର ସ୍ବାସ୍ଥ୍ୟାବସ୍ଥା ପରଖିଲେ ମାଡ୍ରାସ ଚିକିତ୍ସକ

ବାରଙ୍ଗ,୩ା୧୨(ଡି.ଏନ୍‌.ଏ)- ପ୍ରାଣୀ ଉଦ୍ୟାନ ନନ୍ଦନକାନନକୁ ନୂଆ ଅତିଥି ଭାବେ ଆସିଥିବା ଦୁଇଟି ଆନ୍ନକୋଣ୍ଡାର ମୃତ୍ୟୁ ଘଟଣାକୁ କର୍ତ୍ତୃପକ୍ଷ ଗୁରୁତର ସହ ନେଇଛନ୍ତି। ଏ ନେଇ ସୋମବାର ମାଡ୍ରାସ କ୍ରୋକୋଡାଇଲ ବ୍ୟାଙ୍କ ଟ୍ରଷ୍ଟରୁ ସହକାରୀ ନିର୍ଦ୍ଦେଶକ ତଥା କୁମ୍ଭୀର ବିଶେଷଜ୍ଞ ଡ.ଅଜୟ କାର୍ତ୍ତିକେୟ…

୨୫୯ ଅଭିଯୋଗ ଶୁଣିଲେ ଜିଲାପାଳ

ନିଆଳି,୩ା୧୨(ଡି.ଏନ୍‌.ଏ)- ନିଆଳି ବ୍ଲକ ପରିସର ମଧ୍ୟରେ ଥିବା ରାଜୀବ ଭବନଠାରେି ସୋମବାର ଜିଲାପାଳଙ୍କ ଅଭିଯୋଗ ଶୁଣାଣି ଶିବିର ଅନୁଷ୍ଠିତ ହୋଇଯାଇଛି। ବିଡିଓ ଅଶୋକ କୁମାର ଲେଙ୍କାଙ୍କ ସଭାପତିତ୍ୱରେ ଜିଲାପାଳ ଭାବନୀ ଶଙ୍କର ଚଇନି ଏଥିରେ ଯୋଗଦେଇ ୨୫୯ଟି ଅଭିଯୋଗ ଶୁଣିଥିଲେ। ସେଥିମଧ୍ୟରୁ…

ବଜ୍ରକାପ୍ତା, ହାତୀଦାନ୍ତ ଚୋରାଚାଲାଣ ଜେଲ ଗଲେ ୭ ବେପାରୀ

ଖୁଣ୍ଟୁଣୀ,୩ା୧୨(ଡି.ଏନ୍‌.ଏ.): ଆଠଗଡ଼ ବନଖଣ୍ଡର ଖୁଣ୍ଟୁଣୀଠାରୁ ନରସିଂହପୁର ବନାଞ୍ଚଳରେ ବଜ୍ରକାପ୍ତା ଓ ହାତୀଦାନ୍ତ ଚୋରାଚାଲାଣ ଅଭିଯୋଗରେ ଖୁଣ୍ଟୁଣୀ ବନାଞ୍ଚଳ ୭ଜଣ ବେପାରୀଙ୍କୁ ଗିରଫ କରି ସୋମବାର କୋର୍ଟ ଚାଲାଣ କରିଛି। ସେମାନେ ହେଲେ, ଆଠଗଡ଼ ଥାନା ହେମମାଳପୁର ଗ୍ରାମର ଅଶୋକ ଜେନା, ଚୌଦ୍ୱାରା…

ସାକ୍ଷୀଗୋପାଳ ଠାକୁରଙ୍କ ଘୋଡ଼ଲାଗି ବେଶ

ସାକ୍ଷୀଗୋପାଳ,୩ା୧୨(ଡି.ଏନ୍‌.ଏ.): ଶୀତ ଆସିଛି। ଠାକୁର ଶୀତ ଦାଉରୁ ରକ୍ଷା ପାଇବାକୁ ଶୀତବସ୍ତ୍ର ପରିଧାନ କରିଛନ୍ତି। ଏଥିପାଇଁ ସାକ୍ଷୀଗୋପାଳ ମନ୍ଦିରରେ ସୋମବାର ଓଢ଼ଣଷଷ୍ଠୀ ପର୍ବ ପାଳିତ ହୋଇଛି। ଏହି ଅବସରରେ ଠାକୁରଙ୍କ ପାରମ୍ପରିକ ଘୋଡ଼ଲାଗି ବେଶ ଅନୁଷ୍ଠିତ ହୋଇଥିଲା। ଦୈନଦିନ ଦେବନୀତି ସହିତ…

ପୋଲିସ କ୍ୱାର୍ଟର୍ସରେ ନାବାଳିକାଙ୍କୁ ଗଣବଳାତ୍କାର :ବହିଷ୍କୃତ ପୋଲିସ କନଷ୍ଟେବଳ ଗିରଫ, ୩ ଅଟକ

ପୁରୀ ଅଫିସ, ୩।୧୨: ଶ୍ରୀକ୍ଷେତ୍ରରେ ଘଟିଛି ପୁଣି ଏକ କଳଙ୍କିତ ଘଟଣା। ସୋମବାର ରାତିରେ ଜଣେ ନାବାଳିକା(୧୭)ଙ୍କୁ ପୋଲିସ କ୍ୱାର୍ଟର୍ସରେ ଗଣବଳାତ୍କାର କରାଯାଇଥିବା ଅଭିଯୋଗ ହୋଇଛି। କୁମ୍ଭାରପଡ଼ା ଥାନାରେ ନିଜେ ପୀଡ଼ିତା ଏହି ଅଭିଯୋଗ କରିଛନ୍ତି। ନିଜକୁ ପୋଲିସ ବୋଲି ପରିଚୟ…

ବ୍ଲକସ୍ତରୀୟ କ୍ରୀଡ଼ା ପ୍ରତିଯୋଗିତା ଉଦ୍‌ଯାପିତ

ବାଙ୍ଗିରିପୋଷି,୩ା୧୨(ଡି.ଏନ୍‌.ଏ.)- ବାଙ୍ଗିରିପୋଷି ବ୍ଲକ ଅଧୀନ ଚନ୍ଦନପୁର ଗ୍ରାମର ଚନ୍ଦନପୁର ଯୁବକ ସଂଘ ଆନୁକୂଲ୍ୟରେ ନେହେରୁ ଯୁବକେନ୍ଦ୍ର ମୟୂରଭଞ୍ଜ,ବାରିପଦା ତରଫରୁ ବ୍ଲକସ୍ତରୀୟ କ୍ରୀଡ଼ା ପ୍ରତିଯୋଗିତା ୨ ଦିନ ଧରି ଅନୁଷ୍ଠିତ ହୋଇଥିଲା। ଯୁବକ ସଂଘର ସମ୍ପାଦକ ଚନ୍ଦ୍ରଶେଖର ଦାସ, ଘନଖ୍ୟାମ ବେହେରା, ବିନୁ…

ଜିଲାପାଳଙ୍କୁ ଭେଟିଲା ପୌରାଞ୍ଚଳ ପଟ୍ଟାବିହୀନ ବାସିନ୍ଦା ସଂଘ

ବାରିପଦା ଅଫିସ,୩ା୧୨- ମୟୂରଭଞ୍ଜ ଜିଲା ବାରିପଦା ପୌରାଞ୍ଚଳ ପଟ୍ଟାବିହୀନ ବାସିନ୍ଦା ସଂଘର ଏକ ପ୍ରତିନିଧି ଦଳ ସୋମବାର ଜିଲାପାଳ ବିନୀତ ଭରଦ୍ୱାଜଙ୍କୁ ସାକ୍ଷାତ କରି ସଂଘର ବିଭିନ୍ନ ଦାବି ସମ୍ପର୍କରେ ଆଲୋଚନା କରିଛନ୍ତି। ଏନେଇ ଏକ ଦାବିପତ୍ର ମଧ୍ୟ ପ୍ରଦାନ କରିଛନ୍ତି।…

ଉଦ୍ଧାର ତୀରବିଦ୍ଧ ସମ୍ବର ମୃତ

ବାରିପଦା ଅଫିସ,୩ା୧୨- ମୟୂରଭଞ୍ଜ ଜିଲା ବାରିପଦା ବନଖଣ୍ଡ ଅଧୀନ ବାରିପଦା ରେଞ୍ଜର କାଦୁଆଳବନ୍ଧ ଗ୍ରାମ ନିକଟରୁ ସୋମବାର ଏକ ତୀରବିଦ୍ଧ ସମ୍ବର ଉଦ୍ଧାର ହୋଇଥିଲା। ସ୍ଥାନୀୟ ଲୋକଙ୍କଠାରୁ ଖବର ପାଇ ବାରିପଦା ରେଞ୍ଜ ଅଧିକାରୀ ଲକ୍ଷ୍ମୀଧର ବେହେରାଙ୍କ ନେତୃତ୍ୱରେ ଏକ ଟିମ୍‌…

ନାବାଳିକାଙ୍କୁ ବଳାତ୍କାର, ଅଭିଯୁକ୍ତ ଗିରଫ

କପ୍ତିପଦା,୩ା୧୨(ଡ଼ିଏନ୍‌ଏ) – ମୟୂରଭଞ୍ଜ ଜିଲା କପ୍ତିପଦା ବ୍ଲକ୍‌ ଶରତ ଥାନା ଅଞ୍ଚଳରେ ଜନୈକା ନାବାଳିକାଙ୍କୁ ବଳାତ୍କାର କରାଯାଇଥିବା ଅଭିଯୋଗ ହୋଇଛି। ଏହି ଘଟଣାର ତଦନ୍ତ କରି ନାବାଳିକାଙ୍କ ଜଣେ ସମ୍ପର୍କୀୟଙ୍କୁ ପୋଲିସ ସୋମବାର ଗିରଫ ପରେ କୋର୍ଟ ଚାଲାଣ କରିଛି। ଅଭିଯୁକ୍ତ…

ଗଞ୍ଜେଇ ଜବତ, ମହିଳାଙ୍କ ସମେତ ୨ ଗିରଫ

ବାରିପଦା ଅଫିସ,୩ା୧୨- ବାରିପଦା ଟାଉନ ଥାନା ପୋଲିସ ପକ୍ଷରୁ ସହରର ୱାର୍ଡ ନଂ. ୧୪ ତୁଳସୀଚଉରାର ବସ୍ତି ଅଞ୍ଚଳରେ ରବିବାର ରାତିରେ ଚଢ଼ଉ କରି ୨.୯ କିଗ୍ରାର ଗଞ୍ଜେଇ ଜବତ କରାଯାଇଛି। ଏଥିରେ ସମ୍ପୃକ୍ତ ଜଣେ ମହିଳାଙ୍କ ସମେତ ୨ ଜଣଙ୍କୁ…

ବଳାତ୍କାର ପୀଡିତା ଅଧ୍ୟାପିକାଙ୍କ ମୃତ୍ୟୁଦେହ ଉଦ୍ଧାର ମାମଲା: ଘଟଣାସ୍ଥଳରେ ଏସ୍‌ପିଙ୍କ ତଦନ୍ତ

ରାଇରଙ୍ଗପୁର,୩ା୧୨(ଡି.ଏନ୍‌.ଏ.): ରାଇରଙ୍ଗପୁର ଅଞ୍ଚଳସ୍ଥିତ ଏକ କଲେଜର ଜଣେ ଅଧ୍ୟାପିକା ବଳାତ୍କାରର ଶିକାର ହୋଇ ପୋଲିସଠାରୁ ନ୍ୟାୟ ନ ପାଇ ଆତ୍ମହତ୍ୟା କରିବା ଘଟଣା ଆଲୋଡନ ସୃଷ୍ଟି କରିଛି। ଏହି ସମ୍ବେଦନଶୀଳ ଘଟଣାରେ ମୟୂରଭଞ୍ଜ ପୋଲିସ ସମାଲୋଚନାର ସରବ୍ୟ ହୋଇଛି। ତେବେ ସୋମବାର…

‘ଥାଲାସେମିଆ ରୋଗୀଙ୍କୁ ଉନ୍ନତ ଚିକିତ୍ସା ଯୋଗାଇ ଦିଆଯାଉ’ : ରକ୍ତଭଣ୍ଡାର ସମ୍ମୁଖରେ ଆମରଣ ଅନଶନ

ବାଲେଶ୍ୱର ଅଫିସ, ୩।୧୨-ବାଲେଶ୍ୱର ଜିଲାରେ ଥିବା ଥାଲାସେମିଆ ରୋଗୀଙ୍କୁ ଉନ୍ନତ ଚିକିତ୍ସା ଯୋଗାଇ ଦେବା ଲାଗି ସେମାନଙ୍କ ମାତାପିତାମାନେ ସୋମବାର ଜିଲା ମୁଖ୍ୟ ଚିକିତ୍ସାଳୟ ପରିସରରେ ଥିବା ରକ୍ତଭଣ୍ଡାର ସମ୍ମୁଖରେ ଆମରଣ ଅନଶନରେ ବସିଛନ୍ତି। ଜିଲାରେ ୯୬୭ ଜଣ ଥାଲାସେମିଆ ରୋଗୀ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?