ମଣ୍ଡିରୁ ଉଠୁନି ଧାନ, ମିଲର୍ସଙ୍କୁ ଅନୁକମ୍ପା

ବରଗଡ଼ ଅଫିସ୍‌,୨୮।୧୨
ବରଗଡ଼ ଜିଲାରେ ଧାନ କିଣାବିକା ଅନିୟମିତତା ସାଧାରଣରେ ପରିଣତ ହୋଇଛି। ଧାନର ଅଭାବୀ ବିକ୍ରି, ମଲର୍ସଙ୍କ ମର୍ଜିରେ ଧାନକିଣା, ମଣ୍ଡିରେ କଟନୀଛଟନୀ ଭଳି ଅଭିଯୋଗ ନିତିଦିନିଆ ଘଟଣା ହୋଇପଡ଼ିଛି। ହେଲେ ସେଭଳି ଅଭିଯୋଗ ଉପରେ ଆଶାନୁରୂପ କାର୍ଯ୍ୟାନୁଷ୍ଠାନ ନିଆଯାଉନାହିଁ। ଅନ୍ୟପକ୍ଷେ ଧାନ କିଣାବିକାରେ ଚାଷୀଙ୍କ ବଦଳରେ ମିଲର୍ସଙ୍କ ପ୍ରତି ଅହେତୁକ ଅନୁକମ୍ପା ପ୍ରଦର୍ଶନ କରାଯାଉଥିବା ଅଭିଯୋଗ ହୋଇଛି। ବରଗଡ଼ ଜିଲାର ଧାନ କିଣାବିକା ସରି ନ ଥିବବେଳେ ଜିଲାର ମିଲର୍ସମାନଙ୍କୁ ଧାନ ଉଠାଇବା ପାଇଁ ବାହ୍ୟଜିଲାରେ ନିୟୋଜିତ କରାଯାଉଥିବା ଅଭିଯୋଗ ହୋଇଛି । ଏ ନେଇ ଶୁକ୍ରବାର ଜିଲାର ଏକ ଚାଷୀ ପ୍ରତିନିଧି ଦଳ ସିଏସ୍‌ଓ ଦୁର୍ଗାଚରଣ ଭେସ୍ରାଙ୍କୁ ଭେଟି ଫେରାଦ ହୋଇଥିଲେ ।
ବରଗଡ଼ ଜିଲାରେ ଚଳିତ ଖରିଫ ଧାନ ସଂଗ୍ରହ ପ୍ରକ୍ରିୟାରେ ୧୧୪ ମିଲର୍ସଙ୍କୁ ସାମିଲ କରାଯାଇ ଥିବାବେଳେ ୧୧୨ ମିଲର୍ସଙ୍କ ଚୁକ୍ତିନାମା ସମ୍ପୂର୍ଣ୍ଣ ହୋଇଛି । ଧାନ କିଣାବିକାରେ ଜିଲାର ଏତେ ସଂଖ୍ୟକ ମିଲର୍ସଙ୍କୁ ନିୟୋଜିତ କରାଯାଇ ଥିଲେ ସୁଦ୍ଧା ସ୍ଥାନୀୟ ମଣ୍ଡି ଗୁଡ଼ିକରୁ ଆଶାନୁରୂପ ଧାନ ଉଠାଯାଉନାହିଁ । ବିଭିନ୍ନ ମଣ୍ଡିରେ ହଜାର ହଜାର ବସ୍ତା ଧାନ ଖୋଲା ଆକାଶ ତଳେ ପଡ଼ି ରହିଛି। ଏପରିକି ପଦ୍ମପୁର ଉପଖଣ୍ଡ ଅଧୀନ ମଣ୍ଡି ଗୁଡ଼ିକୁ ସମ୍ପୂର୍ଣ୍ଣ ଅଣଦେଖା କରାଯାଉଛି। ଫଳରେ ସେହି ଅଞ୍ଚଳର ମଣ୍ଡିଗୁଡ଼ିକରେ ୮ଲକ୍ଷରୁ ଊର୍ଦ୍ଧ୍ୱ ପ୍ୟାକେଟ୍‌ ଧାନ ଖୋଲା ଆକାଶତଳେ ପଡ଼ି ରହିଛି। ସେହିପରି ବରଗଡ଼ ଉପଖଣ୍ଡ ମଣ୍ଡି ଗୁଡ଼ିକରେ ଅନୁରୂପ ଭାବେ ବିକ୍ରି ଅପେକ୍ଷାରେ ଧାନ ପଡ଼ି ରହିଛି । ଦୂରତା ଆଳ ଦେଖାଇ ପଦ୍ମପୁର ଉପଖଣ୍ଡ ମଣ୍ଡି ଗୁଡ଼ିକୁ ମିଲର୍ସ ଯାଉ ନ ଥିବାବେଳେ କଟନୀଛଟନୀ ଆଳ ଦେଖାଇ ବରଗଡ଼ ଉପଖଣ୍ଡର ମଣ୍ଡିଗୁଡ଼ିକରୁ ସେମାନେ ଧାନ ଉଠାଉ ନ ଥିବା ଅଭିଯୋଗ ହୋଇଛି। ଫଳରେ ଆଉ ୪ଦିନ ପରେ ଜିଲାର ଧାନ କିଣାବିକା ପ୍ରକ୍ରିୟାକୁ ୨ମାସ ବିତିବାକୁ ଥିବାବେଳେ ଏ ପର୍ଯ୍ୟନ୍ତ ଏହି ପ୍ରକ୍ରିୟା ସ୍ବାଭାବିକ ହୋଇପାରି ନାହିଁ । ଏଭଳିସ୍ଥଳେ ଏଠାକାର ମିଲର୍ସଙ୍କୁ ବାହ୍ୟ ଜିଲାର ଧାନ ସଂଗ୍ରହ ପ୍ରକ୍ରିୟାରେ ସାମିଲ କରାଯାଉଛି ।
ମିଳିଥିବା ଖବର ଅନୁଯାୟୀ, ବରଗଡ଼ ଜିଲାର ୧୫ ମିଲର୍ସଙ୍କୁ ଖୋର୍ଦ୍ଧା ଏବଂ ୮ ମିଲର୍ସଙ୍କୁ ବୌଦ୍ଧ ଜିଲାରୁ ଧାନ ଉଠାଇବା ପାଇଁ ନିର୍ଦ୍ଦେଶ ଦେବାକୁ ମସୁଧା ଚାଲିଛି । ବରଗଡ଼ ଜିଲାରୁ ଆଶାନୁରୂପ ଭାବେ ଧାନ ଉଠାଯାଉ ନ ଥିବାବେଳେ କେଉଁ ସ୍ବାର୍ଥରେ ସମ୍ପୃକ୍ତ ମିଲର୍ସଙ୍କୁ ବାହ୍ୟ ଜିଲାରେ ନିୟୋଜିତ କରାଯାଉଛି ତାକୁ ନେଇ ସାଧାରଣରେ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି । କେବଳ ସେତିକି ନୁହେଁ, ଯେଉଁ ମିଲର୍ସଙ୍କୁ ସେହି ଧାନ କିଣାବିକାରେ ସାମିଲ କରାଯାଉଛି, ସେମାନଙ୍କ ମଧ୍ୟରୁ କେତେକ ଧାନ ସଂଗ୍ରହ ନୀତି ଅନୁଯାୟୀ ଏପର୍ଯ୍ୟନ୍ତ ପୂର୍ବରୁ ଉଠାଇଥିବା ଧାନ ବଦଳରେ ଚାଉଳ ଜମା ଦେଇ ପାରି ନ ଥିବା ଆଲୋଚନା ହେଉଛି ।


Enter your email to get our daily news in your inbox.

All Right Reserved By Dharitri.Com

ଏକଲବ୍ୟ ଆଦର୍ଶ ଆବାସିକ ବିଦ୍ୟାଳୟର ଉଦ୍‌ଘାଟନ କଲେ ପ୍ରଧାନମନ୍ତ୍ରୀ , ବିଧାୟକ କହିଲେ…

ତୁମୁଡ଼ିବନ୍ଧ,୧୫।୧୧(ଦୀପକ କୁମାର ପରାସେଠ): କନ୍ଧମାଳ ଜିଲା ତୁମୁଡ଼ିବନ୍ଧ ବ୍ଲକ୍‌ ତୁଟୁଲୁବାଠାରେ ନୂତନ ଭାବେ ନିର୍ମିତ ହୋଇଥିବା ଏକଲବ୍ୟ ଆଦର୍ଶ ଆବାସିକ ବିଦ୍ୟାଳୟକୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆଭାଷୀ…

ଅସ୍ତଗାମୀ ସୂର୍ଯ୍ୟଙ୍କୁ ଅର୍ଘ୍ୟ ଅର୍ପଣ କଲେ ବ୍ରତଧାରୀ

ବାଲିଶଙ୍କରା,୧୫ା୧୧(ହୃଦାନନ୍ଦ ବାରିକ): ସୁନ୍ଦରଗଡ଼ ଜିଲା ବାଲିଶଙ୍କରା ବ୍ଲକର ବିଭିନ୍ନ ସ୍ଥାନରେ ଶ୍ରଦ୍ଧା ଓ ଭକ୍ତିର ସହ ଛଟ ପୂଜା ପାଳିତ ହୋଇଯାଇଛି। ଏହି ଅବସରରେ ବାଲିଶଙ୍କରା ଡୁଡୁଙ୍ଗନାଳା…

ହାତୀପଲରୁ ଅଲଗା ହୋଇଥିବା ଅସୁସ୍ଥ ଛୁଆ ହାତୀର ମୃତ୍ୟୁ

ଖଲ୍ଲିକୋଟ,୧୫ା୧୧(ପ୍ରଶାନ୍ତ କୁମାର ମିଶ୍ର): ଗଞ୍ଜାମ ଜିଲା ଖଲ୍ଲିକୋଟ ବନ ବିଭାଗ ଅଧୀନ ଭାଲେରି ପାହାଡ଼ରେ ହାତୀପଲରୁ ଅଲଗା ହୋଇଯାଇଥିଲା ଛୁଆ ହାତୀର ରବିବାରେ ମୃତ୍ୟୁ ହୋଇଥିବା ଜଣାପଡ଼ିଛି।…

ଗଞ୍ଜାମ ବିଇଓଙ୍କୁ ମୁଖ୍ୟମନ୍ତ୍ରୀ ଶିକ୍ଷା ପୁରସ୍କାର

ଗଞ୍ଜାମ,୧୫ା୧୧(ବିଦ୍ୟାଧର ସାହୁ): ୟୁନିଟ୍‌-୩ ଭୁବନେଶ୍ୱର କ୍ୟାପିଟାଲ ହାଇସ୍କୁଲରେ ଆୟୋଜିତ ରାଜ୍ୟସ୍ତରୀୟ ମୁଖ୍ୟମନ୍ତ୍ରୀ ଶିକ୍ଷା ପୁରସ୍କାର ସମାରୋହରେ ପୁରସ୍କୃତ ହୋଇଛନ୍ତି ଗଞ୍ଜାମ ବ୍ଲକ ଗୋଷ୍ଠୀ ଶିକ୍ଷା ଅଧିକାରୀ ସରୋଜ…

ସିନୁ-ତ୍ରିଶଙ୍କଙ୍କୁ ଗୁରୁଦାୟିତ୍ୱ ଦେଲା ବିଜେଡି, ନବୀନଙ୍କୁ କୃତଜ୍ଞତା ଜଣାଇ…

ରିଷିଡ଼ା,୧୫ା୧୧(ସୁଶାନ୍ତ ମଲ୍ଲିକ): ଜିଲା ବିଜୁ ଯୁବ ଜନତା ଦଳର କର୍ମକର୍ତ୍ତାଙ୍କ ନାମ ଘୋଷଣା କରାଯାଇଛି। ଏଥିରେ କର୍ଲାମୁଣ୍ଡା ବ୍ଲକ ରିଷିଡ଼ା ପଞ୍ଚାୟତ ସମିତି ସଭ୍ୟ ତଥା ଯୁବନେତା…

ଧାନମଣ୍ଡି ଖୋଲିନି, ମାତିଲେଣି ବେପାରୀ

ବରଗଡ଼,୧୫।୧୧(ପ୍ରେମାନନ୍ଦ ଖମାରୀ):ବରଗଡ଼ ଜିଲାରେ ଖରିଫ୍‌ ଧାନ ଅମଳ ପ୍ରକ୍ରିୟା ଜୋର୍‌ ଧରିଛି। ଜିଲାର ଉଭୟ ଜଳସେଚିତ ଏବଂ ଅଣଜଳସେଚିତ ଅଞ୍ଚଳରେ ଚାଷୀମାନେ ଅମଳ କାର୍ଯ୍ୟରେ ଲାଗି ପଡ଼ିଛନ୍ତି।…

ସରକାରୀ ଆକାଉଣ୍ଟକୁ ଆସୁନି ରୟାଲିଟି, ପ୍ରଶାସନ ନୀରବଦ୍ରଷ୍ଟା

କଟକ ସଦର,୧୫ା୧୧(ସୁଶାନ୍ତ କୁମାର ଜେନା): କଟକ ଜିଲାର ଏକ ନମ୍ବର ବ୍ଲକ ଭାବେ ପରିଚିତ ସଦର ବ୍ଲକ। ଏହି କଟକ ସଦର ବ୍ଲକଟି ସହର ତଳି ଅଞ୍ଚଳ…

ମଧ୍ୟରାତ୍ରିରେ ହାତୀର ଆତଙ୍କ, ଆକ୍ରମଣରେ ଚାଲିଗଲା ବୃଦ୍ଧଙ୍କ ଜୀବନ

ବଲାଙ୍ଗୀର/କଣ୍ଟାବାଞ୍ଜି, ୧୫।୧୧ (ସୁନିଲ କୁମାର ମହାନ୍ତି/ଗୁରୁଦ୍ୱାଲ ହଂସ): ବଲାଙ୍ଗୀର ଜିଲା ବେଲପଡ଼ା ବ୍ଲକ୍‌ ଅନ୍ତର୍ଗତ ଲାଠୋର ରେଞ୍ଜର ଘାଗୁର୍ଲି ଗ୍ରାମ ନିକଟ ଘାଘରା ରାସ୍ତାରେ ହାତୀ ଆକ୍ରମଣରେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?