ରାଜସ୍ବ ମନ୍ତ୍ରୀଙ୍କ କେନ୍ଦୁଝର ଜିଲା ଗସ୍ତ: ତୃଣମୂଳ ସ୍ତରରେ ସେବା ପହଞ୍ଚାଅ

କେନ୍ଦୁଝର, ୨୭ା୧୨(ସ୍ବ.ପ୍ର./ଡି.ଏନ.ଏ.)- ରାଜସ୍ବ ଓ ବିପର୍ଯ୍ୟୟ ପରିଚାଳନା ମନ୍ତ୍ରୀ ସୁଦାମ ମାରାଣ୍ଡି ଶୁକ୍ରବାର କେନ୍ଦୁଝର ଜିଲା ଗସ୍ତରେ ଆସି ରାଜସ୍ବ ବିଭାଗର ବିଭିନ୍ନ କାର୍ଯ୍ୟକ୍ରମର ସମୀକ୍ଷା କରିଥିଲେ। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ‘୫-ଟି’, ‘ମୋ ସରକାର’ ଭଳି କାର୍ଯ୍ୟକ୍ରମ ଉପରେ ଆଲୋକପାତ କରି ବିଭିନ୍ନ ଯୋଜନାର ସୁଫଳ ତୃଣମୂଳ ସ୍ତରରେ ସାଧାରଣ ଲୋକେ ଯେପରି ପାଇପାରିବେ ସେଥିନିମନ୍ତେ ମନ୍ତ୍ରୀ ଗୁରୁତ୍ୱାରୋପ କରିଥିଲେ। ବୈଠକରେ ଦକ୍ଷତା ବିକାଶ ଓ ବୈଷୟିକ ଶିକ୍ଷା ମନ୍ତ୍ରୀ ପ୍ରେମାନନ୍ଦ ନାୟକ, ଲୋକ ସଭା ସଦସ୍ୟା ଚନ୍ଦ୍ରାଣୀ ମୁର୍ମୁ, ଘଷିପୁରା ବିଧାୟକ ତଥା ପୂର୍ବତନ ମନ୍ତ୍ରୀ ବଦ୍ରିନାରାୟଣ ପାତ୍ର, ପାଟଣା ବିଧାୟକ ଜଗନ୍ନାଥ ନାଏକ, କେନ୍ଦୁଝର ସଦର ବିଧାୟକ ମୋହନ ଚରଣ ମାଝି, ଜିଲା ପରିଷଦ ଅଧ୍ୟକ୍ଷା କମଳିନୀ ପାତ୍ରଙ୍କ ସମେତ ଡେପୁଟି କଲେକ୍ଟର ସୋନା ଟୁଡୁ ପ୍ରମୁଖ ଉପସ୍ଥିତ ଥିଲେ।
ଜିଲାପାଳଙ୍କ କାର୍ଯ୍ୟାଳୟସ୍ଥିତ ଦରବାର ହଲ୍‌ଠାରେ ରାଜ୍ୟସ୍ବ ବିଭାଗ ସମୀକ୍ଷା ବୈଠକରେ ଅତିରିକ୍ତ ଜିଲାପାଳ ଡଃ ଭକ୍ତଚରଣ ପ୍ରଧାନ ସମସ୍ତ ଅତିଥିଙ୍କୁ ସ୍ବାଗତ କରିବା ସହ ରାଜ୍ୟସ୍ବ ବିଭାଗର ବିଭିନ୍ନ କାର୍ଯ୍ୟକ୍ରମ ସଂକ୍ରାନ୍ତରେ ସୂଚନା ପ୍ରଦାନ କରିଥିଲେ। ଜିଲା ପ୍ରଶାସନ ପକ୍ଷରୁ ଆରମ୍ଭ ହୋଇଥିବା ‘ଆମ ତହସିଲ ଆମ ଗାଁ ରେ’, ‘ବସୁନ୍ଧରା’, ‘ଜାଗା ମିଶନ୍‌’, ‘ଜଙ୍ଗଲ ଅଧିକାର ଆଇନ’ ଭଳି କାର୍ଯ୍ୟକ୍ରମରେ ଉପକୃତ ହୋଇଥିବା ହିତାଧିକାରୀଙ୍କ ସମ୍ପର୍କରେ ମଧ୍ୟ ସେ ସୂଚନା ପ୍ରଦାନ କରିଥିଲେ। ଏହାସହ ଜିଲାର ବିଭିନ୍ନ ସହରାଞ୍ଚଳରେ ସରକାରୀ ଜମି ଜବରଦଖଲ ସଂକ୍ରାନ୍ତରେ ବୈଠକରେ ଆଲୋଚନା ହୋଇଥିଲା। ସମସ୍ତ ତହସିଲ ଅଞ୍ଚଳରେ କେତେ ସରକାରୀ ଜମି ଜବରଦଖଲ ହୋଇଛି ତାହା ଅଟକଳ କରିବା ସହ ବାଲି, ପଥର ଚୋରି ରୋକିବା ନେଇ ଆଲୋଚନା ହୋଇଥିଲା। ସେହିପରି ପଞ୍ଜୀକରଣ, ଷ୍ଟାମ୍ପ ଡ୍ୟୁଟି, ଓଆର୍‌ଟିପିଏସ୍‌, ଓଏଲ୍‌ଆର୍‌, ସରକାରୀ ଜମିର ସୁରକ୍ଷା, ଗୋଷ୍ଠୀ ଅଧିକାର, ପଟ୍ଟା ବଣ୍ଟନ, ଗୋଷ୍ଠୀ ଜଙ୍ଗଲ ଅଧିକାର ସଂକ୍ରାନ୍ତରେ ରାଜ୍ୟସ୍ବ ମନ୍ତ୍ରୀଙ୍କ ସମ୍ମୁଖରେ ତଥ୍ୟ ଉପସ୍ଥ୍‌ାପନ କରାଯାଇଥିଲା। ଅନ୍ୟମାନଙ୍କ ମଧ୍ୟରେ ଜିଲାର ସମସ୍ତ ଉପଜିଲାପାଳ, ତହସିଲଦାର ଏବଂ ଅନ୍ୟାନ୍ୟ ଅଧିକାରୀ ବୈଠକରେ ଉପସ୍ଥିତ ଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

୪୮ ଘଣ୍ଟା ପରେ ବଦଳିବ ଗ୍ରହଙ୍କ ଚଳନ: ଫେବୃଆରୀ ୨୦୨୭ ଯାଏ ବୃଷ ସମେତ ୪ ରାଶିଙ୍କୁ ମିଳିବ ଅପ୍ରତ୍ୟାଶିତ ଲାଭ, ବ୍ୟବସାୟରେ…

ଭୁବନେଶ୍ୱର: ଜ୍ୟୋତିଷ ଶାସ୍ତ୍ରରେ ୟୁରେନସ୍‌କୁ ଅରୁଣ ଗ୍ରହ ବୋଲି କୁହାଯାଏ। ଆଧୁନିକ ଏବଂ ପାଶ୍ଚାତ୍ୟ ଜ୍ୟୋତିଷରେ ଏହି ଗ୍ରହକୁ ଅଚାନକ ପରିବର୍ତ୍ତନ, ନୂଆ ପରିସ୍ଥିତି ଓ ଅପ୍ରତ୍ୟାଶିତ…

ନନ୍ଦନକାନନ ପ୍ରାଣୀ ଉଦ୍ୟାନରେ ୫ ଓରାଙ୍ଗଉଟାନ: ଦେଖନ୍ତୁ…

ଭୁବନେଶ୍ୱର,୯।୯: ବାଲେଶ୍ୱର ବିଚିତ୍ରପୁର ଜଙ୍ଗଲରୁ ଉଦ୍ଧାର ହୋଇଥିବା ୫ଟି ଓରାଙ୍ଗଉଟାନ ନନ୍ଦନକାନନ ପ୍ରାଣୀ ଉଦ୍ୟାନରେ ପହଞ୍ଚିଛନ୍ତି। ଉଦୟପୁର ଫରେଷ୍ଟ ଅଫିସରୁ ଏହି ୫ଟି ଓରାଙ୍ଗଉଟାନଙ୍କୁ ନନ୍ଦନକାନନକୁ ଅଣାଯାଇଛି।…

ଫ୍ଲାଟ୍‌ରୁ ଝୁଲନ୍ତା ଅବସ୍ଥାରେ ମିଳିଲା ପୂର୍ବତନ ମୁଖ୍ୟ ଶାସନ ସଚିବଙ୍କ ମୃତଦେହ, ଘଟଣାକୁ ନେଇ ଖେଳିଗଲା ଚାଞ୍ଚଲ୍ୟ

ନୂଆଦିଲ୍ଲୀ, ୯।୯: ଦିଲ୍ଲୀର ପୂର୍ବତନ ମୁଖ୍ୟ ଶାସନ ସଚିବ ତଥା ୧୯୭୫ ବ୍ୟାଚ୍‌ ଆଇପିଏସ୍‌ ଅଧିକାରୀ ରାକେଶ ମେହଟ୍ଟା (୭୪) ନୋଏଡ଼ା ସ୍ଥିତ ନିଜ ଫ୍ଲାଟ୍‌ରେ ଆତ୍ମହତ୍ୟା…

କୋହଲିଙ୍କୁ ପଛରେ ପକାଇଲେ ରୋହିତ! ଟି-୨୦ ଅନ୍ତର୍ଜାତୀୟରେ ଭାରତର ଦ୍ରୁତତମ ଶତକ ଭାବେ ନମ୍ବର-୧, ଜାଣନ୍ତୁ କିଏ କେଉଁ ସ୍ଥାନରେ…

ନୂଆଦିଲ୍ଲୀ,୯।୯: ଗତ ଦୁଇ ଦଶନ୍ଧି ଧରି କ୍ରିକେଟର ସବୁଠୁ ଲୋକପ୍ରିୟ ଫର୍ମାଟ ହେଉଛି ଟି-୨୦। ପ୍ରାୟ ପ୍ରତି ମାସରେ ବିଶ୍ୱର କୌଣସି ନା କୌଣସି ଦେଶରେ ଟି-୨୦…

ମଦ ବିରୋଧରେ ତାତିଲେ ମହିଳା: ଦୋକାନରେ ପକାଇଲେ ତାଲା

ମହାକାଳପଡ଼ା, ୯ା୯(ପ୍ରତାପ ଚନ୍ଦ୍ର ସ୍ବାଇଁ):କେନ୍ଦ୍ରାପଡ଼ା ଜିଲା ମହାକାଳପଡ଼ା ବ୍ଲକ ବାଙ୍କୀଛନ୍ଦା ଗ୍ରାମରେ ବେଆଇନ ଦେଶୀ ଓ ବିଦେଶୀ ମଦ ଦୋକାନରେ ମହିଳା ଗୋଷ୍ଠୀ ମଙ୍ଗବଳାର ତାଲା ପକାଇ…

ବ୍ରିଟିଶ ଗଣ୍ଡ ପୋତିବା ପାଇଁ ଗଦା ହୋଇଛି ଆସ୍‌ପଣ୍ଡ: ଜମିରେ ମାଡ଼ୁଛି ବିଷାକ୍ତ ପାଣି

ମହାକାଳପଡ଼ା, ୯ା୯(ପ୍ରତାପ ଚନ୍ଦ୍ର ସ୍ବାଇଁ):କେନ୍ଦ୍ରାପଡ଼ା ଜିଲା ମହାକାଳପଡ଼ା ବ୍ଲକ ଉପକୂଳ ଅଞ୍ଚଳ ଜମ୍ବୁ – ମାର୍ଶାଘାଇ ମୁଖ୍ୟ କେନାଲ ବ୍ରିଟିଶ ଗଣ୍ଡ ପୋତିବା ପାଇଁ ପାହାଡ଼ ଭଳି…

ଭଲ ଡ୍ରାଇଭିଂ ରେକର୍ଡ ଥିଲେ ଚାଳକଙ୍କୁ ମିଳିବ ଏହି ଉପହାର, ନିୟମ ଭାଙ୍ଗିଲେ ରଦ୍ଦ ହେବ ଲାଇସେନ୍ସ: ଜାଣନ୍ତୁ ନୂଆ ନିୟମ

ନୂଆଦିଲ୍ଲୀ,୯।୯: ରାସ୍ତାରେ ବାରମ୍ବାର ଟ୍ରାଫିକ ନିୟମ ଉଲ୍ଲଂଘନ କରୁଥିବା ଗାଡ଼ି ଚାଳକଙ୍କ ପାଇଁ ଆସୁଛି ବଡ଼ ଝଟ୍‌କା। ଏଣିକି କେବଳ ଚାଲାଣ କାଟି ଛାଡ଼ି ଦିଆଯିବ ନାହିଁ।…

କଟକରେ ଚାଞ୍ଚଲ୍ୟ: ଘରୋଇ କଲେଜରୁ ମିଳିଲା ଛାତ୍ରଙ୍କ ଝୁଲନ୍ତା ମୃତଦେହ

କଟକ,୯।୯(ପ୍ରଭୁ କଲ୍ୟାଣ ପାଲ୍‌): କଟକର ସିଡିଏ ଅଞ୍ଚଳରେ ଚାଞ୍ଚଲ୍ୟ। ଏକ ଘରୋଇ କଲେଜରେ ଛାତ୍ରଙ୍କ ମୃତଦେହ ଉଦ୍ଧାର ହୋଇଛି। ଝୁଲନ୍ତା ଅବସ୍ଥାରେ ମିଳିଛି ଛାତ୍ରଙ୍କ ମୃତଦେହ। ସିଡିଏ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri