ଅଦରକାରୀ, ପୁରୁଣା ସାମଗ୍ରୀରେ ବାଇକ୍ ତିଆରି କଲେ ନବମ ଶ୍ରେଣୀ ଛାତ୍ର
ଆନନ୍ଦପୁର : ଜଣେ ନବମ ଶ୍ରେଣୀ ଛାତ୍ର ନିଜସ୍ବ ଜ୍ଞାନକୌଶଳ ବଳରେ ତିଆରି କରିଛନ୍ତି ଏକ ବାଇକ୍। ଏହି ବାଇକ୍କୁ ନେଇ ସମଗ୍ର କେନ୍ଦୁଝର ଜିଲା ଆନନ୍ଦପୁର ଅଞ୍ଚଳରେ ଚର୍ଚ୍ଚା ଚାଲିଛି। ସୌର, ବାୟୁ ଓ ପାଣିଶକ୍ତିକୁ ନେଇ ବାଇକ୍ଟି ଗତିଶୀଳ…
୪୦ ଟଙ୍କାରେ ପିଆଜ ବିକିଲା କଂଗ୍ରେସ
ପାଟଣା,୩।୧୨(ସ୍ବ.ପ୍ର.): ଓଡ଼ିଶାରେ ପିଆଜ ଦର ଅହେତୁକ ବୃଦ୍ଧି ପ୍ରତିବାଦରେ କେନ୍ଦୁଝର ଜିଲା ପାଟଣାବ୍ଲକ କଂଗ୍ରେସ ପକ୍ଷରୁ ମଙ୍ଗଳବାର ରାଜନଗରଠାରେ ପିଆଜ କିଲୋ ପ୍ରତି ୪୦ ଟଙ୍କା ଦରରେ ଖାଉଟିମାନଙ୍କୁ ଯୋଗାଇ ଦିଆଯାଇଛି। ଗ୍ରାହକଙ୍କୁ ମୁଣ୍ଡ ପିଛା ମାତ୍ର ୨୫୦ ଗ୍ରାମ ଲେଖା…
ହାଇଦ୍ରାବାଦ ବଳାତ୍କାର, ହତ୍ୟା ମାମଲା: ଅଭିଯୁକ୍ତଙ୍କ ମୃତ୍ୟୁଦଣ୍ଡ ଦାବି କଲା ମହିଳା ସମିତି
ବରଗଡ଼ ଅଫିସ,୩।୧୨: ହାଇଦ୍ରାବାଦ ବଳାତ୍କାର, ହତ୍ୟା ଘଟଣାକୁ ନେଇ ମଙ୍ଗଳବାର ବରଗଡ଼ ମହିଳା ସମିତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ନିକଟକୁ ଏକ ସ୍ମାରକପତ୍ର ପଠାଇଛି । ସମିତିର କାର୍ଯ୍ୟକାରୀ ସଭାପତି ଗୀତା ମିଶ୍ରଙ୍କ ନେତୃତ୍ୱରେ ଏକ ପ୍ରତିନିଧି ଦଳ ବରଗଡ଼ ଜିଲାପାଳ…
ନିଶା କାରବାର ଅଭିଯୋଗ: ସିଲ୍ ହେଲା ପଞ୍ଜାବୀ ମଠ
ପୁରୀ ଅଫିସ,୩।୧୨: ଶ୍ରୀମନ୍ଦିର ଦକ୍ଷିଣ ଦ୍ୱାର ନିକଟରେ ଥିବା ପଞ୍ଜାବୀ ମଠକୁ ସୋମବାର ପୋଲିସ ସିଲ୍ କରିଦେଇଛି। ମଠ ଭିତରେ ନିଶା କାରବାର ହେଉଥିବା ଅଭିଯୋଗ ପାଇବା ପରେ ପୋଲିସ ଏଭଳି ପଦକ୍ଷେପ ନେଇଛି। ଅନ୍ୟପକ୍ଷରେ ସିଲ୍ ହେବା ପରେ ଏଠାରେ…
ନାବାଳିକାଙ୍କୁ ଗଣବଳାତ୍କାର ମାମଲା: ପୁଣି ଜଣେ ଗିରଫ, ଚିହ୍ନଟ ହେଲା ପୋଲିସ କ୍ୱାର୍ଟର୍ସ
ପୁରୀ ଅଫିସ,୨।୧୨: ପୋଲିସ କ୍ୱାର୍ଟର୍ସରେ ଜନୈକା ନାବାଳିକାଙ୍କୁ ଗଣବଳତ୍କାର ମାମଲାରେ ସୋମବାର ବିଳମ୍ବିତ ରାତିରେ କୁମ୍ଭାରପଡା ପୋଲିସ ଆଉ ଜଣକଙ୍କୁ ଗିରଫ କରିଛି। ଗିରଫଙ୍କ ସମ୍ପର୍କରେ ପୋଲିସ କୌଣସି ସୂଚନା ପ୍ରଦାନ କରିନାହିଁ। ଏହି ଘଟଣାରେ ବହିଷ୍କୃତ ପୋଲିସ କନେଷ୍ଟବଳ ଜିତେନ୍ଦ୍ର…
୩୦ ଲକ୍ଷରୁ ଉର୍ଦ୍ଧ୍ୱ ଟଙ୍କାର ଗଞ୍ଜେଇ ନଷ୍ଟ କଲା ପୋଲିସ
କାଲିମେଳା,୩।୧୨(ଡି.ଏନ.ଏ): ମାଲକାନଗିରି ଜିଲା କାଲିମେଳା ପୋଲିସ ଏବଂ ପୋଟେରୁ ପୋଲିସର ମିଳିତ ଉଦ୍ୟମ ରେ ଚଉ କରି କାଲିମେଳା ଥାନା ଅଞ୍ଚଳରେ ବେଆଇନ ଭାବେ ଚାଷ ହେଉଥିବା ଗଞ୍ଜେଇ ଫସଲକୁ ନଷ୍ଟ କରାଯାଇଛି । ନଷ୍ଟ ହୋଇଥିବା ଗଞ୍ଜେଇର ଆନୁମାନିକ ମୂଲ୍ୟ…
ଶୋଇଥିଲାବେଳେ ଜଳିଗଲେ ବ୍ୟକ୍ତି
ବାଲେଶ୍ୱର ଅଫିସ୍, ୩।୧୨: ବାଲେଶ୍ୱର ଜିଲା ସଦର ଥାନା ଅଧୀନସ୍ଥ ସୁନ୍ଧୁରି ଛକରେ ଥିବା ଏକ କୋଠା ଘରେ ସୋମବାର ବିଳମ୍ବିତ ରାତିରେ ହଠାତ୍ ନିଆଁ ଲାଗିଯାଇଛି। ଫଳରେ ଘର ମାଲିକ କୁଶ ଭାରତୀ(୫୧)ଙ୍କ ଶୋଇଥିବା ଅବସ୍ଥାରେ ନିଆଁରେ ପୋଡିହୋଇ ମୃତ୍ୟୁ…
କୁନ୍ଦୁଲି ଗଣବଳାତ୍କାର ଓ ଆତ୍ମହତ୍ୟା ମାମଲା:ଏସ୍ଆଇଟିର ତଦନ୍ତ ଆରମ୍ଭ; ନ୍ୟାୟ ନ ମିଳିଲେ ଝିଅ ଭଳି ମରିଯିବି: ପୀଡ଼ିତାଙ୍କ ମା’
କୋରାପୁଟ,୩।୧୨(ସ୍ବ.ପ୍ର.): କୁନ୍ଦୁଲି ଗଣବଳାତ୍କାର ଓ ପୀଡ଼ିତାଙ୍କ ଆତ୍ମହତ୍ୟା ମାମଲାର ତଦନ୍ତ ପାଇଁ ହାଇକୋର୍ଟଙ୍କ ନିର୍ଦ୍ଦେଶରେ ଗଠିତ ଏସ୍ଆଇଟି (ସ୍ବତନ୍ତ୍ର ତଦନ୍ତକାରୀ ଟିମ୍)ର ୩ ଜଣିଆ ଦଳ ସୋମବାର ପ୍ରଥମଥର କୋରାପୁଟରେ ପହଞ୍ଚତ୍ ଖୋଳତାଡ଼ ଆରମ୍ଭ କରିଛନ୍ତି। ୩ ଜଣ ବରିଷ୍ଠ ଆଇପିଏସ୍ଙ୍କୁ…
ମାର୍ଚ୍ଚ ୩୧ ସୁଦ୍ଧା ନିଲାମ ହେବ ୨୦ ଖଣି
ଭୁବନେଶ୍ୱର/ଯୋଡ଼ା,୩।୧୨(ବ୍ୟୁରୋ/ଡି.ଏନ୍.ଏ. ): ୨୦୨୦ ମାର୍ଚ୍ଚ ୩୧ ସୁଦ୍ଧା ଲିଜ୍ ଅବଧି ଶେଷ ହେଉଥିବା ୨୦ ଖଣିର ପୁନଃ ଟେଣ୍ଡର କରାଯିବ। ଏ ନେଇ ଖଣି ଓ ଇସ୍ପାତ ବିଭାଗ ଯୁଗ୍ମ ସଚିବ ମଞ୍ଜୁଲତା ସ୍ବାଇଁ ସୋମବାର ଖଣି ନିର୍ଦ୍ଦେଶକଙ୍କୁ ଚିଠି (ସଂଖ୍ୟା-…
ବିଛିନ୍ନାଞ୍ଚଳରେ ପ୍ରଜାମେଳି: ବିଏସଏଫ କ୍ୟାମ୍ପ ନିର୍ମାଣକୁ ବିରୋଧ କରି ଏକାଠି ହେଲେ ଶହ ଶହ ଆଦିବାସୀ
କୋରୁକୋଣ୍ଡା/ଚିତ୍ରକୋଣ୍ଡା,୩।୧୨(ଡି.ଏନ.ଏ): ମାଲକାନଗିରି ଜିଲା ଚିତ୍ରକୋଣ୍ଡା ବିଛିନ୍ନାଞ୍ଚଳରେ ପୁଣି ଥରେ ପ୍ରଜାମେଳି ହେବା ଦେଖାଦେଇଛି। ଏହି ପ୍ରଜାମେଳି ଚିତ୍ରକୋଣ୍ଡା ବିଛିନ୍ନାଞ୍ଚଳର ଯୋଡ଼ାଆମ୍ବ ପଞ୍ଚାୟତର ହନ୍ତାଳଗୁଡାଠାରେ ହୋଇଥିଲା। ଏହି ପ୍ରଜାମେଳିରେ ବିଛିନ୍ନାଞ୍ଚଳବାସୀ କେବଳ ନୂତନ କରି ହେଉଥିବା ରାସ୍ତା ନିର୍ମାଣ ଏବଂ ସେଠାରେ ଆଗକୁ…
ତଲାରିବନ୍ଧ ରାଜସ୍ବ ଗାଁ ମାନ୍ୟତା ପାଇବା ନେଇ ବିବାଦ ଡମସାହି ଗାଁ ଲୋକଙ୍କ ରାସ୍ତାରୋକୋ
ରଣପୁର,୩।୧୨(ସ୍ବ.ପ୍ର.)-ନୟାଗଡ ଜିଲା ରଣପୁର ବ୍ଲକର ତଲାରିବନ୍ଧ ରାଜସ୍ବ ଗଁାର ମାନ୍ୟତା ପାଇବା ଜଣାପଡିବା ପରେ ବିବାଦୀୟ ପରିସ୍ଥିତି ସୃଷ୍ଟି ହୋଇଛି । ଏହାର ପ୍ରତିବାଦରେ ଡମସାହିଠାରେ ନୂଆ ଜଗନ୍ନାଥ ସଡକକୁ ସୋମବାର ପୂର୍ବାହ୍ନ ୭ଟାରୁ ଅପରାହ୍ନ ୪ଟା ଯାଏ ଅବରୋଧ କରାଯାଇଥିଲା।…
ନୀଳମାଧବଜୀଉଙ୍କ ଓଢ଼ଣ ଲାଗି ବେଶ
ଖଣ୍ଡପଡା,୩।୧୨(ସ୍ବ.ପ୍ର.)-ସୋମବାର ଓଢଣ ଷଷ୍ଠୀ ତିଥି ଅବସରରେ କଣ୍ଟିଲୋ ଶ୍ରୀନୀଳମାଧବ ଜୀଉଙ୍କ ଓଢଣ ଲାଗି ବେଶ ଆରମ୍ଭ ହୋଇଛି । ମନୁଷ୍ୟ ଶୀତ ଦାଉରୁ ରକ୍ଷାପାଇବା ପାଇଁ ଶୀତବସ୍ତ୍ର ବ୍ୟବହାର କରୁଥିବାବେଳେ ଦେବତାମାନଙ୍କୁ ମଧ୍ୟ ଓଢଣ ଷଷ୍ଠୀଠାରୁ ଶୀତ ଲାଗିଥାଏ। ତେଣୁ ଶ୍ରୀଜୀଉମାନେ…

