ବ୍ରାହ୍ମଣୀଗାଁରେ ଅବକାରୀ ଧରପଗଡ଼, ୧୨ଶହ ଲିଟର ପୋଚ ନଷ୍ଟ
ଦାରିଙ୍ଗବାଡ଼ି/ବ୍ରାହ୍ମଣୀଗାଁ,୧୭।୯(ଡି.ଏନ୍.ଏ.)- ଦାରିଙ୍ଗବାଡ଼ି ବ୍ଲକ ବ୍ରାହ୍ମଣୀଗାଁ ପୋଲିସ ପକ୍ଷରୁ ମଙ୍ଗଳବାର ଅବକାରୀ ଧରପଗଡ କରାଯାଇଥିଲା। ମାତ୍ର ଆଗୁଆ ସୂଚନା ପାଇ ବ୍ୟବସାୟୀମାନେ ଘଟଣା ସ୍ଥଳରୁ ଫେରାର ହୋଇଯାଇଥିବାବେଳେ ପୋଲିସକୁ ସେଭଳି ସଫଳତା ମିଳିନାହିଁ । କେବଳ ୧୨ଶହ ଲିଟର ମହୁଲ ପୋଚ ଜବତ…
କଙ୍କଡ଼ା ବିଛା କାମୁଡ଼ିବାରୁ ମହିଳା ମୃତ
ଗୋପାଳପୁର,୧୭ା୯-ଗୋଳନ୍ଥରା ଥାନା ଚାନ୍ଦପୁର ଗ୍ରାମରେ ସୋମବାର କଙ୍କଡ଼ା ବିଛା କାମୁଡ଼ିିବାରୁ ଜଣେ ମହିଳାଙ୍କ ମୃତ୍ୟୁ ଘଟିଛି। ସେ ହେଲେ ଚନ୍ଦ୍ରମଣି ବେହେରା (୨୨)। ଚାନ୍ଦପୁର କୁମ୍ଭାର ସାହିର ଚନ୍ଦ୍ରମଣି ୨ ବର୍ଷ ପୂର୍ବେ ବି.ତୁରୁବୁଡ଼ିରେ ବିବାହ କରିଥିଲେ। ଗତ ଏକ ମାସ…
ଡୁଙ୍ଗୁରୁଗୁଡା ଗ୍ରାମରେ ତିନି ଭାଇଙ୍କୁ ବାସନ୍ଦ ଘଟଣା: ବିଇଓଙ୍କ ସହ ଆଲୋଚନା କଲେ ବାସନ୍ଦ ପରିବାର
ପାତ୍ରପୁର,୧୭ା୯(ଡି.ଏନ୍.ଏ.)- ଜରଡ଼ା ଥାନା ପାତ୍ରପୁର ବ୍ଲକ ଡୁଙ୍ଗୁରୁଗୁଡା ଗ୍ରାମରେ ସାମାନ୍ୟ କଥାକୁ ନେଇ ୩ଭାଇଙ୍କୁ ଗ୍ରାମରୁ ବାସନ୍ଦ ଘଟଣା ଦିନକୁ ଦିନ ବଢିବାରେ ଲାଗିଛି। ମଙ୍ଗଳବାର ପାତ୍ରପୁର ଆସି ବିଇଓଙ୍କ ସହ ଆଲୋଚନା କରିଛନ୍ତ ବାସନ୍ଦ ପରିବାର। ବାସନ୍ଦ ପରଠାରୁ ଉକ୍ତ…
ଭୁଶୁଡ଼ିଲା କୋର୍ଟ ପାଚେରି, ନିମ୍ନମାନର କାର୍ଯ୍ୟ ହୋଇଥିବା ଅଭିଯୋଗ
ବସ୍ତା, ୧୭।୯(ସ୍ବ.ପ୍ର.)-ବସ୍ତା ବ୍ଲକର ବାହାର୍ଦ୍ଦାଠାରେ ଥିବା କୋର୍ଟ ପାଚେରି ଭୁଶୁଡି ପଡ଼ିଛି। ଗତ ୬ ମାସ ପୂର୍ବରୁ ଏହି ପାଚେରି ୪ଲକ୍ଷରୁ ଊର୍ଦ୍ଧ୍ୱ ଟଙ୍କାରେ ନିର୍ମାଣ ହୋଇଥିଲା। ନିମ୍ନମାନର କାର୍ଯ୍ୟ ଯୋଗୁ ଏହି ପାଚେରି ଭୁଶୁଡ଼ି ପଡ଼ିଥିବା ବାର୍ ଆସୋସିଏଶନର ଉପସଭାପତି…
ସ୍ପନ୍ଦନ କର୍ମଚାରୀଙ୍କଠାରୁ ୩୧ହଜାର ଲୁଟ୍
ରୂପ୍ସା,୧୭।୯(ଡି.ଏନ.ଏ.)-ବାଲେଶ୍ୱର ଜିଲା ବସ୍ତା ଥାନା ଅମର୍ଦ୍ଦାରୋଡ଼ ବରୁଣଗଡ଼ିଆ ମଝି ୬୦ନମ୍ବର ଜାତୀୟ ରାଜପଥରୁ ମଙ୍ଗଳବାର ସ୍ପନ୍ଦନ ଫାଇନାନ୍ସ କର୍ମଚାରୀଙ୍କଠାରୁ ୩୧ହଜାର ଟଙ୍କା ଲୁଟ୍ ହୋଇଛି। ପୋଲିସ ଏ ସଂକ୍ରାନ୍ତରେ ବସ୍ତା ଥାନାରେ ଏକ ମାମଲା (ନଂ. ୨୪୬/୧୯) ରୁଜୁ କରି ତଦନ୍ତ…
ବିଲୁଆଖାଇ ନଦୀପଠାରୁ ମିଳିଲା ନର୍ସଙ୍କ ଗଳିତ ମୃତଦେହ: ପ୍ରେମିକ ହତ୍ୟା କରିଥିବା ଅଭିଯୋଗ ଆଣିଲେ ମା’
ବିରିଡ଼ି/ବାଲିଆ,୧୭ା୯(ଡି.ଏନ.ଏ.): ଜଗତ୍ସିଂହପୁର ଜିଲା ବିରିଡ଼ି ଥାନା ଅନ୍ତର୍ଗତ କୁଳକଇଜଙ୍ଗା ପଞ୍ଚାୟତ ନୂଆପାରୀ ଗ୍ରାମ ନିକଟ ବିଲୁଆଖାଇ ନଦୀପଠାରୁ ମଙ୍ଗଳବାର ସକାଳେ ଏକ ଅଖାରୁ ଜଣେ ନର୍ସଙ୍କ ଗଳିତ ମୃତଦେହ ମିଳିଛି। ଖବରପାଇ ବିରିଡ଼ି ଥାନା ଅଧିକାରୀ ପାରୋ ଟୁଡୁ, ଏସଆଇ ଜୀବନ…
ମହାନଦୀ ମଝିପଠାରେ ହାତୀପଲ, ଦେଖିବା ଲାଗି ଜମୁଛି ଲୋକଙ୍କ ଭିଡ଼
ନରାଜ,୧୭ା୯(ଡି.ଏନ.ଏ)- ମୁଣ୍ଡଳି ନିକଟସ୍ଥ ମହାନଦୀ ପଠାରେ ସୋମବାର ବିଳମ୍ବିତ ରାତିରେ ଏକ ହାତୀପଲ ଆସି ଅଟକି ଯାଇଥିବା ଦେଖାଯାଇଛି। ଏହି ହାତୀପଲରେ ୧୧ଗୋଟି ହାତୀ ଥିବାବେଳେ ସେଥିରୁ ମାଈ ୪ଟି, ପୁରୁଷ ୩ଟି ଓ ଛୁଆହାତୀ ୪ଟି ଅଛନ୍ତି। ହାତୀପଲ ଆଠଗଡ…
ପ୍ରଧାନମନ୍ତ୍ରୀଙ୍କ ଜନ୍ମଦିନ ଉପଲକ୍ଷେ ସଫେଇ କାର୍ଯ୍ୟକ୍ରମ: ସମଲେଇ ମନ୍ଦିରରେ ଝାଡ଼ୁମାରିଲେ କେନ୍ଦ୍ର ମନ୍ତ୍ରୀ
ସମ୍ବଲପୁର,୧୭।୯(ବ୍ୟୁରୋ): ସମ୍ବଲପୁର ଅଧିଷ୍ଠାତ୍ରୀ ଦେବୀ ମା’ ସମଲେଇ ମନ୍ଦିରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଜନ୍ମଦିନ ଉପଲକ୍ଷେ ମଙ୍ଗଳବାର ସଫେଇ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ଏଥିରେ କେନ୍ଦ୍ରମନ୍ତ୍ରୀ ପ୍ରତାପ ଷଡ଼ଙ୍ଗୀ ଯୋଗଦେଇ ପ୍ରଥମେ ସମଲେଶ୍ୱରୀଙ୍କ ନିକଟରେ ପୂଜାର୍ଚ୍ଚନା କରିଥିଲେ। ପରେ ସେ ମନ୍ଦିର…
ଯୁକ୍ତ ୨ ପ୍ରଥମ ବର୍ଷ ଛାତ୍ରଙ୍କୁ ର଼୍ୟାଗିଂ ଅଭିଯୋଗ, ପୋଲିସର ତଦନ୍ତ ଆରମ୍ଭ
ସମ୍ବଲପୁର,୧୭।୯(ବ୍ୟୁରୋ): ସମ୍ବଲପୁର ଜିଲା ଶାସନ ଥାନା ଅନ୍ତର୍ଗତ ପରଧିଆପାଲି ବୈଦିକ ଇଣ୍ଟର ନ୍ୟାଶନାଲ ସ୍କୁଲରେ ଜଣେ ଛାତ୍ରଙ୍କୁ ର଼୍ୟାଗିଂ କରାଯାଇଥିବା ମଙ୍ଗଳବାର ଶାସନ ଥାନାରେ ଅଭିଯୋଗ ହୋଇଛି। କଲେଜର ୪ଜଣ ଛାତ୍ର ଛାତ୍ର ଅଭିଶେକ ମିଶ୍ରଙ୍କୁ ମାରପିଟ୍ କରିଛନ୍ତି। ସେମାନେ ଅଭିଶେକଙ୍କ…
କଳାହାଣ୍ଡି ୱେବ୍ ମିଡିଆ ସଂଘର ଜିଲାସ୍ତରୀୟ ବୈଠକ: ବିଭିନ୍ନ ସମସ୍ୟା ଠିକ୍ ଭାବେ ଉପସ୍ଥାପନା ନେଇ ଗୁରୁତ୍ୱ
ଭବାନୀପାଟଣା,୧୭।୯(ଡି.ଏନ୍.ଏ.): କଳାହାଣ୍ଡି ଜିଲା ଭବାନୀପାଟଣା ସହରସ୍ଥିତ ଏକ ହୋଟେଲରେ କଳାହାଣ୍ଡି ୱେବ୍ ମିଡିଆ ସଂଘର ଏକ ସାଧାରଣ ସଭା ଆଦିତ୍ୟ ମହାନ୍ତିଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି । ବୈଠକରେ ବିଭିନ୍ନ ୱେବ୍ ମିଡିଆମାନଙ୍କ କ୍ଷେତ୍ରରେ ଦେଖାଦେଉଥିବା ସମସ୍ୟା, ସୁରକ୍ଷା ଓ ଜନସାଧାରଣଙ୍କ…
ବିଦ୍ୟୁତ୍ ସଂସ୍ପର୍ଶରେ ଆସି ଠିକା କର୍ମଚାରୀ ମୃତ: ୨୦ ଲକ୍ଷ କ୍ଷତିପୂରଣ ଦାବି
ଭବାନୀପାଟଣା,୧୭।୯(ଡି.ଏନ୍.ଏ.): କଳାହାଣ୍ଡି ଜିଲା ଭବାନୀପାଟଣା ସଦରଥାନା ଅନ୍ତର୍ଗତ ସିଂଝରଣ ଗ୍ରାମରେ ବିଦ୍ୟୁତ୍ ସଂସ୍ପର୍ଶରେ ଆସି ମଙ୍ଗଳବାର ବିଦ୍ୟୁତ୍ ଠିକା କମ୍ପାନୀରେ କାର୍ଯ୍ୟରତ ଠିକା କର୍ମଚାରୀଙ୍କ ମୃତ୍ୟୁ ଘଟିଛି। ସେ ହେଲେ କୁର୍ଲୁଭଟ୍ଟା ଗ୍ରାମର କୃତୀ ନାଏକ। କୃତୀ ସୌଭାଗ୍ୟ ଯୋଜନାରେ ବିଦ୍ୟୁତ୍…
ମିଳିତ ଓକିଲ ସଂଘର ଚେତାବନୀ: ହାଇକୋର୍ଟ ବେଞ୍ଚ ଆନ୍ଦୋଳନ ତୀବ୍ର ହେବ
ଭବାନୀପାଟଣା,୧୭।୯(ଡି.ଏନ୍.ଏ.): କଳାହାଣ୍ଡିରେ ହାଇକୋର୍ଟର ସ୍ଥାୟୀ ବେଞ୍ଚ ପ୍ରତିଷ୍ଠା ଦାବିରେ କଳାହାଣ୍ଡି ଓକିଲ ସଂଘ ବିଗତ ୬ ବର୍ଷଧରି ଆନ୍ଦୋଳନ କରିଆସୁଛି। ତେବେ ଏହି ଆନ୍ଦୋଳନକୁ ଆହୁରି ତୀବ୍ରତର କରିବା ପାଇଁ ଭବାନୀପାଟଣା ସିଭିଲ କୋର୍ଟ ପରିସରରେ ଆୟୋଜିତ କଳାହାଣ୍ଡି ମିଳିତ ଓକିଲ…
Archives


