ଆମ ଜିଲା ଖବର

ବରପାଲି ହତ୍ୟାକାଣ୍ଡର ପର୍ଦ୍ଦାଫାଶ: ଚୋରି ଘଟଣାରୁ ବନ୍ଧୁଙ୍କୁ ହତ୍ୟା କରିଥିଲେ ସାଙ୍ଗ

ବରଗଡ଼ ଅଫିସ,୧୮।୧୨- ବରଗଡ଼ ଜିଲା ବରପାଲି ଜଗନ୍ନାଥ ନଗରରେ ଗତ ୧୩ ତାରିଖରେ ଘଟିଥିବା ହତ୍ୟାକାଣ୍ଡ ଉପରୁ ପରଦା ହଟିଛି। ଚୋରି ଘଟଣାକୁ କେନ୍ଦ୍ର କରି ଦୁଇ ସାଙ୍ଗ ମଧ୍ୟରେ ବଚସାରୁ ଏହି ହତ୍ୟାକାଣ୍ଡ ଘଟିଥିବା ପୋଲିସ ତଦନ୍ତରୁ ଜଣାପଡିଛି। ପୋଲିସ…

ଜିଲାପରିଷଦ ସଧାରଣ ବୈଠକ: ଅଧିକାରୀଙ୍କ ଉପରେ ବର୍ଷିଲେ ଜନପ୍ରତିନିଧି

ଅନୁଗୋଳ ଅଫିସ,୧୮।୧୨: ଅନୁଗୋଳ ଜିଲାପରିଷଦ ସମ୍ମିଳନୀ କକ୍ଷରେ ୫୦ତମ ଜିଲା ପରିଷଦ ସାଧାରଣ ବୈଠକ ବୁଧବାର ଅନୁଷ୍ଠିତ ହୋଇଯାଇଛି। ଜିଲାପିଷଦ ଅଧ୍ୟକ୍ଷା ବାସନ୍ତୀ କିଷାନଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ବୈଠକରେ ଛେଣ୍ଡିପଦା ବିଧାୟକ ସୁଶାନ୍ତ ବେହେରା, ପାଲଲହଡା ବିଧାୟକ ମୁକେଶ ପାଲ,…

ମହିଳାଙ୍କ ଆତ୍ମହତ୍ୟା: ସ୍ବାମୀ, ଦିଅର ଅଟକ

ପୁରୁଷୋତ୍ତମପୁର,୧୮।୧୨(ଡି.ଏନ୍‌.ଏ.): ଗଞ୍ଜାମ ଜିଲା ପୁରୁଷୋତ୍ତମପୁର ସହର ଉପକଣ୍ଠ କନକାଠାରେ ୮ମାସ ତଳେ ବିବାହ କରିଥିବା ଜଣେ ମହିଳା ବୁଧବାର ଘରେ ଫ୍ୟାନ୍‌ରେ ଶାଢ଼ି ଲଗାଇ ଆତ୍ମହତ୍ୟା କରିଛନ୍ତି। ମୃତା ମହିଳା ଜଣକ ହେଲେ ଅର୍ଚ୍ଚନା ପ୍ରଧାନ (୨୫)। ଏହାର ଖବର ପାଇ…

ସ୍ବାଭିମାନ ଅଞ୍ଚଳରେ ପାଓ୍ବାର ଚାଳିତ ଆମ୍ବୁଲାନ୍ସ ଲଞ୍ଚ ଉଦ୍‌ଘାଟନ କଲେ ଗଣଶିକ୍ଷା ମନ୍ତ୍ରୀ

ମାଲକାନଗିରି,୧୮।୧୨(ଡି.ଏନ୍‌.ଏ.): ସ୍ବାଭିମାନ ଅଞ୍ଚଳ ପାଇଁ ପାୱାର ଚାଳିତ ଆମ୍ବୁଲାନ୍ସ ଲଞ୍ଚ ଉଦ୍‌ଘାଟନ ହୋଇଛି। ସେହିପରି ଶିକ୍ଷକ କ୍ଲଷ୍ଟରର ମଧ୍ୟ ଭିତ୍ତିପ୍ରସ୍ତର ସ୍ଥାପନ କରାଯାଇଛି। ମାନ୍ୟବର ଗଣଶିକ୍ଷା ମନ୍ତ୍ରୀ ସମୀର ରଞ୍ଜନ ଦାସ, ପ୍ରଶାସକ ସୁରେଶ ମହାପାତ୍ର ଏବଂ ମାଲକାନଗିରି ଜିଲାପାଳ ମନୀଷ…

୧୦ ଦଫା ଦାବିରେ ଜିଲାପାଳଙ୍କ କାର୍ଯ୍ୟାଳୟରେ ବିକ୍ଷୋଭ

ରାୟଗଡ଼ା ଅଫିସ,୧୮।୧୨: ରାୟଗଡ଼ା ଜିଲା ନିର୍ମାଣ ଶ୍ରମିକ ମହାସଂଘ ପକ୍ଷରୁ ୧୦ ଦଫା ଦାବିରେ ବୁଧବାର ଜିଲାପାଳଙ୍କ କାର୍ଯ୍ୟାଳୟରେ ବିକ୍ଷୋଭ ପ୍ରଦର୍ଶନ କରାଯାଇଛି। ଡିଏଲ୍‌ସି ନିଜେ ଡିଏଲ୍‌ଓଙ୍କ ଦାୟିତ୍ୱରେ ଥିବା ବେଳେ ନୂତନ ଡିଏଲ୍‌ଓ ନିଯୁକ୍ତି, ଶ୍ରମିକଙ୍କ ନୂତନ ପଞ୍ଜୀକରଣ, ଶିକ୍ଷାଗତ…

ପୂର୍ବତନ କଂଗ୍ରେସ ଜିଲା ସଭାପତିଙ୍କ ପରଲୋକ

ଭବାନୀପାଟଣା,୧୮।୧୨(ଡି.ଏନ୍‌.ଏ.): କଳାହାଣ୍ଡି ଜିଲା ଭବାନୀପାଟଣା ସହରର କଂଗ୍ରେସର ପୂର୍ବତନ ଜିଲା ସଭାପତି ହାଇଦର ଅଲ୍ଲୀ (୭୨)ଙ୍କ ମଙ୍ଗଳବାର ହୃଦ୍‌ଘାତରେ ପରଲୋକ ଘଟିଛି। ମଧ୍ୟାହ୍ନରେ ସେ ଅସୁସ୍ଥ ଅନୁଭବ କରିବାରୁ ତାଙ୍କୁ ଭବାନୀପାଟଣା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଥିଲା। ହେଲେ ଅପରାହ୍ନରେ ତାଙ୍କର…

ଲୁହା ଆଙ୍ଗେଲ ଚୋରି ଘଟଣା: ଦୁଇ ଗିରଫ

ଯୋଡ଼ା,୧୮।୧୨(ଡି.ଏନ୍‌.ଏ.): କେନ୍ଦୁଝର ଜିଲା ପୂର୍ବ ଯୋଡ଼ାସ୍ଥିତ ଟିସ୍କୋ କଲୋନୀରେ ଘର କାମ ପାଇଁ ରଖାଯାଇଥିବା ୩୪ଟି ଲୁହା ଆଙ୍ଗେଲ ଚୋରି କରିଥିବା ଅଭିଯୋଗରେ ପୋଲିସ ୨ ଅଭିଯୁକ୍ତଙ୍କୁ ଗିରଫ କରିଛି। ସେମାନଙ୍କଠାରୁ ପୋଲିସ ୧୮ଟି ଚୋରା ଲୁହା ଆଙ୍ଗେଲ ଜବତ କରିଛି।…

ପାସଷ୍ଟିକୁଡ଼ି-ଦାଦପୁର-ଦେପୁର ରାସ୍ତା ମରାମତି ଦାବିରେ ରାସ୍ତା ଅବରୋଧ

ଭବାନୀପାଟଣା,୧୮।୧୨(ଡି.ଏନ୍‌.ଏ.): କଳାହାଣ୍ଡି ଜିଲା ପୂର୍ତ୍ତ ବିଭାଗ ଅଧୀନରେ ଥିବା ପାସଷ୍ଟିକୁଡ଼ି-ଦାଦପୁର-ଦେପୁର ରାସ୍ତା ମରାମତି ଦାବି ଜୋର ଧରିଛି। ଏ ନେଇ ବୁଧବାର ଦାଦପୁର ପଞ୍ଚାୟତବାସୀ ଦାଦପୁର ଛକ ନିକଟ ରାସ୍ତାରେ ଆନ୍ଦୋଳନ କରି ରାସ୍ତା ଅବରୋଧ କରିଛନ୍ତି। ଫଳରେ ରାସ୍ତାର ଦୁଇ…

ପଞ୍ଚାୟତ ନିର୍ବାହୀ ଅଧିକାରୀ ଚାକିରିରୁ ବହିଷ୍କୃତ

ବଡ଼ସାହି,୧୮।୧୨(ସ୍ବ.ପ୍ର.): ମୟୂରଭଞ୍ଜ ଜିଲା ବଡ଼ସାହି ବ୍ଲକ ମାନଗୋବିନ୍ଦପୁର ଓ ଶିଆଳିଘାଟି ଦୁଇ ପଞ୍ଚାୟତ ଦାୟିତ୍ୱରେ ଥିବା ପଞ୍ଚାୟତ ନିର୍ବାହୀ ଅଧିକାରୀ (ପିଇଓ) ଧର୍ମା ସିଂଙ୍କୁ ବୁଧବାର ଚାକିରିରୁ ବହିଷ୍କୃତ କରାଯାଇଛି। ଧର୍ମା ରାଇରଙ୍ଗପୁର ବ୍ଲକର ଭାଲୁବସା ପଞ୍ଚାୟତରେ କାର୍ଯ୍ୟ କରୁଥିବା ବେଳେ…

ସମ୍ବଲପୁର ପୋଲିସର ଅଭିନବ ପଦକ୍ଷେପ: ମହିଳାଙ୍କ ସୁରକ୍ଷା ପାଇଁ ମହିଳା ପିସିଆର୍‌ ଭ୍ୟାନ୍‌, ବାଇକ୍‌ର ଶୁଭାରମ୍ଭ

ସମ୍ବଲପୁର, ୧୮।୧୨ (ବ୍ୟୁରୋ)- ସମ୍ବଲପୁର ଜିଲାପାଳ ମହିଳାଙ୍କ ସୁରକ୍ଷା ପାଇଁ ଆଉ ଏକ ପଦକ୍ଷେପ ଗ୍ରହଣ କରିଛ। ଅତ୍ୟାଧୁନିକ ବ୍ୟବସ୍ଥା ଥିବା ସ୍ବତନ୍ତ୍ର ମହିଳା ପିସିଆର୍‌ ଭ୍ୟାନ୍‌, ବାଇକ୍‌ର ଶୁଭାରମ୍ଭ କରାଯାଇଛି। ଉତ୍ତରାଞ୍ଚଳ ପୋଲିସ ଡିଆଇଜି ହିମାଂଶୁ ଲାଲ ବୁଧବାର ଏହାର…

ବ୍ଲକ ଅଧ୍ୟକ୍ଷ ଭାବେ ବିଶ୍ୱନାଥ ନାୟକ ନିର୍ଦ୍ୱନ୍ଦ୍ୱରେ ନିର୍ବାଚିତ

ପାଟଣା,୧୮।୧୨(ଡି.ଏନ୍‌.ଏ.): କେନ୍ଦୁଝର ଜିଲା ପାଟଣା ବ୍ଲକ ଅଧ୍ୟକ୍ଷ ପଦ ଦୀର୍ଘଦିନ ଖାଲି ପଡ଼ିବା ପରେ ବୁଧବାର ଆନୁଷ୍ଠାନିକ ଭାବେ ନିର୍ବାଚନ ଅନୁଷ୍ଠିତ ହୋଇଛି। ବ୍ଲକର ମୋଟ୍‌ ୨୦ ଜଣ ସମିତି ସଭ୍ୟଙ୍କ ମଧ୍ୟରୁ କଣ୍ଟିଆପଡ଼ା ପଞ୍ଚାୟତ ସମିତି ସଭ୍ୟ ପଦବୀ ଖାଲିଥିବାରୁ…

ବରଗଡ଼ରେ ରାଜପଥକୁ ଓହ୍ଲାଇଲେ ଦିବ୍ୟାଙ୍ଗ

ବରଗଡ଼ ଅଫିସ,୧୮।୧୨: ବରଗଡ଼ ଜିଲାର ଦିବ୍ୟାଙ୍ଗମାନେ ବିଭିନ୍ନ ଦାବି ନେଇ ବୁଧବାର ବରଗଡ଼ ସହର ଉପକଣ୍ଠ ୬ନଂ. ଜାତୀୟ ରାଜପଥ ହଳଦୀପାଲୀ ବୀରଛକ ନିକଟରେ ରାସ୍ତା ଅବରୋଧ କରିଛନ୍ତି। ପେଟେଣ୍ଟସ୍‌ ଆସୋସିଏଶନ ନେତୃତ୍ୱରେ ଚାଲିଥିବା ଏହି ଆନ୍ଦୋଳନ ଯୋଗୁ ବରଗଡ଼-ସମ୍ବଲପୁର-ବଲାଙ୍ଗୀର ଏବଂ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?