ମହାପ୍ରଭୁଙ୍କ ଜମି ପାଇଁ ଗଢ଼ା ହେବ ନୂଆ କମିଟି

ପୁରୀ ଅଫିସ, ୬ା୨: କେବଳ ଓଡ଼ିଶା ନୁହେଁ, ରାଜ୍ୟ ବାହାରେ ମଧ୍ୟ ରହିଛି ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ସମ୍ପତ୍ତି। ଅନେକ ଜମିର ହିସାବ ଏପର୍ଯ୍ୟନ୍ତ ଶ୍ରୀମନ୍ଦିର ପ୍ରଶାସନ ପାଖରେ ନାହିଁ। ତେଣୁ ଏହିସବୁ ଜମି ଚିହ୍ନଟ କରି ଏହାର ସମ୍ପୂର୍ଣ୍ଣ ହିସାବ ରଖାଯିବ। ମହାପ୍ରଭୁଙ୍କ ଜମିବାଡ଼ିର ସୁରକ୍ଷା ପାଇଁ ସରକାରୀ ସ୍ତରରେ ଏକ କମିଟି ଗଠନ କରାଯିବା ଲାଗି ଶ୍ରୀମନ୍ଦିର ପରିଚାଳନା କମିଟି ବୈଠକରେ ନିଷ୍ପତ୍ତି ହୋଇଛି। ବୁଧବାର ଶ୍ରୀମନ୍ଦିର ପ୍ରଶାସନ କାର୍ଯ୍ୟାଳୟରେ ଗଜପତି ମହାରାଜା ଦିବ୍ୟସିଂହ ଦେବଙ୍କ ଅଧ୍ୟକ୍ଷତାରେ ପରିଚାଳନା କମିଟି ବୈଠକ ବସିଥିଲା। ଏଥିରେ ବିଭିନ୍ନ ପ୍ରସଙ୍ଗରେ ଆଲୋଚନା କରାଯାଇ କେତେକ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନିଆଯାଇଛି।
ବୈଠକ ସମ୍ପର୍କରେ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ଡ. କ୍ରିଷନ କୁମାର କହିଛନ୍ତି, ସର୍ବୋଚ୍ଚ ନ୍ୟାୟାଳୟ ଯେଉଁ ଆଦେଶ ଦେଇଛନ୍ତି ତାହାକୁ ପାଳନ କରିବା ଲାଗି ସମସ୍ତ ସଦସ୍ୟ ସହମତି ପ୍ରକାଶ କରିଛନ୍ତି। ଏଥିପାଇଁ ଯାହା କିଛି ଆବଶ୍ୟକ ରହିଛି ତାହା ଖୁବ୍‌ଶୀଘ୍ର ପୂରଣ କରାଯିବ। ଶ୍ରୀମନ୍ଦିରରେ ସଂସ୍କାର ଆଣିବା ଲାଗି ଯେଉଁ ପ୍ରକ୍ରିୟା ଆରମ୍ଭ ହୋଇଛି ତାହା ଆଗକୁ ଜାରି ରହିବ। କ’ଣ ପଦକ୍ଷେପ ନେଇଛୁ ତାର ପ୍ରଥମ ରିପୋର୍ଟ ସୁପ୍ରିମ୍‌କୋର୍ଟରେ ଦାଖଲ କରାଯାଇଛି। ଆସନ୍ତା ମାର୍ଚ୍ଚରେ ଦ୍ୱିତୀୟ ରିପୋର୍ଟ ଦାଖଲ କରାଯିବ। ମହାପ୍ରଭୁଙ୍କ ସ୍ଥାବର ଏବଂ ଅସ୍ଥାବର ସମ୍ପତ୍ତି ସମ୍ପର୍କରେ ସମୀକ୍ଷା କରାଯାଇଛି। ଠାକୁରଙ୍କର ଯେଉଁ ଖଣି ରହିଛି ସେଥିରୁ ଆୟ ବଢିଛି। ଖଣିକୁ ନେଇ ଓଏମ୍‌ସି ସହିତ ବୁଝାମଣା ହୋଇଛି। ଏହାଦ୍ୱାରା ଖଣିରୁ ହେଉଥିବା ଚୋରିକୁ ରୋକାଯାଇପାରିବ। ଆଗାମୀ ଦିନରେ ଖଣିରୁ ଆହୁରି ଅଧିକ ଲାଭ ଆସିପାରିବ ବୋଲି ଆଶା ରଖାଯାଇଛି। ମହାପ୍ରଭୁଙ୍କ ଜମିଜମା ନିମନ୍ତେ ଅତିରିକ୍ତ ମୁଖ୍ୟ ଶାସନ ସଚିବ ପ୍ରଦୀପ୍ତ ମହାପାତ୍ରଙ୍କ ଅଧ୍ୟକ୍ଷତାରେ ଏକ କମିଟି ଗଠନ କରିବା ଲାଗି ରାଜ୍ୟ ସରକାରଙ୍କୁ ଅନୁରୋଧ କରାଯିବ। ଏହି କମିଟି ମାସକୁ ଥରେ ସମୀକ୍ଷା କରିବ। ଯେଉଁସବୁ ଜିଲାରେ ମହାପ୍ରଭୁଙ୍କ ଜମି ରହିଛି ସମ୍ପୃକ୍ତ ଜିଲାପାଳଙ୍କ ସହିତ ଭିଡିଓ କନ୍‌ଫରେନ୍ସିଂ ମାଧ୍ୟମରେ ଯୋଗାଯୋଗ ରଖାଯିବ। ଏ ନେଇ ଖୁବଶୀଘ୍ର ଶ୍ରୀମନ୍ଦିର ପ୍ରଶାସନ ରାଜ୍ୟ ସରକାରଙ୍କ ପାଖକୁ ଚିଠି ଲେଖିବ। ମହାପ୍ରଭୁଙ୍କ ଜମିଜମାର ସୁରକ୍ଷା ପାଇଁ ରାଜ୍ୟ ସରକାର ନିଶ୍ଚିତ ଏଥିରେ ସହଯୋଗ କରିବେ ବୋଲି ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ କହିଛନ୍ତି।
ଆସନ୍ତା ନଭେମ୍ବର ୨୭ରେ ନାଗାର୍ଜୁନ ବେଶ। ତେଣୁ ଏବେଠାରୁ ପ୍ରସ୍ତୁତି ପର୍ବ ଆରମ୍ଭ ହେବ। ଚଳିତ ମାସରେ ପ୍ରଥମ ପ୍ରସ୍ତୁତି ବୈଠକ ବସିବ। ରାଜ୍ୟ ସରକାରଙ୍କ ସମସ୍ତ ବିଭାଗ, ଜିଲା ପ୍ରଶାସନ ଏବଂ ପୋଲିସ ପ୍ରଶାସନ ସହ ସମନ୍ବୟ ରଖି କାମ କରାଯିବା ଲାଗି ଆଲୋଚନା ହୋଇଛି। ସେହିପରି ଶ୍ରୀମନ୍ଦିର ସୁରକ୍ଷା ଜୋନ ମଧ୍ୟରେ ଯେଉଁ ଘରୋଇ ଜମି ଅଧିଗ୍ରହଣ ହୋଇଛି ତାହା ଶ୍ରୀମନ୍ଦିର ନଁାରେ କରାଯାଇଛି। ପୂର୍ବରୁ ଏହା ରାଜସ୍ବ ବିଭାଗ ନଁାରେ ଥିଲା। ଜଗନ୍ନାଥ ବଲ୍ଲଭ ମଠ ମଧ୍ୟ ମହାପ୍ରଭୁଙ୍କ ନଁାରେ କରାଯାଇଥିବାରୁ କମିଟି ରାଜ୍ୟ ସରକାରଙ୍କୁ ଧନ୍ୟବାଦ ଜଣାଇଥିଲା। ବୈଠକରେ ଶ୍ରୀମନ୍ଦିରକୁ ବାହାର ଅଙ୍ଗାର ନିଆଯିବା ପ୍ରସଙ୍ଗ ବି ଉଠିଥିଲା। ମନ୍ଦିର ଭିତରକୁ ବାହାର ଅଙ୍ଗାର ଯେପରି ନ ଯିବ ତାହା ଉପରେ ନଜର ରଖାଯାଇଛି। ରୋଷଘରର ବି କିଛି ସମସ୍ୟା ରହିଛି।
ଏ ନେଇ ଜଣଙ୍କୁ ଦାୟିତ୍ୱ ଦିଆଯାଇଛି। ସମ୍ପୃକ୍ତ ବ୍ୟକ୍ତି ଏଏସ୍‌ଆଇ ଏବଂ ସବୁ ନିଯୋଗ ସହ କଥା ହୋଇ ମନ୍ଦିର ଭିତରେ କ’ଣ କ’ଣ ବିକାଶମୂଳକ କାମର ଆବଶ୍ୟକତା ରହିଛି ତାହାର ତାଲିକା କରୁଛନ୍ତି। ମାର୍ଚ୍ଚ ୫ ତାରିଖ ପୂର୍ବରୁ ସେ ମନ୍ଦିର ପ୍ରଶାସନ ପାଖରେ ଏହାକୁ ଦାଖଲ କରିବେ। ପ୍ରଶାସନ ପକ୍ଷରୁ ଏଏସ୍‌ଆଇକୁ ଏହା ପ୍ରଦାନ କରାଯିବ। ଏଥିପାଇଁ ଯଦି କିଛି ଅର୍ଥର ଅସୁବିଧା ରହିବ ତେବେ ମନ୍ଦିର ପ୍ରଶାସନ ଏବଂ ରାଜ୍ୟ ସରକାରଙ୍କ ପକ୍ଷରୁ ଏଏସ୍‌ଆଇକୁ ଅର୍ଥ ଯୋଗାଇ ଦିଆଯିବ ବୋଲି ମୁଖ୍ୟ ପ୍ରଶାସକ କହିଛନ୍ତି।
ଏହାବ୍ୟତୀତ ବୈଠକରେ ବଜେଟ ସମ୍ପର୍କରେ ମଧ୍ୟ ଆଲୋଚନା କରାଯାଇଛି। ବଜେଟ୍‌ ପ୍ରସ୍ତୁତ କରି ଫେବୃୟାରୀ ପ୍ରଥମ ସପ୍ତାହ ସୁଦ୍ଧା ଅର୍ଥ ସବ୍‌ କମିଟିରେ ଅନୁମୋଦନ କରିବା ଲାଗି ନିଷ୍ପତ୍ତି ହୋଇଛି। ସେହିପରି ଅର୍ଥ ସବ୍‌କମିଟି ସହିତ ସଂସ୍ଥା ସବ୍‌ କମିଟି ଏବଂ ଜମି ସବ୍‌ କମିଟି ସହିତ ପ୍ରକଳ୍ପ ସବ୍‌କମିଟିକୁ ମିଶାଇ ଦିଆଯଇଛି। ପରିଚାଳନା କମିଟି ସଦସ୍ୟ ଅନନ୍ତ ତିଆଡ଼ିଙ୍କୁ ଜମି ସବ୍‌ କମିଟି ଏବଂ ମାଧବ ପୂଜାପଣ୍ଡାଙ୍କୁ ଅର୍ଥ ସବ୍‌କମିଟିର ସଦସ୍ୟ ଭାବେ ସାମିଲ କରାଯାଇଛି। ବୈଠକରେ ଅନ୍ୟମାନଙ୍କ ମଧ୍ୟରେ ଅତିରିକ୍ତ ଜିଲାପାଳ ବିନୟ କୁମାର ଦାଶ, ଶ୍ରୀମନ୍ଦିର ନୀତି ପ୍ରଶାସକ ଜିତେନ୍ଦ୍ର କୁମାର ସାହୁ, ଉନ୍ନୟନ ପ୍ରଶାସକ ଅଜୟ କୁମାର ଜେନା, ପରିଚାଳନା କମିଟି ସଦସ୍ୟ ବାବା ସଚ୍ଚିଦାନନ୍ଦ ଦାସ, ତଳୁଚ୍ଛ ନୀଳକଣ୍ଠ ମହାପାତ୍ର, ରାମଚନ୍ଦ୍ର ଦାସ ମହାପାତ୍ର, ମାଧବ ମହାପାତ୍ର, ଅନନ୍ତ ତିଆଡି, ମାଧବ ଚନ୍ଦ୍ର ପୂଜାପଣ୍ଡା ପ୍ରମୁଖ ଉପସ୍ଥିତ ଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ମାଡ଼ି ଆସୁଛି ବାତ୍ୟା: କଟକରେ ବନ୍ଦ ରହିବ ସମସ୍ତ ଶିକ୍ଷାନୁଷ୍ଠାନ

କଟକ,୨୭।୧୦(ପ୍ରଭୁକଲ୍ୟାଣ ପାଲ୍‌): ବଳ ଗୋଟାଇ ସ୍ଥଳଭାଗକୁ ମାଡ଼ି ଆସୁଛି ବାତ୍ୟା ଅର୍ଣ୍ଣବ। ଏହାର ପ୍ରଭାବରେ ମଙ୍ଗଳବାର ରାଜ୍ୟର ବିଭିନ୍ନ ସ୍ଥାନରେ ବର୍ଷା ଆରମ୍ଭ ହୋଇଯାଇଛି। ପ୍ରବଳ ବର୍ଷା,…

କ୍ଷେତ ବଞ୍ଚାଅ ଅଭିଯାନ: ଜୈବିକ କୃଷିକୁ ପ୍ରୋତ୍ସାହନ ମୁଖ୍ୟ ଲକ୍ଷ୍ୟ

କେସିଙ୍ଗା, ୨୭।୧୦ (ତୁମେଶ୍ୱର ସାହୁ): ଚାଷଜମିର ସୁରକ୍ଷା, ମୃତ୍ତିକାର ସ୍ବାସ୍ଥ୍ୟ ବଜାୟ ରଖିବା ଏବଂ ଜୈବିକ ଓ ପ୍ରାକୃତିକ କୃଷି ପଦ୍ଧତିକୁ ପ୍ରୋତ୍ସାହନ ଦେବା ଲକ୍ଷ୍ୟରେ କଳାହାଣ୍ଡି…

‘ଅର୍ଣ୍ଣବ’ର ମୁକାବିଲା ପାଇଁ ପ୍ରସ୍ତୁତ ରାମନାଗୁଡ଼ା ବ୍ଲକ ପ୍ରଶାସନ: ୧୪ ଆଶ୍ରୟସ୍ଥଳୀ ପ୍ରସ୍ତୁତ

ଗୁଣପୁର, ୨୭।୧୦(ସୁଜାତା ପାଢ଼ୀ): ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ସମ୍ଭାବ୍ୟ ବାତ୍ୟା ‘ଅର୍ଣ୍ଣବ’ର ମୁକାବିଲା ଏବଂ ଜିଲାରେ ସ୍ଥିତି ନିୟନ୍ତ୍ରଣ ପାଇଁ ଓଡ଼ିଶା ସରକାରଙ୍କ ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ାଙ୍କ…

ବିକ୍ରି ହେବ ଏହି ବଡ଼ ବ୍ୟାଙ୍କ? ଆକାଉଣ୍ଟରେ ଟଙ୍କା ଥିଲେ ଗ୍ରାହକଙ୍କ ପାଇଁ ବଡ଼ ଖବର

ନୂଆଦିଲ୍ଲୀ,୨୭।୧୦: ଆଜିକାଲି ବ୍ୟାଙ୍କିଙ୍ଗ କ୍ଷେତ୍ରରେ ବ୍ୟାଙ୍କଗୁଡ଼ିକର ଅଂଶଧନ କିଣିବା ଏବଂ ଅଧିଗ୍ରହଣ (Acquisition)କୁ ନେଇ ଚର୍ଚ୍ଚା ଜୋର ଧରିଛି। ଏହି ସମୟରେ ବନ୍ଧନ ବ୍ୟାଙ୍କ (Bandhan Bank)କୁ…

ପୁଣି ମା’ ହେବେ ଅନୁଷ୍କା! ଭିଡିଓ ଭାଇରାଲ ପରେ ବଢିଲା…

ବଲିଉଡ ଅଭିନେତ୍ରୀ ଅନୁଷ୍କା ଶର୍ମା ପୁଣିଥରେ ମା’ ହେବେ ବୋଲି ଗୁଜବ ଉଠିଛି। ଭାରତୀୟ କ୍ରିକେଟର୍‌ ତଥା ତାଙ୍କ ସ୍ବାମୀ ବିରାଟ କୋହଲିଙ୍କ ସହ ମୁମ୍ବାଇରେ ନଜର…

ଟି-୨୦ ନୂଆ ଇତିହାସ ଲେଖିଲା ଭାରତ: ଭାଙ୍ଗିଲା ଅନେକ ରେକର୍ଡ

ଓ୍ବେଲିଂଟନ୍‌,୨୭।୧୦: ଭାରତ ଓ ନ୍ୟୁଜିଲାଣ୍ଡ ମଧ୍ୟରେ ଖେଳାଯାଇଥିବା ତୃତୀୟ ଟି-୨୦ ମ୍ୟାଚ୍‌ରେ ଭାରତୀୟ ଦଳର ଓପନର୍‌ ଅଭିଷେକ ଶର୍ମା ଓ ବୈଭବ ସୂର୍ଯ୍ୟବଂଶୀଙ୍କ ବିସ୍ଫୋରକ ବ୍ୟାଟିଂ ଅନେକ…

ସ୍ୱାତୀ ନକ୍ଷତ୍ରରେ ବୁଧଙ୍କ ଏଣ୍ଟ୍ରି: ନଭେମ୍ୱର ୩ରୁ ୫ ରାଶିରେ ଧନବର୍ଷା, ଚାକିରିରେ ବଡ଼ ପଦୋନ୍ନତି…

ବୁଧ ଗ୍ରହଙ୍କ ନକ୍ଷତ୍ର ଚଳନ ହେତୁ ବୃଷ, ମିଥୁନ, ସିଂହ, ତୁଳା ଏବଂ ଧନୁ ରାଶିର ବ୍ୟକ୍ତିବିଶେଷଙ୍କୁ ଲାଭ ମିଳିପାରେ। ଏହି ରାଶିର ଲୋକଙ୍କ ପାଇଁ କ୍ୟାରିୟର…

ଉଗ୍ର ହେଲାଣି ଅର୍ଣ୍ଣବ: ଭୁବନେଶ୍ୱର-ପୁରୀରେ ୧୦୦ ଛୁଇଁବ ପବନ! ଆଜି ରାତିରେ…

ଭୁବନେଶ୍ୱର,୨୭।୧୦: ସମୁଦ୍ରରେ ବଳ ଗୋଟାଉଛି ବାତ୍ୟା ଅର୍ଣ୍ଣବ। ଦ୍ରୁତ ଗତିରେ ଉପକୂଳ ଆଡ଼କୁ ମାଡ଼ି ଆସୁଛି। ଅତିଭୀଷଣ ବାତ୍ୟା ରୂପ ନେଇ ମାଡ଼ି ଆସୁଛି ଅର୍ଣ୍ଣବ ।…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?