ନରହନ୍ତା ଦନ୍ତା ଏବେ ‘ରାକେଶ’

ଢେଙ୍କାନାଳ ଅଫିସ, ୬।୨ – କପିଳାସ ଚିଡ଼ିଆଖାନାକୁ ଅଣାଯାଇଥିବା ନରହନ୍ତା ଦନ୍ତାର ବୁଧବାର ନାମକରଣ କରାଯାଇଛି। ଚିଡ଼ିଆଖାନା କର୍ତ୍ତୃପକ୍ଷ ଏହାର ନୂତନ ନଁ। ‘ରାକେଶ’ ରଖିଛନ୍ତି। ରେଜିଷ୍ଟ୍ରରରେ ଉକ୍ତ ନାମକୁ ପଞ୍ଜୀକୃତ କରାଯାଇଥିବା କପିଳାସ ରେଞ୍ଜର ଦର୍ଶନିଆ ଭୋଇ ସୂଚନା ଦେଇଛନ୍ତି। ତାଳଚେର ଅଞ୍ଚଳର ‘ରାକସ’ ନାମକ ସଂରକ୍ଷିତ ଜଙ୍ଗଲ ଇଲାକାରେ ରହି ଉକ୍ତ ଦନ୍ତା ଉପଦ୍ରବ ସୃଷ୍ଟି କରିଚାଲିଥିଲା। ଏହି ସଂରକ୍ଷିତ ଜଙ୍ଗଲର ନାମ ଅନୁଯାୟୀ ହାତୀଟିର ନାମ ‘ରାକେଶ’ ରଖାଯାଇଥିବା ରେଞ୍ଜର କହିଛନ୍ତି।
ସୂଚନାଯୋଗ୍ୟ, ତାଳଚେର-ପରଜଙ୍ଗ ସୀମାନ୍ତ ଅଞ୍ଚଳରେ ଉକ୍ତ ଦନ୍ତା ବ୍ୟାପକ ଉପଦ୍ରବ ସୃଷ୍ଟି କରିଥିଲା। ହାତୀ ଆକ୍ରମଣରେ ୧୬ଜଣଙ୍କ ଜୀବନ ଯାଇଥିଲା। ଉଗ୍ର ସ୍ବଭାବରେ ପରିବର୍ତ୍ତନ ପାଇଁ ଏହାକୁ ଟ୍ରାଙ୍କୁଲାଇଜ୍‌ କରି କପିଳାସ ଚିଡ଼ିଆଖାନାକୁ ଅଣାଯାଇଛି। ଏବେ ଜୁ’ ପରିସରରେ ଥିବା ରେସ୍‌କ୍ୟୁ ସେଣ୍ଟରରେ ହାତୀକୁ ରଖାଯାଇଛି। ଏଠାକୁ ଅଣାଯିବା ପରେ ହାତୀ ୩ଟି ଚେନ୍‌ ଛିଣ୍ଡାଇ ଆତଙ୍କ ସୃଷ୍ଟି କରିଥିଲା। ସୁରକ୍ଷା ଦୃଷ୍ଟିରୁ ହାତୀକୁ ରଖାଯାଇଥିବା ମଣ୍ଡପର ଚାରିପଟେ ଟ୍ରେଞ୍ଚ୍‌ ଖୋଳାଯାଇଥିଲା। ଅଧିକ ଶକ୍ତ ଚେନ୍‌ରେ ଦନ୍ତାକୁ ବନ୍ଧା ଯାଇଛି। ବିଭାଗୀୟ କର୍ମଚାରୀମାନେ ହାତୀକୁ ‘ବାହୁବଳୀ’ ଡାକୁଥିଲେ। ହେଲେ ବୁଧବାର ହାତୀଟିର ନାମ ‘ରାକେଶ’ ରଖାଯାଇଛି। ଏଥିପୂର୍ବରୁ କପିଳାସ ଚିଡ଼ିଆଖାନାକୁ ବିଭିନ୍ନ ଜଙ୍ଗଲରୁ ଉଦ୍ଧାର ହୋଇ ଆସିଥିବା ୪ ହାତୀ ରହୁଛନ୍ତି। ସେମାନେ ହେଲେ କାର୍ତ୍ତିକ, ଉମା, ଚନ୍ଦୁ ଏବଂ ହିରୋ। ସମ୍ପୃକ୍ତ ହାତୀମାନେ ଚିଡ଼ିଆଖାନାର ପରିବେଶ ସହ ଖାପଖୁଆଇ ସାରିଥିବା ବେଳେ ନୂଆକରି ଆସିଥିବା ନରହନ୍ତା ଦନ୍ତାକୁ ବୋଲ ମନାଇବା ଏବେ ବନ କର୍ମଚାରୀଙ୍କ ପାଇଁ ଚ୍ୟାଲେଞ୍ଜ ପାଲଟିଛି।


Enter your email to get our daily news in your inbox.

All Right Reserved By Dharitri.Com

ଭୁବନେଶ୍ୱର, ଝାରସୁଗୁଡ଼ା ପରେ ଢେଙ୍କାନାଳରେ ଖୋଲିଲା ଚାଉଳ ଏଟିଏମ୍‌

ଢେଙ୍କାନାଳ,୩୧।୮(ରତନ ନାୟାର): ଭୁବନେଶ୍ୱର, ଝାରସୁଗୁଡା ପରେ ଢେଙ୍କାନାଳରେ ଖୋଲିଲା ଚାଉଳ ଏଟିଏମ୍‌। ସୋମବାର ସ୍ଥାନୀୟ ଜିଲା ଆଞ୍ଚଳିକ ପରିବହନ କାର୍ଯ୍ୟାଳୟ ନିକଟରେ ଖାଦ୍ୟ, ଯୋଗାଣ ଓ ଖାଉଟି…

ସୁଭଦ୍ରା ଟଙ୍କା ନ ଦେବାରୁ ସ୍ତ୍ରୀକୁ ହତ୍ୟା: ପାଇଖାନା ଟାଙ୍କିରେ ପୋତିଦେଲେ….

ଢେଙ୍କାନାଳ,୨୯।୮(ରତନ ନାୟାର): ସୁଭଦ୍ରା ଟଙ୍କା ନ ଦେବାରୁ ସ୍ତ୍ରୀଙ୍କୁ ବୀଭତ୍ସ ଭାବେ ହତ୍ୟା କରିଥିବା ଅଭିଯୋଗରେ ଜଣେ ମଦ୍ୟପ ସ୍ୱାମୀଙ୍କୁ ପୋଲିସ ଗିରଫ କରିଛି। ଢେଙ୍କାନାଳ ସଦର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri