ନରହନ୍ତା ଦନ୍ତା ଏବେ ‘ରାକେଶ’

ଢେଙ୍କାନାଳ ଅଫିସ, ୬।୨ – କପିଳାସ ଚିଡ଼ିଆଖାନାକୁ ଅଣାଯାଇଥିବା ନରହନ୍ତା ଦନ୍ତାର ବୁଧବାର ନାମକରଣ କରାଯାଇଛି। ଚିଡ଼ିଆଖାନା କର୍ତ୍ତୃପକ୍ଷ ଏହାର ନୂତନ ନଁ। ‘ରାକେଶ’ ରଖିଛନ୍ତି। ରେଜିଷ୍ଟ୍ରରରେ ଉକ୍ତ ନାମକୁ ପଞ୍ଜୀକୃତ କରାଯାଇଥିବା କପିଳାସ ରେଞ୍ଜର ଦର୍ଶନିଆ ଭୋଇ ସୂଚନା ଦେଇଛନ୍ତି। ତାଳଚେର ଅଞ୍ଚଳର ‘ରାକସ’ ନାମକ ସଂରକ୍ଷିତ ଜଙ୍ଗଲ ଇଲାକାରେ ରହି ଉକ୍ତ ଦନ୍ତା ଉପଦ୍ରବ ସୃଷ୍ଟି କରିଚାଲିଥିଲା। ଏହି ସଂରକ୍ଷିତ ଜଙ୍ଗଲର ନାମ ଅନୁଯାୟୀ ହାତୀଟିର ନାମ ‘ରାକେଶ’ ରଖାଯାଇଥିବା ରେଞ୍ଜର କହିଛନ୍ତି।
ସୂଚନାଯୋଗ୍ୟ, ତାଳଚେର-ପରଜଙ୍ଗ ସୀମାନ୍ତ ଅଞ୍ଚଳରେ ଉକ୍ତ ଦନ୍ତା ବ୍ୟାପକ ଉପଦ୍ରବ ସୃଷ୍ଟି କରିଥିଲା। ହାତୀ ଆକ୍ରମଣରେ ୧୬ଜଣଙ୍କ ଜୀବନ ଯାଇଥିଲା। ଉଗ୍ର ସ୍ବଭାବରେ ପରିବର୍ତ୍ତନ ପାଇଁ ଏହାକୁ ଟ୍ରାଙ୍କୁଲାଇଜ୍‌ କରି କପିଳାସ ଚିଡ଼ିଆଖାନାକୁ ଅଣାଯାଇଛି। ଏବେ ଜୁ’ ପରିସରରେ ଥିବା ରେସ୍‌କ୍ୟୁ ସେଣ୍ଟରରେ ହାତୀକୁ ରଖାଯାଇଛି। ଏଠାକୁ ଅଣାଯିବା ପରେ ହାତୀ ୩ଟି ଚେନ୍‌ ଛିଣ୍ଡାଇ ଆତଙ୍କ ସୃଷ୍ଟି କରିଥିଲା। ସୁରକ୍ଷା ଦୃଷ୍ଟିରୁ ହାତୀକୁ ରଖାଯାଇଥିବା ମଣ୍ଡପର ଚାରିପଟେ ଟ୍ରେଞ୍ଚ୍‌ ଖୋଳାଯାଇଥିଲା। ଅଧିକ ଶକ୍ତ ଚେନ୍‌ରେ ଦନ୍ତାକୁ ବନ୍ଧା ଯାଇଛି। ବିଭାଗୀୟ କର୍ମଚାରୀମାନେ ହାତୀକୁ ‘ବାହୁବଳୀ’ ଡାକୁଥିଲେ। ହେଲେ ବୁଧବାର ହାତୀଟିର ନାମ ‘ରାକେଶ’ ରଖାଯାଇଛି। ଏଥିପୂର୍ବରୁ କପିଳାସ ଚିଡ଼ିଆଖାନାକୁ ବିଭିନ୍ନ ଜଙ୍ଗଲରୁ ଉଦ୍ଧାର ହୋଇ ଆସିଥିବା ୪ ହାତୀ ରହୁଛନ୍ତି। ସେମାନେ ହେଲେ କାର୍ତ୍ତିକ, ଉମା, ଚନ୍ଦୁ ଏବଂ ହିରୋ। ସମ୍ପୃକ୍ତ ହାତୀମାନେ ଚିଡ଼ିଆଖାନାର ପରିବେଶ ସହ ଖାପଖୁଆଇ ସାରିଥିବା ବେଳେ ନୂଆକରି ଆସିଥିବା ନରହନ୍ତା ଦନ୍ତାକୁ ବୋଲ ମନାଇବା ଏବେ ବନ କର୍ମଚାରୀଙ୍କ ପାଇଁ ଚ୍ୟାଲେଞ୍ଜ ପାଲଟିଛି।


Enter your email to get our daily news in your inbox.

All Right Reserved By Dharitri.Com

ବିଜେଡି ଛାଡ଼ିଲେ ସୀମାରାଣୀ: ଭାଜପାରେ ଯୋଗଦେବା ସମ୍ଭାବନା

ଢେଙ୍କାନାଳ,୨୩ା୪(ରତନ ନାୟାର):ହିନ୍ଦୋଳ ବିଧାନସଭା ଆସନ ପାଇଁ ବିଜେଡି ପକ୍ଷରୁ ମହେଶ ସାହୁଙ୍କ ନାମ ଘୋଷଣା କରାଯିବା ପରେ ଟିକେଟ୍‌ ଆଶାୟୀ ଥିବା ୨ ଥରର ବିଧାୟିକା...

ବିଧାୟକଙ୍କ ଫେସ୍‌ବୁକ୍‌ ପୋଷ୍ଟ ନେଇ ଜୋର୍‌ଦାର ଚର୍ଚ୍ଚା

ଢେଙ୍କାନାଳ,୨୨ା୪(ରତନ ନାୟାର):ଢେଙ୍କାନାଳ ବିଧାନସଭା ନିର୍ବାଚନମଣ୍ଡଳୀର ବିଜେଡି ପ୍ରାର୍ଥୀ ତଥା ବିଧାୟକ ସୁଧୀର କୁମାର ସାମଲଙ୍କ ଏକ ଫେସ୍‌ବୁକ୍‌ ପୋଷ୍ଟକୁ ନେଇ ଜୋର୍‌ଦାର ଚର୍ଚ୍ଚା ଚାଲିଛି। ସଦର...

ଢେଙ୍କାନାଳ ସଂସଦୀୟ କ୍ଷେତ୍ରରେ ବଢ଼ିଲା ଉଷ୍ମତା, ଲଢ଼େଇରେ ସାମିଲ ୨ ନୂଆ ମୁହଁ

ଢେଙ୍କାନାଳ,୧୫ା୪(ରତନ ନାୟାର): ଢେଙ୍କାନାଳ ଲୋକ ସଭା ଆସନ ପାଇଁ ୩ ପ୍ରମୁଖ ରାଜନୈତିକ ଦଳ ବିଜେଡି, ଭାଜପା ଓ କଂଗ୍ରେସ ପକ୍ଷରୁ ପ୍ରାର୍ଥୀ ଘୋଷଣା ସରିଛି।...

ଅବିନାଶ, ରୁଦ୍ର ପାଣିଙ୍କୁ ଟକ୍କର ଦେବେ ସସ୍ମିତା ବେହେରା

ଢେଙ୍କାନାଳ,୧୪ା୪(ରତନ ନାୟାର)ଅଖିଳ ଭାରତ କଂଗ୍ରେସ କମିଟି (ଏଆଇସିସି)ର ସମ୍ପାଦିକା ତଥା ବରିଷ୍ଠ କଂଗ୍ରେସ ନେତ୍ରୀ ସସ୍ମିତା ବେହେରାଙ୍କୁ କଂଗ୍ରେସ ଢେଙ୍କାନାଳ ଲୋକ ସଭା ଆସନରୁ ପ୍ରାର୍ଥୀ...

ନିର୍ବାଚନୀ ତାତି ବଢ଼ାଉଛି ୫୫ନଂ. ଜାତୀୟ ରାଜପଥ

ଢେଙ୍କାନାଳ,୧୨ା୪(ରତନ ନାୟାର): କଟକରୁ ଢେଙ୍କାନାଳ ଓ ଅନୁଗୋଳ ଦେଇ ସମ୍ବଲପୁରକୁ ଲମ୍ବିଥିବା ୫୫ନଂ. ଜାତୀୟ ରାଜପଥର ଅଧାପନ୍ତରିଆ ଅବସ୍ଥା ଏବେ ନିର୍ବାଚନୀ ପ୍ରସଙ୍ଗ ପାଲଟିଛି। ଢେଙ୍କାନାଳ,...

ହିନ୍ଦୋଳ ଆସନକୁ ନେଇ ଅଙ୍କ ଛିଡୁନି

ଢେଙ୍କାନାଳ,୧୧ା୪(ରତନ ନାୟାର)ଢେଙ୍କାନାଳ ଏମ୍‌ପି ନିର୍ବାଚନ ପାଇଁ ବିଜେଡି ଓ ଭାଜପା ପକ୍ଷରୁ ପ୍ରାର୍ଥୀ ଘୋଷଣା କରାଯାଇସାରିଛି। ସେହିପରି ଜିଲାର ୪ ବିଧାନସଭା ନିର୍ବାଚନମଣ୍ଡଳୀ ମଧ୍ୟରୁ ଢେଙ୍କାନାଳ,...

ସନ୍ଦିଗ୍ଧ ପାରା ଉଦ୍ଧାର:ଗୋଡ଼ରେ ଲାଗିଛି ଜିପିଏସ୍‌ ଟ୍ରାକର ଭଳି ଚିପ୍‌

ଢେଙ୍କାନାଳ,୯ା୪(ରତନ ନାୟାର):ଢେଙ୍କାନାଳ ଜିଲା ଗଁଦିଆ ବ୍ଲକ ନିହଲପ୍ରସାଦ ଥାନା ଲାଉଲଇ ଗ୍ରାମର ଏକ ମନ୍ଦିର ପରିସରରୁ ସୋମବାର ଏକ ପାରାକୁ ଅଞ୍ଚଳବାସୀ ଉଦ୍ଧାର କରିଛନ୍ତି। ଉକ୍ତ...

ବୋମାମାଡ଼ କରି ଲୁଟିନେଲେ ୧୪ ଲକ୍ଷ ଟଙ୍କା

କାମାକ୍ଷାନଗର,୫।୪(ସୁଧୀର କୁମାର ପରିଡା): ଢେଙ୍କାନାଳ ଜିଲା କାମାକ୍ଷାନଗର ଥାନା ଜିରାଳ ସାପ୍ତାହିକ ହାଟରୁ ଶୁକ୍ରବାର ସକାଳେ ଏକ ବଡ଼ ଲୁଟ୍‌ ହୋଇଛି। ୫ ଜଣ ଦୁର୍ବୃତ୍ତ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri