ଆମ ଜିଲା ଖବର

ଏଏନ୍‌ଏମ୍‌ ସେଣ୍ଟର ପାଲଟିଛି ଧାନ ଗୋଦାମ

ତିହିଡ଼ି,୧୬।୧(ଡି.ଏନ.ଏ.)-ଭଦ୍ରକ ଜିଲା ତିହିଡ଼ି ବ୍ଲକ ଅଧୀନ ବାରୋ ପଞ୍ଚାୟତରେ ଥିବା ଏଏନ୍‌ଏମ୍‌ ସେଣ୍ଟର ଧାନଗୋଦାମ ପାଲଟିଛି। ଏହାକୁ ନେଇ ପଞ୍ଚାୟତବାସୀଙ୍କ ମଧ୍ୟରେ ଅସନ୍ତୋଷ ପ୍ରକାଶ ପାଇଛି। ସେମାନେ ବୁଧବାର ଏ ସମ୍ପର୍କରେ ଜିଲାପାଳଙ୍କ ନିକଟକୁ ଅଭିଯୋଗ ପଠାଇବା ସହ ଜିଲା ମୁଖ୍ୟ…

୩ଟି ପର୍ଯ୍ୟାୟରେ ହେବ ବିଦ୍ୟୁତ୍‌ କାଟ: ୪୪ ହଜାର ଉପଭୋକ୍ତାଙ୍କ ୫୨ କୋଟି ଟଙ୍କା ବକେୟା

ନୟାଗଡ଼ ଅଫିସ,୧୬।୧: ନୟାଗଡ଼ ଜିଲା ସେସୁ ପକ୍ଷରୁ ଗୁରୁବାରଠାରୁ ବକେୟା ବିଲ୍‌ ଥିବା ବିଦ୍ୟୁତ୍‌ ଉପଭୋକ୍ତାଙ୍କର ବିଦ୍ୟୁତ୍‌ କାଟ କରାଯିବ। ୩ଟି ପର୍ଯ୍ୟାୟରେ ବିଦ୍ୟୁତ୍‌ କାଟ ହେବ। ପ୍ରଥମ ପର୍ଯ୍ୟାୟରେ ବିଦ୍ୟୁତ୍‌ ବିଲ୍‌ର ବକେୟା ଟଙ୍କା ଦେଇ ନ ଥିବା ବ୍ୟବସାୟ…

ଶ୍ରୀମନ୍ଦିର ହେରିଟେଜ କରିଡ଼ର: ସରିଲା ପ୍ରସ୍ତାବ ଗ୍ରହଣ ଅବଧି

ପୁରୀ ଅଫିସ,୧୬ା୧: ପୁରୀ ଶ୍ରୀମନ୍ଦିର ହେରିଟେଜ କରିଡ଼ର। ଏହାର ଚିଠା ଡିଜାଇନ ଗତ ମାସ ୩୦ତାରିଖରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଲୋକାର୍ପିତ କରିଥିଲେ। ଏହି ନକ୍ସାରେ ଶ୍ରୀମନ୍ଦିର ଚତୁଃପାର୍ଶ୍ୱ ନବକଳେବର ରୂପ ଦେଖିବାକୁ ମିଳିଥିଲା। ଏଥିରେ ଥିଲା ଆଖି ଝଲସାଇ ଦେବା…

ପରିବାରର ସାହାରା ଗୁରମଣି

ପଦ୍ମପୁର, ୧୬।୧(ଡି.ଏନ.ଏ.)- ଭଦ୍ରକ ଜିଲା ବାସୁଦେବପୁର ବ୍ଲକ ପଦ୍ମପୁର ପଞ୍ଚାୟତ କପାଗଢ଼ିଆ ଗ୍ରାମର କୈଳାସ ସେଠୀଙ୍କ ବଡ଼ଝିଅ ଗୁରମଣି। ବୟସ ୨୯। ଭୁଲ୍‌ ଇଞ୍ଜେକଶନ ଯୋଗୁ ୩ ବର୍ଷ ବୟସରୁ ସେ ଦିବ୍ୟାଙ୍ଗ ହୋଇଯାଇଛନ୍ତି। ଘରର ଅବସ୍ଥା ଭଲ ନ ଥିବାରୁ…

ଭୀମକୁଣ୍ଡ ମକର ମେଳାରେ ଶ୍ରଦ୍ଧାଳୁଙ୍କ ଭିଡ଼

ଠାକୁରମୁଣ୍ଡା,୧୬ା୧(ଡ଼ି.ଏନ୍‌.ଏ.)-ମୟୂରଭଞ୍ଜ ଜିଲାର ଅନ୍ୟତମ ପ୍ରମୁଖ ପର୍ଯ୍ୟଟନସ୍ଥଳୀ ଠାକୁରମୁଣ୍ଡା ବ୍ଲକ ଅଧୀନ ଭୀମକୁଣ୍ଡରେ ମକର ମେଳା ଅନୁଷ୍ଠିତ ହୋଇଯାଇଛି। ଏଥିରେ ଲକ୍ଷାଧିକ ଶ୍ରଦ୍ଧାଳୁ ଯୋଗ ଦେଇଥିଲେ। ଏଥି ସହିତ ଭୀମକୁଣ୍ଡ ମହୋତ୍ସବ କମିଟି ଓ କୁଣ୍ଡେଶର ବନସୁରକ୍ଷା କମିଟି ସହଯୋଗରେ ସେଠାରେ ୧୬ତମ…

ଆରମ୍ଭ ହେଲା ମକର ମଉଜ

ବାରିପଦା ଅଫିସ,୧୬।୧- ଆଦିବାସୀ ବହୁଳ ମୟୂରଭଞ୍ଜ ଜିଲରେ ଗଣପର୍ବ ଭାବେ ଖ୍ୟାତି ଲାଭ କରିଥିବା ମକର ପର୍ବ ବୁଧବାର ଠାରୁ ମହାସମାରୋହରେ ଆରମ୍ଭ ହୋଇଛି। ବିଶେଷ କରି ଆଦିବାସୀ ସମ୍ପ୍ରଦାୟ ପାଇଁ ଏହି ଦିନଟି ବେଶ ଉତ୍କଣ୍ଠାର ଦିନ। ଏହି ଦିନ…

ଲୁଟ୍‌ ଉଦ୍ୟମ କରି ମାଡ଼ ଖାଇଲେ ଯୁବକ

ପୁରୀ ଅଫିସ,୧୬ା୧ : ଜଣେ ମହିଳାଙ୍କ ଭ୍ୟାନିଟି ବ୍ୟାଗ ଝାମ୍ପି ଫେରାର ହୋଇଯିବାକୁ ଉଦ୍ୟମବେଳେ ଧରାପଡି ନିର୍ଧୂମ ଛେଚା ଖାଇଲେ ଯୁବକ। ସ୍ଥାନୀୟ ଲୋକେ ତାଙ୍କୁ ପୋଲିସକୁ ଜିମା ଦେଇଥିଲେ। କୁମ୍ଭାରପଡା ପୋଲିସ ସମ୍ପୃକ୍ତ ଯୁବକଙ୍କୁ ଥାନାରେ ଅଟକ ରଖି ପଚରାଉଚୁରା…

୪ ପୁଅ ଥାଇ ବି ବେସାହାରା

ବାଲେଶ୍ୱର ଅଫିସ,୧୬।୧- ବାଲେଶ୍ୱର ଜିଲା ଖଇରା ବ୍ଲକ ନନ୍ଦୁର ପଞ୍ଚାୟତ ରୁଡ଼ିଙ୍ଗିଆ ଗ୍ରାମର ହରେକୃଷ୍ଣ ନାୟକ(୮୭)। ୪ ପୁଅ ଥିବା ସତ୍ତ୍ୱେ ଭରଣପୋଷଣ ପାଇବା ତ ଦୂରର କଥା ପୈତୃକ ସମ୍ପତ୍ତି ବିକ୍ରି କରିବା ଆଶାରେ ବରିଷ୍ଠ ନାଗରିକ ତଥା ପିତାଙ୍କୁ…

ଇକୋ ରିଟ୍ରିଟ୍‌ ମହୋତ୍ସବରେ ଗୁଡ଼ି ଉଡ଼ା କାର୍ଯ୍ୟକ୍ରମ

କୋଣାର୍କ,୧୬ା୧(ଡି.ଏନ୍‌.ଏ.): କୋଣାର୍କ-ପୁରୀ ବେଳାଭୂମି ମାର୍ଗର ସାହୁଖଣତାଠାରେ ଅନୁଷ୍ଠିତ ଇକୋ ରିଟ୍ରିଟ ମହୋତ୍ସବ ସ୍ଥଳୀରେ ବୁଧବାର ପବିତ୍ର ମକର ସଂକ୍ରାନ୍ତି ଅବସରରେ ଉତରାୟନ ଗୁଡ଼ି ଉଡ଼ା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ୟଙ୍ଗ୍‌ ଇଣ୍ଡିଆନ୍‌ସ ଓଡ଼ିଶା ଶାଖା ଓ ରାଜ୍ୟ ପର୍ଯ୍ୟଟନ ବିଭାଗ ମିଳିତ…

କବିକସ୍ତୁରୀ ଫାଉଣ୍ଡେଶନର ବାର୍ଷିକୋତ୍ସବ: ‘ହାଡ଼ିବନ୍ଧୁ ପାଢ଼ୀ ଙ୍କୁ ବିଚାରକ ମଉଡ଼ମଣି ସମ୍ମାନ

କଣାସ,୧୬ା୧(ସ.ପ୍ର.): କଣାସ ବ୍ଲକ ଅନ୍ତର୍ଗତ ଗୋପୀନାଥପୁର ପଞ୍ଚାୟତରେ ଅବସ୍ଥିତ କବିକସ୍ତୁରୀ ଫାଉଣ୍ଡେଶନର ସପ୍ତଦଶତମ ବାର୍ଷିକ ଉତ୍ସବ ବୁଧବାର ବିଜୟ ବିହାରସ୍ଥିତ ଶିଶୁ ବିକାଶ ବିଦ୍ୟାମନ୍ଦିର ପରିସରରେ ଅନୁଷ୍ଠିତ ହୋଇଯାଇଛି। ଏହି ଉତ୍ସବକୁ ମୁଖ୍ୟଅତିଥି ଭାବେ ଜିଲା ପରିଷଦ ସଦସ୍ୟ ନୀଳମଣି ବେହେରା…

ବ୍ଲୁ ଫ୍ଲାଗ ବିଚ୍‌: ପରୀକ୍ଷା ପାଇଁ ଗଲା ସମୁଦ୍ର ପାଣି

ପୁରୀ ଅଫିସ,୧୬ା୧: ପୁରୀରେ ବ୍ଲୁ ଫ୍ଲାଗ ବିଚ୍‌ କାମ ଦ୍ରୁତଗତିରେ ଚାଲିଛି। ସମ୍ପୂର୍ଣ୍ଣ ହୋଇ ନ ଥିଲେ ମଧ୍ୟ ଏହା ପର୍ଯ୍ୟଟକଙ୍କ ଆକର୍ଷଣ ପାଲଟିଲାଣି। ପ୍ରତ୍ୟହ ଏହା ପରିସରରେ ପର୍ଯ୍ୟଟକମାନେ ବୁଲୁଛନ୍ତି। ତେବେ ଖୁବ୍‌ଶୀଘ୍ର ଏହାକୁ ଉଦ୍‌ଘାଟନ କରିବା ଲାଗି ପ୍ରଶାସନ…

ଶ୍ରୀମନ୍ଦିର କାର୍ଯ୍ୟାଳୟ ଆଗରେ ବ୍ରାହ୍ମଣଙ୍କ ବିକ୍ଷୋଭ

ପୁରୀ ଅଫିସ,୧୬ା୧: ଶ୍ରୀମନ୍ଦିର ଆନନ୍ଦ ବଜାରରୁ ବ୍ରାହ୍ମଣଙ୍କୁ ବାହାର କରିଦିଆଯିବାକୁ ନେଇ ବ୍ରାହ୍ମଣଙ୍କ ମଧ୍ୟରେ ଅସନ୍ତୋଷ ତେଜିବାରେ ଲାଗିଛି। ବୁଧବାର ଆନନ୍ଦ ବଜାର ବ୍ରାହ୍ମଣ କ୍ରିୟାନୁଷ୍ଠାନ କମିଟି ପକ୍ଷରୁ ଶ୍ରୀମନ୍ଦିର ପ୍ରଶାସନ କାର୍ଯ୍ୟାଳୟ ସମ୍ମୁଖରେ ଧାରଣା ଓ ବିକ୍ଷୋଭ ପ୍ରଦର୍ଶନ କରାଯାଇଛି।…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?