୪.୭୭ ଲକ୍ଷ ଟଙ୍କା ଜବତ, ୬ ଗିରଫ

ଯାଜପୁର ଅଫିସ/କଳିଙ୍ଗନଗର, (ଡି.ଏନ୍‌.ଏ.) ୧୩ା୨: ଯାଜପୁରରୋଡ଼ ଥାନା ଅନ୍ତର୍ଗତ ଦାନଗଦୀ ହାଟ ନିକଟରୁ ଜାଲ୍‌ ନୋଟ କାରବାର ଚଳାଇଥିବା ଏକ ଆନ୍ତଃ ରାଜ୍ୟ ର଼୍ୟାକେଟକୁ ଜିଲା ପୋଲିସ ଠାବ କରିଛି। ଏଥିରେ ୪ଲକ୍ଷ ୭୭ ହଜାର ଟଙ୍କାର ଜାଲନୋଟ ଜବତ ହୋଇଥିବାବେଳେ ୬ ଜଣ ଅଭିଯୁକ୍ତଙ୍କୁ ଗିରଫ କରାଯାଇଛି। ଅଭିଯୁକ୍ତଙ୍କ ବିରୋଧରେ ଆଇପିସି ଦଫା ୪୮୯(ଏ,ବି,ସି,ଡି,ଇ), ୩୪ରେ ଏକ ମାମଲା (ନଂ. ୫୬/୨୦୨୦) ରୁଜୁ କରି ସେମାନଙ୍କୁ ବୁଧବାର କୋର୍ଟଚାଲାଣ କରାଯାଇଛି। ଅଭିଯୁକ୍ତମାନେ ହେଲେ ମଙ୍ଗଳପୁର ଥାନା ଅନ୍ତର୍ଗତ ଛଞ୍ଚିଣା ଗ୍ରାମର ଚନ୍ଦ୍ରମଣି ବଳ(୩୫)ଙ୍କ ସମେତ ଦାନଗଦୀ ଗ୍ରାମର ବାପିନା ସେଠୀ(୨୩), ମାନପୁର ଗ୍ରାମର ମନୋଜ ଦାସ(୩୧), ଯାଜପୁରରୋଡ ଥାନା ଧପଙ୍କି ଗ୍ରାମର ତପନ ଜେନା(୨୬), ଢେଙ୍କାନାଳ ଜିଲା ଭୁବନ ଥାନା ଅନ୍ତର୍ଗତ ଭୁବନ ଗ୍ରାମର ଅଜୟ କୁମାର ସାହୁ(୨୪) ଓ ମାୟାଧର ପାତ୍ର(୬୪)। ଜାଲ ନୋଟ ସହ ଅଭିଯୁକ୍ତଙ୍କ ନିକଟରୁ ଏକ ପ୍ରିଣ୍ଟର, ପେପର କଟର, ମୋବାଇଲ ଫୋନ, ୨ଟି ବାଇକ ଆଦି ଜବତ କରାଯାଇଛି। ଏହି ଜାଲନୋଟ କାରବାରର ଚେର ଦାନଗଦୀରୁ ଢେଙ୍କାନାଳ, ଭଦ୍ରକ, କଟକ ଓ ଭୁବନେଶ୍ୱର ପର୍ଯ୍ୟନ୍ତ ଲମ୍ବିଥିବା ପୋଲିସର ପ୍ରାଥମିକ ତଦନ୍ତରୁ ଜଣାପଡ଼ିଛି।
ସୂଚନାଯୋଗ୍ୟ ଯେ, ଜାଲ୍‌ ନୋଟ କାରବାର ସମ୍ପର୍କରେ ଦାନଗଦୀ ଫାଣ୍ଡି ଅଧିକାରୀ ଗୋବର୍ଦ୍ଧନ ନାୟକ ବିଶ୍ୱସ୍ତ ସୂତ୍ରରୁ ଖବରପାଇ ଯାଜପୁରରୋଡ ଥାନାକୁ ସୂଚିତ କରିଥିଲେ। ଏହାପରେ ଯାଜପୁରରୋଡ ଥାନାଧିକାରୀ ଅନିଲ କୁମାର ମହାନ୍ତିଙ୍କ ନେତୃତ୍ୱରେ ଏକ ଟିମ୍‌ ମଙ୍ଗଳବାର ଦାନଗଦୀ ହାଟରେ ଜାଲ୍‌ନୋଟ କାରବାର ଚଳାଇଥିବା ଚନ୍ଦ୍ରମଣି ଓ ବାପିନାଙ୍କୁ ଜାଲ୍‌ନୋଟ ସହ କାବୁ କରିଥିଲେ। ଚଢାଉ ସମୟରେ ସେମାନେ ୫୦୦ ଟଙ୍କିଆ ଜାଲନୋଟ ଦୋକାନୀଙ୍କଠାରୁ ବଦଳ କରୁଥିଲେ। ପରେ ମଙ୍ଗଳପୁରସ୍ଥିତ ଚନ୍ଦ୍ରମଣିଙ୍କ ଘରେ ପୋଲିସ ଚଢ଼ାଉ କରି ନୋଟ ଛପା ଯନ୍ତ୍ରପାତି ସହ ୩ଲକ୍ଷ ୬୦ହଜାର ଟଙ୍କାର ଜାଲ ନୋଟ ଜବତ କରିଥିଲା। ଚନ୍ଦ୍ରମଣିଙ୍କୁ ପଚରାଉଚୁରା କରି ଅନ୍ୟ ସହଯୋଗୀଙ୍କ ସମ୍ପର୍କରେ ଜଣାପଡ଼ିଥିଲା। ଏହାପରେ ପୋଲିସ ଅନ୍ୟ ଅଭିଯୁକ୍ତଙ୍କୁ ମଧ୍ୟ ଗିରଫ କରିଥିଲା। ସେମାନଙ୍କଠାରୁ ୧ଲକ୍ଷ ୧୭ ହଜାର ଜାଲ୍‌ ନୋଟ ଜବତ ହୋଇଥିଲା। ୨୦୧୭ରେ ମୁଖ୍ୟ ଅଭିଯୁକ୍ତ ଚନ୍ଦ୍ରମଣି ଜାଲନୋଟ କାରବାର ଅଭିଯୋଗରେ କାଳିଆପାଣି ଥାନା ଦ୍ୱାରା ଗିରଫ ହୋଇଥିଲେ। ଜେଲରୁ ମୁକୁଳିବା ପରେ ସେ ପୁଣି ଏହି କାରବାର ଚଳାଇଥିଲେ। ୧ଲକ୍ଷ ଜାଲ୍‌ ନୋଟ ବଦଳରେ ସେ ୨୫ ହଜାର ଟଙ୍କା ଅସଲି ନୋଟ ଆଣୁଥିଲେ ବୋଲି ବୁଧବାର ଖବରଦାତା ସମ୍ମିଳନୀରେ ଏସପି ଚରଣସିଂ ମୀନା ସୂଚନା ଦେଇଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ବାଟରେ ଅଟକାଇ ମୁଣ୍ଡ ଫଟାଇଲେ, ଟଙ୍କା ଲୁଟିଥିଲେ: ତୃତୀୟ ଅଭିଯୁକ୍ତ ଭୋଳାଙ୍କୁ ଗିରଫ କଲା ପାଟପୁର ପୋଲିସ

ଦାଦା ବଟି ପାଇଁ ହତ୍ୟା ଉଦ୍ୟମ ମାମଲା: ପୁଣି ଜଣେ ଅଭିଯୁକ୍ତ ଗିରଫ, ସଂଖ୍ୟା ୩କୁ ବୃଦ୍ଧି ଦିଗପହଣ୍ଡି,୮।୯(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ପାଟପୁର ଥାନା…

ଆସନ୍ତାକାଲି ପଡୁଛି ୩ ରାଜଯୋଗ; ୫ ରାଶିଙ୍କ ବଦଳିବ ଭାଗ୍ୟ, ମୋଟା ଅଙ୍କର ରୋଜଗାରକୁ ବଡ଼ କମ୍ପାନୀରୁ ଅଫର୍‌

୯ ସେପ୍ଟେମ୍ୱର, ୨୦୨୬ ହେଉଛି ଭାଦ୍ରବ ମାସ କୃଷ୍ଣ ପକ୍ଷର ତ୍ରୟୋଦଶୀ ତିଥି ଏବଂ ବୁଧବାର। ଏହା ସହିତ ଏହି ଦିନଟି ଦ୍ୱିତୀୟ ଚତୁର୍ମାସ୍ୟାର ୧୭ଶ ଦିନ…

ଗଣେଶ ପୂଜା ପାଇଁ ଗଞ୍ଜାମ ଏସ୍‌ପିଙ୍କ କଡ଼ା ନିର୍ଦ୍ଦେଶ: ରାତି ୧୦ଟା ପରେ ବାଜିବନି ଲାଉଡସ୍ପିକର, ଜୋରଜବରଦସ୍ତ ଚାନ୍ଦା ଆଦାୟ ମନା

ଛତ୍ରପୁର,୮।୯(ଦିଲ୍ଲୀପ ସାମଲ): ଆଗାମୀ ଗଣେଶ ପୂଜା ସମେତ ପୂଜା ପାର୍ବଣ ସମୟରେ ଆଇନ ଶୃଙ୍ଖଳା ରକ୍ଷା ଓ ଶାନ୍ତିଶୃଙ୍ଖଳା ବଜାୟ ରଖିବା ନିମନ୍ତେ ଗଞ୍ଜାମ ଆରକ୍ଷୀ ଅଧିକ୍ଷକ…

ନୂଆଖାଇ ପୂର୍ବରୁ ଭତ୍ତା ଟଙ୍କା ଦିଅ, ନଚେତ୍ ଆନ୍ଦୋଳନ! ରାଜ୍ୟପାଳଙ୍କ ହସ୍ତକ୍ଷେପ ଦାବି କଲା ବିଜେଡି, ସ୍ମାରକପତ୍ର…

ବରଗଡ଼,୮।୯(ପ୍ରେମାନନ୍ଦ ଖମାରୀ): ପଶ୍ଚିମ ଓଡ଼ିଶାର ଗଣପର୍ବ ନୂଆଖାଇ ପୂର୍ବରୁ ସମସ୍ତ ହିତାଧିକାରୀଙ୍କୁ ସାମାଜିକ ନିରାପତ୍ତା ଭତ୍ତା ପ୍ରଦାନ କରିବା ଦାବିରେ ବରଗଡ଼ ଜିଲା ବିଜେଡି ପକ୍ଷରୁ ରାଜ୍ୟପାଳଙ୍କ…

ରାହୁଙ୍କ ମକର ରାଶିରେ ଗୋଚର, ୨୦୨୮ ଯାଏ ୩ ରାଶିରେ ଧନବର୍ଷା, ଚାକିରିରେ ମିଳିବ ପ୍ରମୋଶନ

ଶୁକ୍ର ଗ୍ରହ ୧୧ ସେପ୍ଟେମ୍ୱର ୨୦୨୬ରେ ନକ୍ଷତ୍ର ପରିବର୍ତ୍ତନ କରିବାକୁ ଯାଉଛନ୍ତି। ସେ ଚିତ୍ରା ନକ୍ଷତ୍ରରୁ ବାହାରି ରାହୁଙ୍କ ଅଧୀନରେ ଥିବା ସ୍ୱାତୀ ନକ୍ଷତ୍ରରେ ଗୋଚର କରିବେ।…

ଛୁଟିରେ ଘରକୁ ଆସି ଆଖି ବୁଜିଲେ, ରାଷ୍ଟ୍ରୀୟ ମର୍ଯ୍ୟାଦା ସହ ପୁରୀ ସ୍ୱର୍ଗଦ୍ୱାରରେ BSF ଯବାନଙ୍କ ଶେଷକୃତ୍ୟ ସମ୍ପନ୍ନ

ଦିଗପହଣ୍ଡି,୮।୯(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ବଡ଼ଡୁମ୍ବୁଳା ପଞ୍ଚାୟତ ବାଗଡା ଗ୍ରାମର ବିଏସଏଫ୍ (BSF) ସିନିୟର ହାବିଲଦାର ବି. କାନା (୫୩)ଙ୍କ ଆକସ୍ମିକ ମୃତ୍ୟୁ…

ସରକାରୀ କର୍ମଚାରୀଙ୍କ ପାଇଁ ବଡ଼ ଉପହାର, ୨୦% ମିଳିବ ବୋନସ ଆଉ ତା’ ସହ…

ନୂଆଦିଲ୍ଲୀ,୮।୯: କର୍ମଚାରୀମାନଙ୍କ ପାଇଁ ଏକ ଖୁସି ଖବର ସାମ୍ନାକୁ ଆସିଛି। ଏବେ ନୂତନ ଶ୍ରମ କୋଡ (Labour Code) ଅଧୀନରେ କର୍ମଚାରୀମାନଙ୍କୁ ପ୍ରାୟ ୨୦ ପ୍ରତିଶତ ପର୍ଯ୍ୟନ୍ତ…

ଘର ତିଆରି ନାଁରେ ୧୬ ଲକ୍ଷ ଟଙ୍କା ନେଇ ଫେରାର , ବାଉନ୍ସ ହେଲା ଚେକ୍‌: ଅଭିଯୁକ୍ତ ଯୁବକ ଗିରଫ

ପାରଳାଖେମୁଣ୍ଡି,୮ା୯(ଗିରିଧାରୀ ପରିଛା): ୧୬ ଲକ୍ଷ ଟଙ୍କା ଠକେଇ ଓ ଜୀବନରୁ ମାରିଦେବାକୁ ଧମକ ଦେବା ଅଭିଯୋଗରେ ପାରଳାଖେମୁଣ୍ଡି ଥାନା ପୋଲିସ ଆନ୍ଧ୍ରପ୍ରଦେଶର ଜଣେ ଯୁବକଙ୍କୁ ଗିରଫ କରି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri