ଶ୍ରୀମନ୍ଦିର କାର୍ଯ୍ୟାଳୟ ଆଗରେ ବ୍ରାହ୍ମଣଙ୍କ ବିକ୍ଷୋଭ
ପୁରୀ ଅଫିସ,୧୬ା୧: ଶ୍ରୀମନ୍ଦିର ଆନନ୍ଦ ବଜାରରୁ ବ୍ରାହ୍ମଣଙ୍କୁ ବାହାର କରିଦିଆଯିବାକୁ ନେଇ ବ୍ରାହ୍ମଣଙ୍କ ମଧ୍ୟରେ ଅସନ୍ତୋଷ ତେଜିବାରେ ଲାଗିଛି। ବୁଧବାର ଆନନ୍ଦ ବଜାର ବ୍ରାହ୍ମଣ କ୍ରିୟାନୁଷ୍ଠାନ କମିଟି ପକ୍ଷରୁ ଶ୍ରୀମନ୍ଦିର ପ୍ରଶାସନ କାର୍ଯ୍ୟାଳୟ ସମ୍ମୁଖରେ ଧାରଣା ଓ ବିକ୍ଷୋଭ ପ୍ରଦର୍ଶନ କରାଯାଇଛି।…
ଡିଏସ୍ଡବ୍ଲ୍ୟୁଓ ନିଲମ୍ବିତ
ମାଲକାନଗିରି, ୧୫ା୧(ସ୍ବ.ପ୍ର.): ମାଲକାନଗିରି ଡିଏସ୍ଡବ୍ଲ୍ୟୁଓଙ୍କୁ ମଙ୍ଗଳବାର ନିଲମ୍ବିତ କରାଯାଇଛି। କାର୍ଯ୍ୟରେ ଅନିୟମିତତା, ମାଲକାନଗିରି ସିଡିପିଓ ବିପୁଳା ସରକାରଙ୍କୁ ପଦୋନ୍ନତିରେ ସହଯୋଗ କରିବାରେ ସମ୍ପୃକ୍ତ ଥିବା ଦର୍ଶାଇ ତାଙ୍କୁ ନିଲମ୍ବିତ କରାଯାଇଛି। ଗତ କିଛିଦିନ ତଳେ ତାଙ୍କ ବିରୋଧରେ ଦୁର୍ନୀତି, ପିସି କାରବାର…
ହାତୀ ପାଇଁ ବିଦ୍ୟୁତ୍ କାଟ୍ ପ୍ରତିବାଦରେ ରାସ୍ତାରୋକୋ
ବଡ଼ସାହି,୭ା୧(ସ୍ବ.ପ୍ର): ବଡ଼ସାହି-ସୁହାଗପୁର ଜଙ୍ଗଲରେ କିଛି ଦିନ ହେଲା ଏକ ଦନ୍ତା ହାତୀ ବୁଲୁଥିବାରୁ ସେହି ଅଞ୍ଚଳରେ ସନ୍ଧ୍ୟାରୁ ସକାଳ ପର୍ଯ୍ୟନ୍ତ ନିୟମିତ ବିଦ୍ୟୁତକାଟ୍ କରାଯାଉଛି। ଏହାର ପ୍ରତିବାଦରେ ଅଞ୍ଚଳବାସୀ ବୁଧବାର ରାସ୍ତାରୋକ କରିଥିଲେ। ସନ୍ଧ୍ୟା ସମୟରେ ମହିଳାପୁରୁଷମାନେ ବଡ଼ସାହି-ଉଦଳା ରାସ୍ତାର ଗୁହାଳଡିହୀଠାରେ…
ଅଗ୍ନିକାଣ୍ଡରେ ଧାନଗଦା ଜଳିଗଲା
ଗଞ୍ଜାମ,୧୫ା୧(ଡି.ଏନ.ଏ.)- ଗଞ୍ଜାମ ବ୍ଲକ ଉମୁରି ଧର୍ମଶରଣପୁର ଗ୍ରାମରେ ବିଦ୍ୟୁତ ତାରରୁ ନିଅଁାଝୁଲ ଖସି ଧାନ ଗଦା ଜଳି ଯାଇଛି। ଖଳାରେ ଥିବା ପ୍ରାୟ ୩୨ ଏକର ଜମିରୁ ଉତ୍ପାଦିତ ୨ଟି ଧାନ ଗଦା ଓ ୪ ପାଳଗଦା ପୋଡି ପାଉଁଶ ହୋଇଯାଇଛି।…
ଡିଏଭି କଲେଜରେ ଜିତେନ୍ଦ୍ର, ହ୍ୟୁମାନଙ୍କ କାଉନସେଲିଂ: ଛାତ୍ରୀଛାତ୍ରଙ୍କୁ ଦେଲେ ସଫଳତାର ମନ୍ତ୍ର
ଟିଟିଲାଗଡ଼, ୧୫।୧ (ଡି.ଏନ.ଏ.): ବଲାଙ୍ଗୀର ଜିଲା ଟିଟିଲାଗଡ଼ ଡିଏଭି ସ୍ବୟଂ ଶାସିତ କଲେଜ ଦୁଇ ପ୍ରାକ୍ତନ ଛାତ୍ର ତଥା ସେଲିବ୍ରେଟି ଜିତେନ୍ଦ୍ର ମିଶ୍ର ଏବଂ ହ୍ୟୁମାନ ସାଗରଙ୍କ ପାଇଁ ଗର୍ବିତ ହୋଇଛି। ଜାତୀୟ ତଥା ଅନ୍ତର୍ଜାତୀୟସ୍ତରରେ ଖ୍ୟାତିପ୍ରାପ୍ତ ଉଭୟ କଳାକାର କଲେଜ…
୨୪ ହଜାର ଗଞ୍ଜେଇ ଗଛ ନଷ୍ଟ କରାଗଲା
ଆର.ଉଦୟଗିରି, ୧୫ା୧(ଡି.ଏନ.ଏ.)- ଆର.ଉଦୟଗିରି ପୋଲିସ ଓ ଅବକାରୀ ବିଭାଗ ପକ୍ଷରୁ ମିଳିତ ଚଢାଉ କରି ପୁଣି ବିପୁଳ ପରିମାଣର ଗଞ୍ଜେଇ ଗଛ ନଷ୍ଟ କରାଯାଇଛି। ଗଜପତି ଜିଲାପାଳ ଅନୁପମ ସାହା ଓ ଏସ୍ପି ସାରା ଶର୍ମାଙ୍କ ନିର୍ଦ୍ଦେଶକ୍ରମେ ବ୍ଲକର ବିଭିନ୍ନ ଥାନା…
ମଦ ବିରୋଧରେ ମହିଳା ଗୋଷ୍ଠୀ ଥାନାର ଦ୍ୱାରସ୍ଥ
ବଙ୍ଗୋମୁଣ୍ଡା, ୧୫ା୧(ଡି.ଏନ.ଏ.): ବଲାଙ୍ଗୀର ଜିଲା ବଙ୍ଗୋମୁଣ୍ଡା ଥାନା ଅନ୍ତର୍ଗତ କଁସିଲ ଗଁ।ରେ ଚାଲିଛି ଅବାଧ ମଦ କାରବାର। ଏ ନେଇ ବିଭିନ୍ନ ସମୟରେ ଗ୍ରାମବାସୀ ଦାବି କରି ଆସୁଥିଲେ ମଧ୍ୟ କୌଣସି ସୁଫଳ ମିଳିନାହିଁ। ଏହିକ୍ରମରେ ବୁଧବାର ଗଁ।ର ମହିଳା ଗୋଷ୍ଠୀ…
ଲୋକନାଥଙ୍କୁ ଲାଗି ହେଲା ମକର ଚୂଳ
ପୁରୀ ଅଫିସ, ୧୫ା୧: ଶ୍ରୀଜଗନ୍ନାଥ ମନ୍ଦିରର ନୀତି ସହିତ ଶ୍ରୀଲୋକନାଥ ମନ୍ଦିର ନୀତି ଜଡ଼ିତ ରହିଛି। ପ୍ରସିଦ୍ଧ ମକର ପର୍ବ ଅବସରରେ ଲୋକନାଥ ଶୈବପୀଠରେ ମକର ପର୍ବ ପାଳିତ ହୋଇଛି। ଧନୁ ସଂକ୍ରାନ୍ତି ଦିନ ମା’ ପାର୍ବତୀ ବାପଘରକୁ ଯାଇଥିଲେ। ମକର…
ମକର ବେଶରେ ଦର୍ଶନ ଦେଲେ ମହାପ୍ରଭୁ
ପୁରୀ ଅଫିସ,୧୫ା୧: ଶ୍ରୀମନ୍ଦିରରେ ବୁଧବାର ପାଳିତ ହୋଇଛି ମକର ପର୍ବ। ରତ୍ନସିଂହାସନରେ ଦାରୁବିଗ୍ରହ ମକର ବେଶରେ ଭକ୍ତଙ୍କୁ ଦର୍ଶନ ଦେଇଛନ୍ତି। ଏଥିପାଇଁ ଶ୍ରୀମନ୍ଦିରରେ ଶ୍ରଦ୍ଧାଳୁଙ୍କ ଗହଳି ହୋଇଥିଲା। ଭୋର ୪ଟାରେ ଦ୍ୱାର ଫିଟିଥିଲା। ମଙ୍ଗଳ ଆଳତି, ଅବକାଶ ବଢିବା ପରେ ତ୍ରିମୁଣ୍ଡିରେ…
ପାର୍କ ପୁନରୁଦ୍ଧାର ନେଇ ଅଣ୍ଟା ଭିଡିଲେ ସ୍ଥାନୀୟ ଯୁବକ
ଏମଭି-୭୯,୧୫ା୧(ଡିଏନ.ଏ.): ଉପଯୁକ୍ତ ରକ୍ଷଣାବେକ୍ଷଣ ଅଭାବରୁ ଏମଭି-୭୯ସ୍ଥିତ ଏକମାତ୍ର ପାର୍କ ଏବେ ଘନ ଜଙ୍ଗଲରେ ପରିଣତ ହୋଇଛି । ଏହି ପାର୍କଟିରେ ଏବେ ବୁଲା ଗୋରୁ ତଥା ଅନ୍ୟାନ୍ୟ ପ୍ରାଣୀଙ୍କ ଏକ ନିରାପଦ ଆଶ୍ରୟସ୍ଥଳ ପାଲଟିଛି। ଅଞ୍ଚଳବାସୀଙ୍କ ଅବସର ବିନୋଦନ, ଭ୍ରମଣ ଉଦ୍ଦେଶ୍ୟରେ…
ପୋଲିସ,ଏସଓଜି ସହ ବିଏସଏଫ ତିଆରି କଲେ: ହନ୍ତାଳଗୁଡାରୁ ଯୋଡ଼ାମ୍ବକୁ ରାସ୍ତା
ଚିତ୍ରକୋଣ୍ଡା,୧୫ା୧(ଡି.ଏନ.ଏ.): ମାଲକାନଗିରି ଜିଲା ଚିତ୍ରକୋଣ୍ଡା ପଞ୍ଚାୟତ ସମିତି ଅନ୍ତର୍ଗତ ସ୍ବାଭିମାନ ଅଞ୍ଚଳର ବିଚ୍ଛିନାଞ୍ଚଳକୁ ପାହାଡ଼, ନଦୀ ଓ ଝରଣା ଘେରି ରହିଛି। ଉକ୍ତ ଅଞ୍ଚଳକୁ ରାସ୍ତା ନ ଥିବାରୁ ଯାତାୟାତ ପାଇଁ ଲୋକେ ବହୁ ଅସୁବିଧାର ସମ୍ମୁଖୀନ ହୋଇଥାନ୍ତି। ଜିଲା ପ୍ରଶାସନ…
ଶର୍ଟ ସର୍କିଟରେ ଜଳିଗଲା ଘର: ମହିଳା ଗୁରୁତର
ନବରଙ୍ଗପୁର,୧୫ା୧(ବି.ପ୍ର.): ନବରଙ୍ଗପୁର ନୋଡାଲ ଆରସିଡି ହାଇସ୍କୁଲ ରୋଡ କଡରେ ଥିିବା ପି. ଉଷାଙ୍କ ଘରେ ବୁଧବାର ବିଦ୍ୟୁତ ଶର୍ଟ ସର୍କିଟ ହୋଇ ଘର ସମେତ ଦୋକାନ ସମ୍ପୂର୍ଣ୍ଣ ଜଳି ଯାଇଛି। ଶାଢୀରେ ନିଅଁ।ଲାଗି ଉଷାଙ୍କ ଶରୀରର ୮୦ ଭାଗ ପୋଡି ଯାଇଛି।…

