ମକର ବୁଡ଼ ପକାଇବାକୁ ଯାଇ ନାବାଳକଙ୍କ ସଲିଳ ସମାଧି
ପାଟଣା,୧୬।୧(ସ୍ବ.ପ୍ର.):କେନ୍ଦୁଝର ଜିଲା ପାଟଣା ଥାନା ଉଦୟପୁର ମୁଣ୍ଡା ସାହିର ଜଣେ ନାବାଳକ ବୈତରଣୀ ନଦୀରେ ମକର ବୁଡ ପକାଇବାକୁ ଯାଇ ପାଣିରେ ବୁଡି ମୃତ୍ୟୁ ଘଟିଛି। ମୃତକ ନାବାଳକ ଜଣକ ହେଉଛନ୍ତି ରାମ ମୁଣ୍ଡାଙ୍କ ପୁଅ ଓମ ସାଇ ମୁଣ୍ଡା(୬ ବର୍ଷ)।…
ଓଲଟିଲା ଯାତ୍ରୀବାହୀ ବସ୍: ୨୦ ଆହତ
କେନ୍ଦୁଝର,୧୬।୧(ସ୍ବ.ପ୍ର.): କେନ୍ଦୁଝର ଜିଲା ଝୁମ୍ପୁରା ଥାନା ରଜାବସା ନିକଟରେ ଏନଏଚ-୨୦ରେ ଏକ ଯାତ୍ରୀବାହୀ ବସ୍(ନମ୍ବର-ଓଆର୦୫ଏଏନ/୬୨୩୦) ଭାରସାମ୍ୟ ହରାଇ ରାସ୍ତା କଡ଼କୁ ଓଲଟି ପଡିଛି। ଫଳରେ ୨୦ଜଣ ଯାତ୍ରୀ ଆହତ ହୋଇଛନ୍ତି। ଘଟଣାସ୍ଥଳରେ ପୋଲିସ ଓ ଅଗ୍ନିଶମ ବିଭାଗ କର୍ମଚାରୀ ପହଞ୍ଚି ଯାତ୍ରୀଙ୍କୁ…
ପ୍ରଫେସର ଡା. ସରସ୍ବତୀ ସ୍ବାଇଁଙ୍କ ପରଲୋକ
କଟକ ଅଫିସ/ ବାଲିପାଟଣା, ୧୬ା୧ (ଡି.ଏନ.ଏ): ପୂର୍ବତନ ଲୋକ ସଭା ବାଚସ୍ପତି ରବି ରାୟଙ୍କ ସହଧର୍ମିଣୀ ତଥା ସାମାଜିକ କର୍ମୀ ପ୍ରଫେସର ଡା. ସରସ୍ବତୀ ସ୍ବାଇଁଙ୍କର ଏସ୍ସିବି ମେଡିକାଲରେ ବୁଧବାର ଭୋର ପ୍ରାୟ ୫ଟା ୩୨ ମିନିଟରେ ପରଲୋକ ଘଟିଛିି। ମୃତ୍ୟୁ…
ଦୁର୍ଘଟଣା ପରେ ବଦଳିଲା ଟ୍ରେନ୍ ଗତିପଥ
କଟକ ଅଫିସ,୧୬।୧: କଟକ ଶାଳଗାଁ ନିକଟରେ ମୁମ୍ବାଇ-ଭୁବନେଶ୍ୱର ଲୋକମାନ୍ୟ ତିଳକ ଏକ୍ସପ୍ରେସ ଗୁରୁବାର ସକାଳ ପ୍ରାୟ ୭ଟା ସମୟରେ ଲାଇନଚ୍ୟୁତ ହୋଇଛି। ୮ଟି ବଗି ଲାଇନଚ୍ୟୁତ ହୋଇଥିବା ସୂଚନା ମିଳିଛି। ଦୁର୍ଘଟଣାରେ ୨୦ ଜଣ ଯାତ୍ରୀ ଆହତ ହୋଇଥିବାବେଳେ ସେମାନଙ୍କ ମଧ୍ୟରୁ…
ବେଆଇନ ଗଞ୍ଜେଇ କାରବାର ୫ ଗିରଫ: ଗଞ୍ଜେଇ ସହ ବୋଲେରୋ, ବାଇକ, ମୋବାଇଲ ଓ ନଗଦ ୩୦ହଜାର ଟଙ୍କା ଜବତ
ଦେବଗଡ଼, ୧୬।୧(ଡି.ଏନ.ଏ.)- ଦେବଗଡ଼ ଜିଲା ରିଆମାଳ ବ୍ଲକ କୁଣ୍ଢେଇଗୋଳା ଥାନା ଅଧିନ କରଲଗା ଗ୍ରାମରେ ବେଆଇନ ଗଞ୍ଜେଇ କାରାବାର ଚାଲିଥିବାବେଳେ ବୁଧବାର ଧରାପଡ଼ିଛି। କୁଣ୍ଢେଇଗୋଳା ଥାନା ପୋଲିସ ଚଢାଉକରି ୫ ଜଣଙ୍କୁ ଗିରଫ କରିଛି। ଗୁରୁବାର ଗିରଫ ଅଭିଯୁକ୍ତମାନଙ୍କୁ କୋର୍ଟ ଚାଳାଣ…
ଗୟାଧରକୁଁ ସାହାଯ୍ର ହାତ୍ ବଢ଼ାଲା ପରଶାସନ
ପର୍ଲା, ୧୬।୧ (ଡି.ଏନ୍.ଏ)- କଳାହାଣ୍ଡି ଜିଲା ଧର୍ମଗଡ଼ ବ୍ଲକ ଜୟନ୍ତପୁର ଗାଁର ଗୟାଧର ଲୋହାର(୨୫) ଅନେକ୍ ଦିନ୍ ହେଲା କେହେନ୍ସି ଗୁଟେ ଅଜନା ରୋଗ୍ରେ ପୀଡ଼ିତ ଅଛନ୍। ଇ ବାବ୍ଦେ ୧୪ ତାରିଖ ମଙ୍ଗଲବାର ଧରିତ୍ରୀ ସମ୍ବଲପୁର ସଂସ୍କରଣରେ ‘ଅଜନା ରୋଗ୍ରେ…
ଟାଙ୍ଗୀ ଶାଳଗାଁ ନିକଟରେ ରେଳ ଦୁର୍ଘଟଣା
କଟକ ଅଫିସ୍,୧୬।୧: ମୁମ୍ବାଇ-ଭୁବନେଶ୍ୱର ଲୋକମାନ୍ୟ ତିଲକ ଏକ୍ସପ୍ରେସ ସହିତ ମାଲଗାଡି ଧକ୍କା ହୋଇଛି। ଗୁରୁବାର ସକାଳ ୭ଟାରେ କଟକର ଟାଙ୍ଗୀ ଶାଳଗାଁ ନିକଟରେ ଏହି ଦୁର୍ଘଟଣା ଘଟିଥିବା ବେଳେ ଏକ୍ସପ୍ରେସ ଟ୍ରେନର ୮ଟି ବଗି ଲାଇନଚ୍ୟୁତ ହୋଇଥିବା ଜଣାପଡ଼ିଛି। ଏହି ଦୁର୍ଘଟଣାରେ…
ଆୟୁଷ ଡାକ୍ତର ଭରସାରେ ୫୦ ହଜାର ଲୋକ୍
ଲାଠୋର, ୧୬।୧ (ଡି.ଏନ୍.ଏ)- ରାଏଜ୍ ସରକାର ଲୁକ୍କୁ ଉଚମାନର ସ୍ବାସ୍ଥ୍ୟସେବା ଯୁଗେଇ ଦେବାର ଲାଗି ଅନେକ ଯୋଜନା କାଯ୍କାରୀ କରୁଛନ୍। ଏନ୍ତା କି ସ୍ବାସ୍ଥ୍ୟ ବିଭାଗକେ ଗୁରୁତ୍ ଦେଇ ରାଏଜ୍ ସରକାର ୫-ଟି ଯୋଜନାରେ ସାମିଲ କରିଛନ୍। ହେଲେ ଆଏଜ୍ ବି…
ମାନସିକ୍ ରୁଗୀର ଉତ୍ପାତରେ ଗାଁଖୁଲି ଶୂନସାନ: ଭଏଭିତ ଅବସ୍ତାରେ ବାରବଖରା ଗାଁବାସୀ
ପର୍ଲା, ୧୬।୧ (ଡି.ଏନ୍.ଏ)- କଳାହାଣ୍ଡି ଜିଲା କୋକସରା ବ୍ଲକ ଦଣ୍ଡାପଟ ଅଂଚଲ ଖୁଣ୍ଟିଆ ପଁଚେତ୍ ବାରବଖରା ଗାଁର ଦେବେନ୍ଦ୍ର ଧରୁଆ(୩୫)। ସେ ଝନେ ମାନସିକ୍ ରୁଗୀ। ଏହେଦେ ତାକଁର ଉତ୍ପାତରେ ଗାଁବାସୀ ଭଏଭିତ ଅବସ୍ତାରେ ରହିଥିବାର ଅଭିଯୋଗ କରିଛନ୍। ସୂଚନା ଅନ୍ସାରେ…
ବ୍ୟଙ୍ଗ କବିତାରେ ହସର ଫୁଆରା
ବଲାଙ୍ଗୀର ଅଫିସ,୧୬।୧: ଜିଲା ଲେଖକ ପରିଷଦ ପକ୍ଷରୁ ଆୟୋଜିତ ବଲାଙ୍ଗୀର ବହିହାଟର ସପ୍ତମ ସନ୍ଧ୍ୟାରେ ଅନୁଷ୍ଠିତ ବ୍ୟଙ୍ଗ-ହାସ୍ୟ କବିତା ଆସରରେ ଦର୍ଶକ ହସର ଖୋରାକ ପାଇଥିଲେ। ଏଥିରେ ହାସ୍ୟକବି ଅର୍ଜୁନ ସାହୁ, ଶରତ ମିଶ୍ର, ଅନୁପ୍ରିୟା ମିଶ୍ର, ମଧୁସୂଦନ ନାୟକ ଓ…
ଭାରପ୍ରାପ୍ତ ପ୍ରଧାନଶିକ୍ଷକଙ୍କ ଭୁଲ ଲାଗି ଛାତ୍ରୀ ପରୀକ୍ଷାରୁ ବଞ୍ଚିତ
ନବରଙ୍ଗପୁର,୧୬।୧(ବି.ପ୍ର.)- ଭାରପ୍ରାପ୍ତ ପ୍ରଧାନଶିକ୍ଷକଙ୍କ ଭୁଲ ଲାଗି ଜଣେ ଛାତ୍ରୀ ପଠାଣି ସାମନ୍ତ ଗଣିତ ସ୍କଲାରଶିପ ଟେଷ୍ଟ- ୨୦୧୯ ପରୀକ୍ଷା ଦେବାରୁ ବଞ୍ଚିତ ହୋଇଛନ୍ତିି। ପୂର୍ବାହ୍ନ ୧୦ଟାରୁ ଗୋଟାଏ ପର୍ଯ୍ୟନ୍ତ ପରୀକ୍ଷା ସମୟ ରହିଥିବା ବେଳେ ବିଦ୍ୟାଳୟର ଶିକ୍ଷକ ସାଢେ ୧୦ଟାରେ ଛାତ୍ରୀଙ୍କୁ…
ଆନ୍ଧ୍ର-ଓଡ଼ିଶା ସୀମାନ୍ତ ମାଣିକପାଟଣା ଗ୍ରାମ: ୯ମାସ ହେଲା ଅନ୍ଧାରରେ ଗ୍ରାମବାସୀ
ରାୟଗଡ଼(ଗଜପତି),୧୬।୧(ଡି.ଏନ୍.ଏ.) ତିତ୍ଲି ବାତ୍ୟାକୁ ବର୍ଷେ ପୁରିଥିଲେ ମଧ୍ୟ ଗଜପତି ଜିଲାର ଅନେକ ଅଞ୍ଚଳକୁ ଏ ପର୍ଯ୍ୟନ୍ତ ନିରବଚ୍ଛିନ୍ନ ବିଦ୍ୟୁତ ସଂଯୋଗ ହୋଇପାରିନାହିଁ। ଫଳରେ ଗ୍ରାମବାସୀ ଅନ୍ଧାରରେ ରହୁଛନ୍ତି। ଆନ୍ଧ୍ର-ଓଡିଶା ସୀମାନ୍ତ ଏହି ଗ୍ରାମ ପାଇଁ ଆନ୍ଧ୍ର ପ୍ରଦେଶର ବିଦ୍ୟୁତ ସେବା ହିଁ…

