ଆମ ଜିଲା ଖବର

ବ୍ୟଙ୍ଗ କବିତାରେ ହସର ଫୁଆରା

ବଲାଙ୍ଗୀର ଅଫିସ,୧୬।୧: ଜିଲା ଲେଖକ ପରିଷଦ ପକ୍ଷରୁ ଆୟୋଜିତ ବଲାଙ୍ଗୀର ବହିହାଟର ସପ୍ତମ ସନ୍ଧ୍ୟାରେ ଅନୁଷ୍ଠିତ ବ୍ୟଙ୍ଗ-ହାସ୍ୟ କବିତା ଆସରରେ ଦର୍ଶକ ହସର ଖୋରାକ ପାଇଥିଲେ। ଏଥିରେ ହାସ୍ୟକବି ଅର୍ଜୁନ ସାହୁ, ଶରତ ମିଶ୍ର, ଅନୁପ୍ରିୟା ମିଶ୍ର, ମଧୁସୂଦନ ନାୟକ ଓ…

ଭାରପ୍ରାପ୍ତ ପ୍ରଧାନଶିକ୍ଷକଙ୍କ ଭୁଲ ଲାଗି ଛାତ୍ରୀ ପରୀକ୍ଷାରୁ ବଞ୍ଚିତ

ନବରଙ୍ଗପୁର,୧୬।୧(ବି.ପ୍ର.)- ଭାରପ୍ରାପ୍ତ ପ୍ରଧାନଶିକ୍ଷକଙ୍କ ଭୁଲ ଲାଗି ଜଣେ ଛାତ୍ରୀ ପଠାଣି ସାମନ୍ତ ଗଣିତ ସ୍କଲାରଶିପ ଟେଷ୍ଟ- ୨୦୧୯ ପରୀକ୍ଷା ଦେବାରୁ ବଞ୍ଚିତ ହୋଇଛନ୍ତିି। ପୂର୍ବାହ୍ନ ୧୦ଟାରୁ ଗୋଟାଏ ପର୍ଯ୍ୟନ୍ତ ପରୀକ୍ଷା ସମୟ ରହିଥିବା ବେଳେ ବିଦ୍ୟାଳୟର ଶିକ୍ଷକ ସାଢେ ୧୦ଟାରେ ଛାତ୍ରୀଙ୍କୁ…

ଆନ୍ଧ୍ର-ଓଡ଼ିଶା ସୀମାନ୍ତ ମାଣିକପାଟଣା ଗ୍ରାମ: ୯ମାସ ହେଲା ଅନ୍ଧାରରେ ଗ୍ରାମବାସୀ

ରାୟଗଡ଼(ଗଜପତି),୧୬।୧(ଡି.ଏନ୍‌.ଏ.) ତିତ୍‌ଲି ବାତ୍ୟାକୁ ବର୍ଷେ ପୁରିଥିଲେ ମଧ୍ୟ ଗଜପତି ଜିଲାର ଅନେକ ଅଞ୍ଚଳକୁ ଏ ପର୍ଯ୍ୟନ୍ତ ନିରବଚ୍ଛିନ୍ନ ବିଦ୍ୟୁତ ସଂଯୋଗ ହୋଇପାରିନାହିଁ। ଫଳରେ ଗ୍ରାମବାସୀ ଅନ୍ଧାରରେ ରହୁଛନ୍ତି। ଆନ୍ଧ୍ର-ଓଡିଶା ସୀମାନ୍ତ ଏହି ଗ୍ରାମ ପାଇଁ ଆନ୍ଧ୍ର ପ୍ରଦେଶର ବିଦ୍ୟୁତ ସେବା ହିଁ…

ଶ୍ରୀଅଲାରନାଥଙ୍କ ପୀଠରେ ମକର ନୀତି ସମ୍ପନ୍ନ

ବ୍ରହ୍ମଗିରି,୧୬ା୧(ଡି.ଏନ୍‌.ଏ.): ପବିତ୍ର ମକର ସଂକ୍ରାନ୍ତିରେ ବୁଧବାର ଶ୍ରୀଅଲାରନାଥଙ୍କ ପୀଠରେ ସ୍ବତନ୍ତ୍ର ମକର ନୀତି ଅନୁଷ୍ଠିତ ହୋଇଛି। ଭୋର ୪ଟାରୁ ମନ୍ଦିର ଦ୍ୱାର ଖୋଲାଯାଇ ମଙ୍ଗଳ ଆଳତି, ଅବକାଶ, ତୁଳସୀ ଚନ୍ଦନ ଲାଗି, ବଲ୍ଲଭ ନୀତି ହେବାପରେ ସ୍ବତନ୍ତ୍ର ଭାବେ ପହିଲି ଭୋଗ…

ଆଦିବାସୀ ସାଂସ୍କୃତିକ କାର୍ଯ୍ୟକ୍ରମରେ କନ୍ଧମାଳ ପ୍ରଥମ

ଫୁଲବାଣୀ ଅଫିସ, ୧୬ା୧-କୋଚିନ୍‌ଠାରେ ଚାଲିଥିବା ୧୨ତମ ଜାତୀୟସ୍ତରୀୟ ଆଦିବାସୀଙ୍କ ଭାବ ଆଦାନପ୍ରଦାନ କାର୍ଯ୍ୟକ୍ରମରେ କନ୍ଧମାଳ ଜିଲାକୁ ସଫଳତା ମିଳିଛି ା ନେହେରୁ ଯୁବ କେନ୍ଦ୍ର ପକ୍ଷରୁ ଚକାପାଦ ବ୍ଲକ କରୁକାସ୍କା ଗ୍ରାମର ନୀଳଚକ୍ର ଯୁବକ ସଂଘର କଳାକାରମାନେ ସେମାନଙ୍କ କଳା ପ୍ରଦର୍ଶନ…

ପୂର୍ବତନ ବାଚସ୍ପତି ଚିନ୍ତାମଣିଙ୍କ ପ୍ରସ୍ତାବ: ବଂଶଧାରାକୁ ସଂଯୋଗୀକରଣ ହେଉ ଋଷିକୁଲ୍ୟା ନଦୀ

ବ୍ରହ୍ମପୁର ଅଫିସ,୧୬ା୧-ଗଜପତି ଜିଲା ବଂଶଧାରା ଓ ଗଞ୍ଜାମ ଜିଲାର ଋଷିକୁଲ୍ୟା ନଦୀ ସଂଯୋଗୀକରଣ କରାଯାଉ। ଏହାଦ୍ୱାରା ଦୁଇ ନଦୀ ବନ୍ୟା ନିୟନ୍ତ୍ରଣରେ ସହାୟକ ହେବ ଏବଂ ଗ୍ରୀଷ୍ମ ଓ ଶୀତଋତୁରେ ଶୁଷ୍କ ହୋଇଯାଉଥିବା ଋଷିକୁଲ୍ୟା ଚିରସ୍ରୋତା ହୋଇପାରିବ। କେବଳ ସେତିକି ନୁହେଁ,…

ବୈଷୟିକ ଜ୍ଞାନକୌଶଳରେ ଶିକ୍ଷାଦାନ ପାଇଁ ପ୍ରୟାସ

ଧରାକୋଟ,୧୬ା୧(ଡି.ଏନ.ଏ.)-ଶିକ୍ଷାର ଗୁଣାତ୍ମକ ବିକାଶ ପାଇଁ ସରକାର ବିଭିନ୍ନ ପଦକ୍ଷେପ ହାତକୁ ନେଇଛନ୍ତି। ହେଲେ ଧରାକୋଟ ବ୍ଲକର ମୁଣ୍ଡମରାଇସ୍ଥିତ ପୁରାତନ ବାଳିକା ପ୍ରାଥମିକ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ସୂର୍ଯ୍ୟନାରାୟଣ ସାହୁ ପିଲାଙ୍କୁ ପାଠ ପଢ଼ାଇବା ପାଇଁ ଏକ ଭିନ୍ନ ପଦକ୍ଷେପ ଆପଣେଇଛନ୍ତି। ସୂଚନା…

ଟିକ୍‌ଟକ୍‌ ଶୁଟିଂ ବେଳେ ଦୁର୍ଘଟଣା : ଭିଣୋଇ ମୃତ, ଶାଳକ ଗୁରୁତର

ବ୍ରହ୍ମପୁର ଅଫିସ,୧୬ା୧-୧୬ନଂ. ଜାତୀୟ ରାଜପଥ ଖଜୁରିଆ ବାଇପାସ ନିକଟରେ ବୁଧବାର ସନ୍ଧ୍ୟାରେ ଟିକ୍‌ଟକ୍‌ ଶୁଟିଂ କରୁଥିବା ବେଳେ ଦୁର୍ଘଟଣା ଘଟିଛି। ବାଇକ୍‌ରେ ବସି ୨ ଜଣ ଯୁବକ ଟିକ୍‌ଟକ୍‌ ଶୁଟିଂ କରୁଥିବା ବେଳେ ଟ୍ରକ୍‌ ଧକ୍କାରେ ଭିଣୋଇ (ବାଇକ୍‌ ଚାଳକ)ଙ୍କ ମୃତ୍ୟୁ…

ସୁନ୍ଦର ଧାରା ଖଣ୍ଡାଧାର

କେନ୍ଦୁଝର, ୧୬ା୧ (ସ୍ବ.ପ୍ର.)-କେନ୍ଦୁଝର ଓ ସୁନ୍ଦରଗଡ଼ ଜିଲା ସୀମାନ୍ତରେ ରହିଛି ମାଲାଙ୍ଗଟୋଲି ପର୍ବତମାଳା । ଏହି ପର୍ବତମାଳାରେ ଉଚ୍ଚ ମାନର ଖଣିଜସମ୍ପଦ ଗଚ୍ଛିତ ଥିବାବେଳେ ଏହା ହେଉଛି ପ୍ରକୃତିର ଗନ୍ତାଘର । ଏହି ପାହାଡ଼ରେ ରହିଛି ଏକାଧିକ ପ୍ରାକୃତିକ ସୌନ୍ଦର୍ଯ୍ୟପୂର୍ଣ୍ଣ ଜଳପ୍ରପାତ…

ଜଗତ୍‌ସିଂହପୁର ମକର ମେଳା ଆରମ୍ଭ

ଜଗତ୍‌ସିଂହପୁର ଅଫିସ, ୧୬।୧: ଜଗତ୍‌ସିଂହପୁରରର ପ୍ରସିଦ୍ଧ ମକର ମେଳା ସ୍ବତନ୍ତ୍ର। ପ୍ରତିବର୍ଷ ଭଳି ଚଳିତବର୍ଷ ମକର ସଂକ୍ରାନ୍ତୀ ଅବସରରେ ବୁଧବାରଠାରୁ ସୋମନାଥ ହାଟ ପଡ଼ିଆଠାରେ ଏହି ମେଳା ଆରମ୍ଭ ହୋଇଛି। ଜିଲାପାଳଙ୍କ କାର୍ଯ୍ୟାଳୟ ପରିସର ପଡ଼ିଆଠାରେ ପୁସ୍ତକ ମେଳା ଓ ହାଟ…

ଏକବିଂଶତମ ଜଗତ୍‌ସିଂହପୁର ପୁସ୍ତକ ମେଳା ଉଦ୍‌ଘାଟିତ, ଗୀତା ପଠନ ଶ୍ରେଷ୍ଠ ଅଭ୍ୟାସ: ରାଜ୍ୟପାଳ

ଜଗତ୍‌ସିଂହପୁର ଅଫିସ୍‌, ୧୬।୧: ସାରା ବିଶ୍ୱରେ ୪ ପ୍ରକାର ପୁସ୍ତକ ପ୍ରକାଶ ପାଉଛି। ସେଗୁଡିକ ବିଶେଷକରି ପରିଚାଳନା, ସମ୍ବନ୍ଧ, ବନ୍ଧୁତ୍ୱର ଗୁଣାତ୍ମକ ବିକାଶ ଓ ଆତ୍ମବିକାଶ ଉପରେ ଆଧାରିତ ବୋଲି ବୁଧବାର ଏକବିଂଶତମ ଜଗତ୍‌ସିଂହପୁର ପୁସ୍ତକ ମେଳା ଉଦ୍‌ଘାଟନୀ ଅବସରରେ ମୁଖ୍ୟଅତିଥି…

ଖୋଲା ସ୍ଥାନରେ ପୋଡ଼ାଯାଉଛି ବର୍ଜ୍ୟବସ୍ତୁ

ଯାଜପୁର ଅଫିସ,୧୬ା୧: କେନ୍ଦ୍ର ଜଙ୍ଗଲ ଓ ପରିବେଶ ମନ୍ତ୍ରଣାଳୟ ଦ୍ୱାରା ରାଜ୍ୟରେ ଡାକ୍ତରୀ ଜୈବ ଆବର୍ଜନା(ବାୟୋ ମେଡିକାଲ ୱେଷ୍ଟ) ପରିଚାଳନାର ଉନ୍ନତି ନିମନ୍ତେ ବିଭିନ୍ନ ପଦକ୍ଷେପ ନିଆଯାଇଛି। ଏଥିପାଇଁ ଯାଜପୁର ଜିଲାରେ ମେଡିଆରା ଆଡ୍‌ ପ୍ରାଇଭେଟ ଲିଃ ଓ ସାନି କ୍ଲିନ୍‌…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?