ଆମ ଜିଲା ଖବର

ସ୍ତ୍ରୀଙ୍କୁ ହତ୍ୟା କରି ପୋତି ଦେଇଥିଲେ: ୧୮ ଦିନ ପରେ ମୃତଦେହ ଉଦ୍ଧାର, ଅଭିଯୁକ୍ତ ସ୍ବାମୀଙ୍କ ସହ ୫ ଅଟକ

ସମ୍ବଲପୁର,୧୮।୧ (ବ୍ୟୁରୋ)- ସମ୍ବଲପୁର ଜିଲା ଧନୁପାଲି ଥାନା ବାହାଲପଡାରେ ଜଣେ ମହିଳାଙ୍କୁ ହତ୍ୟା କରିବା ପରେ ସ୍ବାମୀ ପୋତି ଦେଇଥିଲେ। ଶନିବାର ପୋଲିସ ମାଟି ତଳୁ ତାଙ୍କ ମୃତଦେହକୁ ଉଦ୍ଧାର କରି ଅଭିଯୁକ୍ତ ସ୍ବାମୀ କୁନାଲ ସିଂଙ୍କ ସହ ୫ଜଣଙ୍କୁ ଅଟକ…

ବାଣ ଫୁଟି ନାବାଳକ ଗୁରୁତର

କେନ୍ଦୁଝର,୧୮।୧ (ସ୍ବ.ପ୍ର.): କ୍ରିକେଟ ଟୁର୍ନାମେଣ୍ଟ ଚାଲିଥିବା ବେଳେ ବାଣ ଫୁଟାଇବା ସମୟରେ ଜଣେ ନାବାଳକ ଗୁରୁତର ହୋଇଛନ୍ତି। ସେ ହେଲେ ରରୁଆଁ ଥାନା ଟିଙ୍ଗିରିଆ ଗ୍ରାମର ମନୋରଞ୍ଜନ ନାଏକଙ୍କ ପୁଅ ସୁମନ୍ତ କୁମାର ନାଏକ(୧୭)। ତାଙ୍କୁ ପ୍ରଥମେ ପରିବାରଲୋକେ ଶୁକୃଳି ସାସ୍ଥ୍ୟକେନ୍ଦ୍ରରେ…

ପିକ୍‌ନିକ୍‌ ହେଲା କାଳ: ଜଳପ୍ରପାତରେ ଗାଧୋଇବା ବେଳେ ଚାଲିଗଲା ୨ ଛାତ୍ରଙ୍କ ଜୀବନ

ସମ୍ବଲପୁର,୧୮।୧(ବ୍ୟୁରୋ): ସମ୍ବଲପୁର ଜିଲା ଯୁଯୁମୁରାଠାରେ ଥିବା ଦେବଝରଣ ପର୍ଯ୍ୟଟନସ୍ଥଳୀକୁ ଶନିବାର ଭିସୁଟ୍‌ ଇଞ୍ଜିନିୟରିଂ ଛାତ୍ର ପିକ୍‌ନିକ୍‌ କରିବାକୁ ଯାଇଥିଲେ। ଜଳପ୍ରପାତରେ ଗାଧୋଉଥିବା ସମୟରେ ବୁଡ଼ିଯିବାରୁ ଦୁଇଜଣଙ୍କ ମୃତ୍ୟୁ ଘଟିଛି। ସେମାନେ ହେଲେ ବୁର୍ଲା ଭିସୁଟ୍‌ କମ୍ପ୍ୟୁଟର ସାଇନ୍ସ ତୃତୀୟ ବର୍ଷ ଛାତ୍ର…

ବ୍ଲକସ୍ତରୀୟ କୃଷକ ସମ୍ପର୍କ ମେଳା

ବନ୍ତ,୧୮।୧(ସ୍ବ.ପ୍ର.): ଭଦ୍ରକ ଜିଲା ବନ୍ତ ବ୍ଲକ ଶେଉଳଗଡ଼ିଆ କୃଷି ଫାର୍ମଠାରେ କୃଷି ବିଭାଗ ପକ୍ଷରୁ ଶନିବାର ଏକ ବ୍ଲକସ୍ତରୀୟ କୃଷକ ସମ୍ପର୍କ ମେଳା ଅନୁଷ୍ଠିତ ହୋଇଯାଇଛି । ଜିଲା କୃଷି ଅଧିକାରୀ ପ୍ରସାଦ କୁମାର ନାୟକଙ୍କ ସଭାପତିତ୍ୱରେ ଅନୁଷ୍ଠିତ ସଭାରେ ମୁଖ୍ୟ…

ଅସ୍ତ୍ରୋପଚାର ସମୟରେ ପ୍ରସୂତି ମୃତ, ଚିକିତ୍ସାରେ ଅବହେଳା ଅଭିଯୋଗ ଆଣିଲେ ପରିବାର

ବରଗଡ଼ ଅଫିସ, ୧୮।୧- ବରଗଡ଼ ଜିଲା ମୁଖ୍ୟ ଡାକ୍ତରଖାନାରେ ଶନିବାର କନ୍ୟା ସନ୍ତାନ ଜନ୍ମ ଦେବା ପରେ ଜଣେ ପ୍ରସୂତିଙ୍କ ମୃତ୍ୟୁ ହୋଇଛି। ମୃତା ମହିଳା ଜଣକ ହେଲେ ବରଗଡ଼ ସଦର ଥାନା ଅନ୍ତର୍ଗତ ବେହେରା ଗ୍ରାମର ଉମାକାନ୍ତ ବନଛୋରଙ୍କ ସ୍ତ୍ରୀ…

ଉଚ୍ଛେଦ ଦାବିରେ ତହସିଲ କାର୍ଯ୍ୟାଳୟ ସମ୍ମୁଖରେ ଧାରଣା

ଛେଣ୍ଡିପଦା,୧୮।୧(ସ୍ବ.ପ୍ର.): ଅନୁଗୋଳ ଜିଲା ଛେଣ୍ଡିପଦା ବ୍ଲକ ବ୍ରାହ୍ମଣବିଲ ଗ୍ରାମ ଯାତ୍ରାପଡ଼ିଆରୁ ଉଚ୍ଛେଦ ଦାବିରେ ଶନିବାର ଗ୍ରାମବାସୀଙ୍କ ପକ୍ଷରୁ ତହସିଲ କାର୍ଯ୍ୟାଳୟ ସମ୍ମୁଖରେ ଗଣଧାରଣା ଦିଆଯାଇଛି । ପ୍ରକାଶ ଯେ, ବ୍ରାହ୍ମଣବିଲ ଗ୍ରାମର କଲ୍ୟାଣ ମଣ୍ଡପକୁ ଲାଗିଥିବା ସରକାରୀ ଜମିରେ ଉକ୍ତ ଗ୍ରାମର…

ହଜିଗଲା ମାନବିକତା: କୁଷ୍ଠ ରୋଗୀ ବୋଲି ମିଳିଲାନି କାନ୍ଧ, ସାଇକେଲରେ ବୁହା ହେଲା ମୃତଦେହ

ପର୍ଲା,(ଡି.ଏନ୍‌.ଏ.),୧୮।୧- ଆଜିର ଅତ୍ୟାଧୁନିକ ସମାଜରେ ମଧ୍ୟ ଅନେକେ ଅନ୍ଧବିଶ୍ୱାସ ଭଳି ସାମାଜିକ ବ୍ୟାଧିଗ୍ରସ୍ତ। ଏପରିକି ସମାଜରେ ମାନବିକତା ଧୀରେ ଧୀରେ ହଜିବାକୁ ବସୁଛି। ଏଭଳି ଅଭାବନୀୟ ଘଟଣା କଳାହାଣ୍ଡି ଜିଲା ଧର୍ମଗଡ ବ୍ଲକ ଦଣ୍ଡପାଟ ଅଞ୍ଚଳ ଛଞ୍ଚାଣବାହାଳି ପଞ୍ଚାୟତ ବେହେରାଗୁଡାରେ ଦେଖିବାକୁ…

୨୦ନଂ.ଏନ୍‌ଏଚ୍‌ରେ ସିରିଜ୍‌ ଦୁର୍ଘଟଣା: ପଛକୁ ପଛ ପିଟିହେଲା ୩ ଟ୍ରକ୍‌, ଚାପିହୋଇ ରହିଛନ୍ତି ୨ ଡ୍ରାଇଭର, ଜଣେ ଗୁରୁତର

କେନ୍ଦୁଝର,୧୮।୧ (ସ୍ବ.ପ୍ର.): କେନ୍ଦୁଝର ଜିଲା ୨୦ନଂ. ଜାତୀୟ ରାଜପଥରେ ଶନିବାର ସକାଳେ ସିରିଜ୍‌ ଟ୍ରକ୍‌ ଦୁର୍ଘଟଣା ଘଟିଛି। ପଛକୁ ପଛ ୩ ଆଇରନ ବୋଝେଇ ଟ୍ରକ୍‌ ପିଟିହୋଇ ୨ ଡ୍ରାଇଭର ଚାପିହୋଇ ରହିଥିବା ବେଳେ ଅନ୍ୟ ଜଣେ ଡ୍ରାଇଭରଙ୍କୁ ଗୁରୁତର ହୋଇଛନ୍ତି।…

ବାରବାଟୀ-କଟକ ନିର୍ବାଚନୀ ମାମଲାରେ ମୋକିମଙ୍କ ପକ୍ଷରୁ ଯୁକ୍ତି ଉପସ୍ଥାପନ

କଟକ ଅଫିସ,୧୮ା୧: ବାରବାଟୀ-କଟକ ବିଧାନସଭା ନିର୍ବାଚନୀ ମାମଲାକୁ ନେଇ ହାଇକୋର୍ଟରେ ରୁଜୁ ହୋଇଥିବା ମାମଲାରେ ବିଧାୟକ ମହମ୍ମଦ ମୋକିମଙ୍କ ପକ୍ଷରୁ ବରିଷ୍ଠ ଆଡଭୋକେଟ ବିଦ୍ୟାଧର ମିଶ୍ର ଶୁକ୍ରବାର ଯୁକ୍ତି ଉପସ୍ଥାପନ କରିଥିଲେ। ଶୁକ୍ରବାର ଶୁଣାଣି ଅଧାରେ ରହିଥିଲା। ମାମଲାର ପରବର୍ତ୍ତୀ ଶୁଣାଣି…

ପୁଞ୍ଜିଲାଲଙ୍କ ଅଡୁଆ ବଢ଼ିଲା

କଟକ ଅଫିସ,୧୮ା୧: ବଲାଙ୍ଗୀର ଜିଲା ପାଟଣାଗଡ ବୋମା ବିସ୍ଫୋରଣ ମାମଲାର ମୁଖ୍ୟ ଅଭିଯୁକ୍ତ ପୁଞ୍ଜିଲାଲ ମେହେରଙ୍କ ପାଇଁ ଅଡୁଆ ବଢିଛି। ପୁଞ୍ଜିଲାଲଙ୍କ ଜାମିନ ପାଇଁ ତାଙ୍କ ଓକିଲ ହାଇକୋର୍ଟ ଆସିଛନ୍ତି। ବିଚାରପତି ଜଷ୍ଟିସ ଅକ୍ଷୟ କୁମାର ମିଶ୍ର ଏହି ଜାମିନ ଆବେଦନର…

ଦକ୍ଷିଣକାଳୀ ମନ୍ଦିରରୁ ମା’ଙ୍କ ଲକ୍ଷାଧିକ ଟଙ୍କାର ଅଳଙ୍କାର ଚୋରି

ମହାକାଳପଡ଼ା,୧୮।୧(ଡି.ଏନ୍‌.ଏ.): କେନ୍ଦ୍ରାପଡ଼ା ଜିଲା ମହାକାଳପଡ଼ା ବ୍ଲକ ତନ୍ତିଆପାଳ ମେରାଇନ୍‌ ଥାନା ଅଧୀନ ଜଗରିଯୋର ହାଟଠାରେ ଥିବା ପ୍ରସିଦ୍ଧ ଦକ୍ଷିଣକାଳୀ ମନ୍ଦିରରୁ ଶୁକ୍ରବାର ବିଳମ୍ବିତ ରାତିରେ ଚୋରି ହୋଇଛି। ମା’ଙ୍କ ଲକ୍ଷାଧିକ ଟଙ୍କାର ସୁନା ଅଳଙ୍କାର ଚୋରି ହୋଇଥିବା ଶନିବାର ଥାନାରେ ଅଭିଯୋଗ…

ଖାଦ୍ୟରେ ବିଷକ୍ରିୟାରୁ ଗଲା ଜୀବନ: ଗୋଟିଏ ପରିବାରର ୩ ଅସୁସ୍ଥ, ଜଣେ ମୃତ

ଭଞ୍ଜନଗର,୧୮।୧(ଡି.ଏନ୍‌.ଏ.): ଗଞ୍ଜାମ ଜିଲା ଭଞ୍ଜନଗର ତହସିଲ ଅନ୍ତର୍ଗତ ବଦାଙ୍ଗିରେ ଖାଦ୍ୟରେ ବିଷକ୍ରିୟା ଯୋଗୁ ଶନିବାର ଗୋଟିଏ ପରିବାରର ୩ଜଣ ଅସୁସ୍ଥ ଥିବା ବେଳେ ଜଣେ ଶିଶୁକନ୍ୟାଙ୍କ ମୃତ୍ୟୁ ଘଟିଛି। ମୃତକ ହେଲେ ଲିମା ଗୌଡ଼ (୩)। ଭଞ୍ଜନଗର ମେଡିକାଲରେ ଅସୁସ୍ଥମାନେ ଚିକିତ୍ସିତ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?