ଚିକିଛା ଲାଗି ଟଁକା ଅଭାବ୍‌: କର୍କଟ ରୋଗ୍‌ରେ ପୀଡ଼ିତ ସମୀର

ଗୁଡ଼ଭେଲା, ୧୭।୨ (ଡି.ଏନ୍‌.ଏ.)- ବଲାଙ୍ଗୀର ଜିଲା ତୁଷୁରା ସହରର ଡାକ୍‌ତରଖାନା ପାସେ ଗୁଟେ ଘର ଭଡ଼ା ନେଇ ରହୁଛନ୍‌ ସମୀର ଖାନ୍‌(୪୫)। ପାଖାପାଖି ବଛ୍‌ରେ ହେଲା ସେ କର୍କଟ ରୋଗ୍‌ରେ ପୀଡ଼ିତ ଅଛନ୍‌। ହେଲେ ଟଁକା ପଏସା ଅଭାବୁ ଚିକିଛା କରେଇ ନାଇଁପାରବାର। ଏନ୍‌ତାଥି ସେ ନିଜର ଭାଏଗ୍‌କେ ଆଦ୍‌ରି ଘରେ ପଡ଼ି ରହିଛନ୍‌।
ସୂଚନା ଅନ୍‌ସାରେ ବିହାର ରାଏଜ୍‌ ଚିତ୍ରା ଗଁାର ମୂଲ ବାସିନ୍‌ଦା ହେଉଛନ୍‌ ସମୀର ଖାନ୍‌(୪୫)। ଆଏଜ୍‌କେ ୧୨ ବଛର ତଲେ ପେଟ୍‌ପାଟନାର ଲାଗି ଓଡ଼ିଶାକେ ପଲେଇ ଆସିଥିଲେ। ଅଂଚଲରେ ସେ ଝନେ ମାର୍ବଲ ମିସ୍ତ୍ରୀ ହିସାବେ କାମ୍‌ କରି ନିଜର ପେଟ୍‌ ପାଲୁଥିଲେ। ପଛେ କପସିଲା ଗଁାର ବନିତାକୁଁ ସେ ଭଲପାଇ ବିହା ହେଇ ଘର ସଁସାର କରିଥିଲେ। ଏହେଦେ ତାକର ପରିବାର କହେଲେ ମାଏକିନା ବନିତା(୩୭), ଦୁଇ ଝି’ ପୁନମ(୧୨) ଆର ଆଲିସା(୧୦)କୁଁ ନେଇ ସଁସାର। ହଁସ୍‌ଖୁସିରେ ସମୀରକଁର ସଁସାର ରଥ ଗଡ଼ି ଯାଉଥିଲା। ହେଲେ ଆଏଜ୍‌କେ ୬ ମାସ୍‌ ତଲେ ସମୀରକଁର ଟୁଁଡ଼େ ଗୁଟେ ଘା’ ହେଇଥିଲା। ମାଏକିନା ବନିତା ଧାରଉଧାର କରି ସମୀରକୁଁ ଚିକିଛା ଲାଗି ତୁଷୁରା, ବଲାଙ୍ଗୀର, ବୁର୍ଲା ଆର ପଛେ ୨ା୧୧ା୨୦୧୯ରେ କଟକ ବଡ଼ ଡାକ୍‌ତରଖାନାକେ ନେଇଥିଲେ। ସେଠାନେ ପରୀକ୍ଷାରୁ ଜନାପଡ଼ଲା ଯେ ସମୀର କର୍କଟ ରୋଗ୍‌ରେ ପୀଡ଼ିତ ଅଛନ୍‌। ହେଲେ ଟଁକା ପଏସା ଅଭାବୁ ଦୁଇ ମାଏଝି ମୁନୁଷ୍‌ ଘରକେ ଫିରିଆଏଲେ। ସେମାନେ ଚିକିଛା ସାହାଯ୍‌ ଲାଗି ଏନ୍‌ଏସି ଅଧ୍ୟକ୍ଷା, ବ୍ଲକ ଅଧ୍ୟକ୍ଷ, ଶିଶୁ ମହିଲା ବିକାଶ ମନ୍ତ୍ରୀକୁଁ ଭେଟି ନିଜର ଦୁଖ୍‌ ବଖାନିଥିଲେ। ମନ୍ତ୍ରୀକଁର ସୁପାରିଶରେ ସମୀର ଚିକିଛା ସାହାଯ୍‌ ହିସାବେ ୧୫ା୨ା୨୦୨୦ ଶନିବାର ଦିନ ମୁଖ୍ୟମନ୍ତ୍ରୀ ରିଲିଫ ଫଣ୍ଡରୁ ୧୫ ହଜାର ଟଁକା ପାଇଛନ୍‌। ହେଲେ କର୍କଟ ରୋଗ୍‌ ଲେଖେଁ ଗୁଟେ ଅମାନତିଆ ରୋଗ୍‌କେ ୧୫ ହଜାର ଟଁକା ଚିକିଛା ସାହାଯ୍‌ କାଣା ହେବା। ଏହେଦେ ଭଗବାନ ନ ଆମର ସାହାଭରସା ବଲି ବନିତା କହିଛନ୍‌। ଇଆଡ଼େ ପରିବାରଟା ନିହାତି ଗରିବ୍‌, ଜମିବାଡ଼ି, ସଁପତି ବଲି କିଛି ନାଇଁ। ସମୀର ଘରର ଝନେ ବଲି ରୁଜ୍‌ଗାରିଆ ଲୋକ୍‌। ତାକର କମାନିରେ ପରିବାର ଚଲବାର ସଂଗେ ଝି’ମାନକର ପାଠ୍‌ ପଢ଼ା ଖରଚ୍‌ ତୁଲଉଥିଲେ। ଏହେଦେ ସମୀରକଁର ଚିକିଛା ଲାଗି କାହାକେ କହିମି, ଆମେ ଗରିବ୍‌ ଲୋକ୍‌, କିଏ ସାହାଯ୍‌ କରବା। ଏନ୍‌ତା ସବୁ ଭାବି ବନିତା ଭାଂଗି ପଡ଼ିଛନ୍‌। ଇ ବାବ୍‌ଦେ ଗୁଡ଼ଭେଲା ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରର ଚିକିଛା ଅଧ୍‌କାରୀ ସୁମିତ ମେହେରକୁଁ ପଚ୍‌ରାଲାରୁ ମୁଇଁ ଘଟନା ବାବ୍‌ଦେ ନାଇଁ ଜାନି। ଘଟନାର ତଦଁତ୍‌ କରି ପଦକ୍ଷେପ ନେମି ବଲି ସେ କହିଥିଲେ। ଇ ଦିଗେ ଜିଲା ପରଶାସନ ଆର ସ୍ବାସ୍ଥ୍ୟ ବିଭାଗ ଦୁରୁଷ୍‌ଟି ଦେଇ ସମୀରକୁଁ ସରକାରୀ ଚିକିଛା ସାହାଯ୍‌ ଯୁଗେଇ ଦେବାକେ ଅଂଚଲର ବୁଧିଜୀବୀ ମହଲ ଦାବି କରିଛନ୍‌।


Enter your email to get our daily news in your inbox.

All Right Reserved By Dharitri.Com

ପୋଖରୀକୁ ଗାଧୋଇବାକୁ ଯାଇଥିଲେ ନିହାରିକା, ଖସିଗଲା ଗୋଡ଼: ଆଉ ତା’ପରେ…

ଲାଞ୍ଜିଗଡ,୨୧।୯(ରମେଶ ଚନ୍ଦ୍ର ନାୟକ): କଳାହାଣ୍ଡି ଜିଲା ଲାଞ୍ଜିଗଡ ବ୍ଲକ ଲାଞ୍ଜି ପଞ୍ଚାୟତ ବିଶ୍ୱନାଥପୁର ଥାନା ଅନ୍ତର୍ଗତ ସିନ୍ଧିପଦର ଗ୍ରାମର ଜଣେ ନାବାଳିକାର ପାଣିରେ ବୁଡି ମୃତ୍ୟୁ ଘଟିଛି…

ବହୁମୁଖୀ ଭବନ ଲୋକାର୍ପଣ କଲେ ବିଧାୟକ ସିଦ୍ଧାନ୍ତ ମହାପାତ୍ର: ବାଣ୍ଟିଲେ ଭତ୍ତା

ଦିଗପହଣ୍ଡି, ୨୧।୯ (ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ଏନଏସି ଅଞ୍ଚଳରେ ବିଭିନ୍ନ ଉନ୍ନୟନମୂଳକ ପ୍ରକଳ୍ପର ଉଦ୍‌ଘାଟନ ଓ ଶିଳାନ୍ୟାସ ଅନୁଷ୍ଠିତ ହୋଇଛି। ସୋମବାର ଦିଗପହଣ୍ଡି…

ରାଜ୍ୟସ୍ତରୀୟ ବକ୍ତୃତା ପ୍ରତିଯୋଗିତା ପାଇଁ ମନୋନୀତ ହେଲେ ଆଦିତ୍ୟ: ଖେଳିଗଲା ଖୁସିର ଲହରୀ

ଗୁଡାରି, ୨୧/୯ (ପ୍ରମୋଦ କୁମାର ପତି): ସ୍ଥାନୀୟ ଓଡ଼ିଶା ଆଦର୍ଶ ବିଦ୍ୟାଳୟର ସପ୍ତମ ଶ୍ରେଣୀ ଛାତ୍ର ଆଦିତ୍ୟ ନାରାୟଣ ଗୌଡ଼ ରାଜ୍ୟସ୍ତରୀୟ ବକ୍ତୃତା ପ୍ରତିଯୋଗିତା ପାଇଁ ମନୋନୀତ…

ବାପାଙ୍କୁ ପିଟିପିଟି ମାରିଲେ ପୁଅ: ଘରୋଇ ଝଗଡା ହେଲା କାଳ

ବାରିପଦା,୨୧।୯(ନୀଳାଦ୍ରି ବିହାରୀ ଦଣ୍ଡପାଟ): ମୟୂରଭଞ୍ଜ ଜିଲା ବାଙ୍ଗିରିପୋଷି ଥାନା ଅଧିନ ବ୍ରାହ୍ମଣଗାଁ ଗ୍ରାମପଞ୍ଚାୟତ ତାଳବନ୍ଦ ବୁରୁଡି ଗ୍ରାମରେ ଏକ ଅଭାବନୀୟ ଘଟଣା ଘଟିଛି। ଘରୋଇ କଳିକୁ ନେଇ…

ଶୋକାକୁଳ ପରିବେଶରେ ଅବକାରୀ ବିଭାଗର ଅଧିକାରୀଙ୍କୁ ଶେଷ ବିଦାୟ: ବଜ୍ରପାତରେ…

ଦାରିଙ୍ଗବାଡି, ୨୧।୯ (ଅରୁଣ ସାହୁ):କନ୍ଧମାଳ ଜିଲା ଦାରିଙ୍ଗବାଡି ଥାନା ଶ୍ରାନିକେତା ଗାଁର ଯୁବ ସରକାରୀ ଅଧିକାରୀ ବୌଦ୍ଧ ଜିଲାରେ ରବିବାର ବଜ୍ରପାତରେ ମୃତ୍ୟୁବରଣ କରିଥିଲେ। ସୋମବାର ତାଙ୍କ…

ଏହି ଜିଲାରେ ୨୪ ଯାଏ ସ୍କୁଲ ଛୁଟି ଘୋଷଣା: ଆଲର୍ଟ ରହିବାକୁ ନିର୍ଦ୍ଦେଶ

ଗଜପତି,୨୧।୯: ବଙ୍ଗୋପସାଗରରେ ସୃଷ୍ଟି ଲଘୁଚାପ ଧୀରେ ଧୀରେ ଗଭୀର ଅବପାତର ରୂପ ନେଇଛି। ଫଳରେ ରାଜ୍ୟରେ ପ୍ରବଳ ବର୍ଷା ଲାଗି ରହିଛି। ଆସନ୍ତା ୨୩ ଏବଂ ୨୪…

ପିଲାଙ୍କୁ ଖଡ଼ି ଧରି ପାଠ ପଢ଼ାଇଲେ ସରପଞ୍ଚ: ସବୁଠି ହେଉଛି ଚର୍ଚ୍ଚା

ଦାରିଙ୍ଗବାଡି, ୨୧।୯ (ଅରୁଣ ସାହୁ):କନ୍ଧମାଳ ଜିଲା ଦାରିଙ୍ଗବାଡି ପଞ୍ଚାୟତର ନାଏବ ସରପଞ୍ଚ ଦୀପକ ପ୍ରଧାନଗତ କିଛି ଦିନ ହେଲା ସରପଞ୍ଚ ଦାୟିତ୍ୱ ସମ୍ଭାଳିବା ପରେ ପ୍ରଥମଥର ପାଇଁ…

ପୋଲିସ ଯାଞ୍ଚ୍‌ ନାଁରେ ଲୋକଙ୍କୁ ହଇରାଣ: ଥାନା ଏଏସଆଇଙ୍କ ଦାଦାଗିରି

ରିଷିଡା,୨୧।୯(ସୁଶାନ୍ତ ମଲ୍ଲିକ): ଗତକିଛି ଦିନ ହେଲା ମ.ରାମପୁର ଥାନା ଅଧିନ ବିଭିନ୍ନ ଅଞ୍ଚଳରେ ସନ୍ଧ୍ୟା ସମୟରେ ପୋଲିସ ଯାଞ୍ଚ୍‌ ନାଁରେ ଜନୈକ ଏଏସଆଇ ଦାଦାଗିରି ଚଲାଇଥିବା ଅଭିଯୋଗ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?