ଆମ ଜିଲା ଖବର

ପାଓ୍ବାର୍‌ଟିଲର୍‌ ଦୁର୍ଘଟଣାରେ ଚାଷୀ ଗୁରୁତର

ଆନନ୍ଦପୁର/ହାଟଡିହୀ,୨୦।୧୧(ସ୍ବ.ପ୍ର./ଡି.ଏନ୍‌.ଏ.): ଆନନ୍ଦପୁର ଥାନା ଅନ୍ତର୍ଗତ ଶିବନାରାୟଣପୁରଠାରେ ପାଓ୍ବାର୍‌ଟିଲର୍‌ ଦୁର୍ଘଟଣାଗ୍ରସ୍ତ ହୋଇ ବିଜୟ ଘଡ଼େଇ ନାମକ ଜଣେ ଚାଷୀ ଗୁରୁତର ହୋଇଛନ୍ତି। ଗୁରୁତର ଅବସ୍ଥାରେ ବିଜୟଙ୍କୁ ପ୍ରଥମେ ଆନନ୍ଦପୁର ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଥିଲା। ସ୍ବାସ୍ଥ୍ୟବସ୍ଥା ସଙ୍କଟାପନ୍ନ ହେବାରୁ ତାଙ୍କୁ କଟକ ସ୍ଥାନାନ୍ତର…

ବଳାତ୍କାର କରି ଭିଡିଓ ଭାଇରାଲ କରିବା ଅଭିଯୋଗ: ଅଭିଯୁକ୍ତ ଗିରଫ

ଜଗନ୍ନାଥପ୍ରସାଦ, ୨୦।୧୧(ଡି.ଏନ୍‌.ଏ.): ଜଗନ୍ନାଥପ୍ରସାଦ ଥାନା ଅଞ୍ଚଳରେ ଜଣେ ନାବାଳିକା ଛାତ୍ରୀଙ୍କୁ ବଳାତ୍କାର କରି ଭିଡିଓ ଭାଇରାଲ କରିଥିବା ଅଭିଯୋଗରେ ବୁଧବାର ଦୁଇଜଣ ନାବାଳକଙ୍କ ସମେତ ଅନ୍ୟ ଜଣେ ଅଭିଯୁକ୍ତଙ୍କୁ ପୋଲିସ ଗିରଫ କରି କୋର୍ଟଚାଲାଣ କରିଛି। ଅଭିଯୁକ୍ତଜଣଙ୍କ ହେଲେ ସଞ୍ଜୀବ ମାଝି(୨୦)।…

ପାଓ୍ବାର ଚ୍ୟାନେଲ୍‌କୁ ଜଳ ଯୋଗାଣ ବନ୍ଦ: ବିଦ୍ୟୁତ୍‌ ଉତ୍ପାଦନ ଠପ୍‌, ଅନ୍ଧାରରେ ଅଞ୍ଚଳବାସୀ

କୋରାପୁଟ,୨୦।୧୧(ଡି.ଏନ୍‌.ଏ.): ଦାବି ପୂରଣ ନ ହେବାରୁ କୋରାପୁଟ ଜିଲା ଆଦିବାସୀ ସଂଘ ପକ୍ଷରୁ ବୁଧବାର ମାଛକୁଣ୍ଡ ବିଦ୍ୟୁତ୍‌ ପ୍ରକଳ୍ପ କାର୍ଯ୍ୟାଳୟ ଘେରାଉ କରାଯାଇଛି। ଲମତାପୁଟ ଗେଟ୍‌ ସହ ମାଛକୁଣ୍ଡସ୍ଥିତ ଡି-ଡିଏମ୍‌ ପାଓ୍ବାର ଗେଟ୍‌ ସଟର ପକାଇ ସଂଘ ବନ୍ଦ କରିଛି। ଏ…

ମୋବାଇଲ ବ୍ୟାଟେରୀ ଫାଟି ଦୁଇ ଭାଇ ଗୁରୁତର

ଖଲିକୋଟ,୨୦।୧୧(ଡି.ଏନ୍‌.ଏ.): ଗଞ୍ଜାମ ଜିଲା ଖଲିକୋଟ ବ୍ଲକ ଅନ୍ତର୍ଗତ ନାଇକାଣୀପଲ୍ଲୀ ଗ୍ରାମରେ ମୋବାଇଲ ବ୍ୟାଟେରୀ ଫାଟି ଦୁଇ ଭାଇ ଗୁରୁତର ହୋଇଛନ୍ତି। ସେମାନେ ହେଲେ ଉକ୍ତ ଗ୍ରାମର ବସନ୍ତ ସ୍ବାଇଁଙ୍କ ବଡ଼ପୁଅ ରାଜେଶ ସ୍ବାଇଁ(୧୩) ଏବଂ ସାନପୁଅ ଆକାଶ ସ୍ବାଇଁ(୧୦)। ସୂଚନାନୁଯାୟୀ, ରାଜେଶ…

ରାତ୍ରିଭୋଜନ ଖାଇ ଆଶ୍ରମ ସ୍କୁଲ ଛାତ୍ରୀ ଅସୁସ୍ଥ

ନବରଙ୍ଗପୁର,୨୦।୧୧(ବି.ପ୍ର.): ନବରଙ୍ଗପୁର ଜିଲା ବେତାଳ ଆଶ୍ରମ ସ୍କୁଲ ଛ୍ରାତ୍ରୀନିବାସରେ ରାତ୍ରିଭୋଜନ କରି ୫ ଛାତ୍ରୀ ଅସୁସ୍ଥ ହୋଇଛନ୍ତି। ଗୁରୁତର ଅବସ୍ଥାରେ ସେମାନଙ୍କୁ ଜିଲା ସଦର ମହକୁମା ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ସେମାନଙ୍କ ମଧ୍ୟରୁ ଦୁଇଜଣ ଅସୁସ୍ଥ ଥିବାବେଳେ ଚିକିତ୍ସା ପରେ ୩…

ସାତ ମାସ ହେଲା ମିଳିନି ଦରମା: ଏନ୍‌ଏଚ୍‌ଏମ୍‌ ନିର୍ଦ୍ଦେଶିକାଙ୍କୁ ବିରୋଧ; ସିଡିଏମ୍‌ଓ ଅଫିସରେ ତାଲା ପକାଇ ଧାରଣାରେ ବସିଲେ ଠିକା କର୍ମଚାରୀ

ପୁରୀ ଅଫିସ,୨୦।୧୧: ପୁରୀ ଜିଲା ମୁଖ୍ୟ ଚିକିତ୍ସାଳୟରେ କାର୍ଯ୍ୟରତ ଶହେରୁ ଊର୍ଦ୍ଧ୍ୱ ଠିକା କର୍ମଚାରୀ ଏନ୍‌ଏଚ୍‌ଏମ୍‌ ନିର୍ଦ୍ଦେଶିକା ଶାଳିନୀ ପଣ୍ଡିତଙ୍କୁ ଡିଏଚ୍‌ଏଚ୍‌ରେ ବିରୋଧ କରିଛନ୍ତି। ବୁଧବାର ଅପରାହ୍ନରେ ଠିକା କର୍ମଚାରୀମାନେ ସିଡିଏମ୍‌ଓ ଅଫିସ ଗେଟ୍‌ରେ ତାଲା ପକାଇ ବିରୋଧ କରିଥିଲେ। ପ୍ରାୟ…

ଘରେ ଏକୁଟିଆ ପାଇ ମହିଳାଙ୍କୁ ବଳାତ୍କାର, ଅଭିଯୁକ୍ତକୁ ଗିରଫ କଲା ଦୈତାରୀ ଥାନା ପୋଲିସ

କେନ୍ଦୁଝର,୨୦।୧୧(ସ୍ବ.ପ୍ର.): ଜଣେ ମହିଳାଙ୍କୁ ବଳାତ୍କାର ଅଭିଯୋଗରେ ଦୈତାରୀ ଥାନା ପୋଲିସ ଜଣେ ଯୁବକଙ୍କୁ ଗିରଫ କରିଥିବା ଜଣାପଡ଼ିଛି। ସେ ହେଲେ ସିକନ ପିଙ୍ଗୁଆ। ପୋଲିସ ଅଭିଯୋଗ ଆଧାରରେ ସିକନଙ୍କୁ ଗିରଫ କରି ଡାକ୍ତରୀ ମାଇନା ପାଇଁ ପଠାଇଥିବା ଜଣାପଡ଼ିଛି। ଉକ୍ତ ଯୁବକ…

ଶୌଚ ହେବାକୁ ଯାଇ ପୋଖରୀରେ ବୁଡ଼ିଗଲେ, ବୃଦ୍ଧ ମୃତ

କଣ୍ଟାପଡ଼ା,୨୦।୧୧(ଡି.ଏନ୍‌.ଏ.): କଟକ ଜିଲା ଓଲଟପୁର ଥାନା ଅନ୍ତର୍ଗତ ବରାହୀପୁର ଗ୍ରାମରେ ବୁଧବାର ପୋଖରୀରେ ବୁଡ଼ି ଜଣେ ବୃଦ୍ଧଙ୍କ ମୃତ୍ୟୁ ଘଟିଛି। ସେ ହେଲେ ରାଜୀବ ନାୟକ(୬୦)। ରାଜୀବ ସକାଳେ ଶୌଚ ହେବାପାଇଁ ଗ୍ରାମ ନିକଟସ୍ଥ ଗୋବର ଗାଡ଼ିଆକୁ ଯାଇଥିଲେ। ସେଠାରେ ତାଙ୍କର…

ଟୋକନ ବିବାଦ: ଖାଦ୍ୟ ଯୋଗାଣ ମନ୍ତ୍ରୀଙ୍କ କୁଶପୁତ୍ତଳିକା ଦାହ କଲେ ଚାଷୀ

ବରଗଡ଼ ଅଫିସ,୨୦।୧୧: ଚଳିତ ଖରିଫ ଧାନ ସଂଗ୍ରହ ପ୍ରକ୍ରିୟାରେ ଆରମ୍ଭ ହୋଇଥିବା ଟୋକନ ବ୍ୟବସ୍ଥାକୁ ନେଇ ବିରୋଧ ବଢିବାରେ ଲାଗିଛି। ବୁଧବାର ବରଗଡ ବ୍ଲକ ଅନ୍ତର୍ଗତ କଟାପାଲି ପ୍ରାଥମିକ କୃଷି ସମବାୟ ସମିତି (ପ୍ୟାକ୍ସ) ଆଗରେ ଚାଷୀମାନେ ଖାଦ୍ୟ ଯୋଗାଣ ଓ…

ଓଲଟିଲା ଆଳୁ ବୋଝେଇ ଟ୍ରକ୍‌

ପାଟଣା, ୨୦।୧୧(ସ୍ବ.ପ୍ର.): କେନ୍ଦୁଝର ଜିଲା ପାଟଣା ବ୍ଲକ ଦେଇ ଯାଇଥିବା ୪୯ ନଂ. ଜାତୀୟ ରାଜପଥର ହାତୀବାରି ନିକଟରେ ଏକ ୧୪ ଚକିଆ ଆଳୁ ବୋଝେଇ ଟ୍ରକ୍‌ ବୁଧବାର ଭୋରରେ ଦୁର୍ଘଟଣାଗ୍ରସ୍ତ ହୋଇଛି। ଏଥିରେ ଟ୍ରକ୍‌ ଚାଳକ ଓ ଖଲାସି ଆହତ…

ରେଳଧାରଣାରୁ ଯୁବକଙ୍କ ମୃତଦେହ ଉଦ୍ଧାର

ଛେଣ୍ଡିପଦା,୨୦।୧୧(ସ୍ବ.ପ୍ର.): ଅନୁଗୋଳ ଜିଲା ଜରପଡ଼ା ଥାନା ତୁକୁଗ୍ରାମ ରେଳଧାରଣାରୁ ବୁଧବାର ପୋଲିସ ଜଣେ ଯୁବକଙ୍କ ମୃତଦେହ ଉଦ୍ଧାର କରିଛି। ମୃତକ କୁଣ୍ଢେଇଗୁଳା ଥାନା ସୁରୁଙ୍ଗିପାଳ ଗାଁର ଟୁଲୁ ମାହାର ବୋଲି ଜଣାପଡିଛି । ପ୍ରକାଶ ଯେ, ଟୁଲୁ ଦୀର୍ଘ ୮ ବର୍ଷ…

ଭାରସାମ୍ୟ ହରାଇ ଗଛରେ ପିଟିହେଲା ବସ୍‌: ୫ ଗୁରୁତର,୧୫ ଆହତ

ସଜନାଗଡ଼,୨୦।୧୧(ଡି.ଏନ୍‌.ଏ.): ବାଲେଶ୍ୱର ଜିଲା ନୀଳଗିରି ବରହମପୁର ଥାନା ଅଧୀନ ପିଡବ୍ଲୁ ରଜ୍ୟ ରାଜପଥ ପାର୍ଶ୍ୱ ତେଲିପାଳ ଆଶ୍ରମ ସ୍କୁଲ ନିକଟରେ ବୁଧବାର ପୂର୍ବାହ୍ନରେ ଏକ ଦୁର୍ଘଟଣା ଘଟିଛି। ଏଥିରେ ୫ ଗୁରୁତର ହୋଇଥିବା ବେଳେ ୧୫ଜଣ ଆହତ ହୋଇଛନ୍ତି। ସମସ୍ତଙ୍କୁ ବରହମପୁର…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri