ଦଣ୍ଡ ଭୟ

ଆମ ସମାଜରେ ଦେଖାଯାଏ, ଅନେକେ ଅଭ୍ୟାସଗତ ଆଇନ ଭଙ୍ଗକାରୀ। ଛେପ ପକାଇବାକୁ ଯେଉଁଠି ବାରଣଥିବ, ସେଠାରେ ହିଁ ସେମାନେ ଛେପ ପକାଇବେ। କିନ୍ତୁ ତା’ ପାଖରେ ଦେବଦେବୀଙ୍କ ଫଟୋଟିଏ ଲାଗିଗଲେ ଛେପ ପକାଇବା ବନ୍ଦ ହୋଇଯାଏ। କାରଣ ପାପ ଲାଗିବ, ଠାକୁର ଦଣ୍ଡ ଦେବେ। ଧର୍ମ ଦଣ୍ଡ ହେଉ କି, ଆର୍ଥିକ ଦଣ୍ଡ କିମ୍ବା ଜେଲ ଦଣ୍ଡର ଭୟ, ଲୋକେ ଏହାଦ୍ୱାରା ସୁଧୁରିଯିବାର ଉଦାହରଣ ଅନେକ ରହିଛି। ତେଣୁ କୁହାଯାଇପାରେ, ଦଣ୍ଡ ଦ୍ୱାରା ବିଶୃଙ୍ଖଳିତ ଆଚରଣ ନିୟନ୍ତ୍ରଣରେ ରହେ। ସଡ଼କ ଦୁର୍ଘଟଣା ହ୍ରାସ ପାଇଁ ବହୁ ଦଶନ୍ଧି ହେଲା ସରକାର କେବଳ ସଚେତନତା କାର୍ଯ୍ୟକ୍ରମ ଆୟୋଜନ କରୁଥିଲେ। ତଥାପି ଫରକ୍‌ ପଡ଼ୁ ନ ଥିଲା। ଗତବର୍ଷ ସେପ୍ଟେମ୍ବର ପହିଲାରୁ ନୂଆ ମୋଟର ଯାନ ଆଇନ ଦେଶବ୍ୟାପୀ ଲାଗୁ ହେଲା। ଏହି ଆଇନରେ ବଡ଼ଧରଣର ଜରିମାନାକୁ ନେଇ ସାରା ଦେଶରେ ଚର୍ଚ୍ଚା ଚାଲିଥିଲା। ଅନେକେ ସମାଲୋଚନା କରିଥିଲେ ମଧ୍ୟ ବଡ଼ଧରଣର ଜରିମାନା ଭୟରେ ଟ୍ରାଫିକ୍‌ ନିୟମ ମାନିବାକୁ ବାଧ୍ୟ ହେଲେ, ଯାହାର ପରିଣାମ ମଧ୍ୟ ଭଲ ଦେଖିବାକୁ ମିଳିଛି। କଟକସ୍ଥିତ ରାଜ୍ୟ ପରିବହନ ପ୍ରାଧିକରଣ(ଏସ୍‌ଟିଏ)ର ତଥ୍ୟ କହୁଛି, ନୂଆ ଆଇନ ଲାଗୁହେବା ପରେ ଓଡ଼ିଶାରେ କେବଳ ସଡ଼କ ଦୁର୍ଘଟଣା କମିଛି ତାହା ନୁହଁ, ମୃତ୍ୟୁସଂଖ୍ୟା ମଧ୍ୟ ହ୍ରାସ ପାଇବାରେ ଲାଗିଛି। ସଡ଼କ ଦୁର୍ଘଟଣା ଯୋଗୁ ୨୦୧୮ ସେପ୍ଟେମ୍ବରରେ ରାଜ୍ୟରେ ୩୬୭ଜଣଙ୍କ ପ୍ରାଣହାନି ହୋଇଥିବା ବେଳେ ୨୦୧୯ ସେପ୍ଟେମ୍ବରରେ ମୃତ୍ୟୁସଂଖ୍ୟା ୩୨୩କୁ କମିଆସିଥିଲା। ସେହିଭଳି ୨୦୧୮ ଅକ୍ଟୋବରରେ ୪୪୪ଜଣଙ୍କ ମୃତ୍ୟୁ ହୋଇଥିବାବେଳେ ୨୦୧୯ ଅକ୍ଟୋବରରେ ୩୬୧କୁ ଖସିଆସିଥିଲା। ୨୦୧୮ନଭେମ୍ବରରେ ୪୫୭ ଜୀବନହାନି ହୋଇଥିବାବେଳେ ୨୦୧୯ ନଭେମ୍ବରରେ ୪୨୭ରେ ରହିଥିଲା। ୨୦୧୮ ଡିସେମ୍ବରରେ ୫୮୮ଜଣଙ୍କ ମୃତ୍ୟୁ ହୋଇଥିବାବେଳେ ୨୦୧୯ ଡିସେମ୍ବରରେ ମୃତକଙ୍କ ସଂଖ୍ୟା ୪୩୦କୁ ଖସିଛି। ସବୁ କ୍ଷେତ୍ରରେ ମଧ୍ୟ ଏହାର ପ୍ରଭାବ ଦେଖିବାକୁ ମିଳୁଛି। ଯେମିତି କି ପୂର୍ବ ଅପେକ୍ଷା ହେଲ୍‌ମେଟ୍‌ ପିନ୍ଧୁଥିବା ଦୁଇଚକିଆ ଚାଳକଙ୍କ ସଂଖ୍ୟା ବଢ଼ିଛି। ଜେବ୍ରା କ୍ରସିଂ ପଛରେ ଗାଡ଼ି ରଖିବା ଅଭ୍ୟାସରେ ପରିଣତ ହେଲାଣି। ନାଲି ଲାଇଟ୍‌ ଦେଖିଲେ ତୁରନ୍ତ ଅଟକି ଯିବାର ମନୋଭାବ ପ୍ରାୟତଃ ଅଧିକାଂଶଙ୍କ ମଧ୍ୟରେ ସୃଷ୍ଟି ହେଲାଣି। ଉପରୋକ୍ତ ତଥ୍ୟରୁ ସ୍ପଷ୍ଟ ଅନୁମେୟ ଯେ, ଲୋକମାନେ ଦଣ୍ଡ ଭୟରେ ଆଇନ ବା ନିୟମ ମାନିବାକୁ ବାଧ୍ୟ ହେଉଛନ୍ତି। ସରକାର ଯଦି ଏହି ଆଇନକୁ କଡ଼ାକଡ଼ି ଭାବେ ଲାଗୁ କରିବେ, ତେବେ ନିୟମ ଭାଙ୍ଗୁଥିବା ବ୍ୟକ୍ତିମାନେ ସୁଧୁରିଯିବେ। ଦୁର୍ଘଟଣା କମିବା ସହ ଆମେ ପ୍ରିୟଜନଙ୍କ ଜୀବନ ବଞ୍ଚାଇ ପାରିବା, ଏଥିରେ ସନ୍ଦେହ ନାହିଁ।
– ଆଶୀର୍ବାଦ ରାଉତ


Enter your email to get our daily news in your inbox.

All Right Reserved By Dharitri.Com

ଆଜି ଗୁଡ୍‌ ଫ୍ରାଇଡେ: ବାଇବେଲ ପାଠକରି ସାମୂହିକ ପ୍ରାର୍ଥନା କଲେ ଶ୍ରଦ୍ଧାଳୁ

ଦାରିଙ୍ଗବାଡି,୨୯।୩ (ଅରୁଣ ସାହୁ ): ଆଜି ଗୁଡ୍‌ ଫ୍ରାଇଡେ। ଏହାକୁ ଶ୍ରଦ୍ଧାଳୁମାନେ ରୀତିନୀତି ଅନୁସାରେ ପାଳନ କରିଛନ୍ତି। ଯିଶୁଖ୍ରୀଷ୍ଟଙ୍କୁ ଆଜିର ଦିନରେ କାଲବରୀ ନାମକ ଏକ...

ବିଜେଡି-ଭାଜପା-କଂଗ୍ରେସକୁ ମୟୂରଭଞ୍ଜରେ ଟକ୍କର ଦେବ ଏହି ଦଳ, ଘୋଷଣା କଲା ପ୍ରାର୍ଥୀ

ମୟୂରଭଞ୍ଜ,୨୯।୩: ଝାଡ଼ଖଣ୍ଡର ପୂର୍ବତନ ମୁଖ୍ୟମନ୍ତ୍ରୀ ଶିବୁ ସୋରେନଙ୍କ ଝିଅ ପୁଣିଥରେ ଚଳିତ ନିର୍ବାଚନରେ ମଇଦାନକୁ ଓହ୍ଲାଇଛନ୍ତି। ଝାଡ଼ଖଣ୍ଡ ମୁକ୍ତି ମୋର୍ଚ୍ଚା(JMM) ଶିବୁ ସୋରେନଙ୍କ ଝିଅ ଅଞ୍ଜନି...

ପୈତୃକ ଗାଁରୁ ପ୍ରଚାର ମଇଦାନକୁ ଓହ୍ଲାଇଲେ ପ୍ରଦୀପ

ବରଗଡ଼,୨୯।୩(ପ୍ରେମାନନ୍ଦ ଖମାରୀ): ବରଗଡ଼ ଲୋକସଭା ଆସନ ପାଇଁ ଭାଜପା ପ୍ରଦୀପ ପୁରୋହିତଙ୍କୁ ପ୍ରାର୍ଥୀ କରିଛି। ବରଗଡ଼ ଲୋକସଭା କ୍ଷେତ୍ର ଅଧୀନ ବିଜେପୁର ନିର୍ବାଚନ ମଣ୍ଡଳି ପୈତୃକ...

ନବବିବାହିତ ଯୁବକଙ୍କୁ ଗଳାକାଟି ହତ୍ୟା

ଗଜପତି,୨୯।୩(ଗିରିଧାରୀ ପରିଛା): ଗଜପତି ଜିଲା ଗୋସାଣି ବ୍ଲକ ଗୁରାଣ୍ଡି ଥାନା ଅଧୀନ ତୋଟାଗୁମ୍ବୁଡା ଗାଁରେ ଏକ ଅଘଟଣ ଘଟିଛି। ଜଣେ ନବବିବାହିତ ଯୁବକଙ୍କୁ ଗଳାକାଟି ଅତି...

ଗୁଡ୍‌ ଫ୍ରାଇଡେରେ ପ୍ରାର୍ଥନା କରି ନିର୍ବାଚନ ପ୍ରଚାର ଆରମ୍ଭ କଲେ ଦିଲୀପ ତିର୍କୀ

ସୁନ୍ଦରଗଡ,୨୭ା୩(ଜୟ ନାରାୟଣ ମେଣ୍ଡୁଳି): ଚର୍ଚ୍ଚରେ ପ୍ରାର୍ଥନା କରି ପ୍ରଚାର ଆରମ୍ଭ କରିଛନ୍ତି ବିଜେଡି ଲୋକସଭା ପ୍ରାର୍ଥୀ ଦିଲୀପ ତିର୍କୀ। ପ୍ରାର୍ଥୀ ଘୋଷଣା ହେବା ପରେ ଶୁକ୍ରବାର...

ଭାଜପା ଛାଡ଼ିବା କାରଣ କହିଲେ ପ୍ରକାଶ

ଭୁବନେଶ୍ୱର,୨୯।୩: ଭାଜପା ଛାଡ଼ିବା ପରେ ମୁହଁ ଖୋଲିଛନ୍ତି ସାଲେପୁରର ପୂର୍ବତନ ବିଧାୟକ ପ୍ରକାଶ ବେହେରା। ସେ କହିଛନ୍ତି, ଲୋକଙ୍କ ସେବା କରିବା ସହ ସଙ୍ଗଠନକୁ ମଜଭୁତ...

ଭାଜପା ଛାଡ଼ିଲେ ନୀଳଗିରି ବିଧାୟକ ସୁକାନ୍ତ ନାୟକ, ବିଜେଡିରେ ହୋଇପାରନ୍ତି ସାମିଲ

ନୀଳଗିରି, ୨୯।୩(ପ୍ରଶାନ୍ତ କୁମାର ବିଶ୍ବାଳ): ସବୁ କଳ୍ପନା ଜଳ୍ପନାର ଅନ୍ତ ଘଟାଇ ଭାରତୀୟ ଜନତା ପାର୍ଟି(ଭାଜପା)ରୁ ଇସ୍ତଫା ଦେଇଛନ୍ତି ନୀଳଗିରି ବିଧାୟକ ଛାଡିଲେ ସୁକାନ୍ତ। ଶୁକ୍ରବାର...

ନିର୍ବାଚନ ପୂର୍ବରୁ ବିବାଦୀୟ କୋଟିଆରେ ଡିଜିଟାଲ ମିଟର ବଣ୍ଟନ ଆରମ୍ଭ କଲା ଆନ୍ଧ୍ର

ଭୁବନେଶ୍ୱର,୨୯।୩: ଓଡ଼ିଶାର କୋରାପୁଟ ଜିଲାର ପଟାଙ୍ଗୀ ବ୍ଲକ ଅନ୍ତର୍ଗତ କୋଟିଆ ଅଂଚଳରେ ଆନ୍ଧ୍ରପ୍ରଦେଶ ବିବାଦୀୟ ଅଞ୍ଚଳରେ କ୍ରମାଗତ ଭାବରେ ଅନୁପ୍ରବେଶ କରୁଛି ଏବଂ ସ୍ଥାନୀୟ ବାସିନ୍ଦାଙ୍କୁ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri