ଦଣ୍ଡ ଭୟ

ଆମ ସମାଜରେ ଦେଖାଯାଏ, ଅନେକେ ଅଭ୍ୟାସଗତ ଆଇନ ଭଙ୍ଗକାରୀ। ଛେପ ପକାଇବାକୁ ଯେଉଁଠି ବାରଣଥିବ, ସେଠାରେ ହିଁ ସେମାନେ ଛେପ ପକାଇବେ। କିନ୍ତୁ ତା’ ପାଖରେ ଦେବଦେବୀଙ୍କ ଫଟୋଟିଏ ଲାଗିଗଲେ ଛେପ ପକାଇବା ବନ୍ଦ ହୋଇଯାଏ। କାରଣ ପାପ ଲାଗିବ, ଠାକୁର ଦଣ୍ଡ ଦେବେ। ଧର୍ମ ଦଣ୍ଡ ହେଉ କି, ଆର୍ଥିକ ଦଣ୍ଡ କିମ୍ବା ଜେଲ ଦଣ୍ଡର ଭୟ, ଲୋକେ ଏହାଦ୍ୱାରା ସୁଧୁରିଯିବାର ଉଦାହରଣ ଅନେକ ରହିଛି। ତେଣୁ କୁହାଯାଇପାରେ, ଦଣ୍ଡ ଦ୍ୱାରା ବିଶୃଙ୍ଖଳିତ ଆଚରଣ ନିୟନ୍ତ୍ରଣରେ ରହେ। ସଡ଼କ ଦୁର୍ଘଟଣା ହ୍ରାସ ପାଇଁ ବହୁ ଦଶନ୍ଧି ହେଲା ସରକାର କେବଳ ସଚେତନତା କାର୍ଯ୍ୟକ୍ରମ ଆୟୋଜନ କରୁଥିଲେ। ତଥାପି ଫରକ୍‌ ପଡ଼ୁ ନ ଥିଲା। ଗତବର୍ଷ ସେପ୍ଟେମ୍ବର ପହିଲାରୁ ନୂଆ ମୋଟର ଯାନ ଆଇନ ଦେଶବ୍ୟାପୀ ଲାଗୁ ହେଲା। ଏହି ଆଇନରେ ବଡ଼ଧରଣର ଜରିମାନାକୁ ନେଇ ସାରା ଦେଶରେ ଚର୍ଚ୍ଚା ଚାଲିଥିଲା। ଅନେକେ ସମାଲୋଚନା କରିଥିଲେ ମଧ୍ୟ ବଡ଼ଧରଣର ଜରିମାନା ଭୟରେ ଟ୍ରାଫିକ୍‌ ନିୟମ ମାନିବାକୁ ବାଧ୍ୟ ହେଲେ, ଯାହାର ପରିଣାମ ମଧ୍ୟ ଭଲ ଦେଖିବାକୁ ମିଳିଛି। କଟକସ୍ଥିତ ରାଜ୍ୟ ପରିବହନ ପ୍ରାଧିକରଣ(ଏସ୍‌ଟିଏ)ର ତଥ୍ୟ କହୁଛି, ନୂଆ ଆଇନ ଲାଗୁହେବା ପରେ ଓଡ଼ିଶାରେ କେବଳ ସଡ଼କ ଦୁର୍ଘଟଣା କମିଛି ତାହା ନୁହଁ, ମୃତ୍ୟୁସଂଖ୍ୟା ମଧ୍ୟ ହ୍ରାସ ପାଇବାରେ ଲାଗିଛି। ସଡ଼କ ଦୁର୍ଘଟଣା ଯୋଗୁ ୨୦୧୮ ସେପ୍ଟେମ୍ବରରେ ରାଜ୍ୟରେ ୩୬୭ଜଣଙ୍କ ପ୍ରାଣହାନି ହୋଇଥିବା ବେଳେ ୨୦୧୯ ସେପ୍ଟେମ୍ବରରେ ମୃତ୍ୟୁସଂଖ୍ୟା ୩୨୩କୁ କମିଆସିଥିଲା। ସେହିଭଳି ୨୦୧୮ ଅକ୍ଟୋବରରେ ୪୪୪ଜଣଙ୍କ ମୃତ୍ୟୁ ହୋଇଥିବାବେଳେ ୨୦୧୯ ଅକ୍ଟୋବରରେ ୩୬୧କୁ ଖସିଆସିଥିଲା। ୨୦୧୮ନଭେମ୍ବରରେ ୪୫୭ ଜୀବନହାନି ହୋଇଥିବାବେଳେ ୨୦୧୯ ନଭେମ୍ବରରେ ୪୨୭ରେ ରହିଥିଲା। ୨୦୧୮ ଡିସେମ୍ବରରେ ୫୮୮ଜଣଙ୍କ ମୃତ୍ୟୁ ହୋଇଥିବାବେଳେ ୨୦୧୯ ଡିସେମ୍ବରରେ ମୃତକଙ୍କ ସଂଖ୍ୟା ୪୩୦କୁ ଖସିଛି। ସବୁ କ୍ଷେତ୍ରରେ ମଧ୍ୟ ଏହାର ପ୍ରଭାବ ଦେଖିବାକୁ ମିଳୁଛି। ଯେମିତି କି ପୂର୍ବ ଅପେକ୍ଷା ହେଲ୍‌ମେଟ୍‌ ପିନ୍ଧୁଥିବା ଦୁଇଚକିଆ ଚାଳକଙ୍କ ସଂଖ୍ୟା ବଢ଼ିଛି। ଜେବ୍ରା କ୍ରସିଂ ପଛରେ ଗାଡ଼ି ରଖିବା ଅଭ୍ୟାସରେ ପରିଣତ ହେଲାଣି। ନାଲି ଲାଇଟ୍‌ ଦେଖିଲେ ତୁରନ୍ତ ଅଟକି ଯିବାର ମନୋଭାବ ପ୍ରାୟତଃ ଅଧିକାଂଶଙ୍କ ମଧ୍ୟରେ ସୃଷ୍ଟି ହେଲାଣି। ଉପରୋକ୍ତ ତଥ୍ୟରୁ ସ୍ପଷ୍ଟ ଅନୁମେୟ ଯେ, ଲୋକମାନେ ଦଣ୍ଡ ଭୟରେ ଆଇନ ବା ନିୟମ ମାନିବାକୁ ବାଧ୍ୟ ହେଉଛନ୍ତି। ସରକାର ଯଦି ଏହି ଆଇନକୁ କଡ଼ାକଡ଼ି ଭାବେ ଲାଗୁ କରିବେ, ତେବେ ନିୟମ ଭାଙ୍ଗୁଥିବା ବ୍ୟକ୍ତିମାନେ ସୁଧୁରିଯିବେ। ଦୁର୍ଘଟଣା କମିବା ସହ ଆମେ ପ୍ରିୟଜନଙ୍କ ଜୀବନ ବଞ୍ଚାଇ ପାରିବା, ଏଥିରେ ସନ୍ଦେହ ନାହିଁ।
– ଆଶୀର୍ବାଦ ରାଉତ


Enter your email to get our daily news in your inbox.

All Right Reserved By Dharitri.Com

ମରିଗଲା ଭାବି କୂଅରେ ଫିଙ୍ଗିଦେଇଥିଲେ ଦୁର୍ବୃତ୍ତ, ୪ ଦିନ ପରେ ଜୀବନ୍ତ ଅବସ୍ଥାରେ ଯୁବକ ଉଦ୍ଧାର

ବରଗଡ଼,୧୧।୬(ପ୍ରେମାନନ୍ଦ ଖମାରୀ): ବରଗଡ଼ ଜିଲା ବିଜେପୁର ବ୍ଲକ ଅନ୍ତର୍ଗତ ସମଲେଇପଦର ନର୍ସରୀ ପରିସରରେ ରହିଥିବା ଏକ ପରିତ୍ୟକ୍ତ କୂଅରୁ ଗୁରୁବାର ଜଣେ ଯୁବକଙ୍କୁ ଉଦ୍ଧାର କରାଯାଇଛି ।…

ଆଜି ରାତିରେ ଆମେରିକା ଇରାନ ଉପରେ ଏକ ବଡ଼ ଆକ୍ରମଣ କରିବ କି? ଟ୍ରମ୍ପଙ୍କ ବଡ଼ ଚେତାବନୀ

ଓ୍ବାଶିଂଟନ,୧୧।୬: ଆମେରିକା ଇରାନ ଉପରେ ଆକ୍ରମଣ ସମ୍ପର୍କରେ ଏକ ପ୍ରମୁଖ ବିବୃତ୍ତି ଜାରି କରିଛି। ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ କହିଛନ୍ତି ଯେ ଆଜି ରାତି, ଜୁନ ୧୧ରେ…

ଆଳୁ ଖୋଳୁଖୋଳୁ ମହାଦେବ…ବାଇକ୍-ମୋବାଇଲ୍ ବନ୍ଧକ ରଖି କରୁଥିଲେ ସୁଧ କାରବାର, ଘରୁ ଯାହା ବାହାରିଲା ପୋଲିସ ଦେଖି…

ମୋହନା,୧୧।୬(ମନ୍ମଥ ମିଶ୍ର): ବାଇକ, ଘର ପଟା ଓ ମୋବାଇଲ୍ ବନ୍ଧକ୍ ରଖି ବେଆଇନ୍ ରୁଣ କାରବାର ଅଭିଯୋଗରେ ଜଣେ ଅଭିଯୁକ୍ତଙ୍କୁ ଗିରଫ କରିଛି ଅଡବା ପୋଲିସ ।…

ପୁଣି ହୃଦୟ ଜିତିଲେ ବୈଭବ ସୂର୍ଯବଂଶୀ, କିମ୍ବଦନ୍ତୀ କ୍ରିକେଟରମାନେ ଯାହା କହିଲେ ତାହା ହେଉଛି ଭାଇରାଲ

ନୂଆଦିଲ୍ଲୀ,୧୧।୬: ୨୦୨୬ ତ୍ରିରାଷ୍ଟ୍ରୀୟ A-ସିରିଜର ଏକ ଦୁର୍ବଳ ଆରମ୍ଭ ପରେ ବୈଭବ ସୂର୍ଯ୍ୟବଂଶୀ ତାଙ୍କର ଫର୍ମ ଫେରି ପାଇଛନ୍ତି। ଡାମ୍ବୁଲାରେ ଆଫଗାନିସ୍ତାନ A ବିପକ୍ଷରେ ଭାରତ A…

ଗେଦେ ବଂଶର ତୃତୀୟତମ ସମ୍ମିଳନୀ, ନିଜ ବଂଶଧର ଲୋକଙ୍କୁ ଚିହ୍ନିବା ପାଇଁ….

ଦାରିଙ୍ଗବାଡି,୧୧।୬(ଅରୁଣ ସାହୁ): ନିଜ ବଂଶଧର ଲୋକଙ୍କ ସହ ଯୋଡି ହେବା ସେମାନଙ୍କୁ ଚିହ୍ନିବା ଓ ଜାଣିବା ପାଇଁ ଏକ ପ୍ରୟାସ କରୁଛି କନ୍ଧମାଳ ଜିଲା ଦାରିଙ୍ଗବାଡି ବ୍ଲକ…

ଦଳୀୟ ଅନ୍ତର୍ଦ୍ୱନ୍ଦ୍ୱ ମଧ୍ୟରେ ମମତା ବାନାର୍ଜୀଙ୍କୁ ବଡ଼ ଝଟକା; ବାଚସ୍ପତିଙ୍କ ନିଷ୍ପତ୍ତି ଉପରେ ହାଇକୋର୍ଟଙ୍କ ପ୍ରତିକ୍ରିୟା

କୋଲକାତା,୧୧।୬: ବିଧାନସଭାରେ ବିରୋଧୀ ଦଳ ନେତା (LoP) ପଦବୀକୁ ନେଇ ପଶ୍ଚିମବଙ୍ଗ ରାଜନୀତିରେ ଏକ ନୂତନ ବିବାଦ ଦେଖାଦେଇଛି। କଲିକତା ହାଇକୋର୍ଟ ଏହି ମାମଲାରେ ତୁରନ୍ତ ହସ୍ତକ୍ଷେପ…

କଣ୍ଟାବାଞ୍ଜିରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା, ଅଜଣା ଗାଡି ଧକ୍କାରେ ଚାଲିଗଲା ଜଣଙ୍କ ଜୀବନ

ବଲାଙ୍ଗୀର,୧୧।୬(ସୁନିଲ କୁମାର ମହାନ୍ତି): ବଲାଙ୍ଗୀର ଜିଲା କଣ୍ଟାବାଞ୍ଜି ସହର ମାଛ ବଜାର ବଙ୍ଗୋମୁଣ୍ଡା ଫାଟକ ନିକଟରେ ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି । ଏକ ବାଇକ୍‌କୁ…

ଇରାନ-ଆମେରିକା ଯୁଦ୍ଧ ମଧ୍ୟରେ ଏଣ୍ଟ୍ରି ମାରିଲାଣି ଚାଇନ, ଦେଉଛି ଏମିତି ଉପଦେଶ

ବେଜିଂ,୧୧।୬: ଆମେରିକା ଦ୍ୱାରା ଇରାନ ଉପରେ ପୁନଃ ଆକ୍ରମଣ ପରେ ମଧ୍ୟପ୍ରାଚ୍ୟ ପୁଣି ଥରେ ଏକ ବଡ଼ ସଙ୍କଟ ଦ୍ୱାରା ଆକ୍ରାନ୍ତ ହୋଇଛି। ଆମେରିକାର କେନ୍ଦ୍ରୀୟ କମାଣ୍ଡ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri