ଆମ ଜିଲା ଖବର

ରାସ୍ତା ଉପରେ ଧାନ ଗଦାକରି ବିରୋଧ ପ୍ରଦର୍ଶନ କଲେ ଚାଷୀ

ପଦ୍ମପୁର,୨୦।୧(ଡି.ଏନ.ଏ.)-ବରଗଡ ଜିଲାରେ ଖରିଫ ଧାନ ସଂଗ୍ରହ ପ୍ରକ୍ରିୟାକୁ ଦୁଇ ମାସ ବିତି ଯାଇଛି। ଅଥଚ ଜିଲାର ପଦ୍ମପୁର ଉପଖଣ୍ଡରେ ଧାନ କିଣାବିକା ଏପର୍ଯ୍ୟନ୍ତ ସ୍ବାଭାବିକ ହୋଇପାରିନାହିଁ। ବିଭାଗୀୟ ଅବହେଳା ଯୋଗୁ ଜିଲାର ଏହି ଉପଖଣ୍ଡ ଅନ୍ତର୍ଗତ ଲଖମରା ପ୍ରାଥମିକ କୃଷି ସମବାୟ…

ତବଲା, ପଖଜରେ ଚଳୁଛି ୫ ଜୀବନ

ଗୋପ,୨୦।୧(ଡ଼ି.ଏନ୍‌.ଏ): ଆସ୍ତେ ଆସ୍ତେ ଗ୍ରାମାଞ୍ଚଳର ଲୋକମାନେ ଆଧୁନିକତାର ଛାପକୁ ଅଧିକ ପସନ୍ଦ କରୁଥିବାବେଳେ ଏହି ଆଧୁନିକତାରେ ହଜିଯାଉଛି ମୃଦଙ୍ଗ, ତବଲା ଓ ପଖଜର ବାଦନ। କିନ୍ତୁ ନିଜର ବୃତ୍ତିକୁ ଦୀର୍ଘ ୪୦ ବର୍ଷ ଧରି ଛାଡ଼ିପାରିନାହାନ୍ତି ଗୋପ ବ୍ଲକ୍‌ ଅଧୀନ ବଡ଼ତରା…

ଛୁଟିଦିନରେ ବି ନେତାଜୀ ସଂଗ୍ରହାଳୟ ଖାଁ ଖାଁ

ପୁରୀ ଅଫିସ,୨୦।୧: ଦୀର୍ଘ ୩ ବର୍ଷ ଧରି ଅଦାଲତି ବିବାଦରେ ଛନ୍ଦି ହେବା ପରେ ଗତବର୍ଷ ଜାନୁୟାରୀ ୧୫ରେ ଲୋକାର୍ପିତ ହୋଇଥିଲା ନେତାଜୀ ସଂଗ୍ରହାଳୟ। ଇତିମଧ୍ୟରେ ସଂଗ୍ରହାଳୟ ଖୋଲାଯିବାକୁ ବର୍ଷେ ବିତିଯାଇଛି। କିନ୍ତୁ ଏବେ ବି ଏଠାକୁ ପର୍ଯ୍ୟଟକଙ୍କ ଆଗମନ ସ୍ବାଭାବିକ…

ପିକ୍‌ନିକ୍‌ ବସ୍‌କୁ ଧକ୍କା ଦେଲା ଗୋରୁ ବୋଝେଇ ଟ୍ରକ୍‌: ୭ ଗୁରୁତର

ଜଳେଶ୍ବର,୨୦।୧(ଡି.ଏନ.ଏ): ବାଲେଶ୍ବର ଜିଲା ଜଳେଶ୍ବର ଥାନା ଅନ୍ତର୍ଗତ ୬୦ ନମ୍ବର ଜାତୀୟ ରାଜପଥ ନନ୍ଦିକା ଛକ ନିକଟରେ ଏକ ପିକନିକ୍‌ ବସ୍‌କୁ ଧକ୍କା ଦେଇଛି ଗୋରୁ ବୋଝେଇ ଟ୍ରକ୍‌। ଏହି ଦୁର୍ଘଟଣାରେ ୭ ଜଣ ପର୍ଯ୍ୟଟକ ଗୁରୁତର ଆହତ ହୋଇଛନ୍ତି। ଗୁରୁତରଙ୍କୁ…

ଘରକୁ ଫେରିଲେ ଇଞ୍ଜିନିୟର ଭିକାରି

ପୁରୀ ଅଫିସ/ଭୁବନେଶ୍ୱର,୨୦।୧(ବ୍ୟୁରୋ): ଘରୁ ବିମୁଖ ହୋଇ ଶ୍ରୀକ୍ଷେତ୍ରକୁ ଚାଲି ଆସିଥିଲେ। ଜଣେ ଉଚ୍ଚଶିକ୍ଷିତ ହୋଇ ମଧ୍ୟ କୌଣସି କାମଧନ୍ଦା ପାଇ ନ ଥିଲେ। କିଛିଦିନ ଏଣେତେଣେ ବୁଲିବା ପରେ ବଡ଼ଦାଣ୍ଡରେ ଭିକ୍ଷାବୃତ୍ତିକୁ ଗ୍ରହଣ କରିନେଇଥିଲେ। ଭକ୍ତଙ୍କଠାରୁ ଯାହାକିଛି ମିଳୁଥିଲା ତାହାକୁ ମହାପ୍ରଭୁଙ୍କ…

ମଠଖାଇ ମହୋତ୍ସବ ଉଦ୍‌ଘାଟିତ

ବଲାଙ୍ଗୀର ଅଫିସ,୨୦ା୧ : ସର୍ବଭାରତୀୟସ୍ତରୀୟ ବହୁଭାଷୀ ନାଟକ ଉତ୍ସବ ମଠଖାଇ ମହୋତ୍ସବ ରବିବାର ଉଦ୍‌ଘାଟିତ ହୋଇଛି ା ମଠଖାଇ ମହୋତ୍ସବ କମିଟି ଅଧ୍ୟକ୍ଷ ବିଧାୟକ ନରସିଂହ ମିଶ୍ରଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଉଦ୍‌ଘାଟନୀ ସନ୍ଧ୍ୟା ସଭାରେ ମୁଖ୍ୟଅତିଥି ଭାବେ ଆନ୍ତର୍ଜାତିକ ଖ୍ୟାତିସମ୍ପନ୍ନ ଚଳଚ୍ଚିତ୍ର…

ଜଳିଗଲା ୧୧ ଏକର ଆଖୁ ଫସଲ

ଢେଙ୍କାନାଳ ଅଫିସ, ୨୦।୧: ଢେଙ୍କାନାଳ ସଦର ଥାନା ଭୋଜଦେଈପୁର ଗ୍ରାମ ଶିବ ମନ୍ଦିର ନିକଟ ଆଖୁ ଜମିରେ ରବିବାର ଅପରାହ୍ନ ୪ଟାରେ ଅଗ୍ନିକାଣ୍ଡ ଘଟି ପ୍ରାୟ ୧୧ଏକର ଫସଲ ପୋଡ଼ିଯାଇଛି। ଏଥିରେ ବିନୋଦିନୀ ଖିଲାର, ସସ୍ମିତା ନନ୍ଦ, କୁମୁଦିନୀ ମଲ୍ଲିକ, ଅବନ୍ତୀ…

ଦିବ୍ୟାଙ୍ଗ ପୁଓର ଚିକିଛା ସାହାଯ୍‌ ଆଶ୍‌ରେ ମା’ବାପ୍‌

ଲାଠୋର, ୨୦।୧ (ଡି.ଏନ୍‌.ଏ)- ବଲାଙ୍ଗୀର ଜିଲା ତୁରେକେଲା ବ୍ଲକ ସଦର ଗଁାର ଗୋବର୍ଦ୍ଧନ ପୁଟେଲକଁର ପୁଓ ଈଶ୍ୱର ପୁଟେଲ(୧୨)। ସେ ଜନ୍‌ମୁ ଦିବ୍ୟାଙ୍ଗ ଆଏ। ଆଏଜ୍‌କେ ୧୨ ବଛର ହେଲା ସେ ଉଚ ଚିକିଛା ଅଭାବୁ ଖଟେ ପଡ଼ି ରହିଥିବାର ପରିବାର…

ଆଈବୁଢ଼ିର ହାତେ ୩ ଛେଉଁଡ୍‌ ଛୁଆକର ଭବିଷତ୍‌

ପର୍ଲା, ୨୦।୧ (ଡି.ଏନ୍‌.ଏ.)- କଳାହାଣ୍ଡି ଜିଲା ଧର୍ମଗଡ଼ ବ୍ଲକ ଦଣ୍ଡପାଟ ଅଂଚଲ ଛଞ୍ଚାଣବାହାଲି ପଁଚେତ୍‌ ଅଧୀନ ବେହେରାଗୁଡ଼ା ଗଁାର ସୁବାସ ଦୋରୁଆନ(୪୫)କଁର ଶୁକୁରବାର ମୁର୍‌ତୁ ହେଇଥିଲାବେଲେ ତାକର ୩ ଝି’ପୁଓ ବେସାହାରା ହେଇଯାଇଛନ୍‌। ଏନ୍‌ତାଥି ମା’ବାପ୍‌ ଛେଉଁଡ୍‌ ୩ ଭାଇବହେନ୍‌କର ଭବିଷତ୍‌…

ସମାଜ ସଂସ୍କାରରେ ବରିଷ୍ଠ ନାଗରିକଙ୍କ ଭୂମିକା ଗୁରୁତ୍ୱପୂର୍ଣ୍ଣ

ଅମରପାଲି, ୨୦।୧(ଡି.ଏନ.ଏ.) ସଂପ୍ରତି ସମାଜ ସଙ୍କୁଚିତ ହେବାରେ ଲାଗିଛି। ପରିବାରର ସଜ୍ଞା ଆମ ପରିବାର ନୁହେଁ, ମୋ ପରିବାରରେ ସୀମିତି ରହୁଛି। ବରିଷ୍ଠ ନାଗରିକଙ୍କୁ ପରିବାରର ବୋଝ ବୋଲି କୁହାଯାଉଛି। ଅନେକ ବରିଷ୍ଠ ନାଗରିକ ଏବେ ଅବହେଳିତ। ମାତ୍ର ମନେରଖିବା ଉଚିତ…

କ୍ୟାଣ୍ଡେଲ ନୁହେଁ ମଶାଲ ହିଁ ଆଣିବ ବିପ୍ଳବ

ବଲାଙ୍ଗୀର ଅଫିସ, ୨୦ା୧: ସର୍ବଭାତୀୟ ବହୁଭାଷୀ ନାଟକ ଉତ୍ସବ ମଠଖାଇ ମହୋତ୍ସବ ଉଦ୍‌ଘାଟନୀ ସନ୍ଧ୍ୟାରେ ଢ଼େଙ୍କାନାଳର ଅଲଟରନେଟିଭ୍‌ ରିଦିମ୍‌ ଥିଏଟର ପକ୍ଷରୁ ଦିନେଶ ଦାସଙ୍କ ରଚିତ ଓ ନିର୍ଦ୍ଦେଶିତ ନାଟକ ପୁନଶ୍ଚ ସତ୍ୟାଗ୍ରହ ମଞ୍ଚସ୍ଥ ହୋଇଛି ା ସ୍ବାର୍ଥବାଦୀ ମଣିଷମାନଙ୍କୁ ଯୋଗୁଁ…

ନାଁ ଧନମତି, ଦାରିଦ୍ର୍ୟ-ଦୁଃଖ ଆଜନ୍ମ

ବୈପାରୀଗୁଡ଼ା,୨୦ା୧(ଡି.ଏନ୍‌.ଏ.) ନାଁ ତାଙ୍କର ଧନମତି। କିନ୍ତୁ ଦୁଃଖ ଓ ଦାରିଦ୍ର୍ୟ ତାଙ୍କର ଆଜନ୍ମ। ବୈପାରୀଗୁଡ଼ା ବ୍ଲକ ଚେରକା ପଞ୍ଚାୟତ ସିନ୍ଧିଗାଁ ନିକଟସ୍ଥ ଭେଜାପଦର ଗ୍ରାମର ଧନମତି ଗୌଡ଼ (୬୩)ଙ୍କ ଜୀବନ ହେଉଛି ଅତ୍ୟନ୍ତ ଦୁଃଖପୂର୍ଣ୍ଣ ଅଧ୍ୟାୟ। ଦିନ ମଜୁରିଆ ପରିବାରରେ ଜନ୍ମ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?