ଏସ୍‌ଡିସି କପ୍‌ ଲାଗି ଖେଳାଳି ଚୟନ ସରିଲା

ଫୁଲବାଣୀ ଅଫିସ, ୧୯ା୨ – ଆଦିବାସୀ ଫୁଟବଲ ଚାମ୍ପିୟନଶିପ୍‌ ଏସ୍‌ଡିସି (ସ୍ବତନ୍ତ୍ର ଉନ୍ନୟନ ପରିଷଦ) କପ୍‌-୨୦୨୦ ପାଇଁ କନ୍ଧମାଳ ଜିଲାରେ ଚାଲିଥିବା ଖେଳାଳି ଚୟନ ପ୍ରକ୍ରିୟା ଶେଷ ହୋଇଛି ା କନ୍ଧମାଳ ଷ୍ଟାଡିୟମରେ ଚାଲିଥିବା ଏହି ଚୟନ ଶିବିରରେ ୨୫ ଜଣିଆ ମହିଳା ଓ ପୁରୁଷ ଟିମ୍‌ ବଚ୍ଛାଯାଇ ଖେଳ ଅଭ୍ୟାସ ପରେ ଚୂଡାନ୍ତ ୧୮ ଜଣିଆ ଟିମ୍‌ ଗଠନ କରାଯାଇଛି ା ଏହି ଟିମ୍‌ ଜିଲାସ୍ତରୀୟ ଲିଗ୍‌ରେ ଖେଳିବା ଖେଳାଳିମାନେ ଏବେ ଶିବରରେ ଅଭ୍ୟାସ ଜାରି ରଖିଛନ୍ତି। ଓଡିଶା ଫୁଟ୍‌ବଲ ଆସୋସିଏଶନର ସେକ୍‌ ଫୟାଜ ଖେଳାଳିଙ୍କୁ ଉତ୍ତମ କୌଶଳ ଶିଖାଉଛନ୍ତି।
ଜିଲାସ୍ତରୀୟ ଲିଗ୍‌ ଆସନ୍ତା ୨୪ରୁ ୨୮ ତାରିଖ ପର୍ଯ୍ୟନ୍ତ ବାରିପଦା ଏବଂ ଫୁଲବାଣୀରେ ଅନୁଷ୍ଠିତ ହେବ। କନ୍ଧମାଳ ଷ୍ଟାଡିୟମରେ କନ୍ଧମାଳ, କୋରାପୁଟ, କେନ୍ଦୁଝର, ମାଲକାନଗିରି, ମୟୂରଭଞ୍ଜ (ବି) ଟିମ୍‌ ଖେଳିବ ା ଖେଳ ପାଇଁ ଫୁଲବାଣୀ ସମନ୍ବିତ ଆଦିବାସୀ ଉନ୍ନୟନ ସଂସ୍ଥା(ଆଇଟିଡିଏ) ପକ୍ଷରୁ ସମସ୍ତ ପ୍ରକାର ଆୟୋଜନ କରାଯାଇଥିବା ଆଇଟିଡିଏ ପ୍ରକଳ୍ପ ପ୍ରଶାସକ ବୀରେନ୍ଦ୍ର କୁମାର ଦାସ ସୂଚନା ଦେଇଛନ୍ତି। ସୂଚନାଯୋଗ୍ୟ, ଏହି ଫୁଟବଲ ଲିଗରେ ଭାଗ ନେବା ପାଇଁ ଜିଲାର ୧୨ଟି ବ୍ଲକରୁ ପ୍ରାୟ ୮୩୦ ଖେଳାଳି ନାମ ପଞ୍ଜୀକରଣ କରିଥିଲେ ା ସରୋଜ ମୁନି, ପଦ୍ମନାଭ କହଁର କୋଚ ଏବଂ ସହକାରୀ କୋଚ ଦାୟିତ୍ୱରେ ରହିଛନ୍ତି। ଜିଲା କ୍ରୀଡ଼ା ଅଧିକାରୀ ଜିତେନ୍ଦ୍ର ମହାକୁଡ, ଖେଳ ଶିକ୍ଷକ ସତ୍ୟନାରାୟଣ ମୁଖୀ, ବୈଦ୍ୟନାଥ ଖଟୁଆ ପ୍ରମୁଖଙ୍କ ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ ଏହି ଚୟନ ପ୍ରକ୍ରିୟା ଚାଲିଥିଲା ା ମାର୍ଚ୍ଚ ୨ରେ ସେମିଫାଇନାଲ କେନ୍ଦୁଝର ଏବଂ ସୁନ୍ଦରଗଡ, ୫ ମାର୍ଚ୍ଚରେ ଫାଇନାଲ ଭୁବନେଶ୍ୱରରେ ଅନୁଷ୍ଠିତ ହେବ ା


Enter your email to get our daily news in your inbox.

All Right Reserved By Dharitri.Com

ଲଢ଼େଇରେ ନୂଆ ବନାମ ଅଭିଜ୍ଞ

ରାଜକନିକା,୨୬ା୪(ସଞ୍ଜୟ କୁମାର ଦାଶ): କେନ୍ଦ୍ରାପଡ଼ା ଜିଲାର ଶେଷ ସୀମା ହେଉଛି ଆଳି ନିର୍ବାଚନମଣ୍ଡଳୀ। ରାଜକନିକାର ୨୯ଟି ପଞ୍ଚାୟତ ଓ ଆଳିର ୩୪ଟି ପଞ୍ଚାୟତକୁ ମିଶାଇ ଆଳି...

ମା’ଙ୍କ ସହ ପୁରୀ ଆସି ମହାପ୍ରଭୁଙ୍କୁ ଦର୍ଶନ କଲେ ସାଇନା

ପୁରୀ,୨୬ା୪(ଅଜିତ୍‌ ମହାନ୍ତି):ଅନ୍ତର୍ଜାତୀୟ ବ୍ୟାଡ୍‌ମିଣ୍ଟନ ତାରକା ସାଇନା ନେହ୍ବାଲ୍‌ ଗୁରୁବାର ପୁରୀ ଆସି ମହାପ୍ରଭୁଙ୍କୁ ଦର୍ଶନ କରିଛନ୍ତି। ସାଇନା ଭୁବନେଶ୍ୱରରେ ପହଞ୍ଚିବା ପରେ ଓଡ଼ିଶା ବ୍ୟାଡ୍‌ମିଣ୍ଟନ ଫେଡେରେଶନର...

କଳାହାଣ୍ଡି: ଦାଦନ ଘରେ ତାଲା

ଭବାନୀପାଟଣା,୨୬ା୪(ଉତ୍ତମ କୁମାର ଦାଶ): କଳାହାଣ୍ଡି ଜିଲାରେ ଏବେ ଦାଦନ ସମସ୍ୟା ଉତ୍କଟ ରୂପ ଧାରଣ କରିଛି। କାମ ଅନ୍ବେଷଣରେ ପ୍ରତିବର୍ଷ ଏଠାରୁ ବହୁସଂଖ୍ୟାରେ ଲୋକ ଦାଦନ...

ବାଲି ଚୋରାଚାଲାଣ ବଢୁଛି

ରଘୁନାଥପୁର,୨୬।୪(ରାଜେନ୍ଦ୍ର ନାରାୟଣ ସିଂହ): ବାଲି ସୈରାତଗୁଡ଼ିକର ନିଲାମରେ ସ୍ବଚ୍ଛତା ଆଣିବା ପାଇଁ ସରକାର ଏବେ ଏହି ପ୍ରକ୍ରିୟାକୁ ତହସିଲ ଅଧୀନରୁ କାଢ଼ିନେଇ ଖଣି ବିଭାଗକୁ ହସ୍ତାନ୍ତର...

ଏକାଠି ଶୋଭାଯାତ୍ରାରେ ଯିବେ ପ୍ରଶାନ୍ତ, ଚିରଞ୍ଜୀବ

ଜଗତ୍‌ସିଂହପୁର,୨୬ା୪(ପ୍ରମୋଦ କୁମାର ନାୟକ): ଚିରଞ୍ଜୀବ ବିଶ୍ୱାଳ କଂଗ୍ରେସ ଛାଡି ବିଜେଡିରେ ମିଶିଲା ପରେ ଜଗତ୍‌ସିଂହପୁର ବିଧାନସଭା ନିର୍ବାଚନମଣ୍ଡଳୀରେ ରାଜନୈତିକ ପରିବେଶ ବଦଳିବାରେ ଲାଗିଛି। ଦଳ ପ୍ରଶାନ୍ତ...

ପ୍ରବାସୀ ଶ୍ରମିକଙ୍କ ଉପରେ ନେତାଙ୍କ ଆଖି

କେନ୍ଦ୍ରାପଡ଼ା,୨୬ା୪ (ଜଗନ୍ନାଥ ଧଳ): ଦାଦନ ସମସ୍ୟାରେ ପୀଡିତ କେନ୍ଦ୍ରାପଡ଼ା ଜିଲାର ଶ୍ରମିକଙ୍କ ଉପରେ ଚଳିତ ସାଧାରଣ ନିର୍ବାଚନର ପ୍ରର୍ଥୀଙ୍କ ଆଖିପଡିଛି। ଏଥିପାଇଁ ପରିବାର ଓ ଦଳୀୟ...

ମାପଚୁପ ରିପୋର୍ଟ ଦାଖଲରେ ବିଳମ୍ବ

ଯାଜପୁର,୨୬ା୪(ହର୍ଷବର୍ଦ୍ଧନ ବେହେରା): ଶିଳ୍ପାୟନ ନାମରେ ଯାଜପୁର ଜିଲାରେ ଶିଳ୍ପସଂସ୍ଥାଙ୍କ ମନମାନି ବଢିବାରେ ଲାଗିଛି। କାରଖାନା ପ୍ରତିଷ୍ଠା ପାଇଁ ଶିଳ୍ପପତିମାନେ ଭୂଅର୍ଜନ ସକାଶେ ଇଡ୍‌କୋ ଜରିଆରେ ଦରଖାସ୍ତ...

ଜାରକା ବସ୍‌ଷ୍ଟାଣ୍ଡରେ ନାହିଁ ବିଶ୍ରାମାଗାର

କାଏମା,୨୬ା୪(ଶିବପ୍ରସାଦ ମହାନ୍ତି): ଜାରକା ବସ୍‌ଷ୍ଟାଣ୍ଡରେ ଯାତ୍ରୀ ବିଶ୍ରାମଗୋର ନିର୍ମାଣ ହୋଇ ପାରୁନାହିଁ। ଫଳରେ ଯାତ୍ରୀମାନେ ଖରାରେ ଆଉଟୁପାଉଟୁ ହେଉଛନ୍ତି। ବର୍ତ୍ତମାନ ଗ୍ରୀଷ୍ମ ପ୍ରବାହ ଯୋଗୁ ଘରଠୁ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri