ମୋବାଇଲ ଦାବି କରୁଛନ୍ତି ହିତାଧିକାରୀ

ତିହିଡ଼ି,୧୯।୨(ଡି.ଏନ.ଏ.)-ଭଦ୍ରକ ଜିଲା ତିହିଡ଼ି ବ୍ଲକରେ ମଧୁବାବୁ ପେନ୍‌ସନ୍‌ ଯୋଜନାରେ ମୋଟ ୧୧,୬୦୯ ଜଣ ହିତାଧିକାରୀଙ୍କ ମୋବାଇଲ ନମ୍ବର ସଂଗ୍ରହ କରାଯିବ। ମୋ ସରକାର ଆପ୍‌ରେ ଏହି ମୋବାଇଲ ନମ୍ବର ସଂଯୋଗ କରାଯିବାକୁ ସ୍ଥିର ହୋଇଛି। ସୋମବାର ସୁଦ୍ଧା ୬,୩୨୦ ଜଣଙ୍କ ନମ୍ବର ସଂଗ୍ରହ କରାଯାଇଛି। ଅବଶିଷ୍ଟ ହିତାଧିକାରୀଙ୍କ ନମ୍ବର ଖୁବ୍‌ଶୀଘ୍ର ସଂଗ୍ରହ କରାଯିବ ବୋଲି ବ୍ଲକ ସାମାଜିକ ସୁରକ୍ଷା ଓ ଭିନ୍ନକ୍ଷମ ସଶକ୍ତୀକରଣ ବିଭାଗ କାର୍ଯ୍ୟାଳୟ ସୂତ୍ରରୁ ସୂଚନା ମିଳିଛି।
ହିତାଧିକାରୀଙ୍କ ମୋବାଇଲ ନମ୍ବର ମୋ ସରକାର ଆପ୍‌ରେ ସଂଯୋଗ ହେଲେ ସରକାରଙ୍କ ପକ୍ଷରୁ ସିଧାସଳଖ ହିତାଧିକାରୀଙ୍କ ସହ ଯୋଗାଯୋଗ କରାଯାଇପାରିବ। ଏହାଦ୍ୱାରା ହିତାଧିକାରୀମାନେ ଠିକ୍‌ ସମୟରେ ଭତ୍ତା ପାଉଛନ୍ତି କି ନାହିଁ ଏବଂ ସେମାନଙ୍କ ସମସ୍ୟା ସମ୍ପର୍କରେ ସରକାର ଅବଗତ ହୋଇପାରିବେ। ହିତାଧିକାରୀଙ୍କ ମୋବାଇଲ ନମ୍ବର ସଂଗ୍ରହ ପାଇଁ ପଞ୍ଚାୟତିରାଜ ଏବଂ ସାମାଜିକ ସୁରକ୍ଷା ବିଭାଗ ସଚିବଙ୍କ ଯୁଗ୍ମ ନିର୍ଦ୍ଦେଶ ଗତ ୧୩ ତାରିଖରେ ଜିଲାପାଳଙ୍କୁ ଦିଆଯାଇଥିଲା। ଜିଲାପାଳ ବିଡିଓଙ୍କୁ ନିର୍ଦ୍ଦେଶ ଦେବା ପରେ ହିତାଧିକାରୀମାନଙ୍କଠାରୁ ମୋବାଇଲ ନମ୍ବର ସଂଗ୍ରହ କାର୍ଯ୍ୟ ଚାଲୁ ରହିଛି। ଏହି ପରିପ୍ରେକ୍ଷୀରେ ବ୍ଲକ ସାମାଜିକ ସୁରକ୍ଷା ବିଭାଗ କର୍ମଚାରୀମାନେ ବିଭିନ୍ନ ପଞ୍ଚାୟତକୁ ଯାଇ ମୋବାଇଲ ନମ୍ବର ସଂଗ୍ରହ କରୁଛନ୍ତି। ତେବେ କେତେକ ହିତାଧିକାରୀଙ୍କ ମୋବାଇଲ ନ ଥିବାରୁ ସେମାନେ ସରକାରଙ୍କ ପକ୍ଷରୁ ମୋବାଇଲ ଯୋଗାଇ ଦିଆଯାଉ ବୋଲି ଦାବି କରୁଛନ୍ତି। ମାସିକ ୫ ଶହ ଟଙ୍କା ଭତ୍ତାରେ ସେମାନେ ମୋବାଇଲ କିପରି କିଣିପାରିବେ ବୋଲି ପ୍ରଶ୍ନ ଉଠାଇଛନ୍ତି। କେତେଜଣ ହିତାଧିକାରୀ ସରକାରଙ୍କ ଯୋଜନା ସମ୍ପର୍କରେ ଜାଣି ନ ଥିବା କହି ମୋବାଇଲ ନମ୍ବର ଦେବାକୁ ଅରାଜି ହେଉଛନ୍ତି। ଏଥିପାଇଁ କର୍ମଚାରୀମାନଙ୍କୁ ସମସ୍ୟାର ସମ୍ମୁଖୀନ ହେବାକୁ ପଡୁଥିବା ଜଣାଯାଇଛି। ଏହାଛଡ଼ା କେତେକ ପଞ୍ଚାୟତରେ କାର୍ଯ୍ୟନିର୍ବାହୀ ଅଧିକାରୀ ସହଯୋଗ କରୁ ନ ଥିବା ଯୋଗୁ ନମ୍ବର ସଂଗ୍ରହରେ ବିଳମ୍ବ ହୋଇଥିବା କୁହାଯାଇଛି। ଏହିସବୁ କାରଣରୁ ଅଦ୍ୟାବଧି ୫,୨୮୯ ହିତାଧିକାରୀଙ୍କ ନମ୍ବର ସଂଗ୍ରହ ହୋଇପାରି ନାହିଁ। ଆସନ୍ତା ୨୨ ତାରିଖ ସୁଦ୍ଧା ଅବଶିଷ୍ଟ ମୋବାଇଲ ନମ୍ବର ସଂଗ୍ରହ କରାଯାଇ ନାମ ସହ ନମ୍ବର ପଠାଯିବ ବୋଲି ବ୍ଲକ ସାମାଜିକ ସୁରକ୍ଷା ଅଧିକାରୀ ବନମାଳୀ ତ୍ରିପାଠୀ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ବାପାଙ୍କ ଶୁଦ୍ଧିକ୍ରିୟାରେ ଯୋଗଦେବେ ଗ୍ୟାଙ୍ଗଷ୍ଟର ଧଳସାମନ୍ତ ଭ୍ରାତା

କଟକ,୨୫ା୪(କାର୍ତ୍ତିକ ସାହୁ): ଗ୍ୟାଙ୍ଗଷ୍ଟର ଧଳସାମନ୍ତ ଭ୍ରାତା ତାଙ୍କ ଦିବଙ୍ଗତ ବାପାଙ୍କ ଶୁଦ୍ଧିକ୍ରିୟାରେ ଯୋଗଦେବା ନିମନ୍ତେ ଅଦାଲତ ଅନୁମତି ଦେଇଛନ୍ତି। ଆସନ୍ତା ୨୯ ଓ ୩୦ ତାରିଖରେ...

ଗରା ଧରି ଜିଲାପାଳଙ୍କୁ ପାଣି ମାଗିଲେ ଜୁଆଙ୍ଗ ଆଦିବାସୀ

କେନ୍ଦୁଝର,୨୫ା୪(ନରେଶ ଚନ୍ଦ୍ର ପଟ୍ଟନାୟକ): ସରକାର ଆଦିବାସୀ ଓ ଗରିବ ଲୋକଙ୍କ ପାଇଁ ମାଳମାଳ ଯୋଜନା କରି ଅନେକ କୋଟି ଖର୍ଚ୍ଚ କରୁଛନ୍ତି। ମାତ୍ର ଜିଲାର ପୁରାତନ...

୨୦୧୮ ଗୁଳିକାଣ୍ଡ: କୁଖ୍ୟାତ ଅପରାଧୀ ତପୁଙ୍କୁ ୭ ବର୍ଷ କାରାଦଣ୍ଡ

କଟକ,୨୫ା୪ (କାର୍ତ୍ତିକ ସାହୁ): କଟକ ସଦର ଥାନା ଅଞ୍ଚଳରେ ୨୦୧୮ ମସିହା ମାର୍ଚ୍ଚ ୨ ତାରିଖରେ ଦୁଇଗୋଷ୍ଠୀ ମଧ୍ୟରେ ସଂଘଟିତ ଗୁଳିମାଡ଼ ମାମଲାର ରାୟ ଗୁରୁବାର...

ଶିମିଳିପାଳର ୩୧ ପଏଣ୍ଟରେ ଲାଗିଛି ନିଆଁ

ବାରିପଦା,୨୫ା୪(ନୀଳାଦ୍ରି ବିହାରୀ ଦଣ୍ଡପାଟ): ଶିମିଳିପାଳ ଅଭୟାରଣ୍ୟରେ ପ୍ରତିଦିନ ବନାଗ୍ନି ଦେଖିବାକୁ ମିଳୁଛି। ସବୁଜିମା ଭରା ବିସ୍ତୀର୍ଣ୍ଣ ଅଞ୍ଚଳରେ ନିଆଁ ମାଡ଼ି ଚାଲିଛି। କର୍ମଚାରୀମାନେ ଅକ୍ଳାନ୍ତ ପରିଶ୍ରମ...

ବାପାଙ୍କ ଶୁଦ୍ଧିକ୍ରିୟା ପାଇଁ ଗାଁକୁ ଯାଇଥିଲେ, ଘରେ ବୁଲିଲା କଳାକନା

ବାସୁଦେବପୁର,୨୫ା୪(ନାରାୟଣ ପ୍ରସାଦ ବାରିକ୍‌): ବାପାଙ୍କ ଶୁଦ୍ଧିକ୍ରିୟାକୁ ଯାଇଥିଲେ। ଏପଟେ ଘରେ କଳାକନା ବୁଲାଇ ଦେଲେ ଚୋର। ବାସୁଦେବପୁର ପୌରପାଳିକାର ବିଦ୍ୟୁତ୍‌ ମାର୍ଗରେ ବୁଧବାର ରାତିରେ ଏଭଳି...

ପଦ୍ମ ଧରିବା ପରେ ପ୍ରବୋଧଙ୍କୁ ସ୍ବାଗତ କଲା ଭାଜପା, ମିଳିବ କି’ ଟିକେଟ

ଭୁବନେଶ୍ୱର,୨୫।୪: କଂଗ୍ରେସରୁ ଇସ୍ତଫା ପରେ ଭାଜପାର ସାମିଲ ହୋଇଛନ୍ତି ପୂର୍ବତନ ହକି ତାରକା ପ୍ରବୋଧ ତିର୍କୀ । ଏହି ଅବସରରେ ଭାଜପା ଶୀର୍ଷ ନେତୃତ୍ୱ ଫୁଳତୋଡା...

ମିଶ୍ରଣ ପର୍ବରେ ବିଜେଡି କର୍ମୀଙ୍କୁ ଟାର୍ଗେଟ୍‌ କଲେ କଂଗ୍ରେସ କର୍ମୀ

ମୋରଡ଼ା,୨୫ା୪(ସ୍ମାରକ ମାଜୀ): ଆଗାମୀ ସାଧାରଣ ନିର୍ବାଚନ ପାଇଁ କଂଗ୍ରେସ ବଳ ଗୋଟାଇବାରେ ଲାଗିଛି। ଏହି ପରିପ୍ରେକ୍ଷୀରେ ଗୁରୁବାର ମୋରଡା ବ୍ଲକ ଅଧୀନ କଲରାଫୁଲିଆସ୍ଥିତ କଂଗ୍ରେସ କାର୍ଯ୍ୟାଳୟରେ...

ପୋଖରୀରେ ଗାଧୋଇବା ବେଳେ ବୁଡ଼ିଗଲେ ଦୁଇ ଭଉଣୀ

ଗୋପ,୨୫ା୪(ଭାରତୀ ଭୂଷଣ): ପୋଖରୀରେ ଗାଧୋଇବା ହେଲା କାଳ। ଦୁଇ ଭଉଣୀ ଗୁରୁବାର ପୋଖରୀରେ ବୁଡ଼ି ମୃତ୍ୟୁବରଣ କରିଛନ୍ତି। ପୁରୀ ଜିଲା ଗୋପ ଥାନା ଡଭାର ଗାଁରେ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri