ଦାରିଙ୍ଗବାଡ଼ିର ୨ କେନ୍ଦ୍ରରେ ସିସିଟିଭି କ୍ୟାମେରା

ଦାରଙ୍ଗବାଡ଼ି,୧୯ା୨(ଡି.ଏନ.ଏ) – ବୁଧବାରଠାରୁ ମାଟ୍ରିକ୍‌ ପରୀକ୍ଷା। ଦାରିଙ୍ଗବାଡ଼ି ବ୍ଲକରେ ମୋଟ ୭ଟି ପରୀକ୍ଷା କେନ୍ଦ୍ର କରାଯାଇଛି। ମୋଟ ୧,୭୭୬ ଜଣ ଛାତ୍ରୀଛାତ୍ର ପରୀକ୍ଷା ଦେବେ। ସେମାନଙ୍କ ମଧ୍ୟରେ ରେଗୁଲାର ୧୪୩୫ ଜଣ ଛାତ୍ରୀଛାତ୍ର ରହିଥିବା ବେଳେ ଏକ୍ସରେଗୁଲାର ୩୪୧ ଛାତ୍ରୀଛାତ୍ର ରହିଛନ୍ତି। ସେଥିମଧ୍ୟରୁ ଦାରିଙ୍ଗବାଡ଼ି ସରକାରୀ ଉଚ୍ଚ ବିଦ୍ୟାଳୟରେ ୨୯୩ ଜଣଙ୍କ ମଧ୍ୟରୁ ରେଗୁଲାର ୧୯୯ , ଏକ୍ସରେଗୁଲାର ୯୪ ଛାତ୍ରଛାତ୍ରୀ ରହିଥିବା ବେଳେ ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟରେ ମୋଟ ୩୦୧ ଜଣ ଙ୍କ ମଧ୍ୟରୁ ୨୫୩ ରେଗୁଲାର ଏବଂ ୪୮ ଏକ୍ସ ରେଗୁଲାର । ସିମନବାଡ଼ି ସରକାରୀ ଉଚ୍ଚ ବିଦ୍ୟାଳୟରେ ମୋଟ ୨୪୧ ଜଣଙ୍କ ମଧ୍ୟରୁ ରେଗୁଲାର ୧୯୯ ଏବଂ ଏକ୍ସରେଗୁଲାର ୪୨ ରହିଛନ୍ତି। ସେହିପରି ବୁଡାଗୁଡ଼ା କେନ୍ଦ୍ରରେ ୨୧୯ ଜଣଙ୍କ ମଧ୍ୟରୁ ରେଗୁଲାର ୨୦୨ ଏବଂ ଏକ୍ସ ରେଗୁଲାର ୧୭ ଜଣ ରହିଛନ୍ତି। ବ୍ରାହ୍ମଣୀଗାଁ ସରକାରୀ ଉଚ୍ଚ ବିଦ୍ୟାଳୟ ୨୫୭ ଜଣଙ୍କ ମଧ୍ୟରୁ ୨୧୨ ରେଗୁଲାର ଏବଂ ୪୫ ଏକ୍ସ ରେଗୁଲାର ରହିଛନ୍ତି। ସେହିପରି ବ୍ରାହ୍ମଣୀଗାଁର ଅନ୍ୟ ଏକ ପରୀକ୍ଷା କେନ୍ଦ୍ର ପ୍ରଭାତୀତାରା ବାଳିକା ଉଚ୍ଚ ବିଦ୍ୟାଳୟରେ ୨୫୪ଙ୍କ ମଧ୍ୟରୁ ୨୦୧ ରେଗୁଲାର ଏବଂ ୫୩ ଏକ୍ସରେଗୁଲାର ଛାତ୍ରୀଛାତ୍ର ରହିଛନ୍ତି। କାଟିଙ୍ଗିଆ ଉଚ୍ଚ ବିଦ୍ୟାଳୟରେ ୨୧୧ଜଣଙ୍କ ମଧ୍ୟରୁ୧୬୯ ରେଗୁଲାର ଏବଂ ୪୨ ଏକ୍ସରେଗୁଲାର ଛାତ୍ରୀଛାତ୍ର ରହିଛନ୍ତି। ଦାରିଙ୍ଗବାଡ଼ି ଓ ବ୍ରାହ୍ମଣୀଗାଁ ଥାନାରେ ପ୍ରଶ୍ନପତ୍ର ରଖିବା ପାଇଁ ଦୁଇଟି ହବ୍‌ ଖୋଲାଯାଇଛି । ସେଠାରେ କଡ଼ା ସୁରାକ୍ଷା ମଧ୍ୟରେ ପ୍ରଶ୍ନପତ୍ର ରହିଛି ା ସେହିପରି ବ୍ରାହ୍ମଣୀଗାଁ ଏବଂ ବୁଡାଗୁଡ଼ା ପରୀକ୍ଷାକେନ୍ଦ୍ରରେ କେବଳ ସିସିକ୍ୟାମେରା ଲଗାଯାଇଛି ା ସମସ୍ତ କେନ୍ଦ୍ରରେ ସଂପୃକ୍ତ ପ୍ରଧାନ ଶିକ୍ଷକ ପରୀକ୍ଷା ପରିଚାଳନା କରିବା ଦାୟିତ୍ୱରେ ରହିଥିବାବେଳେ ଦାରିଙ୍ଗବାଡ଼ି ବିଇଓ ବ୍ରହ୍ମାନନ୍ଦ ରାଉତ ଏବଂ ବିଆରସିସି, ଏବିଇଓ ମାନେ ନିରୀକ୍ଷକ ଦାୟିତ୍ୱ ତୁଲାଉଛନ୍ତି। ସେହିପରି ପରୀକ୍ଷା ପାଇଁ ଛାତ୍ରୀଛାତ୍ରଙ୍କ ମଧ୍ୟ ଉତ୍ସାହ ଦେଖାଯିବା ସହ ଏକାଧିତ୍କ ବିଦ୍ୟାଳୟରେ ଶିକ୍ଷକ ପଦବୀ ଖାଲି ଯୋଗୁଁ ଶିକ୍ଷାଦାନ ସଠିକ ଭାବେ କରାଯାଇ ନ ଥିବା
କିଛି ଛାତ୍ରୀଛାତ୍ର କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ବାପାଙ୍କ ଶୁଦ୍ଧିକ୍ରିୟାରେ ଯୋଗଦେବେ ଗ୍ୟାଙ୍ଗଷ୍ଟର ଧଳସାମନ୍ତ ଭ୍ରାତା

କଟକ,୨୫ା୪(କାର୍ତ୍ତିକ ସାହୁ): ଗ୍ୟାଙ୍ଗଷ୍ଟର ଧଳସାମନ୍ତ ଭ୍ରାତା ତାଙ୍କ ଦିବଙ୍ଗତ ବାପାଙ୍କ ଶୁଦ୍ଧିକ୍ରିୟାରେ ଯୋଗଦେବା ନିମନ୍ତେ ଅଦାଲତ ଅନୁମତି ଦେଇଛନ୍ତି। ଆସନ୍ତା ୨୯ ଓ ୩୦ ତାରିଖରେ...

ଗରା ଧରି ଜିଲାପାଳଙ୍କୁ ପାଣି ମାଗିଲେ ଜୁଆଙ୍ଗ ଆଦିବାସୀ

କେନ୍ଦୁଝର,୨୫ା୪(ନରେଶ ଚନ୍ଦ୍ର ପଟ୍ଟନାୟକ): ସରକାର ଆଦିବାସୀ ଓ ଗରିବ ଲୋକଙ୍କ ପାଇଁ ମାଳମାଳ ଯୋଜନା କରି ଅନେକ କୋଟି ଖର୍ଚ୍ଚ କରୁଛନ୍ତି। ମାତ୍ର ଜିଲାର ପୁରାତନ...

୨୦୧୮ ଗୁଳିକାଣ୍ଡ: କୁଖ୍ୟାତ ଅପରାଧୀ ତପୁଙ୍କୁ ୭ ବର୍ଷ କାରାଦଣ୍ଡ

କଟକ,୨୫ା୪ (କାର୍ତ୍ତିକ ସାହୁ): କଟକ ସଦର ଥାନା ଅଞ୍ଚଳରେ ୨୦୧୮ ମସିହା ମାର୍ଚ୍ଚ ୨ ତାରିଖରେ ଦୁଇଗୋଷ୍ଠୀ ମଧ୍ୟରେ ସଂଘଟିତ ଗୁଳିମାଡ଼ ମାମଲାର ରାୟ ଗୁରୁବାର...

ଶିମିଳିପାଳର ୩୧ ପଏଣ୍ଟରେ ଲାଗିଛି ନିଆଁ

ବାରିପଦା,୨୫ା୪(ନୀଳାଦ୍ରି ବିହାରୀ ଦଣ୍ଡପାଟ): ଶିମିଳିପାଳ ଅଭୟାରଣ୍ୟରେ ପ୍ରତିଦିନ ବନାଗ୍ନି ଦେଖିବାକୁ ମିଳୁଛି। ସବୁଜିମା ଭରା ବିସ୍ତୀର୍ଣ୍ଣ ଅଞ୍ଚଳରେ ନିଆଁ ମାଡ଼ି ଚାଲିଛି। କର୍ମଚାରୀମାନେ ଅକ୍ଳାନ୍ତ ପରିଶ୍ରମ...

ବାପାଙ୍କ ଶୁଦ୍ଧିକ୍ରିୟା ପାଇଁ ଗାଁକୁ ଯାଇଥିଲେ, ଘରେ ବୁଲିଲା କଳାକନା

ବାସୁଦେବପୁର,୨୫ା୪(ନାରାୟଣ ପ୍ରସାଦ ବାରିକ୍‌): ବାପାଙ୍କ ଶୁଦ୍ଧିକ୍ରିୟାକୁ ଯାଇଥିଲେ। ଏପଟେ ଘରେ କଳାକନା ବୁଲାଇ ଦେଲେ ଚୋର। ବାସୁଦେବପୁର ପୌରପାଳିକାର ବିଦ୍ୟୁତ୍‌ ମାର୍ଗରେ ବୁଧବାର ରାତିରେ ଏଭଳି...

ପଦ୍ମ ଧରିବା ପରେ ପ୍ରବୋଧଙ୍କୁ ସ୍ବାଗତ କଲା ଭାଜପା, ମିଳିବ କି’ ଟିକେଟ

ଭୁବନେଶ୍ୱର,୨୫।୪: କଂଗ୍ରେସରୁ ଇସ୍ତଫା ପରେ ଭାଜପାର ସାମିଲ ହୋଇଛନ୍ତି ପୂର୍ବତନ ହକି ତାରକା ପ୍ରବୋଧ ତିର୍କୀ । ଏହି ଅବସରରେ ଭାଜପା ଶୀର୍ଷ ନେତୃତ୍ୱ ଫୁଳତୋଡା...

ମିଶ୍ରଣ ପର୍ବରେ ବିଜେଡି କର୍ମୀଙ୍କୁ ଟାର୍ଗେଟ୍‌ କଲେ କଂଗ୍ରେସ କର୍ମୀ

ମୋରଡ଼ା,୨୫ା୪(ସ୍ମାରକ ମାଜୀ): ଆଗାମୀ ସାଧାରଣ ନିର୍ବାଚନ ପାଇଁ କଂଗ୍ରେସ ବଳ ଗୋଟାଇବାରେ ଲାଗିଛି। ଏହି ପରିପ୍ରେକ୍ଷୀରେ ଗୁରୁବାର ମୋରଡା ବ୍ଲକ ଅଧୀନ କଲରାଫୁଲିଆସ୍ଥିତ କଂଗ୍ରେସ କାର୍ଯ୍ୟାଳୟରେ...

ପୋଖରୀରେ ଗାଧୋଇବା ବେଳେ ବୁଡ଼ିଗଲେ ଦୁଇ ଭଉଣୀ

ଗୋପ,୨୫ା୪(ଭାରତୀ ଭୂଷଣ): ପୋଖରୀରେ ଗାଧୋଇବା ହେଲା କାଳ। ଦୁଇ ଭଉଣୀ ଗୁରୁବାର ପୋଖରୀରେ ବୁଡ଼ି ମୃତ୍ୟୁବରଣ କରିଛନ୍ତି। ପୁରୀ ଜିଲା ଗୋପ ଥାନା ଡଭାର ଗାଁରେ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri