ଆମ ଜିଲା ଖବର

ଅସହାୟଙ୍କୁ ନିଜ ଖାଦ୍ୟ ଦେଲେ କନେଷ୍ଟବଳ

ବାଲିଗୁଡା,୨୮ା୪(ଡି.ଏନ୍‌.ଏ.)- କରୋନା ପାଇଁ ଲକ୍‌ଡାଉନ ପରେ ବହୁ ଲୋକ ନାହିଁ ନ ଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି। ଲୋକେ ଘରେ ରହିଥିବାବେଳେ ପୋଲିସ କର୍ମଚାରୀ ସେମାନଙ୍କ କାର୍ଯ୍ୟ ଜାରି ରଖି କୋଭିଡ୍‌ ଯୋଦ୍ଧା ପାଲଟିଛନ୍ତି। କର୍ତ୍ତବ୍ୟରତ କନେଷ୍ଟବଳ ଏପରି ସମୟରେ ଜଣେ…

ଆବଦ୍ଧାଞ୍ଚଳରେ ଭ୍ରାମ୍ୟମାଣ ଏଟିଏମ୍‌ ସେବା

ବାଲେଶ୍ୱର ଅଫିସ, ୨୮।୪-ବାଲେଶ୍ୱର ସହରର ନେଳିଆବାଗ ଅଞ୍ଚଳରେ ଗତ ୧୮ ତାରିଖରେ ପ୍ରଥମ କରୋନା ଆକ୍ରାନ୍ତ ଚିହ୍ନଟ ହେବା ପରେ ଉକ୍ତ ଅଞ୍ଚଳକୁ ଜିଲା ପ୍ରଶାସନ ପକ୍ଷରୁ ଆବଦ୍ଧାଞ୍ଚଳ ଘୋଷଣା କରାଯାଇଛି। ଉକ୍ତ ସଂକ୍ରମିତଙ୍କ ସଂସ୍ପର୍ଶରେ ୧୩ଜଣ ଆକ୍ରାନ୍ତ ଚିହ୍ନଟ ହୋଇସାରିଛନ୍ତି।…

୩୦୦ ପରିବାରକୁ ରାଶନ ସାମଗ୍ରୀ ବଣ୍ଟନ

ପିପିଲି,୨୮।୪(ଡି.ଏନ୍‌.ଏ./ସ୍ବ.ପ୍ର.): ପିପିଲି ବ୍ଲକ ଅଧୀନ ତେଇସିପୁର ପଞ୍ଚାୟତର ନୂଆଗୋଡି ଗ୍ରାମରେ ଦିଗମ୍ବର ଜୈନ ସମାଜ ସଂଗଠନ ପକ୍ଷରୁ ଲକଡାଉନ ଯୋଗୁ ଅସୁବିଧାରେ ଥିବା ୩୦୦ ଗରିବ ପରିବାରଙ୍କୁ ରାଶନ ସାମଗ୍ରୀ ବଣ୍ଟନ କରିଛନ୍ତି। ଏହି ସଂଗଠନର ସଦସ୍ୟ ସୌରଭ ଜୈନ ଓ…

ପେଣ୍ଠପଡ଼ାରେ କରୋନା ଯୋଦ୍ଧାଙ୍କୁ ସମ୍ବର୍ଦ୍ଧନା

ସାକ୍ଷୀଗୋପାଳ,୨୮।୪(ଡି.ଏନ୍‌.ଏ.): କରୋନା ଲଢ଼େଇରେ ସାମିଲ ହୋଇ ତୃଣମୂଳରେ କର୍ତ୍ତବ୍ୟ ସମ୍ପାଦନ କରୁଥିବା କରୋନା ଯୋଦ୍ଧାମାନଙ୍କୁ ସତ୍ୟବାଦୀ ବ୍ଲକ ପେଣ୍ଠପଡ଼ା ପଞ୍ଚାୟତ କାର୍ଯ୍ୟାଳୟରେ ମଙ୍ଗଳବାର ସମ୍ବର୍ଦ୍ଧିତ କରାଯାଇଛି। ସାମାଜିକ କର୍ମୀମାନଙ୍କ ଦ୍ୱାରା ଆୟୋଜିତ ଏହି କାର୍ଯ୍ୟକ୍ରମରେ ତହସିଲଦାର କସ୍ତୁରୀ ପ୍ରଧାନ, ବିଡିଓ ସରୋଜ…

କାଳବୈଶାଖୀ କ୍ଷତିଗ୍ରସ୍ତଙ୍କୁ ମିଳୁନି ସହାୟତା: ଏକାଠି ହୋଇ ଅଭିଯୋଗ କଲେ

ଯୋଡ଼ା, ୨୮।୪(ଡି.ଏନ.ଏ.)-କାଳବୈଶାଖୀ ପ୍ରଭାବରେ କେନ୍ଦୁଝର ଜିଲା ଯୋଡା ବ୍ଲକ ଚମକପୁର ପଞ୍ଚାୟତର ବିଭିନ୍ନ ଗ୍ରାମରେ ବ୍ୟାପକ କ୍ଷୟକ୍ଷତି ହୋଇଛି। କୌଣସି ସରକାରୀ ସହାୟତା ମିଳୁ ନ ଥିବା ଲୋକେ ଅଭିଯୋଗ କରିଛନ୍ତି। ଏହାର ପ୍ରତିବାଦ କରି କ୍ଷତିଗ୍ରସ୍ତ ହୋଇଥିବା ଲୋକେ ମଙ୍ଗଳବାର…

ସୁରଟ ଫେରନ୍ତାଙ୍କ ମଧ୍ୟରେ ଶେରଗଡର ୫୭, ଆସିକାର ୧୧ଜଣ

ଆସିକା/ଶେରଗଡ,୨୮ା୪(ଡି.ଏନ୍‌.ଏ.)- ଲକ୍‌ଡାଉନ ପରେ ସୁରଟରେ ଫସିଥିବା ଓଡ଼ିଆଙ୍କ ମଧ୍ୟରୁ ୪ଟି ବସ୍‌ ଯୋଗେ ଗଞ୍ଜାମ ଜିଲାର ୨୨୮ଜଣ ସୋମବାର ପ୍ରଥମ ଦଫାରେ ଫେରୁଛନ୍ତି। ସେମାନଙ୍କ ମଧ୍ୟରେ ଆସିକା ବ୍ଲକର ବିଭିନ୍ନ ପଞ୍ଚାୟତର ୧୧ଜଣ ରହିଥିବାବେଳେ ଶେରଗଡର ୫୭ଜଣ ରହିଛନ୍ତି। ଏନେଇ ଆସିକା…

ମାସ୍କ ବ୍ୟବସାୟୀ ଦେଲେ ଜରିମାନା

ଦାରିଙ୍ଗବାଡ଼ି,୨୮।୪(ଡି.ଏନ.ଏ)- ଦାରିଙ୍ଗବାଡ଼ି ବ୍ଲକ ଅଞ୍ଚଳରେ ମାସ୍କ ପିନ୍ଧି ନ ଥିବା ମୋଟ ୧୧ ଜଣଙ୍କ ଠାରୁ ୨୨ ଶହ ଟଙ୍କା ଜରିମାନା ଆଦାୟ କରାଯାଇଛି। ସେମାନଙ୍କ ମଧ୍ୟରେ ବଜାରରେ ମାସ୍କ ବିକ୍ରି କରୁଥିବା ଜଣେ ବ୍ୟବସାୟୀ ରହିଛନ୍ତି। ସେ ମାସ୍କ ବିକ୍ରି…

ବୁଡାଗୁଡାରେ ଆଉ ୯ ଝାଡାବାନ୍ତିରେ ଆକ୍ରାନ୍ତ

ଦାରିଙ୍ଗବାଡ଼ି,୨୮।୪(ଡି.ଏନ୍‌.ଏ.)- ଦାରିଙ୍ଗବାଡ଼ି ବ୍ଲକ ବୁଡାଗୁଡ଼ା ପଞ୍ଚାୟତ ଅଞ୍ଚଳର କଡ଼ଗାବାଲି ଏବଂ ପଡ଼ିକିଆରେ ଝାଡ଼ାବାନ୍ତି ଆକ୍ରାନ୍ତଙ୍କ ସଂଖ୍ୟା ଦିନକୁ ଦିନ ବଢ଼ିବାରେ ଲାଗିଛି। ମଙ୍ଗଳବାର ଆଉ ୨ଜଣଙ୍କୁ ବୁଡାଗୁଡ଼ା ପ୍ରାଥମିକ ସ୍ବାସ୍ଥ୍ୟକେନ୍ଦ୍ରରେ ଚିକିତ୍ସା ପରେ ବାଲିଗୁଡ଼ା ଉପଖଣ୍ଡ ସ୍ବାସ୍ଥ୍ୟକେନ୍ଦ୍ରକୁ ପଠାଯାଇଛି। ସେମାନେ ହେଲେ…

ଖାଦାନରେ ପଥର ଖସି ୩ ଶ୍ରମିକ ମୃତ

ପୁରୁଷୋତ୍ତମପୁର,୨୮ା୪(ଡି.ଏନ.ଏ.)-ଗଞ୍ଜାମ ଜିଲା ପୁରୁଷୋତ୍ତମପୁର ଥାନା ଭାଟକୁମରଡ଼ା କଲେଜ ନିକଟ ଖାଦାନରେ ମଙ୍ଗଳବାର ଅପରାହ୍ନରେ କାମ କରୁଥିବା ବେଳେ ପଥର ଖସି ୩ ଶ୍ରମିକଙ୍କ ମୃତ୍ୟୁ ଘଟିଛି। ମୃତକଙ୍କ ମଧ୍ୟରେ ୨ ଜଣ ମହିଳା ଅଛନ୍ତି। ମୃତକମାନେ ହେଲେ ଚମାଖଣ୍ଡି ଥାନା ଅନ୍ତର୍ଗତ…

ବିକ୍ରି ହେଲାନି, ରାସ୍ତାରେ କ୍ଷୀର ଢାଳିଲେ ଚାଷୀ

ସୋନପୁର,୨୮।୪(ନି.ପ୍ର.): ସୁବର୍ଣ୍ଣପୁର ଜିଲା ଡୁଙ୍ଗୁରିପାଲି ବ୍ଲକ ରାମପୁର ଦୁଗ୍ଧ ଶୀତଳ କେନ୍ଦ୍ର ସମ୍ମୁଖ ରାସ୍ତାରେ ମଙ୍ଗଳବାର ଚାଷୀମାନେ କ୍ଷୀର ଢାଳି ପ୍ରତିବାଦ କରିଥିଲେ। ଓମ୍‌ଫେଡ୍‌ ଚାଷୀଙ୍କ ନିକଟରୁ କ୍ଷୀର ନେବାକୁ ମନା କରିବା ପରେ ସେମାନେ ଏହିପରି ଅସନ୍ତୋଷ ଜାହିର କରିଛନ୍ତି।…

ସ୍ବାମୀଙ୍କ ସହ ମିଶି ମାକ୍ସ ତିଆରି କରି ବାଣ୍ଟୁଛନ୍ତି ଶାନ୍ତିଲତା

ସୁନ୍ଦରଗଡ଼,୨୮ା୪(ଡି.ଏନ୍‌.ଏ.)-କରୋନା ସଂକ୍ରମଣକୁ ରୋକିବା ପାଇଁ ମାକ୍ସ ପିନ୍ଧିବା ବାଧ୍ୟତାମୂଳକ କରାଯାଇଛି। ଏପରି ପରିସ୍ଥିତିରେ ସମସ୍ତଙ୍କ ପାଖରେ ମାକ୍ସ ପହଞ୍ଚାଇବା ପାଇଁ ଅଣ୍ଟା ଭିଡିଛନ୍ତି ସ୍ଥାନୀୟ ଅଞ୍ଚଳର ସାମାଜିକ କର୍ମୀ ଓ ଭାଜପା ନେତ୍ରୀ ଶାନ୍ତିଲତା ସରାଫ । ନିଜ ଖର୍ଚ୍ଚରେ ମାକ୍ସ…

ରାଜସ୍ଥାନରେ ଫସିଛନ୍ତି କଳାହାଣ୍ଡିର ୨ଶହରୁ ଊର୍ଦ୍ଧ୍ୱ ଛାତ୍ରୀଛାତ୍ର: ଫେରାଇ ଆଣିବାକୁ ନିବେଦନ

ଭବାନୀପାଟଣା, ୨୮ା୪(ସ୍ବ.ପ୍ର): ଲକ୍‌ଡାଉନ ଯୋଗୁ କଳାହାଣ୍ଡି ଜିଲାର ୨ଶହରୁ ଊର୍ଦ୍ଧ୍ୱ ଛାତ୍ରୀଛାତ୍ର ରାଜସ୍ଥାନର କୋଟାକୁ ପଢିବାକୁ ଯାଇ ସେଠାରେ ଫସିରହିଛନ୍ତି। ସେଠାରେ କରୋନା ସଂକ୍ରମଣ ଅଧିଜ ହୋଇଥିବା ଯୋଗଁୁ ଛାତ୍ରୀଛାତ୍ରମାନେ ଘରୁ ବାହାରକୁ ବାହାରୁ ନାହାନ୍ତି। ଏହି ପରିସ୍ଥିତିରେ ସେମାନଙ୍କୁ ନିଜ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?