ଆମ ଜିଲା ଖବର

ବଳିଆରସିଂହପୁରରେ ହାତୀ ଉପଦ୍ରବ, ୫ ଏକର ଜମିର ଫସଲ ନଷ୍ଟ

ଶେରଗଡ,୩ା୨(ଡି.ଏନ.ଏ.)-ଶେରଗଡ଼ ବ୍ଲକ ବଳିଆରସିଂହପୁର ଗ୍ରାମରେ ସୋମବାର ଭୋର୍‌ରେ ହାତୀପଲ ପଶି ପ୍ରାୟ ୫ ଏକର ଜମିର ପରିବା ଫସଲ ନଷ୍ଟ କରିଦେଇଛନ୍ତି। ଅଲାରିଗଡ଼ ଲଣ୍ଡା ପାହାଡରେ ଥିବା ୯ ହାତୀ ବଳିଆରସିଂହପୁର ଦେଇ ଗୋବିନ୍ଦପୁର ଗ୍ରାମ ଅଭିମୁଖେ ଯାଉଥିଲେ। ବଳିଆରସିଂହପୁରରେ ବିଷ୍ଣୂଚରଣ…

ପେଟ୍ରୋଲପମ୍ପ ଉପରେ ଅଚାନକ ଚଢ଼ାଉ: ୨୫ ହଜାର ଜରିମାନା ଆଦାୟ

ବାଲେଶ୍ୱର ଅଫିସ, ୩।୨-ବାଲେଶ୍ୱର ସହରର ବିଭିନ୍ନ ପେଟ୍ରୋଲପମ୍ପ ଉପରେ ମାପ ଓ ଓଜନ ବିଭାଗର ସ୍ବତନ୍ତ୍ର ସ୍କ୍ବାଡ଼ ସୋମବାର ଚଢ଼ାଉ କରି ୫ଟି ପେଟ୍ରୋଲ ପମ୍ପରେ ପ୍ରମାଣପତ୍ର ଟାଙ୍ଗି ନ ଥିବା ଅଭିଯୋଗରେ ୨୫ହଜାର ଟଙ୍କା ଜରିମାନା ଆଦାୟ କରିଛନ୍ତି। ମାପ…

ନାବାଳିକା ବଳାତ୍କାର ମାମଲା: ଅଭିଯୁକ୍ତଙ୍କୁ ୨୦ବର୍ଷ ଜେଲ୍‌

ବାଲେଶ୍ୱର ଅଫିସ, ୩।୨-ଏକ ନାବାଳିକା ବଳାତ୍କାର ମାମଲାର ବିଚାର କରି ସୋମବାର ବାଲେଶ୍ୱର ଜିଲା ଅତିରିକ୍ତ ଦୌରାଜଜ୍‌ କମ୍‌ ପୋକ୍ସୋ ଅଦାଲତର ବିଚାରପତି ଗିରିଜା ମହାପାତ୍ର ଅଭିଯୁକ୍ତଙ୍କୁ ୨୦ବର୍ଷ ଜେଲ ଦଣ୍ଡାଦେଶ ଦେଇଛନ୍ତି। ଏହା ସହ ୨୮ହଜାର ଟଙ୍କା ଜରିମାନା କରାଯାଇଛି।…

ଜିଆଇ ତାରରେ ଫାଶ ବସାଉଥିବା ବେଳେ ଶିକାରୀଙ୍କୁ ଗିରଫ କଲା ବନ ବିଭାଗ

ଛେଣ୍ଡିପଦା,୩ା୨(ସ୍ବ.ପ୍ର.): ଅନୁଗୋଳ ଜିଲା ଛେଣ୍ଡିପଦା ବନାଞ୍ଚଳ ଅନ୍ତର୍ଗତ କଙ୍କୁରପାଳ ସଂରକ୍ଷିତ ଜଙ୍ଗଲ ଅଞ୍ଚଳରୁ ସୋମବାର ସକାଳେ ଜଣେ ଶିକାରୀଙ୍କୁ ବନ ବିଭାଗ ଗିରଫ କରିଛି। ସେ ହେଲେ ଚାଙ୍ଗୁଡିଆ ପଞ୍ଚାୟତ ବଡ଼ବେରେଣା ଗ୍ରାମର ବିରଞ୍ଚି ଭୋଇଙ୍କ ପୁଅ ବିପିନ (୪୦) ।…

ଗଡ଼ମଣ୍ଡଳ ସରସ୍ବତୀ ଶିଶୁ ମନ୍ଦିରରୁ ଚୋରି

ଛେଣ୍ଡିପଦା,୩।୨(ସ୍ବ.ପ୍ର.): ଅନୁଗୋଳ ଜିଲା ଛେଣ୍ଡିପଦା ବ୍ଲକ ପାତ୍ରପଡା ପଞ୍ଚାୟତର ଗଡ଼ମଣ୍ଡଳ ସରସ୍ବତୀ ଶିଶୁମନ୍ଦିର କାର୍ଯ୍ୟାଳୟ ତାଲାଭାଙ୍ଗି ରବିବାର ବିଳମ୍ବିତ ରାତିରେ ଚୋରି ହୋଇଥିବା ନେଇ ସୋମବାର ଛେଣ୍ଡିପଦା ଥାନାରେ ଅଭିଯୋଗ ହୋଇଛି । ପ୍ରକାଶ ଯେ, ଶିକ୍ଷକ ଦେବରାଜ ସାହୁ ସବୁଦିନ…

ଆର୍‌ଆଇ କାର୍ଯ୍ୟାଳୟରେ ପଶି ବାଲିମାଫିଆଙ୍କ ଗଣ୍ଡଗୋଳ: ଅତିରିକ୍ତ ତହସିଲଦାର, ରାଜସ୍ବ ନିରୀକ୍ଷକ ଆହତ

ଭଣ୍ଡାରିପୋଖରୀ,୩।୨(ଡି.ଏନ୍‌.ଏ.): ଭଦ୍ରକ ଜିଲା ଭଣ୍ଡାରିପୋଖରୀ ତହସିଲ ଅଧୀନ ମଞ୍ଜୁରୀରୋଡ଼ଠାରେ ଥିବା ରାଜସ୍ବ ନିରୀକ୍ଷକ(ଆର୍‌ଆଇ)ଙ୍କ କାର୍ଯ୍ୟାଳୟରେ ପଶି ସୋମବାର ବାଲିମାଫିଆମାନେ ଗଣ୍ଡଗୋଳ କରିଛନ୍ତି। ସେମାନଙ୍କ ଆକ୍ରମଣରେ ଅତିରିକ୍ତ ତହସିଲଦାର ଶରତ ଚନ୍ଦ୍ର ସ୍ବାଇଁ ଓ ରାଜସ୍ବ ନିରୀକ୍ଷକ ରାମନାରାୟ ସାମଲ ଆହତ ହୋଇଛନ୍ତି।…

ବାଇକ୍‌ ପଛରୁ ଧକ୍କାଦେଲା ଟ୍ରକ୍‌: ଜଣେ ମୃତ, ୨ ଗୁରୁତର

ମାର୍ଶାଘାଇ,୩।୨:(ଡି.ଏନ୍‌.ଏ.): କେନ୍ଦ୍ରାପଡ଼ା ଜିଲା ମାର୍ଶାଘାଇ ଥାନା ଜାତୀୟ ରାଜପଥ ନଂ.୫(କ) ଟିକରପଙ୍ଗା ଛକ ନିକଟରେ ସୋମବାର ଏକ ଦୁର୍ଘଟଣା ଘଟିଛି। ଏଥିରେ ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ ୨ ଜଣ ଗୁରୁତର ହୋଇଛନ୍ତି। ମୃତକ ହେଲେ ମହାକାଳପଡ଼ା ଥାନା ସାହାବାଜପୁର ଗାଁର…

ତେଲ ଗୋଦାମ ଉପରେ ଚଢ଼ାଉ: ଭୁବନେଶ୍ୱର ପଠାଗଲା ନମୁନା

ରାୟଗଡ଼ା ଅଫିସ,୩।୨: ରାୟଗଡ଼ାର ଗୌତମନଗରରେ ଥିବା ଏକ ତେଲ ଗୋଦାମ ଉପରେ ଟାଉନ ପୋଲିସ ସୋମବାର ଚଢ଼ାଉ କରିଛି । ଉକ୍ତ ଗୋଦାମରେ ବେଆଇନ ଭାବେ ନିମ୍ନ ମାନର ତେଲ ପ୍ୟାକିଂ କରାଯାଇ ସହରରେ ବିକ୍ରି କରାଯାଉଥିବା ପୋଲିସ ପାଖେ ଖବର…

ଜନ ଆନ୍ଦୋଳନ ସଫଳ: କାର୍ଯ୍ୟକ୍ଷମ ହେଲା ବରଗଡ଼ ପୁରୁଣା ଜିଲା ମୁଖ୍ୟ ଡାକ୍ତରଖାନା

ବରଗଡ଼ ଅଫିସ,୩।୨: ବରଗଡ଼ ସହରବାସୀଙ୍କ ଜନ ଆନ୍ଦୋଳନ ସଫଳ ହୋଇଛି। ସହରବାସୀଙ୍କ ଆନ୍ଦୋଳନ ପରେ ସୋମବାର ଅପରାହ୍ନ ପ୍ରାୟ ସାଢ଼େ ୪ଟାରୁ ପୁରୁଣା ଜିଲା ମୁଖ୍ୟ ଡାକ୍ତରଖାନା କାର୍ଯ୍ୟକ୍ଷମ ହୋଇଛି। ଜିଲା ମୁଖ୍ୟ ଚିକିତ୍ସାଧିକାରୀ ଡା. ବିଭୂତି ଭୂଷଣ ମେହେରଙ୍କ ସମେତ…

ଅଦିନିଆ ରଥଯାତ୍ରାକୁ ନେଇ ଥାନାରେ ଏତଲା

ପୁରୀ ଅଫିସ,୩।୨: ବମ୍ବେରେ ଇସ୍କନ ପକ୍ଷରୁ ଅନୁଷ୍ଠିତ ଅଦିନିଆ ରଥଯାତ୍ରାକୁ ନେଇ ପ୍ରତିବାଦ ତେଜିବାରେ ଲାଗିଛି। ଏହା ଶ୍ରୀଜଗନ୍ନାଥ ସଂସ୍କୃତି ଏବଂ ମହାପ୍ରଭୁଙ୍କ ପ୍ରତି ଘୋର ଅପମାନ। ବାରମ୍ବାର ଇସ୍କନ ଏଭଳି ଆଚରଣ ଦେଖାଇ ବିଧି ପରମ୍ପରାକୁ ବେଖାତିର କରୁଥିବାରୁ ଶ୍ରୀମନ୍ଦିର…

ନିୟମଗିରି ପାହାଡ଼ରେ ଲାଗିଛି ୫ ମାଓବାଦୀ ବିରୋଧୀ ପୋଷ୍ଟର

ରାୟଗଡ଼ା ଅଫିସ,୩।୨: ରାୟଗଡ଼ା ଜିଲା ନିୟମଗିରି ପାହାଡ଼ରେ ସୋମବାର ସକାଳୁ ମାଓବାଦୀ ବିରୋଧୀ ପୋଷ୍ଟର ଦେଖିବାକୁ ମିଳିଛି। କଲ୍ୟାଣସିଂହପୁର ପାର୍ସାଲିର ୨ଟି ସ୍ଥାନରେ ଲଗାଯାଇଥିବା ସମୁଦାୟ ୫ଟି ମାଓବାଦୀ ବିରୋଧୀ ପୋଷ୍ଟରରୁ ଜଣାପଡ଼ୁଛି ଏହା ଡଙ୍ଗରିଆ କନ୍ଧ ବିକାଶ ପକ୍ଷରୁ ମରାଯାଇଛି।…

କରୋନା ସମ୍ପର୍କିତ ସଚେତନତା

ରାଇକିଆ,୩।୨(ଡି.ଏନ୍‌.ଏ.): କନ୍ଧମାଳ ଜିଲା ରାଇକିଆ ବ୍ଲକ ସଭାଗୃହରେ ସୋମବାର କରୋନା ଭାଇରସ ସମ୍ପର୍କିତ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠତ ହୋଇଯାଇଛି। ବିଡିଓ ପ୍ରବୀଣ ବାଣୁଆଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠତ କାର୍ଯ୍ୟକ୍ରମରେ ଡାକ୍ତର ଚିନ୍ମୟ ପ୍ରଧାନ, ପ୍ରାଣୀ ଚିକିତ୍ସାଧିକାରୀ ସବିର ପ୍ରଧାନ ଯୋଗ ଦେଇ ଏହି…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri