ସଙ୍ଗରୋଧ କେନ୍ଦ୍ରରୁ ସ୍ବଚ୍ଛତାର ବାର୍ତ୍ତା: ଝାଡ଼ୁ ମାରିଲେ, ଗଛରେ ପାଣି ଦେଲେ

ଅନୁଗୋଳ ଅଫିସ, ୧୭।୫- ଅନୁଗୋଳ ପୌର ପ୍ରଶାସନ ପକ୍ଷରୁ କରାଯାଇଥିବା ଦୁଇଟି କ୍ବାରାଣ୍ଟାଇନ୍‌ ସେଣ୍ଟରରେ କିଛି ଦିନ ହେଲା ଅଶାନ୍ତିକର ବାତାବରଣ ସୃଷ୍ଟି ହୋଇଥିଲା। ଅନୁଗୋଳ ଟାଉନ ଉଚ୍ଚ ବିଦ୍ୟାଳୟ ସଙ୍ଗରୋଧ କେନ୍ଦ୍ରରେ ଥିବା ପ୍ରବାସୀ ଶ୍ରମିକମାନେ ଗତ ୧୪ ତାରିଖରେ ଭାତ ବଦଳରେ ରୁଟି ଦେବାକୁ ଅଡ଼ି ବସିଥିଲେ। ସେହିପରି ସରକାରୀ ବାଳିକା ଉଚ୍ଚବିଦ୍ୟାଳୟ କ୍ୱାରାଣ୍ଟାଇନ୍‌ ସେଣ୍ଟରରେ ଥିବା ବିହାରୀ ଶ୍ରମିକମାନେ ଘରକୁ ନ ଛାଡ଼ିଲେ ଆତ୍ମହତ୍ୟା କରିବାକୁ ୧୫ ତାରିଖରେ ଧମକ ଦେଇଥିଲେ। ହେଲେ ରବିବାର ଟାଉନ ଉଚ୍ଚ ବିଦ୍ୟାଳୟ ସଙ୍ଗରୋଧ କେନ୍ଦ୍ରରୁ ଆସିଛି ସ୍ବଚ୍ଛତାର ବାର୍ତ୍ତା। ଏଠାରେ ସଙ୍ଗରୋଧରେ ଥିବା ଶ୍ରମିମାନେ ନିଜ ପରିବେଶ ପରିଷ୍କାର କରି ବେଶ୍‌ ପ୍ରଶଂସାର ପାତ୍ର ହୋଇପାରିଛନ୍ତି।
ଅନୁଗୋଳ ଟାଉନ ହାଇସ୍କୁଲ କ୍ୱାରାଣ୍ଟାଇନ ସେଣ୍ଟରରେ ଏବେ ୧୦ ଜଣ ଶ୍ରମିକଙ୍କୁ ରଖାଯାଇଛି। ସମସ୍ତେ ଭିନ୍ନ ଭିନ୍ନ ସ୍ଥାନରୁ ଆସିଥିବାରୁ କେହି କାହାର ପରିଚିତ ମଧ୍ୟ ନୁହନ୍ତି। କିନ୍ତୁ ସେମାନଙ୍କ ମଧ୍ୟରେ ଏକ ଆତ୍ମିୟତା ସୃଷ୍ଟି ହୋଇଥିବା ଲକ୍ଷ୍ୟ କରାଯାଉଛି। ସମସ୍ତେ ସଚେତନ ରହିବା ସହ କୋଭିଡ-୧୯ ବିରୋଧୀ ଯୁଦ୍ଧରେ ସହଯୋଗ ଦେବାକୁ ନିଷ୍ପତ୍ତି କରିଛନ୍ତି। ସେଥିପାଇଁ ସେମାନେ କ୍ବାରାଣ୍ଟାଇନ୍‌ କେନ୍ଦ୍ର ପରିସରକୁ ସଫାସୁତରା ରଖିବାକୁ ଆଗ୍ରହ ଦେଖାଇଛନ୍ତି। ରବିବାର ସେମାନେ ହାତରେ ଝାଡ଼ୁ ଧରି ସଫେଇ କରିବା ସହ ଚଟାଣ ଧୋଇବା, ଗଛରେ ପାଣି ଦେବା ଭଳି କାର୍ଯ୍ୟ କରି ଏକ ସୁସ୍ଥ ପରିବେଶ ଫେରାଇ ଆଣିଛନ୍ତି। ସେହିପରି ସେମାନେ ବ୍ୟବହାର କରୁଥିବା ପାଇଖାନା ଓ ଗାଧୁଆ ଘରକୁ ମଧ୍ୟ ପରିସ୍କାର କରିଛନ୍ତି। ଏ ନେଇ ଶ୍ରମିକମାନେ କହିଛନ୍ତି, ଏଠାରେ ରହୁଥିବାରୁ ପରିସ୍କାର ପରିଚ୍ଛନ୍ନ ରଖିବାକୁ ନିଷ୍ପତ୍ତି ନେଇଛୁ। ସମୟ ଅତିବାହିତ କରିବାର ଏହା ମଧ୍ୟ ଏକ ମାଧ୍ୟମ। ପ୍ରବାସୀ ଶ୍ରମିକମାନଙ୍କ ଏପରି ସୁସ୍ଥ ଚିନ୍ତାଧାରାକୁ ପୌର ନିର୍ବାହୀ ଅଧିକାରୀ ବିନୋଦ ଚନ୍ଦ୍ର ପଣ୍ଡା ମଧ୍ୟ ପ୍ରଶଂସା କରିଛନ୍ତି। ଏପରି ମାନସିକତା ସମସ୍ତଙ୍କ ନିକଟରେ ରହିବା ଆବଶ୍ୟକ ବୋଲି ନିର୍ବାହୀ ଅଧିକାରୀ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ରାସ୍ତାକଡ଼କୁ ଓଲଟିଲା ଜଗନ୍ନାଥ ଏକ୍ସପ୍ରେସ, ୨୫ ଯାତ୍ରୀ…

ପାଳଲହଡା,୨୧।୭(ଦିବ୍ୟଜ୍ୟୋତି ଦାଶ): ରାସ୍ତାକଡ଼କୁ ଓଲଟିଲା OSRTC ଜଗନ୍ନାଥ ଏକ୍ସପ୍ରେସ । ଯାତ୍ରୀଙ୍କୁ ନେଇ ଯାଉଥିବା ବେଳେ ଭାରସାମ୍ୟ ହରାଇ ରାସ୍ତାରେ ଓଲଟିପଡିଥିବା ଜଣାପଡିଛି । ଅନୁଗୁଳ ଜିଲା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri