ଆମ ଜିଲା ଖବର

ଛତ୍ରପୁର ହସ୍ପିଟାଲରେ କାର୍ଯ୍ୟକ୍ଷମ ହେଲା ସାନିଟାଇଜେଶନ ମେଶିନ

ଛତ୍ରପୁର,୨୯ା୪(ଡି.ଏନ୍‌.ଏ.): ଗଞ୍ଜାମ ଜିଲା ଛତ୍ରପୁର ହସ୍ପିଟାଲରେ ସମ୍ପୂର୍ଣ୍ଣ ଅଟୋମେଟିକ୍‌ ସାନିଟାଇଜେଶନ ମେଶିନ ସ୍ଥାପନ ହୋଇଛି। ଛତ୍ରପୁର ରୋଟାରି କ୍ଲବ ପକ୍ଷରୁ ଏହି ମେଶିନ ହସ୍ପିଟାଲକୁ ଦିଆଯାଇଛି। ବୁଧବାର ଏହା କାର୍ଯ୍ୟକ୍ଷମ ହୋଇଛି। ଉକ୍ତ କାର୍ଯ୍ୟକ୍ରମରେ ଜିଲାପାଳ ବିଜୟ ଅମୃତା କୁଲାଙ୍ଗେ, ଛତ୍ରପୁର…

ସୀମାବର୍ତ୍ତୀ ଜଙ୍ଗଲ ପ୍ରବେଶ ପଥ ସିଲ୍‌ କଲା ବନ ବିଭାଗ

ଲଖନପୁର,୨୯।୪(ଡି.ଏନ୍‌.ଏ)-ମହାମାରୀ କରୋନାକୁ ନେଇ ସାରା ବିଶ୍ୱ ଚିନ୍ତିତ। ଏହାର ସଂକ୍ରମଣ ରୋକିବାକୁ ନେଇ ସାରାଦେଶରେ ଲକ୍‌ ଡାଉନ୍‌ ଜାରି ରହିଛି। ଯେମିତି ରାଜ୍ୟ ଓ ରାଜ୍ୟ ବାହାରୁ ସନ୍ଦିଗ୍ଧମାନେ ଜିଲାରେ ଅବାଧ ଭାବେ ପ୍ରବେଶ ନ କରିବେ ସେ ନେଇ ଜିଲା…

ବିପୁଳ ପରିମାଣର ନକଲି ମଦ ଜବତ, ୨ ଗିରଫ

ପରଜଙ୍ଗ, ୨୯ା୪(ଡି.ଏନ.ଏ.)- ଢେଙ୍କାନାଳ ଜିଲା ପରଜଙ୍ଗ ଥାନା ମହାବିରୋଡ଼ ଅଞ୍ଚଳରୁ ପରଜଙ୍ଗ ପୋଲିସ ବୁଧବାର ବିପୁଳ ପରିମାଣର ନକଲି ମଦ, ମଦ ତିଆରି ସାମଗ୍ରୀ ଜବତ କରିଛି। ଏଥିରେ ସମ୍ପୃକ୍ତି ଅଭିଯୋଗରେ ୨ ଜଣଙ୍କୁ ଗିରଫ କରାଯାଇଛି। ସେମାନେ ହେଲେ ମହାବିରୋଡ…

ଆଇସୋଲେଶନ କେନ୍ଦ୍ରର ପ୍ରସ୍ତୁତି କାର୍ଯ୍ୟ ତଦାରଖ କଲେ ଜିଲାପାଳ

ଶେରଗଡ଼,୨୯ା୪(ଡି.ଏନ୍‌.ଏ.): ଗଞ୍ଜାମ ଜିଲା ଶେରଗଡ଼ ଆଦର୍ଶ ବିଦ୍ୟାଳୟରେ ପ୍ରଶାସନ ପକ୍ଷରୁ ଏକ ଆଇସୋଲେଶନ କେନ୍ଦ୍ର ଖୋଲାଯାଇଛି। ବୁଧବାର ସନ୍ଧ୍ୟାରେ ସୁରଟରୁ ଫେରୁଥିବା ୧୧୪ ଜଣଙ୍କୁ ଏଠାରେ ରଖାଯିବ। ସେମାନଙ୍କୁ ୧୪ଦିନ ରଖାଯିବା ପରେ ସ୍ବାସ୍ଥ୍ୟ ପରୀକ୍ଷା କରାଯିବ। ସ୍ବାସ୍ଥ୍ୟ ଠିକ୍‌ ଥିଲେ…

ମିଛ ଖବର ପରିବେଷଣ କରିବା ୩ ଯୁବକଙ୍କୁ ମହଙ୍ଗା ପଡ଼ିଲା

ବଲାଙ୍ଗୀର ଅଫିସ,୨୯ା୪- ବଲାଙ୍ଗୀର ଜିଲାରେ ଏ ପର୍ଯ୍ୟନ୍ତ କରୋନାରେ ସଂକ୍ରମିତ ରୋଗୀ ଚିହ୍ନଟ ହୋଇନାହାନ୍ତି। ଏହି ଜିଲାରେ ଏବେ ଗ୍ରୀନ୍‌ ଜୋନ୍‌ରେ ରହିଛି । ଏହାସତ୍ତ୍ୱେ କିଛି ହଟଚମଟକାରୀ ଅସାମାଜିକ ତତ୍ତ୍ୱ କରୋନା ସଂକ୍ରମଣ ସମ୍ପର୍କରେ ମିଛ ଖବର ପରିବେଷଣ କରି…

ସୁରଟରେ ଓଡ଼ିଆ ଯୁବକ ମୃତ

ପରଜଙ୍ଗ, ୨୯ା୪(ଡି.ଏନ.ଏ.)- କାମ ପାଇଁ ଗୁଜରାଟ ଯାଇଥିବା ଢେଙ୍କାନାଳ ଜିଲା ପରଜଙ୍ଗ ବ୍ଲକ କଙ୍କିଳି ଗ୍ରାମର ଜଣେ ଯୁବକଙ୍କ ମଙ୍ଗଳବାର ରାତିରେ ମୃତ୍ୟୁ ଘଟିଛି । ମୃତକ କୁମୁଦ ନାୟକ ଓ ଅନୁଡି ନାୟକଙ୍କ ସାନ ପୁଅ ଆଲୋକ ନାୟକ ବୋଲି…

ଛାତ ପଡ଼ି ଶିଶୁପୁତ୍ରର ଜୀବନଗଲା, ମା’ ଗୁରୁତର

ଛତ୍ରପୁର,୨୯ା୪(ଡି.ଏନ୍‌.ଏ.) : ଗଞ୍ଜାମ ଜିଲା ଚମାଖଣ୍ଡି ଥାନା ମାଟିଖାଲ ଗାଁରେ ବୁଧବାର ଏକ ଅଭାବନୀୟ ଘଟଣା ଘଟିଛି। ଭୋର୍‌ ସମୟରେ ମା ଓ ପୁଅ ଶୋଇଥିବା ବେଳେ ଘରର ଛାତ ତାଙ୍କ ଉପରେ ଖସି ପଡ଼ିଯାଇଥିଲା। ପରେ ମା’ ପୁଅଙ୍କୁ ଉଦ୍ଧାର…

ବରୀ ଅଞ୍ଚଳରୁ କୋଲକାତା ଫେରନ୍ତାଙ୍କ ସ୍ବାବ୍‌ ସଂଗ୍ରହ କଲା ପ୍ରଶାସନ

ରତ୍ନଗିରି,୨୯।୪(ଡି.ଏନ୍‌.ଏ.): ଯାଜପୁର ଜିଲା ବରୀ ଅଞ୍ଚଳକୁ କୋଲକାତାରୁ ଫେରିଥିବା ୧୪୬ ଜଣ ମଙ୍ଗଳବାର ସୁଦ୍ଧା ନିଜ ନାମ ପଞ୍ଜୀକୃତ କରିଛନ୍ତି। ଏହି ବ୍ଲକ ଅଧୀନସ୍ଥ ୨୬ଟି ପଞ୍ଚାୟତରେ ଥିବା ବ୍ୟକ୍ତିଙ୍କ ସ୍ବାବକୁ ୪ଟି କେନ୍ଦ୍ରରେ ସଂଗ୍ରହ କରାଯାଇ ପରୀକ୍ଷା ପାଇଁ ପଠାଯାଇଛି।…

କ୍ୱାରାଣ୍ଟାଇନ୍‌ ସେଣ୍ଟରରେ ଯୁବକଙ୍କ ଆତ୍ମହତ୍ୟା ଉଦ୍ୟମ

ରାୟଗଡ଼ା ଅଫିସ,୨୯ା୪: ରାୟଗଡ଼ା ଜିସିଡି ହାଇସ୍କୁଲ କ୍ୱାରାଣ୍ଟାଇନ୍‌ ସେଣ୍ଟରରେ ରହୁଥିବା ଜଣେ ଯୁବକ ଆତ୍ମହତ୍ୟା ଉଦ୍ୟମ କରିଛନ୍ତି। ସେ ହେଉଛନ୍ତି ଗଞ୍ଜାମ ଜିଲାର ଜଗା ପାତ୍ର। କ୍ୱାରାଣ୍ଟାଇନ୍‌ ସେଣ୍ଟରରେ ଥିବା ବାଥରୁମ୍‌ରେ ଫିନାଇଲ ପିଇ ସେ ଆତ୍ମହତ୍ୟା ଉଦ୍ୟମ କରିଛନ୍ତି। ଗୁରୁତର…

ଛତିଶଗଡ଼ ଫେରନ୍ତାଙ୍କୁ ଗାଁରେ ପୂରାଇ ଦେଲେନି ଗ୍ରାମବାସୀ: କ୍ୱାରାଣ୍ଟାଇନ୍‌ ସେଣ୍ଟରକୁ ଗଲେ ୬ ଶ୍ରମିକ

ସରଣ୍ଡା,୨୯ା୪(ଡି.ଏନ୍‌.ଏ.): କରୋନା ସଂକ୍ରମଣ ନେଇ ଦେଶରେ ଲକ୍‌ଡାଉନ୍‌ ଘୋଷଣା କରାଯାଇଛି। ଫଳରେ ବିଭିନ୍ନ ସ୍ଥାନରେ ଶ୍ରମିକମାନେ ଫସି ରହିଛନ୍ତି। ରାଜ୍ୟ ସରକାର ଶ୍ରମିକଙ୍କ ଫେରିବା ନେଇ ବ୍ୟବସ୍ଥା କରିଥିବା ବେଳେ ବରଗଡ଼ ଜିଲା ଅତାବିରା ବ୍ଲକ ଅନ୍ତର୍ଗତ ସରଣ୍ଡାସ୍ଥିତ କଟାପାଳିକୁ ଆନ୍ଧ୍ରପ୍ରଦେଶରୁ…

CORONAVIRUS UPDATE: ୩ ନୂଆ ଜିଲାକୁ ଛୁଇଁଲା କରୋନା: କେନ୍ଦୁଝର, ଝାରସୁଗୁଡ଼ା, ଦେବଗଡ଼ରେ ଜଣେ ଲେଖାଏ ଆକ୍ରାନ୍ତ ଚିହ୍ନଟ

ଭୁବନେଶ୍ୱର,୨୯।୪(ବ୍ୟୁରୋ): ରାଜ୍ୟରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବଢ଼ିବାରେ ଲାଗିଛି। ବୁଧବାର ଅପରାହ୍ନ ସୁଦ୍ଧା ୪ଜଣ ନୂଆ କରୋନା ଆକ୍ରାନ୍ତ ଚିହ୍ନଟ ହେବା ପରେ ରାଜ୍ୟରେ ଆକ୍ରାନ୍ତଙ୍କ ସଂଖ୍ୟା ୧୨୨ରେ ପହଞ୍ଚିଛି। ଅପରପକ୍ଷେ ୩ ନୂଆ ଜିଲାକୁ ଛୁଇଁଛି କରୋନା। କେନ୍ଦୁଝର, ଦେବଗଡ଼…

ଖୋଲିଲା ଇଟା, ବାଲି, ସିମେଣ୍ଟ ଦୋକାନ: ସକାଳ ୬ରୁ ସନ୍ଧ୍ୟା ୬ ଯାଏ ରହିବ ଖୋଲା

ଭଦ୍ରକ ଅଫିସ,୨୯ା୪: ଭଦ୍ରକରେ ବୁଧବାରଠାରୁ ଘର ନିିର୍ମାଣ କାମ ଆରମ୍ଭ ହେବ। ରଡ୍‌, ସିମେଣ୍ଟ, ଇଟା, ବାଲି ବିକ୍ରି କରିପାରିବେ ଦୋକାନୀ। ସକାଳ ୬ରୁ ସନ୍ଧ୍ୟା ୬ଟା ପର୍ଯ୍ୟନ୍ତ ଏହି ଦୋକାନ ଖୋଲା ରହିବ ବୋଲି ପ୍ରଶାସନ ପକ୍ଷରୁ ସୂଚନା ଦିଆଯାଇଛି।…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?