ଆମ ଜିଲା ଖବର

ମାଘମେଳାରେ ବର୍ଷା ଦାଉ

ଢେଙ୍କାନାଳ ଅଫିସ, ୯ା୨ – ବିଶ୍ୱପ୍ରସିଦ୍ଧ ଯୋରନ୍ଦା ମାଘମେଳାର ସରସ ଲୁଟି ନେଇଛି ଅଦିନିଆ ବର୍ଷା। କୋହଲା ପାଗ ସାଙ୍ଗକୁ ତୁହାକୁ ତୁହା ଲଗାଣ ବର୍ଷା ଦୂରଦୂରାନ୍ତରୁ ଆସିଥିବା ଶ୍ରଦ୍ଧାଳୁଙ୍କ ପାଇଁ ଦାଉ ସାଧିଛି। ଫିକା ପଡ଼ିଛି ବ୍ୟବସାୟ। ହାତବାନ୍ଧି ବସିଛନ୍ତି…

ଥମୁନି ବାଲ୍ୟ ବିବାହ ଧାରା ପ୍ରଥା ଦାୟରେ ଏବେ ବି ବଳି ପଡୁଛନ୍ତି ବାଳିକା

ଜୟପୁର,୯ା୨(ନି.ପ୍ର.) ଆଦିବାସୀ ଅଧ୍ୟୁଷିତ ଅବିଭକ୍ତ କୋରାପୁଟ ଜିଲାରେ ଏବେ ବି ବାଲ୍ୟ ବିବାହ ପ୍ରଥା ପ୍ରଚଳିତ ରହିଛି। ପ୍ରଶାସନ ପକ୍ଷରୁ ବାରମ୍ବାର ବାଲ୍ୟ ବିବାହ ରୋକାଯିବା ଘଟଣା ଦର୍ଶାଉଛି ଯେ ଏଯାବତ୍‌ ଏହି ପ୍ରଥା ଲୋପ ପାଇନାହିଁ। ନିରକ୍ଷରତା ଓ ସଚେତନତାର…

ତିନିଦିନ ହେଲା ଟେନ୍‌ସା କଲେଇପୋଷ ରାସ୍ତା ଜାମ : ଦୁର୍ଦ୍ଦଶାରେ ୫୦ହଜାର ଜନସାଧାରଣ

ଟେନ୍‌ସା, ୯।୨ (ଡି.ଏନ.ଏ)- ତିନି ଦିନ ହେଲା ଲଗାଣ ବର୍ଷା ଯୋଗୁ ପୂର୍ତ୍ତବିଭାଗ ପକ୍ଷରୁ ନିର୍ମାଣ କରାଯାଇଥିବା ସୁନ୍ଦରଗଡ଼ ଜିଲା କୋଇଡ଼ାର ବରସୁଆଁ ନୂଆପୋଲର ଉଭୟ ପାର୍ଶ୍ୱ ଶୋଚନୀୟ ହୋଇଛି। ଫଳରେ ଗାଡ଼ିମୋଟର ଦୁଇଦିନ ଧରି ଜାମ ରହିଛି। ଅଞ୍ଚଳର ୫୦…

ବିପଦସଙ୍କୁଳ ବଙ୍ଗରଦୁଆ ଘାଟି, ଧସୁଛି ଅତଡ଼ା

ଦାରିଙ୍ଗବାଡ଼ି,୯।୨(ଡି.ଏନ.ଏ)-ଦାରିଙ୍ଗବାଡ଼ି ଠାରୁ ବ୍ରାହ୍ମଣୀଗାଁ ଦେଇ ଗଜପତି ଜିଲାକୁ ସଂଯୋଗ କରୁଥିବା ପୂର୍ତ୍ତ ବିଭାଗ ରାସ୍ତାର ବଙ୍ଗରଦୁଆ ଘାଟି ଏବେ ବିପଦସଙ୍କୁଳ ଅବସ୍ଥାରେ ରହିଛି। ପୂର୍ବରୁ ଉକ୍ତ ରାସ୍ତା ସଂପ୍ରସାରଣ ବେଳେ ଦୁଇପାର୍ଶ୍ୱରୁ ମାଟି ଓ ଘାଟି କଟାଯାଇ ପିଚୁ ରାସ୍ତା ନିର୍ମାଣ…

ମାନବବାଦ କ୍ଷେତ୍ରରେ ଭୀମଭୋଇ ଉଜ୍ଜ୍ୱଳ ଜ୍ୟୋତିଷ୍କ

ସୋନପୁର, ୯।୨(ନି.ପ୍ର.) ସନ୍ଥ କବି ଭୀମଭୋଇ ଧର୍ମ, ସଂସ୍କୃତି, ସାହିତ୍ୟ ଓ ମାନବବାଦ କ୍ଷେତ୍ରରେ ଏକ ମହାନ ଏବଂ ଉଜ୍ଜ୍ୱଳମୟ ଜ୍ୟୋତିଷ୍କ। ତାଙ୍କ ଦର୍ଶନ ଏବଂ ଜ୍ଞାନାଲୋକ ସମସ୍ତ ମାନବଜାତିକୁ ପଥ ପ୍ରଦର୍ଶନ କରୁଛି। ସମାଜ ଓ ସାମାଜିକ ବ୍ୟବସ୍ଥାକୁ ତ୍ରୁଟିମୁକ୍ତ…

ପୂର୍ବ ଶତ୍ରୁତାରୁ ଗଣ୍ଡଗୋଳ, ଜଣେ ଗିରଫ: କଲେଜ ଛାତ୍ର ସମେତ ୫ ଆହତ

ଗଞ୍ଜାମ,୯ା୨(ଡି.ଏନ.ଏ.)-ରମ୍ଭା ଥାନା ଅଧୀନ କାର୍ତ୍ତିକଢ଼ି ଗ୍ରାମର ଗୋଟିଏ ଗୋଷ୍ଠୀ ଓ ବେଣିଗୌରୀ ଗ୍ରାମବାସୀଙ୍କ ମଧ୍ୟରେ ପୂର୍ବ ଶତ୍ରୁତାକୁ କେନ୍ଦ୍ରକରି ଶନିବାର ଗଣ୍ଡଗୋଳ ଘଟିଛି। ଏହି ଘଟଣାରେ ବେଣିଗୌରୀ ଗ୍ରାମର କଲେଜ ଛାତ୍ର ଏସ୍‌. ସନ୍ତୋଷ ରେଡ୍ଡୀ, ଗୋପାଳ ରେଡ୍ଡୀ ଓ ଡମ୍ବୁରୁ…

ବିଦ୍ୟୁତ୍‌ ତାର ବିଛାଇ ଦନ୍ତା ଶିକାର : ୨ ଗିରଫ, ହାତୀଦାନ୍ତ ଉଦ୍ଧାର

ସୋନପୁର, ୯।୨(ନି.ପ୍ର.) ସୁବର୍ଣ୍ଣପୁର ବନ ବିଭାଗକୁ ଶନିବାର ବଡ ସଫଳତା ମିଳିଛି। ଉଲୁଣ୍ଡା ଫରେଷ୍ଟ ରେଞ୍ଜ ଅନ୍ତର୍ଗତ ସାରସଦାଦର ଜଙ୍ଗଲରେ ଶିକାର ହୋଇଥିବା ହାତୀର ୨ ଦାନ୍ତକୁ ବନ ବିଭାଗ ଉଦ୍ଧାର କରିଛି। ଏହି ଘଟଣାର ମଧ୍ୟସ୍ଥି ଉଲୁଣ୍ଡା ଥାନା ମେଘନାଦ…

ଗଞ୍ଜାମର ୨୭୬୩ ଅଙ୍ଗନୱାଡି କେନ୍ଦ୍ରରେ ନାହିଁ ପାଣି

ଛତ୍ରପୁର,୯ା୨(ଡି.ଏନ.ଏ.)-ଗଞ୍ଜାମ ଜିଲାର ୨୭୬୩ ଅଙ୍ଗନୱାଡି କେନ୍ଦ୍ରରେ ପାନୀୟ ଜଳ ସୁବିଧା ନାହିଁ । ଜିଲାରେ ରହିଛି ୫୧୪୧ ଅଙ୍ଗନୱାଡି କେନ୍ଦ୍ର । ଏଥିରୁ ୨୩୭୮ ଅଙ୍ଗନୱାଡି କେନ୍ଦ୍ରରେ ପାନୀୟଜଳ ର ସୁବିଧା ଅଛି । ଜିଲା ସମାଜ ମଙ୍ଗଳ ବିଭାଗ ପକ୍ଷରୁ…

୧୦ରୁ ଉତ୍ସବ ପ୍ରଧାନପାଟ : ଅଂଶଗ୍ରହଣ କରିବେ ୭୫୦ରୁ ଊଦ୍ଧ୍ୱର୍ର୍ କଳାକାର

ଦେବଗଡ଼, ୯।୨(ଡି.ଏନ.ଏ.)- ଆଗାମୀ ୧୦ରୁ ୧୪ ତାରିଖ ପର୍ଯ୍ୟନ୍ତ ଦୀର୍ଘ ୫ଦିନ ଧରି ପ୍ରଧାନପାଟ ଜଳପ୍ରପାତ ପାଦଦେଶରେ ଥିବା ମୁକ୍ତାକାଶ ରଙ୍ଗମଞ୍ଚରେ ପାଳିତ ହେବାକୁ ଥିବା ଉତ୍ସବ ପ୍ରଧାନପାଟ -୨୦୨୦ ନିମନ୍ତେ ଜିଲା ପ୍ରଶାସନ ପକ୍ଷରୁ ସମସ୍ତ ପ୍ରକାର ପ୍ରସ୍ତୁତି ଚୂଡାନ୍ତ…

ବ୍ରହ୍ମପୁରରେ ପୋଲିସ ଡିଜି: ଅପରାଧ ସ୍ଥିତି, ମାଓବାଦୀ ଗତିବିଧି, ୫ଟି ଉପରେ ସମୀକ୍ଷା

ବ୍ରହ୍ମପୁର ଅଫିସ,୯ା୨-ରାଜ୍ୟ ପୋଲିସ ମହାନିର୍ଦ୍ଦେଶକ (ଡିଜିପି) ଅଭୟ ଶନିବାର ବ୍ରହ୍ମପୁର ଗସ୍ତରେ ଆସି ଦକ୍ଷିଣାଞ୍ଚଳ ରେଞ୍ଜ ଡିଆଇଜିଙ୍କ କାର୍ଯ୍ୟାଳୟ ସମ୍ମିଳନୀ କକ୍ଷରେ ୫ ପୋଲିସ ଜିଲାର ଏସ୍‌ପିଙ୍କୁ ନେଇ ବୈଠକ କରିଛନ୍ତି। ଦକ୍ଷିଣାଞ୍ଚଳ ପୋଲିସ ରେଞ୍ଜର ଆଇନ ଶୃଙ୍ଖଳା ପରିସ୍ଥିତିର ସମୀକ୍ଷା…

ଶ୍ରମିକ ଛଟେଇ ପାଇଁ ଖଣି କମ୍ପାନୀର ନୋଟିସ୍‌ :  ପ୍ରତିବାଦରେ ଆନ୍ଦୋଳନ ଚେତାବନୀ ଦେଲା ଏଆଇଟିୟୁସି

ଯୋଡ଼ା, ୯।୨(ଡି.ଏନ.ଏ.)-କେନ୍ଦୁଝର ଜିଲା ଯୋଡା ଖଣି ମଣ୍ଡଳରେ ୨୦୨୦ ମାର୍ଚ୍ଚ ୩୧ ସୁଦ୍ଧା ଶେଷ ହେଉଥିବା ଥିବା କେତେ ଗୁଡିଏ ଖଣି ଗୁଡିକର ନିଲାମ ପ୍ରକ୍ରିୟା ଇତିମଧ୍ୟରେ ଶେଷ ହୋଇଥିବା ବେଳେ ଅନ୍ୟ କେତେ ଗୁଡିକର ନିଲାମ ପ୍ରକ୍ରିୟା ଆଗକୁ ରହିଛି।…

ଅଦିନିଆ ବର୍ଷାରେ ଯୋଡା ବେହାଲ

ଯୋଡ଼ା, ୯।୨(ଡି.ଏନ.ଏ.)-କେନ୍ଦୁଝର ଜିଲା ଯୋଡା ସହରରେ ଅଦିନିଆ ବର୍ଷା ଫଳରେ ଜନସାଧାରଣ ନାହିଁ ନ ଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି। ଯୋଡା ସହରରେ ଥିବା ପିଚୁ ରାସ୍ତା ଉପରେ କାଦୁଅର ଆସ୍ତରଣ ଚକୋଲେଟ୍‌ର ଭ୍ରମ ସୃଷ୍ଟି କରୁଛି । ଏହା ସହିତ…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri