Posted inପୁରୀ

ସମ୍ଭାବ୍ୟ ବାତ୍ୟା ପାଇଁ ୨ଦିନ ରଥ ନିର୍ମାଣ ବନ୍ଦ

ପୁରୀ ଅଫିସ,୧୮ା୫:-ସମ୍ଭାବ୍ୟ ବାତ୍ୟା ଅମ୍ଫନକୁ କିପରି ମୁକାବିଲା କରାଯାଇପାରିବ ସେନେଇ ପୁରୀ ଜିଲା ପ୍ରଶାସନ ପକ୍ଷରୁ ବ୍ୟାପକ ପ୍ରସ୍ତୁତି କରାଯାଇଛି। ଯଦିଓ ଏହାର ପ୍ରଭାବ ସିଧାସଳଖ ପୁରୀ ଉପରେ ପଡ଼ିବ ନାହିଁ ବୋଲି କୁହାଯାଉଛି ତେବେ ବର୍ଷା, ପବନ ହେବାର ସମ୍ଭାବନା ରହିଛି। ତେଣୁ ଏହାକୁ ଦୃଷ୍ଟିରେ ରଖି ଶ୍ରୀମନ୍ଦିର ପ୍ରଶାସନ ବି ଆଗୁଆ ସତର୍କ ହୋଇଛି। ପ୍ରବଳ ବର୍ଷା, ପବନ ହେଲେ ମଙ୍ଗଳବାର ଓ ବୁଧବାର ଦୁଇଦିନ ରଥ ନିର୍ମାଣ କାମ ବନ୍ଦ ରହିବ ବୋଲି ଶ୍ରୀମନ୍ଦିର ପ୍ରଶାସନ କହିଛି। ଏ ନେଇ ରଥ ନିର୍ମାଣରେ ନିୟୋଜିତ ସମ୍ପୃକ୍ତ ସେବକମାନଙ୍କୁ ସୋମବାର ଅବଗତ କରିଦିଆଯାଇଛି। ସେମାନେ ଏହି ଦୁଇଦିନ ରଥଖଳାକୁ ଆସିବେ ନାହିଁ, ପୂର୍ବପରି ଭକ୍ତ ନିବାସ ପରିସରରେ ରହିବେ ବୋଲି କୁହାଯାଇଛି। ଅନ୍ୟପକ୍ଷରେ ରଥଖଳାରେ ବର୍ଷା ନ ପଡ଼ିିବା ପାଇଁ ପକାଯାଇଥିବା ଜରିପାଲକୁ ସୋମବାର ଖୋଲି ଦିଆଯାଇଛି। ପାଣିପାଗ ବିଭାଗର ଆକଳନ ଅନୁଯାୟୀ ପୁରୀକୁ ଯଦି ଜୋର୍‌ ପବନ ହୁଏ ତେବେ ପାଲ ରହିବ ନାହିଁ। ତେଣୁ ଦୁଇଦିନ କାମ ବନ୍ଦ ଥିବାରୁ ପାଲକୁ ଖୋଲାଯାଇଛି। ସେହିପରି ନିର୍ମାଣ ସରିଥିବା ରଥ ଚକଗୁଡ଼ିକରେ ପାଲ ଗୁଡ଼ାଯାଇ ଭଲ ଭାବେ ବାନ୍ଧି ଦିଆଯାଇଛି। ଏଥିରେ ଯେପରି ବର୍ଷା ପାଣି ନ ପଡ଼ିବ ସେଥିଲାଗି ଏଭଳି ପଦକ୍ଷେପ ନିଆଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

୩ ଦିନ ହେବ ରାସ୍ତାରେ ପୂର୍ବମୁହାଁ ବସିଛନ୍ତି ବାପା: କାରଣ ଜାଣିଲେ ଆଖିରେ ଆସିଯିବ ଲୁହ

ଭୁବନେଶ୍ବର/ଜଗନ୍ନାଥପ୍ରସାଦ, ୨୧ା୫(ପ୍ରସନଜିତ୍‌ ସାହୁ)/ବିଭୁପ୍ରସାଦ ପଟ୍ଟନାୟକ):୭ ମାସ ତଳେ ନିଖୋଜ ହୋଇଥିବା ପୁଅକୁ ପାଇବାକୁ ଜଣେ ବାପା ଗଞ୍ଜାମରୁ ଭୁବନେଶ୍ୱର ଆସିଛନ୍ତି। ଜଣେ ବାବାଙ୍କ ପରାମର୍ଶକ୍ରମେ ବ୍ୟକ୍ତିଜଣକ ଖଣ୍ଡଗିରିସ୍ଥିତ…

ପଞ୍ଜାବରେ ଅଦିନିଆ ରଥଯାତ୍ରା ସ୍ଥଗିତ: ଶ୍ରୀମନ୍ଦିର ପ୍ରଶାସନର ହସ୍ତକ୍ଷେପ

ପୁରୀ,୨୧୫(ଅଜିତ୍‌ କୁମାର ମହାନ୍ତି):ପଞ୍ଜାବରେ ଅଦିନିଆ ରଥଯାତ୍ରା ଆୟୋଜନ ପାଇଁ ପ୍ରସ୍ତୁତି ଚାଲିଥିବା ବେଳେ ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ତତ୍ପରତା ଦେଖିବାକୁ ମିଳିଛି। ଶ୍ରୀମନ୍ଦିର ପ୍ରଶାସନ ଚିଠି ଲେଖି…

ଶ୍ରୀଜିଉଙ୍କୁ ଦର୍ଶନ କଲେ ନୀତିନ ନବୀନ

ପୁରୀ,୧୮।୫(ଅଜିତ୍‌ କୁମାର ମହାନ୍ତି): ଶ୍ରୀକ୍ଷେତ୍ରରେ ଆଜି ଭକ୍ତିମୟ ପରିବେଶ ମଧ୍ୟରେ ଭାଜପା ରାଷ୍ଟ୍ରୀୟ ଅଧ୍ୟକ୍ଷ ନୀତିନ ଶ୍ରୀଜିଉଙ୍କୁ ଦର୍ଶନ କରିଛନ୍ତି। ସେ ଶ୍ରୀମନ୍ଦିରକୁ ପହଞ୍ଚି ସିଂହଦ୍ୱାର ଦ୍ୱାରରେ…

ମୋ ପୁଅକୁ ବଞ୍ଚାଇଦିଅ….କାଳିଆ ଦୁଆରେ ମା’ବାପା

ପୁରୀ,୧୬ା୫(ଅଜିତ୍‌ କୁମାର ମହାନ୍ତି):ଶ୍ରୀମନ୍ଦିର ସିଂହଦ୍ୱାର ସମ୍ମୁଖରେ ଏକ ଭାବବିହ୍ବଳ ଦୃଶ୍ୟ ଦେଖିବାକୁ ମିଳିଛି, ଯାହା ସୋସିଆଲ ମିଡିଆରେ ବେଶ୍‌ ଭାଇରାଲ ହେବାରେ ଲାଗିଛି। ମା’ବାପା ତାଙ୍କ ପୁଅର…

ବାଣ୍ଟିଲେ ନାହିଁ, ବର୍ଷାପାଣିରେ ଭିଜିଲା ଛାତ୍ରୀଛାତ୍ରଙ୍କ ପାଠ୍ୟପୁସ୍ତକ

କଣାସ,୮ା୫(ବିଭୂତି ଭୂଷଣ ତ୍ରିପାଠୀ): କେନ୍ଦ୍ର ଓ ରାଜ୍ୟ ସରକାର ୧ମ ଶ୍ରେଣୀରୁ ୮ମ ଶ୍ରେଣୀ ପିଲାଙ୍କ ପାଇଁ ମାଗଣାରେ ପାଠ୍ୟପୁସ୍ତକ, ପୋଷାକ ଆଦି ଯୋଗାଇ ଦେଉଥିବାବେଳେ ମଧ୍ୟାହ୍ନଭୋଜନ…

ଦିଦି ହଟିଲେ, ଏବେ ‘ଧାମ’ ହଟିବାକୁ ନେଇ ଚର୍ଚ୍ଚା

ପୁରୀ, ୭ା୫(ମନୋଜ କୁମାର ଦଳାଇ):ପଶ୍ଚିମବଙ୍ଗରେ ମମତା ବାନାର୍ଜୀଙ୍କ ସରକାରର ପତନ ଘଟିଛି। ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କୁ ନେଇ ରାଜନୀତି କରିବା ତାଙ୍କୁ ମହଙ୍ଗା ପଡ଼ିଛି ବୋଲି ଚର୍ଚ୍ଚା ହେଉଛି।…

ପାଖେଇ ଆସୁଛି ମହାପ୍ରଭୁଙ୍କ ରଥଯାତ୍ରା: ସିସିଟିଭି ନଜରରେ ରହିବ ବଡ଼ଦାଣ୍ଡ

ପୁରୀ,୫।୫: ପାଖେଇ ଆସୁଛି ମହାପ୍ରଭୁଙ୍କ ପବିତ୍ର ରଥଯାତ୍ରା। ରଥଯାତ୍ରା ପ୍ରସ୍ତୁତି ନେଇ ପୁରୀ ଏସ୍‌ପି ପ୍ରତୀକ ସିଂହ ମଙ୍ଗଳବାର ଏକ ବଡ଼ ସୂଚନା ଦେଇଛନ୍ତି। ଶୃଙ୍ଖଳିତ ଏବଂ…

ଜଗନ୍ନାଥଙ୍କୁ କରିଥିଲେ ଅପମାନ, ଗଲା ଦିଦିଙ୍କ ଆସନ

ପୁରୀ,୫।୫(ଅଜିତ୍‌ କୁମାର ମହାନ୍ତି): ପଶ୍ଚିମବଙ୍ଗ ବିଧାନସଭା ନିର୍ବାଚନରେ ଭାଜପା ବିପୁଳ ବିଜୟ ହାସଲ କରିଛି । ୨୦୦ରୁ ଅଧିକ ବିଧାନସଭା ଆସନରେ ଜିତି ଭାଜପା ବହୁମତ ହାସଲ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri