ଆମ ଜିଲା ଖବର

ବୋମାମାଡ଼ ଘଟଣାରେ ସରପଞ୍ଚଙ୍କ ସମେତ ୫ ଗିରଫ: ବାଇକ୍‌, ପିସ୍ତଲ ଜବତ

ପୁରୀ ଅଫିସ,୨୯ା୪: ଏକ ବୈଦ୍ୟୁତିକ ଗଣମାଧ୍ୟମର ପ୍ରତିନିଧି ସଞ୍ଜୟ ପତିଙ୍କ କୋଣାର୍କ ଏନ୍‌ଏସି ୪ ନଂ. ୱାର୍ଡ ବାଲିସାହିସ୍ଥିତ ବାସଭବନ ଉପରେ ହୋଇଥିବା ବୋମାମାଡ଼ ଘଟଣାରେ ପୋଲିସ ଜଣେ ସରପଞ୍ଚଙ୍କ ସମେତ ୫ଜଣଙ୍କୁ ଗିରଫ କରିଛି। ଅଭିଯୁକ୍ତମାନଙ୍କଠାରୁ ଗୋଟିଏ ବାଇକ୍‌, ଗୋଟିଏ…

କରୋନା: ସଙ୍କଟରେ ଦୁଗ୍ଧଚାଷୀ

ମାର୍ଶାଘାଇ, ୨୯।୪ (ଡି.ଏନ୍‌.ଏ.)-ଲକ୍‌ଡାଉନ୍‌ ଯୋଗୁ ବିଭିନ୍ନ କାର୍ଯ୍ୟ ବନ୍ଦ ରହିଥିବା ବେଳେ ଅନେକ ଲୋକ ଆର୍ଥିକ ସଙ୍କଟ ଦେଇ ଗତି କରୁଛନ୍ତି। ଏହି ସମୟରେ ଦୁଗ୍ଧ ଓ ଦୁଗ୍ଧ ଜାତୀୟ ସାମଗ୍ରୀର ବିକ୍ରି ହ୍ରାସ ପାଇଥିବାରୁ ଦୁଗ୍ଧଚାଷୀମାନେ ଦୁର୍ଦ୍ଦିନରେ କାଳ କାଟୁଛନ୍ତି।…

ମେ ୧୫ରୁ ଖୋଲିବ ରବିଧାନ ମଣ୍ଡି

ସୋନପୁର,୨୯।୪(ନି.ପ୍ର.): ରବିଋତୁ ଧାନ ସଂଗ୍ରହ ପାଇଁ ବୁଧବାର ସୁବର୍ଣ୍ଣପୁର ଜିଲାସ୍ତରୀୟ ଧାନ ସଂଗ୍ରହ କମିଟି ନୀତି ନିର୍ଦ୍ଧାରଣ ବୈଠକ ଅନୁଷ୍ଠିତ ହୋଇଯାଇଛି। ଆସନ୍ତା ମେ ୧୫ତାରିଖରୁ ଧାନ ସଂଗ୍ରହ କରାଯିବ ବୋଲି ବୈଠକରେ ନିଷ୍ପତ୍ତି ହୋଇଛି। ଚଳିତ ଥର ୫ଟି ମାର୍କେଟ୍‌…

ବୌଦ୍ଧ ମୁଖ୍ୟ ଚିକିତ୍ସାଳୟରେ ଅଲଟ୍ରାସାଉଣ୍ଡ ମେଶିନ ଉଦ୍‌ଘାଟିତ

ବୌଦ୍ଧ, ୨୯ା୪(ସ୍ବ.ପ୍ର.): ବୌଦ୍ଧ ମୁଖ୍ୟ ଚିକିତ୍ସାଳୟରେ ବୁଧବାର ନୂତନ ଅଲଟ୍ରାସାଉଣ୍ଡ ମେଶିନ ଉଦ୍‌ଘାଟନ କରାଯାଇଛି। ବିଧାୟକ ପ୍ରଦୀପ କୁମାର ଅମାତ ଏହି ମେଶିନର ଉଦ୍‌ଘାଟନ କରିଥିଲେ। ଅଲଟ୍ରାସାଉଣ୍ଡ ମେଶିନ ସ୍ଥାପନ ପରେ ଜିଲାର ବହୁ ଗରୀବ ଗର୍ଭବତୀ ଆବଶ୍ୟକ ଚିକିତ୍ସା ପାଇ…

ସକାଳ ୬ରୁ ଅପରାହ୍ନ ୧ ଯାଏ ଖୋଲିବ ଦୋକାନ

କଟକ ଅଫିସ୍‌,୨୯ା୪: କଟକ ଜିଲାରେ କରୋନା ସ୍ଥିତିର ସମୀକ୍ଷା ପରେ ଜିଲାପାଳ ଭବାନୀ ଶଙ୍କର ଚୟନୀ ଜିଲାରେ କେଉଁ ବ୍ୟବସାୟିକ ପ୍ରତିଷ୍ଠାନ ଖୋଲିବ ଏବଂ କେଉଁଟା ଖୋଲିବ ନାହିଁ, ସେନେଇ ବିଜ୍ଞପ୍ତି ଜାରି କରିଛନ୍ତି। ଯେଉଁ ସବୁ ଦୋକାନ ଖୋଲିବ, ସେଠାରେ…

ଦେବଗଡରେ ପ୍ରଥମ କରୋନା ରୋଗୀ ଚିହ୍ନଟ, ଆକ୍ରାନ୍ତଙ୍କ ଗାଁ ସିଲ୍‌

ଦେବଗଡ,୨୯ା୪(ଡି.ଏନ.ଏ): ଦେବଗଡ ଜିଲା ତିଲେଇବଣି ବ୍ଲକ ବଲଣ୍ଡା ପଞ୍ଚାୟତ ଅଧୀନ ବାସୁଦେବପୁର(କରଡାଖମଣ)ଗ୍ରାମର ଜଣେ ୩୪ବର୍ଷୀୟ ଯୁବକ କରୋନା ଆକ୍ରାନ୍ତ ଜଣା ପଡିବା ପରେ ପ୍ରଶାସନିକସ୍ତରରେ ତତ୍ପରତା ପ୍ରକାଶ ପାଇଛି। ବାସୁଦେବପୁର ଗ୍ରାମକୁ ସଂଯୋଗ କରୁଥିବା ସମସ୍ତ ପ୍ରବେଶ ପଥକୁ ସିଲ୍‌ କରିଦିଆଯାଇଛି…

ଧାନରେ ଅଜଣା ରୋଗ, ଚିନ୍ତାରେ ଚାଷୀ

ସମ୍ବଲପୁର, ୨୯।୪ (ବ୍ୟୁରୋ): ସମ୍ବଲପୁର ଜିଲା ମାନେଶ୍ୱର ବ୍ଲକ ତବଲା ଓ ଯୁଯୁମୁରା ବ୍ଲକ କୁକୁଡାପାଲି ଅଞ୍ଚଳରେ ଅଜଣା ରୋଗରେ ଧାନ ଚାଷ ନଷ୍ଟ ହେଉଛି। କୀଟନାଶକ ସିଞ୍ଚନ କଲେ ମଧ୍ୟ ପ୍ରତିକାର ହୋଇପାରୁନାହିଁ । ଏହାକୁ ନେଇ ଚାଷୀ ସଂଗଠନ…

୩୩ ପରିବାର ଉଚ୍ଛେଦକୁ ବିରୋଧ

ପର୍ଲା,୨୮।୪(ଡି.ଏଡ଼.ଏ.): କଳାହାଣ୍ଡି ଜିଲା ସଦର ବ୍ଲକ ତଥା ଶଗଡା ସଂରକ୍ଷିତ ଜଙ୍ଗଲ ଜମିରେ ଘରଦ୍ୱାର କରି ରହି ଆସୁଥିବା ୩୩ ଆଦିବାସୀ ପରିବାରକୁ ବନ ବିଭାଗ ଉଚ୍ଛେଦ କରିଛି। ଯୁଗସାଇପାଟଣା ପଞ୍ଚାୟତ, ନେହେଲା ଓ ଶଗଡା ପଞ୍ଚାୟତର ମାଖାଗୁଡା ଗ୍ରାମର ଏହି…

ଗରସଙ୍ଗ, ଗଣ୍ଡିବେଡରେ ସ୍ବାବ ସଂଗ୍ରହ

ଖଇରା, ୨୯।୪(ଡି.ଏନ.ଏ.)-ବାଲେଶ୍ୱର ଜିଲା ଅଧୀନ ଖଇରା ବ୍ଲକର ଗରସଙ୍ଗ ପଞ୍ଚାୟତ ରାମଚନ୍ଦ୍ର ହାଇସ୍କୁଲ ଓ ଶ୍ୟାମସୁନ୍ଦରପୁର ପଞ୍ଚାୟତର ଗଣ୍ଡିବେଡ ହାଇସ୍କୁଲରେ ଚାଲିଥିବା ଅସ୍ଥାୟୀ କ୍ୱାରାଣ୍ଟାଇନ କେନ୍ଦ୍ରରୁ ସ୍ବାବ ନମୁନା ସଂଗ୍ରହ କରାଯାଇଛି। ସୋମବାର ଗରସଙ୍ଗରୁ ୨୦ଜଣଙ୍କ ନିକଟରୁ ମେଡିକାଲ ଟିମ୍‌ ସ୍ବାବ…

ମୁଖ୍ୟମନ୍ତ୍ରୀ ରିଲିଫ ପାଣ୍ଠିକୁ ସହାୟତା ରାଶି ପ୍ରଦାନ

ଯୋଡ଼ା, ୨୯।୪(ଡି.ଏନ.ଏ.)-କେନ୍ଦୁଝର ଜିଲା ଯୋଡା ବ୍ଲକରେ କାର୍ଯ୍ୟ କରୁଥିବା କନିଷ୍ଠ ଶିକ୍ଷକ ସଂଘ ପକ୍ଷରୁ ବୁଧବାର କରୋନା ସହାୟତା ରାଶି ବାବଦକୁ ମୁଖ୍ୟମନ୍ତ୍ରୀ ରିଲିଫ ପାଣ୍ଠିକୁ ୧୮୨୦୦ ଟଙ୍କା ପ୍ରଦାନ କରାଯାଇଛି। ବୁଧବାର ମୁଖ୍ୟମନ୍ତ୍ରୀ ରିଲିଫ୍‌ ପାଣ୍ଠି ଆକାଉଣ୍ଟରେ ଜମା କରି…

୩୦ ୟୁନିଟ୍‌ ରକ୍ତ ସଂଗୃହୀତ

କେନ୍ଦୁଝର, ୨୯।୪(ସ୍ବ.ପ୍ର.)-ଲକ୍‌ଡାଉନ୍‌ ଯୋଗୁ ରକ୍ତ ସମସ୍ୟା ଦେଖାଦେଉଥିବା ବେଳେ ସ୍ଥାନୀୟ କଲେଜ ରୋଡସ୍ଥିତ ମହାଲକ୍ଷ୍ମୀ କଲଚରାଲ କ୍ଳବ ପକ୍ଷରୁ ବୁଧବାର ସ୍ବେଚ୍ଛାକୃତ ରକ୍ତଦାନ ଶିବିର ଆୟୋଜନ କରି ସ୍ବେଚ୍ଛାକୃତ ରକ୍ତ ଦାନ କରିଥିବା ଜଣାପଡିଛି। ଡକ୍ଟର ଅନୁଜା ତ୍ରିପାଠୀଙ୍କ ତତ୍ତ୍ୱାବଧାନରେ ରକ୍ତ…

ଜୀବନବିନ୍ଦୁ କାର୍ଯ୍ୟକ୍ରମ ମାଧ୍ୟମରେ ୩୧ ୟୁନିଟ୍‌ ରକ୍ତ ସଂଗୃହୀତ

ପାଟଣା,୨୯।୪(ସ୍ବ.ପ୍ର.)-କେନ୍ଦୁଝର ଜିଲା ପାଟଣା ଥାନା ସାହାରପଡା ବ୍ଲକ ମୁଖ୍ୟାଳୟ ସ୍ଥିତ ପଞ୍ଚାୟତ ସମିତି ମହାବିଦ୍ୟାଳୟରେ ବୁଧବାର ସାହାରପଡା ବ୍ଲକ ବିଜେଡି ତରଫରୁ ‘ଜୀବନ ବିନ୍ଦୁ’ କାର୍ଯ୍ୟକ୍ରମ ମାଧ୍ୟମରେ ଏକ ରକ୍ତଦାନ ଶିବିର ଅନୁଷ୍ଠିତ ହୋଇଯାଇଛି। କରୋନା ଭୂତାଣୁ ସଂକ୍ରମଣ ସକାଶେ ଏବେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?